Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

କାରଣ

କାରଣ

1 min
557



       ମୁଁ ଜାଣିପାରିଲିନି ଏତେ ସୁନ୍ଦର ପ୍ରସ୍ତାବଟିକୁ ସିଏ କାହିଁକି ମନା କରି ଦେଲେ l ଦାସ ବାବୁ ତାଙ୍କର ସହକର୍ମୀ, ଅନେକ ଦିନର ଚିହ୍ନା l ଝିଅଟିକୁ ବି କୌଣସି ଗୁଣରେ ଖୁଣି ହେବ ନାହିଁ l ଜାଣି ପାରୁ ନ ଥିଲି ଏ ପର୍ଯ୍ୟନ୍ତ କାହିଁକି ତାର ବାହାଘର ହୋଇପାରୁ ନ ଥିଲା l ଅବଶ୍ୟ ବୟସ ଟିକେ ଅଧିକ l ତେବେ ଆମ ପୁଅ ସହ ସୁନ୍ଦର ଯୋଡିଟିଏ ହୁଅନ୍ତା l ଦାସ ବାବୁ ଯିବା ପରେ ତା ବାବାଙ୍କୁ କାରଣ ପଚାରିଲି l


       ପାଞ୍ଚ ବର୍ଷ ତଳେ ପୁଅ ପାଇଁ ଏ ପ୍ରସ୍ତାବ ଦେଇଥିଲି ଦାସ ବାବୁଙ୍କୁ l ସେ କିଛି ନ କହି ଚୁପ୍ ରହିଥିଲେ l ଅନ୍ୟମାନଙ୍କ ଠାରୁ ଶୁଣିଲି ଯେ ସେ ତାଙ୍କ ଝିଅ ପାଇଁ ଚାକିରିଆ ପ୍ରସ୍ତାବ ଖୋଜୁଛନ୍ତି l ଆଜି ଯେତେବେଳେ ତାଙ୍କ ଝିଅ ପାଇଁ କେଉଁଠି ବି ବାହାଘର ଠିକ୍ ହେଇପାରୁନି, ସେତେବେଳେ ସିଏ ମୋ ପାଖକୁ ଆସିଛନ୍ତି l ସେଥିପାଇଁ ମୁଁ ମନା କରିଦେଲି l

       ଏତିକି ଶୁଣିବା ପରେ ମୁଁ ବି ତା ବାବାଙ୍କ ମତ ସହ ଏକମତ ହୋଇଥିଲି l




Rate this content
Log in