Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Alok Behera

Others

3  

Alok Behera

Others

ଅଦୃଶ୍ୟ ଉପହାର

ଅଦୃଶ୍ୟ ଉପହାର

4 mins
7.6K


ସେଦିନ ବହୁତ ସମୟରୁ ରାକେଶ ସେ ଦୋକାନ କେତେବେଳେ ଖୋଲିବ ତାହାର ଅପେକ୍ଷରେ ଠିଆ ହୋଇ ଥିଲା କାରଣ ତାର ଦିନ ହେଉଛି ରାକ୍ଷୀ ପୂର୍ଣ୍ଣିମା। ରାକେଶର ପରିବାର କହିଲେ ତାର ମା ଆଉ ତାର ଏକ ମାତ୍ର ଭଉଣୀ ସୃତି।ସୃତି ହେଉଛି ରାକେଶର ଏକ ମାତ୍ର ସାନ ଭଉଣୀ ତାକୁ ସେ ବହୁତ ଭଲ ପାଏ ।ଆଉ ତାହାର ଯଦି କିଛି ଇଚ୍ଛା ଥାଏ ତାହାଲେ ତାକୁ ସେ ପୁରା କରିବାକୁ ସମୁଣ୍ଣ ଭାବରେ ଲାଗି ପଡେ।କାରଣ ରାକେଶର ବାପା ତାର ପିଲାଟି ଦିନରୁ ହିଁ ତାଙ୍କୁ ଛାଡି ସେପାରିକୁ ଚାଲିଗଲେ।ତେଣୁ ରାକେଶ ମା ହିଁ ପରିବାର କୁ ପୋଷି ଥାନ୍ତି।ତାଙ୍କ ମା ଙ୍କ ସ୍ବପ୍ନ ଏହା ଯେ ତାଙ୍କ ପୁଅ ରାକେଶ ପାଠ ପଢି ଭଲ ଚାକିରୀ ଟିଏ କରିବ ଆଉ ନିଜ ପରିବାର କୁ ପୋଷିବ।କିଂତୁ ରାକେଶ ର ପାଠ ପଢିବା ପ୍ରତି ଧ୍ୟାନ ନ ଥାଏ।ସବୁ ବେଳେ ପାଠ ପଢାରୁ ଦୁରେଇ ରହି ସେ ନିଜ ସାଙ୍ଗ ମାନଙ୍କ ସହ ସମୟ ବିତାଏ।ପାଠ ପଢାବେଳେ କ୍ଲାସ ରୁମରୁ ଲୁଚି Facebook, WhatsApp ରେ କଥା ହେବା। ଶିକ୍ଷକଙ୍କ କଥାକୁ ଧ୍ୟାନ ନ ଦେଇ ନିଜ ସାଙ୍ଗ ମାନଙ୍କ ସହ ଗପିବା,ସାଙ୍ଗମାନଙ୍କ ସହ ବାହାରେ ବୁଲିବା,କଲେଜରୁ ଫେରୁଥିବା ଝିଅ ମନକୁ ଦେଖି ଗୀତ ଗାଇବା,I love you କହି ହଇରାଣ କରିବା ଆଦି କାମରେ ସେ ନିଜର ସମୟ ବିତେଇଦିଏ ।କୁସଂଗ ହେତୁ ସିଗ୍ରେଟ ଟାଣିବା ଜୁଆ ଖେଳିବା ଆଦି ହେଉଛି ତାର ଅଭ୍ୟାସ ।ତାର ମା ଏକ ଜମିଦାରଙ୍କ ଘରେ କାମ କରନ୍ତି ତେଣୁ ରାକେଶ ପ୍ରତି ତାଙ୍କର ବେସି ଧ୍ୟାନ ନ ଥାଏ।ଏହାର ମଉକା ନେଇ ନିଜ ପାଠ ପଢ଼ାରୁ ଦୁରେଇ ରହି ଏହି ସବୁ କାମରେ ସେ ନିଜ ସମୟ ବିତେଇ ଦିଏ ତାର ଭଉଣୀ ସୃତି ତ ଏହା ସବୁ ଜାଣିପାରେ କିନ୍ତୁ ବଡ଼ ଭାଇକୁ ମନା କରିବାକୁ ତାର ସାହସ ହୁଏନି।ରାକେଶ ଯେତେ ଖରାପ ହେଲେ ମଧ୍ୟ ତାର ଭଉଣୀକୁ ବହୁତ ଭଲ ପାଏ।ତେଣୁ ସୃତି କେବେ ଏହା ଚାହେଁ ନି କି ତାଙ୍କ ମା କୁ କହି ସେ ରାକେଶ କୁ ମା ଙ୍କ ଦ୍ଵାରା ଗଳି ଶୁଣାଉ।ତେଣୁ ସେ ଚୁପ ରହେ।ଏହିପରି ସବୁଦିନ ହୋଇଥଏ।

କିନ୍ତି ସେଦିନ ରାକେଶ ସେହି ଦୋକାନ ଖୋଲିବାର ଅପେକ୍ଷରେ ଥାଏ,ଦୋକାନ ଖୋଲିବା ମାତ୍ରେ ଏ ତାର ଭଉଣୀ ପାଇଁ ଗୋଟେ ଭଲ ଉପହାର ଆଉ କିଛି ମିଠା ନେଇକି ଯିବ।କାରଣ ତାର ଦିନ ରାକ୍ଷୀ ପୂର୍ଣ୍ଣିମା ।ରାକେଶ କୁ ରାକ୍ଷୀ ବାନ୍ଧିବା ପାଇଁ ସୃତି ରାକ୍ଷୀ କିଣି ସରିଛି।ତେଣୁ ରାକେଶ ମଧ୍ୟ ତାକୁ ଗୋଟେ ଭଲ ଉପହାର ଦେବ ବୋଲି ମନେ କରିଛି ।

କିଛି ସମୟ ଏହି ପରି ବିତିଯାଇଛି ,ଦୋକାନ ଖୋଲିଲା ତେଣୁ ରାକେଶ ଆଉ ବିଳମ୍ବ ନ କରି ଦୋକାନରେ gift ଖୋଜିବା ଆରମ୍ଭ କରିଦେଲା।କିଛି ସମୟ ଏହି ପରି gift ଖୋଜିବା ପରେ ଗୋଟେ ଭଲ କଣ୍ଢେଇ ରାଳେଶକୁ ମିଳିଲା ।ସୃତିକୁ କଣ୍ଢେଇ ବହୁତ ପସନ୍ଦ ତାହା ରାକେଶ ଭଲ ଭାବରେ ଜାଣେ।ଏହାକୁ କିଣି ରାକେଶ ନିଜ ଘରକୁ ବାହାରି ଯାଉଥିଲା କି ହଠାତ ସେ ଦୋକାନୀର ଝିଅ ସୁମିତ୍ରା ରାକେଶକୁ ଦେଖୁ ଏହା କହିଲା ଯେ -ବାପା ଏ ସେହି ଟୋକା ଯିଏ ସେଦିନ ଆମକୁ ରାସ୍ତାରେ ଗଲାବେଳେ i love you କହି ବହୁତ ହଇରାଣ କରିଥିଲା।

ଏହା ଶୁଣି ରାକେଶ କିଛି କହିବା ଆଗରୁ ହିଁ ସେ ଦୋକାନୀ ରାକେଶକୁ ଢୋ ଢୋ କରି ମାରିବାରେ ଲାଗିଲା ରାକେଶ ନିଜ ଜୀବନ ବଞ୍ଚାଇ ଦୌଡ଼ିଲା।।ରାସ୍ତାରେ ସେ ଦୌଡ଼ି ଦୌଡ଼ି ଯାଉଥାଏ କିନ୍ତୁ ବ୍ୟସ୍ତ ହୋଇ ଯାଉଥିବା ବେଳେ ହଠାତ ତାର ଗୋଡ଼ ଖସିଗଲା ଆଉ ସେ ଖସିପଡ଼ିଲା,ତାର ହାତରେ ଥିବା କଣ୍ଢେଇଟି ମଧ୍ୟ ଖସିପଡି ଭାଙ୍ଗିଗଲା। ମାଟି କଣ୍ଢେଇ ଚୁରମାର ହୋଇଯାଇଛି।ତେଣୁ ରାକେଶ ଆଉ କଣ କରିବ ତାହା ସେ ଭାବି ପାରିଲା ନାହିଁ ।କାରଣ ଏତେ ସବୁ ଗାଳି ଆଉ ମାଡ଼ ଖାଇଲାପରେ ସେ ଆଉ ସେ ଦୋକାନ ତ ଯାଇପାରିବ ନାହିଁ,ଖରାପ ସାଙ୍ଗ ମାନଙ୍କ ସହ ମିଶି ସେ ଯାହା ସବୁ ଭୁଲ କରିଛି ତାହା ସେ ଅନୁଭବ କରି ପାରିଲା।ଆଉ ନିଜ ଘରକୁ ଫେରିଲା।ତାର ଦିନ ରାକ୍ଷୀ ବନ୍ଧନ ସେ ବିନା ଉପହାରରେ ତାର ଭଉଣୀଙ୍କୁ କିପରି ମୁଁହ ଦେଖାଇବ ବୋଲ ଚିନ୍ତା କରି ପାରୁ ନ ଥିଲା।ଅନ୍ୟର କଥାରେ ପଡି ଖରାପ କାମ କଲେ ନିଜର ହି କ୍ଷତି ହୁଏ ତାହା ସେ ବୁଝିପାରୁ ଥିଲା।

ରାକ୍ଷୀ ପୁର୍ଣ୍ଣିମାର ଦିନ।ଭଉଣୀ ସୃତି ରାକ୍ଷୀ ର ଥାଳି ନେଇ ଆସିଲା ରାକେଶ ପାଖକୁ।ରାକେଶ କଣ କରିବ ତାହା ସେ ଭାବି ପାରୁ ନ ଥୁଲା।କାରଣ ପ୍ରତି ରାଖିପୁର୍ଣ୍ଣିମା ରେ ସେ କିଛି ନା କିଛି ଉପହାର ଦେଇ ଥାଏ,କିନ୍ତୁ ଆଜି ତା ପାଖରେ କିଛି ନାହିଁ ।ସୃତି ରାକ୍ଷୀ ବାନ୍ଧି ସାରିଲା ଆଉ କହିଲା-ଭାଇ ମୋର gift,,,,,,,

ଏହାର ଉତ୍ତର ଦେବାକୁ ରାକେଶର ମୁହଁରେ କିଛି କଥା ନ ଥିଲା।ସୃତି ଟିକେ ଆଶ୍ଚଯ୍ୟ ହୋଇ କହିଲା କଣ ହୋଇଛି।

ରାକେଶ ବହୁତ ଦୁଃଖରେ କହିଲା ତାହା ପାଖରେ କୌଣସି gift ନାହିଁ,ଆଉ ଗଲା କାଲି ତାହା ସହ ଯାହା ଯାହା ସବୁ ଘଟିଲା ତାହା ସେ ସୃତିକୁ ଜଣାଇଲା।ଏହା ସବୁ ଶୁଣି ସରିବା ପରେ ସେ ସୃତି ଟିକେ ଦୁଃଖ କଲା କିନ୍ତୁ ଟିକେ ମୁରୁକି ହସି କହିଲା-ଭାଇ କିଏ କହିଲା ତୁମ ପାଖରେ ମୋ ପାଇଁ gift ନାହିଁ ।ତୁମ ପାଖରେ ତ ବହୁତ ସୁନ୍ଦର gift ଅଛି।

ରାକେଶ ଦୁଃଖରେ କହିଲା-କୋଉ gift.

ସୃତି କହିଲା-ମତେ promise କର ତାହା ତୁମେ ମତେ ନିଶ୍ଚୟ ଦେବ।

ରାକେଶ ଦୁଃଖରେ କହିଲା- ହଁ ମୁଁ ନିଶ୍ଚୟ ଦେବି promise.

ଏହାପରେ ସୃତି ଯାହା ମାଗିଲା ସେଥିରେ ରାକେଶର ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲା।ସୃତି ଏହା କହିଲା-ଭାଇ ମତେ ତୁମେ କଥା ଦିୟ ଯେ ଆଜି ଠୁ ତୁମେ ନିଜର କୁସଂଗମାନଙ୍କୁ ଛାଡି ପାଠ ପଢ଼ାରେ ଧ୍ୟାନ ଦେବ ଆଉ ବଡ଼ ଲୋକଙ୍କ କଥାକୁ ସମ୍ମାନ ଜଣାଇବ,ଆଉ ତୁମେ ମତେ ଯେପରି ସମ୍ମାନ ଦେଉଛ ସେହି ଅନ୍ୟ ଝିଅମାନଙ୍କୁ ମଧ୍ୟ ସମ୍ମାନ ଦେଇ ସେମାନଙ୍କୁ ମଧ୍ୟ ମୋ ପରି ଜଣେ ଭଉଣୀ ବୋଲି ଭାବି ତାଙ୍କୁ ହଇରାଣ ନ କରି ପ୍ରତିଟି ଅସୁବିଧାରେ ସାହାଯ୍ୟ କରିବ।ବାସ ଏତିକି ତୁମ ଠାରୁ ପାଇବାକୁ ଚାହେଁ,ଆଉ ମତେ କିଛି ଦରକାର ନାହିଁ।

ସୃତି ଠାରୁ ଏ କଥା ଶୁଣିବା ପରେ ରାକେଶର ମନରେ ପରିବର୍ତ୍ତନ ଘଟିଲା,ସୃତିକୁ promise କରିଥିବାରୁ ସେ ଏହି ଖରାପ ସାଙ୍ଗମାନଙ୍କୁ ଛାଡି ସୃତିକୁ ଦେଇ ଥିବା promise କୁ ପୁରା କଲା ଆଉ ଆଜି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଜଣେ ଭଲ ଡାକ୍ତର ହୋଇ ଆଜି ସେ ବହୁତ ଖୁସିରେ ଅଛି ଆଉ ସୃତି ମାଗି ଥିବା ଏହି ଅଦୃଶ୍ୟରୁପକ ଉପହାରକୁ ରାକେଶ ଏବେ ବି ମନେ ରଖିଛି ।


Rate this content
Log in