ନାଟକ
ନାଟକ
ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ! ଲଳିତ କଳା ଏକାଡ଼େମୀ ଏଥର ମୋ ପାଖରୁ ନାଟକଟିଏ ନେଇ ମଞ୍ଚସ୍ଥ ହେଉଛି । ଭି.ଆଇ.ପି ଚେୟାର୍ ରେ ବସି ନିଜ ହାତ ଲେଖାର ନାଟକ ଦେଖୁଛି ।
ନାଟକର ପ୍ରଥମ ଅଙ୍କ ସରିଲା । ୨ୟ ଥର ପାଇଁ ପରଦା ଉଠିଲା !
( ସାବତ ମାଆ ପୁଅ ଭଉଣୀ ପାଇଁ ବିକାଶ ଚକ୍ରବର୍ତ୍ତୀ ଘର ଛାଡ଼ି ୬ ଦିନ ହେଲାଣି ଆସିଛି.... ଟଙ୍କା ଆସିଲେ ଭଉଣୀ ଡାକ୍ତରୀ ପଢିବ । ଏପଟେ ସିନୁ ହାତରେ ଗୋଟିଏ ଦିନ ସମୟ ରହିଲା ; ଆସନ୍ତା କାଲି ଆଡ୍ମିଶନ୍ ର ଶେଷ ତାରିଖ ! ଘରେ ବିକାଶର କଥା ପଡିଛି । ସିନୁର ବଡ଼ ଭଉଣୀ ମିନୁ ମୁହଁରୁ ପ୍ରଥମ ଡାଏଲଗ୍ ଆସିଲା !!! )
ମିନୁ- ତୋ ପାଇଁ ଆଜି ବିକାଶ ଭାଇ ଘରକୁ ଆସିନି, ତୋରି ଜିଦ୍ ପାଇଁ ସେ ବାହାରକୁ ଯାଇଛି ...
ସିନୁ- ଅପା ... !!!
ମିନୁ- ତୁ ଡାକ୍ତରୀ ପଢିବୁ ବୋଲି ସେ ବାହାରକୁ ଯାଇଛି... କେଜାଣି ବିକାଶ ଭାଇ କେମିତି ଥିବ ! ତା'ର ଯଦି କିଛି ହୁଏ ତେବେ କେବଳ ତୁ ଦାୟୀ ...
ବାପା- ନା.. ରେ... ସିନୁର କିଛି ଭୁଲ୍ ନାହିଁ... ସବୁତ ସେଇ ବିକାଶର.... ସେ ସିନୁକୁ ପାଠ ପଢେଇ ବଡ଼ ଡାକ୍ତର କରିବ ବୋଲି ଜିଦ୍... ଏତେ କମ୍ ଦିନରେ କେମିତି ଏତେ ଅଧିକା ଟଙ୍କା ଆଣିବ !
( ଲୁହରେ ଭିଜୁଛି ଘରସାରା... କେମିତି ଥିବ ବିକାଶ... କଣ କରୁଥିବ... ଏତିକିବେଳେ ବିକାଶର ପ୍ରବେଶ ... )
ମିନୁ- ହେଇ ତ ବିକାଶ ଭାଇ ଆସିଲେଣି !
- ଭାଇ !!!
- ବିକାଶ ......!
- ବାପା .... ( ବିକାଶ ମୁଣ୍ଡ ତଳକରି ମୁଣ୍ଡିଆ ମାରିଛି ; ବାପା ତାକୁ ଉଠେଇଦେଇଛନ୍ତି )
ବାପ ପୁଅ ଭିତରେ କଥା ହେବା ଭିତରେ ପୁଅ କହିଛି ମାଆ ତା ପାଇଁ ୩ ଲକ୍ଷ ଟଙ୍କା ମାମୁ ହାତରେ ଦେଇଥିଲେ ଆଉ ସେତକ ଆଣିବା ପାଇଁ ଯାଇଥିଲା ବୋଲି ବିକାଶ କହୁଛି ... ଏତିକି ବେଳେ ବିକାଶର ତଳିପେଟ ବଥା ହୋଇ ଚେୟାର୍ ରେ ବସିପଡିଛି । ସିନୁ ଡାକ୍ତରୀ ଝିଅ; ସଙ୍ଗେ ସଙ୍ଗେ ଦେଖି ଜାଣିଗଲାଯେ ବିକାଶର ପେଟ କଟା ଯାଇଛି.. ଗୋଟିଏ କିଡନି ବିକ୍ରି କରି ସେ ତିନିଲକ୍ଷ ଟଙ୍କା ଆଣିଛି... ବାପାଙ୍କୁ କଷ୍ଟ ହେବ ବୋଲି ସେ ମିଛ କହିଥିଲା... ଲୁହରେ ଭାସୁଛି ପୁରା ପରିବାର... ବିକାଶ ସେମିତି ରହି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କଥା କହୁଛି.....
******************
ମୁଁ ବି ନିଜ ଲେଖିଥିବା ନାଟକକୁ ଏମିତି ରୂପ ଦେଇ ସଜେଇଥିବାରୁ ଏକାଡେମୀକୁ ବାହାବା କରୁଛି... ମୋ ପଛ ପାଖକୁ ଆସି ଜଣେ କାନ୍ଦ କାନ୍ଦ ବୁଢା କହୁଛି.... ବାବୁ ! ତେମେ ଏ ନାଟକ ନେଖିଚ ... ଭାରି ଭଲ ନାଗିଲା... ମୁଁ ପଚାରିଲି ତାଙ୍କ ପରିଚୟ... ଜାଣିଲି ସେ ଅଭିନେତା ବିକ୍ରମ ଯାହାର ନାଟକୀୟ ନାଁ ଥାଏ ବିକାଶ ....
ସେ ଥୁରୁ ଥୁରୁ ଓଠରେ କହୁଛନ୍ତି... ମୋ ପୁଅ ମୁହଁରୁ ଇମିତି ଦିନେବି ଶୁଣିନି... ଗୋଟେ ଝିଅ ପାଇଁ ସେ......
ବହୁ ଦିନ ପରେ ନାଟକରେ ହେଲେବି ଶୁଣିଲି... ମୁଁ ନିଜକୁ ବାପ ଭାବିନେଇ ବହୁତ ଖୁସି ହେଲି... ( ଆଖିର ପାଣି ଓଠରେ ପଶିଗଲାଣି ) ଧନ୍ୟବାଦ ବାବୁ ଧନ୍ୟବାଦ...
ସେ ଚାଲିଗଲେ....
ମୋ ପାଖରେ ଥିବା ଭଲ୍ୟୁଣ୍ଟିୟର୍ କୁ ପଚାରିଲି ଯେ ... ସେ ବୁଢା ସେଠାକାର କାମ ବାଲା ... ଚାଆ ବିକନ୍ତି .... ହେଲେ ସେ ମୋତେ ଆସି ତାଙ୍କ ଅସଲ ପରିଚୟ ଦେଇଥିଲେ... ଜଣେ ଅଭିନେତାର ବାପା ....
ଏତିକି ବେଳେ ମୋ କାନରେ ଗୋଟିଏ କଥା ଶୁଭୁଥିଲା - ତମେ ବି ମ ବାପାଙ୍କୁ....! ଏଇ ନାଟକଟା ମିଛ ନୁହଁ ତ ! ଧନ୍ୟବାଦ ବାବୁ ଧନ୍ୟବାଦ !!!
ବାସ୍ ରବିନ୍ଦ୍ର ମଣ୍ଡପ ଛାଡିଦେଲି ସେତେବେଳେ....
( ସମାପ୍ତ )