Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others Tragedy

3  

SIPRA NAMTA

Others Tragedy

ମାନବିକତାର ବୋଝ

ମାନବିକତାର ବୋଝ

8 mins
7.5K


ସିପ୍ରା ନାମତା

ହଠାତ ଟ୍ରେନ ଅଟକିଗଲା ପରି ଲାଗିଲା । ଶୁଣୁ ଶୁଣୁ କଣ ନା ଷ୍ଟ୍ରାଇକ ପାଇଁ ଟ୍ରେନକୁ ଅଟକାଇ ଦିଆଯାଇଛି । ଓଃ....

ମୁଣ୍ଡଟା ଗରମ ଲାଗିଲା । କି ଷ୍ଟ୍ରାଇକ କରୁଛନ୍ତି ,ମାସରେ ଥରେ ତ ଛଅ ମାସକୁ ଚାରିଥର । ...ପୁଣି କଣ ଯେ ଲାଭ ମିଳୁଛି ସେକଥା ସେଇମାନେ ହିଁ ଜାଣନ୍ତି !! ବିଷର୍ଣ୍ଣ ମନ ନେଇ ନୀରବରେ ବସି ରହିବା ବ୍ୟତୀତ ଯେପରି ଅନ୍ୟ କିଛି ଉପାୟ ନଥିଲା । ବୋଧହୁଏ ମୋର ଭୁଲ ,କାରଣ ବ୍ୟସ୍ତତା ହେତୁ ମୁଁ ଠିକ୍ ରୂପେ ଖବର ରଖିପାରିନାହିଁ । ହେଲେ ,ବର୍ତ୍ତମାନ ତ ଆଉ କିଛି କରାଯାଇ ନ ପାରେ ।.......ମୁଁ ଓଲ୍ହାଇଲି ବାଧ୍ୟ ହୋଇ । ପରିସ୍ଥିତି ଭୀଷଣ ଆକାର ଧାରଣ କରିଥାଏ । କିଛି ଯୁଵ ବର୍ଗର ପିଲା ଅନତିଦୂରରେ ଟାୟାର ଧରି ସଜ ହେଉଥାନ୍ତି ,ବୋଧହୁଏ ଜାଳିବାକୁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ ପରୀକ୍ଷା ଥିବାରୁ ଟ୍ରେନ କିନ୍ତୁ ଆଜି ପ୍ରବଳ ଲୋକାରଣ୍ୟ । ପ୍ରାୟ ତ ରବିବାର ଗୁଡିକରେଏଣ୍ଟ୍ରାନ୍ସ ପରୀକ୍ଷା ରହେ ।

ବସ ଭଡା ବୃଦ୍ଧି ଯୋଗୁଁ ଟ୍ରେନରେ ପ୍ରାୟ ଭିଡ଼ ରହେ । କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କୁ ଛାଡିଦେଲେ ,ରେଳଯାତ୍ରୀଙ୍କର ସମାଗମ ଲାଗି ରହିଥାଏ । ସେ ଭିତରୁ କିଛି ବିଶୃଙ୍ଖଳିତ ଲୋକ ଅଛନ୍ତି ,ଚୋରାରେ ଟିକେଟ କାଟିବା ଦରକାର ପଡେନା । ଆହୁରି ଅନେକ କାରଣର ଅଭାଵ ନାହିଁ ରେଳଯାତ୍ରା

କରିବାକୁ ।

ଆରେ ....ରେଳଧାରଣା ଉପରେ କିଛି ସ୍ତ୍ରୀ ଲୋକ ବସିଯାଇଛନ୍ତି ,କିଛି ପୁରୁଷ ସେମାନଙ୍କୁ ସମର୍ଥନ ଦେଇ ଉସୁକାଉଥାନ୍ତି । ଆଉଜଣେ ଭଦ୍ର ବ୍ୟକ୍ତିଙ୍କୁ ମୁଁ କହିଲି..

--ଆଜ୍ଞା ,ଦେଖିଲେ ଏଇ ସ୍ତ୍ରୀ ଲୋକ ମାନେ କଣ ବୁଝନ୍ତି ??

କଣ ପାଇଁ ଯେ ସେମାନେ ଏଠି ବସିଛନ୍ତି ସେ କଥା ଜାଣି ନ ଥିବେ । କିନ୍ତୁ ଧାରଣା ପ୍ରଦର୍ଶନରେ ଭାଗିଦାରୀ ହେବେ ।

--କଣ ଆଉ କରାଯିବ କୁହନ୍ତୁ ?ଏସବୁ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟୀ ।

--ନାଇଁ ,ଆଜ୍ଞା ,କେବଳ ପ୍ରଶାସନକୁ ଦାୟୀ କଲେ ଭୁଲ ହେବ ବୋଲି, ମୁଁ ଭାବୁଛି । କାରଣ ଜନ ସଚେତନତା ବୋଲି କିଛି ଅଛି କି ନାହିଁ ? ଆମେ, ଆମେମାନେ ହିଁ ଅର୍ଥାତ ଜନସମୁଦାୟ ହିଁ ସମ୍ପୂର୍ଣ୍ଣ ରୂପେ ସୁଧାର ଆଣିବାର ଏକମାତ୍ର ମାଧ୍ୟମ ବୋଲି ମୋର ଧାରଣା । ଯେତେ ସବୁ ସଂରକ୍ଷଣ ,କୁହନ୍ତୁ ,ସଂଶୋଧନ କୁହନ୍ତୁ ସବୁ କିଛି ସରକାର ଯେତେବେଳେ ଆଇନରେ ପରିଣତ କରୁଛନ୍ତି ,ସେତେବେଳେ ହିଁ ସ୍ୱର ଉତ୍ତୋଳନ କରିବା କଥା । ଶାସନର ସୁବିଧା ପାଇଁ ଯେତେ ସବୁ ସ୍ୱାର୍ଥପୂର୍ତ୍ତିର ସାଧନ କରାଯାଇଛି ସେସବୁ ସାଧାରଣ ବର୍ଗର ବୁଝିବା ବାହାରେ । କିନ୍ତୁ ବାକି ବର୍ଗ ତ ବୁଝିବାର କଥା ନା ,କିନ୍ତୁ ସେମାନେ ମଧ୍ୟ ନୀରବ । ଆଜି ପ୍ରଗତି ସୁବିଧାବାଦୀର ପକେଟରେ ବନ୍ଦୀ । ଆଜି ତ ଗଣତାନ୍ତ୍ରିକ ପଦ୍ଧତିର ଚାଦର ତଳେ ରାଜତନ୍ତ୍ର ଯେପରି ତା'ର ଇତିହାସ ଗାଇବା ପରି ଲାଗୁଛି । ତଥାପି ଆମେ ଅସହାୟ ।

****

ଧୀରେ ଧୀରେ ସୂର୍ଯ୍ୟଦେବ ତାଙ୍କର ତେଜ ବଢ଼ାଉଥିଲେ । ଆମେ କିଛି ଦଳ କରି ସେମାନଙ୍କ ପାଖକୁ ଯାଇ ବୁଝାଇଲୁ । ଆଜି ତ ଛୁଟି ଦିନ ନୁହେଁ ।କର୍ଯ୍ୟଦିବସ , ତେଣୁ ଅନେକ ସରକାରୀ କର୍ମଚାରୀ ଛୁଟି ନେଇ ଅଫିସ କାମ କରିବାକୁ ଯାତ୍ରା କରିଛନ୍ତି । ସେମାନେ ଶାନ୍ତ୍ବନା ଦେଇ କିଛି ସମୟ ପରେ ଗାଡି ଛାଡି ଦେବେ ବୋଲି କହିଲେ । ଯାହା ହେଉ ସେମାନେ ଗାଡି ଛାଡିଦେଲେ । ଡ୍ରାଇଭର ତାଙ୍କ ସିଟ ଗ୍ରହଣ କରିସାରିଥିଲେ । ଘଣ୍ଟାଟିଏ କି ତା ଠୁଁ ଉର୍ଦ୍ଧ ସମୟ ସେଠି କାଟିବା ପରେ ଆମେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଥିଲୁ କି ନାହିଁ ଅଧାଘଣ୍ଟା ପରେ ପୁଣି ରେଳଯାତ୍ରା ବାଧା ପ୍ରାପ୍ତ ହେଲା । ହେଃ ,ଏଇଠି ତ ଏମିତି ଫେସନ ଚାଲିବ । ବିରକ୍ତିକୁ ଯଥାସମ୍ଭବ ନିୟନ୍ତ୍ରଣରେ ରଖି ବାକୁ ପଡୁଥିଲା କାରଣ ଏକା ମୁଁ ତ ନୁହେଁ ....।

"ବନ୍ଦ" ର ପ୍ରଭାବ ସବୁଆଡେ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଆବାହକଙ୍କର ପ୍ରଚାରର ଅଟୋଟିଏ ତତ୍କାଳ ସେଇ ହାଇୱେ କଡ ଦେଇ ଚାଲିଗଲା ।ସେଇଭିତରେ ଜଣେ ଗର୍ଭବତୀ ମହିଳାଙ୍କୁ ଗାଡିରେ ନେଇଯିବା ଘଟଣାକୁ ନେଇ ଖୁବ୍ ଗୋଟାଏ ଦଙ୍ଗା ହୋଇଗଲା ପରସ୍ପର ବିରୋଧୀ ଗୋଷ୍ଠୀଙ୍କ ଭିତରେ । ବେଶ ଲହୁଲୁହାଣ ହୋଇଗଲେ କେତୋଟି ଯୁବକ । ମୁଁ ଖୁବ୍ ଗଭୀର ଭାବେ ମର୍ମାହତ ହେଲି । ଅଜବ ଲାଗୁଛି ଆଜିର ଜେନେରେସନକୁ ଦେଖିବା ବେଳକୁ । ଇଛା ହେଉଥିଲା କହିଦେବାକୁ ,"ରେ ନିର୍ବୋଧ ଦାୟାଦ କାହା ସହିତ ,କାହିଁକି ବା ଏ ସଂଗ୍ରାମ କରୁଛ । ରାଜ୍ୟ ପାଇଁ ,ସିଂହାସନ ପାଇଁ ସିନା ମହାଭାରତ ଯୁଦ୍ଧ ହୋଇଥିଲା କିନ୍ତୁ ତୁମେମାନେ ତ ,ରାଜ୍ୟ କଥା ଛାଡ ,ସେ ସିଂହାସନର ପାର୍ଷଦଙ୍କ ସଖାରେ ମଧ୍ୟ ଗଣା ହେବ ନାହିଁ ।ଖାଲି ଅସ୍ଥି ଚାଟିବାରେ ନିଜକୁ ନିୟୋଜିତ କରନା "।

ମୋ ଭାବନା ଚାଲିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ସେ ମହିଳାଙ୍କୁ ଯାନ ସହିତ ବିଦାୟ କରିସାରିଥିଲେ । ଓଃ ....ଏକ ଦୀର୍ଘଶ୍ଵାସ ଛାଡ଼ିଲି ମୁଁ ।ହଠାତ କାହାର ପରିଚିତ କଣ୍ଠରେ ଆଶ୍ଚର୍ଯ୍ୟ ହୋଇ ଚାହିଁବା ବେଳକୁ ମୋ ଓଠରେ ଧାରେ ହସ ଖେଳିଗଲା । ମୋର ପୁରାତନ ଛାତ୍ର ଆସ୍ତିକ । ମୋତେ ପ୍ରଣାମ କରି କୁଶଳ ଜିଜ୍ଞାସା କରିବା ପରେ ମୁଁ କହିଲି

--କୋଉଠି ଥିଲ ଏଇ ଟ୍ରେନରେ ? ଏବେ କରୁଛ କଣ ? ଘରେ ସବୁ ଭଲ ତ ? ଆଉ କଣ ପାଇଁ ଯାଉଛ ?

ଆସ୍ତିକର କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା । ଠିକ୍ ପ୍ଲସ ଟୁ ପରୀକ୍ଷା ବେଳକୁ ତା ବାପାଙ୍କର ଅଚାନକ ମୃତ୍ୟୁ ତାର ମେରୁଦଣ୍ଡ ଭାଙ୍ଗିଦେଲା ।ଯାହା ବି ହେଉ ୭୨%ମାର୍କ ରଖି ଉତ୍ତୀର୍ଣ୍ଣ ହେଲା ସିନା କିନ୍ତୁ ଉଚ୍ଚ ଶିକ୍ଷାର ବ୍ୟବସ୍ଥାନିମନ୍ତେ ବହୁ ବାଧା ବିଘ୍ନର ସମ୍ମୁଖୀନ୍ନ ହେଉଛି । କାରଣ ସବୁରି ମୂଳ ରେ ଅର୍ଥ । ତଥାପି ଯେଉଁ ବ୍ରାଞ୍ଚରେ ପଢିବାକୁ ଚାହୁଁଥିଲା ପଢୁଛି ସେଥିରେ । କିନ୍ତୁ ବହୁତ କଷ୍ଟ କରିବାକୁ ପଡୁଛି ତା ମାଆଙ୍କୁ ସେଥିପାଇଁ ।

--ମାଆଙ୍କର ଅବଦାନ କେହି ଶୁଝି ପାରେନାରେ । ଦେଖିବୁ ତାଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ,ବିଶେଷ କରି ତୋ ଦ୍ୱାରା ,ବୁଝିଲୁ ! ତାକୁ ଆଶ୍ୱାସନା ଦେଇ ବୁଝାଇଲି । ଆସ୍ତିକ ବୁଝିଲା କି ନାହିଁ ,କିନ୍ତୁ ମୋତେ ସନ୍ତୋଷ ଲାଗିଲା ଯେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥାଇ ବିରାଟ କାର୍ଯ୍ୟଟିଏ ସାଧନ କରି ପାରିଛି । ନିଜର ସନ୍ତାନ ତରଫରୁ ସେଇ ମାନବିକତା ନ ପାଇବାର ଅସହାୟତାର ଦୀର୍ଘଶ୍ଵାସଟିଏ ଛାତି ତଳୁ ବାହାରିଆସିଲା । ଏକ ମାତ୍ର ସନ୍ତାନକୁ ଯୋଗ୍ୟ କରିବାକୁ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଉତ୍ସର୍ଗ କରିଦେଇଥିଲି । କିନ୍ତୁ ପୁଅ ତା'ର ଯୋଗ୍ୟତା ଅର୍ଜନ କରିସାରିବା ପରେ ପ୍ରବାସୀ ହୋଇଗଲା ।ପାଞ୍ଚ ବର୍ଷରେ ଥରେ ଦର୍ଶନ ମିଳିବାର ସୁଯୋଗ ମିଳେ କି ନାହିଁ ।

--ସାର ଆପଣ ଜାଣିଛନ୍ତି ,ଏଇ କିଛିଦିନ ତଳେ ଦେବାଶିଷର ଡେ଼ଥ ହୋଇଯାଇଛି ? ଆଶ୍ଚର୍ଯ୍ୟରେ ଚାହିଁଲି ମୁଁ ତା ମୁହଁକୁ ! ମୋତେ ଏମିତି ଚାହିଁବାର ଦେଖି ସେ ବଡ ଅସହାୟ ଓ କୋହ ଭରା କଣ୍ଠରେ କହିଲା-

--ମୁଁ କରୁଥିବା କୋର୍ସ ସେ ବି କରୁଥିଲା । ୨୩ଲକ୍ଷ ଟଙ୍କାଫିସ ସେ କଲେଜରେ । ଆଉ ବର୍ଷେ ପରେ ଭଲ କ୍ୟାମ୍ପସ ପାଇ ଯାଇଥାନ୍ତା କିନ୍ତୁ ଖରାପ ସଙ୍ଗତରେ ପଡି ,ବୋଧହୁଏ ଡ୍ରଗ୍ସରେ ଇନଭଲବ ଥିଲା , ଜୀବନ ଚାଲିଗଲା । ବହୁତ ଦୁଃଖ ଲାଗେ ସାର । କିଏ ଖୋଜୁଛି ତ କିଏ ପାଉନି ।

ମୁଁ ତା'କଥାର ମର୍ମାର୍ଥ ବୁଝିପାରୁଥିଲି । ମୋ ମୋବାଇଲ ନମ୍ବର ତାକୁ ଦେଇ କହିଲି ,

--ନେ ,ଏ ନମ୍ବରଟା ରଖ ,ଅନେକ ଦିନ ହେବ କାହା ସହ ଭେଟା ଭେଟି ହେଉନଥିବାରୁ ମୁଁ କିଛି ଖବର ରଖିପାରିନି ।

ବାପା ନାହାନ୍ତି ବୋଲି ,କେବେ ମନ ଦୁଃଖ କରିବୁନି । ଆଜିଠାରୁ ଭାବିବୁ ଯେ ,ତୋର ଜଣେ ବଡବାପା ଅଛନ୍ତି ।

*****

ଆସ୍ତିକ ,ଭଲ ମେଧାବୀ ପିଲା । ଆଜି ପର୍ଯ୍ୟନ୍ତ ଛାତ୍ର ବୃତ୍ତି ପାଉଥିବା ପିଲାଟିର ମେଧା ଶକ୍ତିର ଆକର୍ଷଣୀରେ ପିତୃତ୍ୱର ଅସୀମ ମମତା ଟିକକ ଛଲକି ପଡିଲା ଯେମିତି । ଭାରି ଭଦ୍ର ,ନମ୍ର ,ତଥା ବିନୟୀ ଆସ୍ତିକ ପ୍ରତି ଅଜସ୍ର ଆଶୀର୍ବାଦ ହୃଦୟରେ ଘୁରିବୁଲୁଥିଲେ । ଅନେକ ଛାତ୍ର ଛାତ୍ରୀଙ୍କର ଖବର ଅଳ୍ପ ସ୍ୱଳ୍ପରେ କହୁଥିଲା ଆସ୍ତିକ । ଆଉ ମୁଁ ପ୍ରବଳ ଆଗ୍ରହର ସହ ଶୁଣୁଥିଲି ।

ଏହା ମଧ୍ୟରେ ଚାରିଘଣ୍ଟା ବିତିଯାଇଥିଲେ ମଧ୍ୟ ଟ୍ରେନ ଚାଲିବାର କୌଣସି ସଙ୍କେତ ମିଳୁ ନ ଥିଲା । ଆସ୍ତିକ ଟିକେ ଆଗେଇ ଯାଉଥିବା ବେଳେ ମୁଁ ବାରଣ କରିବାରୁ ରହିଗଲା କାରଣ ଏ ହେଉଛି ଛିନ୍ନମସ୍ତାର ସମୟ ମସ୍ତିଷ୍କ ବିହୀନ ଜୀବର କ୍ରିୟା କର୍ମ ଉପରେ ନିୟନ୍ତ୍ରଣ ନଥାଏ । ତେଣୁ ନିଜେ ହିଁ ସାବଧାନ ହେବା ଶ୍ରେୟସ୍କର । ସେତେବେଳକୁ ପେଟରେ କ୍ଷୁଧାର ତାଡନା ଧୀରେ ଧୀରେ ପ୍ରଭାବ ବିସ୍ତାର କଲାଣି । ତେବେ ଯାହା ହେଉ ପାଖରେ ଥିବା ବିସ୍କୁଟରେ ଭୋକ ଶାନ୍ତ କରିବାକୁ ପଡିଲା ।

ଏମିତି ବିତିଗଲା ଆଉ ଦୁଇ ଘଣ୍ଟା । ଅପରିଚିତ ,ପରିଚିତ ହେବାକୁ ଲାଗିଲେ । ରାଜନୀତିର ଦେଶ ଚର୍ଚ୍ଚା ଠାରୁ ଆରମ୍ଭ କରି ,ମାଓବାଦୀ କାର୍ଯ୍ୟକଳାପ ତଥା ବେକାରୀ ସମସ୍ୟାରେ କିପରି ଏକ ରୁ ଅଧିକ ସଂଖ୍ୟାରେ ବୃହନ୍ନଳା ସୃଷ୍ଟି ହେବାରେ ଲାଗିଛନ୍ତି ,ସେ କଥାର ଏକ ଉଦାହରଣ ଦେଇ ତତ୍କାଳ ବନ୍ଧୁ ଜଣକ କହିଲେ ,

--"ଏଇ ଦଶ ଦିନ ତଳେ ଭୁବନେଶ୍ୱରରୁ ଫେରୁଥିଲି, କଣ କହିବି ଗୋବିନ୍ଦ ବାବୁ ,ସମ୍ପୂର୍ଣ୍ଣ ପୁରୁଷ ପିଲାଟା , ଗୋଜା ଟୋକାଟା । ସଜେଇ ହୋଇ ବୃହନ୍ନଳା ସାଜିଛି ହୋ ...ମହାଭାରତ ବର୍ଣ୍ଣନାରେ ସିନା ସେ ଉର୍ବଶୀର ଅଭିଶାପ ପାଇଥିଲେ କିନ୍ତୁ ଆଜିର ଶସ୍ତା ରାଜନୀତି ଦ୍ୱାରା ଅନେକେ ଅଭିଶପ୍ତ ।କହିଲା ,"ପ୍ରାଇଭେଟରେ ଚାକିରୀ କରି ଚଳି ହେଲାନି ଆଜ୍ଞା । ଦିନରାତି ଖଟଣୀ ଦରମା ଦେବ ଛଅ /ସାତ ହଜାର । ଏଇ ବେଉସାରେ ଭଲ ଦି ପଇସା

ପାଉଛି ।"ମୁଁ ତାକୁ କହିଲି ,"ମହାନ୍ତି ଏ ,ତମ ଘରେ ଏ କଥା ଜାଣିଛନ୍ତି ? ସଙ୍ଗେ ସଙ୍ଗେ ସେ ମୁହଁ ବୁଲାଇ କହିଲା ,"ଏବେ ଦୁନିଆ ଏମିତି ହେଇଛି ସାର ,ତମେ କଣ କରୁଛ ,କାହିଁକି କରୁଛ ,କାହା ପାଇଁ କରୁଛ ? କେହିକିଛି ବୁଝିବାକୁ ଚାହାନ୍ତିନି ।

ଖାଲି କରିବା ଦରକାର ଆଉ ଚଳିବା ଦରକାର ।"କହି ପ୍ରସ୍ଥାନ କଲା ।

ମୁଁ ତ ତଟସ୍ଥ ....!! "

ତତ୍କାଳ ବନ୍ଧୁ ଗଜେନ୍ଦ୍ରଙ୍କ ଠାରୁ ଶୁଣି ମୁଁ ବି ତଟସ୍ଥ ହେଲି ...ହାଏ ରେ ଦଇବ ,ଦୀର୍ଘ ଷାଠିଏ ବର୍ଷ ପରେ କଣ ସବୁ ଦେଖିବାକୁ ଆଉ ଶୁଣିବାକୁ ମିଳୁଛି ।ୟେ ତ ତୃତୀୟ ଲିଙ୍ଗ ବି ନୁହେଁ । ଅଥଚ ତେଣେ ଜବ କାର୍ଡର ଢ଼ିଣ୍ଡରା ଦୁନିଆ ଉଠୁଲୁ ପୁଟୁଲୁ । ହଃ ,ଏ ତ କୁରୁସଭା ଠୁଁ ବି ବଳିଗଲେରେ ,ଶହଶହ ଧୃତରାଷ୍ଟ୍ର ଏଠି । କେଉଁଆଡେ ବି ମଧ୍ୟବିତ୍ତ ପାଇଁ ରକ୍ଷା ନାହିଁ ।

---------

ବାର ଘଣ୍ଟିଆ ବନ୍ଦ ଡାକରାର ଫଳ ସ୍ୱରୂପ ଅନେକ ସ୍ଥାନରେ ଦୁର୍ଘଟଣା, ଦଙ୍ଗା ବି ହୋଇଯାଇଛି । ରାଜଧାନୀରେ ବନ୍ଧୁଙ୍କ ବିବାହ ଉତ୍ସଵରେ ଯୋଗଦାନ କରିବାକୁ ଯାଇ ସେଠାରେ ବିଶେଷ କିଛି ସମାରୋହ ଦେଖିବାକୁ ପାଇଲିନି କିନ୍ତୁ ମଣ୍ଡପ ଭିତରେ ଖୁବ୍ ସୁକ୍ଷ୍ମ ବାଦ୍ୟ ବାଜୁଥିଲା । ମୋ ବାଲ୍ୟବନ୍ଧୁଙ୍କର ଏହା ଥିଲା ତୃତୀୟ ଶେଷ ତଥା ସର୍ବକନିଷ୍ଠ କନ୍ୟାର ବିବାହ । ତେଣୁ ଇତିର ମୁଣ୍ଡାଟିଏ ଛୁଆଁଇବାକୁ ଆସିବାକୁ ପଡିଲା । କିନ୍ତୁ "ବନ୍ଦ"ର ପ୍ରଭାବ ପାଇଁ ସବୁ କିଛି ଫିକା ଫିକା ଲାଗୁଥିଲା ଦିନବେଳେ ହେଉଥିବା ବିବାହ ଉତ୍ସଵଟିର ।

ଝିଅକୁ ବିବାହ ଦେଉଛି ଏଇ ସର୍ତ୍ତରେ ଯେ ବିବାହ ପରେ ସେ ତା ସ୍ବାମୀ ସହିତ ପ୍ରବାସରେ ରହିବ । ସେତେବେଳେ ମୁଁ ତାଙ୍କ କଥାରେ ହତବାକ । ସେ କିନ୍ତୁ ଅତି ସହଜ ମନରେ କହିଦେଲେ ,"ପାଖରେ ରହିବା କଥା କହୁଛ ତ ତା ହେଲେ ଏତେ ଟଙ୍କା ଖର୍ଚ୍ଚ କରି ଯୋଗ୍ୟତା କିଣୁଥିଲ କାହିଁକି ? ଆଉ ବିବାହବେଦୀରେ କନ୍ୟା ପିତା ପାଖରେ ବିକ୍ରୀ ହେଉଛନ୍ତି କାହିଁକି ? ତମର ଝିଅ ଥିଲେ ସିନା ତମେ ଜାଣନ୍ତ ,କି ଦୁଃଖ !!"

" କିନ୍ତୁ ମୁଁ ତ ମୋ ପୁଅକୁ ବିକ୍ରୀ କରି ନ ଥିଲି । ତେବେ ? .....ଗତବର୍ଷ ସ୍ତ୍ରୀ ଚାଲିଗଲେ ।କିନ୍ତୁ ମୁଖାଗ୍ନି ଦେବାକୁ ପୁଅ ଆସିପାରିଲାନାହିଁ । କେବଳ ଶୋକ ପ୍ରକାଶ କରି ଭୀଷଣ ଦୁଃଖିତ ବୋଲି କହିଲା ପରେ ବ୍ୟବସ୍ଥା କରି ଆସିବ ବୋଲି କହିଥିଲା । କିନ୍ତୁ ବର୍ଷେ ଚାଲିଗଲା ପରେ ବି ଆସିପାରିଲାନାହିଁ । ଏଇଟା ହିଁ ତା'ର ମାନବିକତା ।

ଆଉ କିଛି କହିବାର ଅଛି ? ଏଇ ବୟସରେ ପତ୍ନୀହରା ହୋଇ ସହାଭରସା ହୀନ ହୋଇ ରହିବା ,କେତେ ଯେ କଷ୍ଟ ତାକୁ ମାପି ପାରିବ ? "

ବନ୍ଧୁ ଉପରେ ଏତକ ଲଦିଦେଇ ମୁଁ ତା ପରଦିନ ଘରକୁ ଫେରିଆସିଲି ।

କିଛି ଭଲ ଲାଗୁନି ଆଜିକାଲି । ଗୋଟେ ଲୋକ ଅଛି ମୋ ପାଖରେ । ରାନ୍ଧବଢା ,ଦେହପା ,ଭଲମନ୍ଦ ,ସବୁ କଥା ବୁଝାବୁଝି କରେ ।ଏବେ ମୋ ପ୍ରକୃତ ଦୁନିଆ କହିଲେ ସେ (ଚନ୍ଦ୍ର ) ଆଉ ମୁଁ । ଆମ ପରସ୍ପର ଦୁଃଖ ,ଅସହାୟତା ,ପରସ୍ପରଙ୍କୁ ସହାୟତା କରୁଛି । ବାକି ସବୁ ଦେଖଣାହାରୀ ।

ଚନ୍ଦ୍ର ସକାଳୁ ଚାହା ଦେଇଗଲାଣି କିନ୍ତୁ ସେହି ସମୟରେ ଫୋନ ଆସିବାରୁ ମୁଁ କଥାରେ ବ୍ୟସ୍ତ ରହିଲି ।

--ବାପା ,ଆମେ ବହୁତ ଅସୁବିଧାରେ ପଡିଯାଇଛୁ । କିଛି ଟଙ୍କା ଦରକାର ଥିଲା ,ଏଇ ପନ୍ଦର /କୋଡିଏ ଲକ୍ଷ ଭିତରେ ..। ପ୍ଲିଜ଼ ଆଠ ଦଶ ଦିନ ଭିତରେ ଯୋଗାଡ କରି ପଠେଇଥିଲେ ଭଲ ହୋଇଥାନ୍ତା । ବୋହର ଫୋନ ଥିଲା । ଇଛା ହେଉଥିଲା ଅନେକ କିଛି ଉତ୍ତର ଦେବାକୁ । କିନ୍ତୁ ବୋହୁଟାକୁ କଣ କହିବି ? ମୋ ସୌଜନ୍ୟ ମୋତେ ବାନ୍ଧି ରଖିଲା ।ଏଇଟା ତ ପୁଅର ଦୋଷ । ଅସୁବିଧାରେ ସ୍ତ୍ରୀ କାନ୍ଧର ସାହାରା ନେଉଛି ।

ମୁଁ ଦୀପୁକୁ ଫୋନରେ ମେସେଜ କରିଦେଲି ,"ମୋ ପାଖେ ଏତେ ପଇସା ଏବେ ନାହିଁ କି ଯୋଗାଡ କରିପାରୁନି ,ପାଞ୍ଚଲକ୍ଷ ଟଙ୍କା ପଠାଇଦେଉଛି । ମୋ ଅନ୍ତେ ଏ ଘରଦ୍ୱାର ଜାଗବାଡିର ଏକ ଚତୁର୍ଥାଂଶ ତୋର ,ସେତିକିରେ ତୁ ଯାହା ଅଧିକାର ସାବ୍ୟସ୍ତ କରିବା କଥା କରିବୁ ବାକି ଅନ୍ୟ ଅଂଶଟି ତୋ ମାଆର ସ୍ମୃତିରେ ଜରାନିବାସ ପାଇଁ ଉତ୍ସର୍ଗୀକୃତ ହୋଇସାରିଛି । " ମେସେଜ ରିସିଭଡ଼ ସୋ କଲା । ମୁଁ ଫୋନ ରଖିଦେଲି ।

ଚନ୍ଦ୍ର ଦେଇଯାଇଥିବା ଚାହା ସେତେବେଳକୁ ଥଣ୍ଡା ହୋଇଯାଇଥିଲା । ମୁଁ ଚନ୍ଦ୍ରକୁ ଡାକୁ ଡାକୁ ଭାରି ହାଲକା ଅନୁଭବ କରୁଥିଲି । ସତେ ଯେମିତି ମୋ କାନ୍ଧରୁ ଏକ ବିରାଟ ବୋଝ ଓଲ୍ହାଇଯାଉଥିଲା !!

ବାରିପଦା

8249850168


Rate this content
Log in