Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆଈ ମା'ର ଗପ ଚାଙ୍ଗୁଡ଼ି

Others

3  

ଆଈ ମା'ର ଗପ ଚାଙ୍ଗୁଡ଼ି

Others

ହୃଦୟ ପରିବର୍ତ୍ତନ

ହୃଦୟ ପରିବର୍ତ୍ତନ

2 mins
758


କର୍ଣ୍ଣାଟକରେ ଶ୍ରୀନିବାସ ନାମକ ସ୍ୱର୍ଣ୍ଣକାର ସଂପ୍ରଦାୟର ଜଣେ ଶେଠ୍ ଥିଲେ । ସେ ଅତି କୃପଣ ଥିଲେ । ଦିନେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ଝିଅ ବିଭାଘର ନିମନ୍ତେ କିଛି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ଶ୍ରୀନିବାସ ବହୁ ଚିନ୍ତା କଲା ପରେ ଦୁଇ ଥାଳିରେ ରଖାଯାଇଥିବା କିଛି ଅର୍ଥ ଆଣି ବ୍ରାହ୍ମଣଙ୍କ ସମ୍ମୁଖରେ ରଖି ଉଭୟରୁ ଗୋଟିଏ ଲେଖା ଟଙ୍କା ନେବାପାଇଁ ନିର୍ଦେଶ ଦେଲେ । ବ୍ରାହ୍ମଣ ଏଥିରେ ସନ୍ତୁଷ୍ଟ ନହୋଇ ଶେଠ୍ଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ନିଜ ଦୁଃଖ କଥା କହି ସହାୟତା ମାଗିଲେ । ସ୍ୱର୍ଣ୍ଣକାର କୃପଣ ଥିଲେ ମଧ୍ୟ ପତ୍ନୀ ଅତିଶୟ ଦୟାଳୁ ଥିଲେ । ବ୍ରାହ୍ମଣଙ୍କୁ ସେ ନାକରେ ପିନ୍ଧିଥିବା ହୀରାଫୁଲଟି ଓହ୍ଲାଇ ଦେଇଦେଲେ । ବ୍ରାହ୍ମଣ ଦୁଇଟି ମୁଦ୍ରା ନନେଇ ଚାଲିଆସିବା ପରେ ଶ୍ରୀନିବାସ ବେଶ୍ ଖୁସି ହୋଇଯାଇଥିଲେ । ଏଇଥିପାଇଁ ଯେ ବ୍ରାହ୍ମଣଟି କିଛି ନନେଇ ଚାଲିଗଲା । ପରଦିନ ବ୍ରାହ୍ମଣଟି ପୁଣି ଦୋକାନରେ ପହଁଚିଲା । ସେହି ହୀରାର ଫୁଲଟି ନେଇ ତା’ ପରିବର୍ତ୍ତେ ତାକୁ କିଛି ସ୍ୱର୍ଣ୍ଣମୁଦ୍ରା ଦେବାପାଇଁ ପ୍ରାର୍ଥନା କଲା । ଶ୍ରୀନିବାସ ନାକ ଫୁଲଟିକୁ ଭଲଭାବେ ଦେଖି ଜାଣିପାରିଲେଯେ ଏଇଟି ତାଙ୍କ ପତ୍ନୀଙ୍କର । ତେଣୁ ତାହା ଦୋକାନରେ ରଖି ବ୍ରାହ୍ମଣଙ୍କୁ କହିଲେ ଏଇଟି ଏବେ ମୁଁ ରଖିଛି, କାଲି ସ୍ୱର୍ଣ୍ଣ ମୋହର ମୋଠାରୁ ନେଇଯିବ । ବ୍ରାହ୍ମଣ ଚାଲିଗଲେ । ଶ୍ରୀନିବାସ ନାକଫୁଲଟିକୁ ଦୋକାନରେ ଯତ୍ନରସହ ସାଇତିରଖି ସିଧା ଗୃହକୁ ଚାଲିଲେ । ଘରେ ପହଁଚି ପତ୍ନୀଙ୍କୁ ହୀରାଫୁଲ ସମ୍ପର୍କରେ ପଚାରିଲେ । ପତ୍ନୀ ଏହା ଶୁଣି ହଡବଡେଇ ଗଲେ । ପତ୍ନୀ ହୀରାଫୁଲଟି ବ୍ରାହ୍ମଣଙ୍କୁ ଦାନ ଦେଇଛନ୍ତି ।

କୃପଣ ସ୍ୱାମୀଙ୍କୁ ଦେଖାଇବେ ବା କିପରି? ପତିଙ୍କର ସ୍ୱଭାବ ଜାଣି ସେ ଖୁବ୍ ଡରିଗଲେ । ବାରମ୍ବାର ପଚାରିବାରୁ କହିଲେ ଏହା ଘରେ ରଖିଛି । ଘର ଭିତରକୁ ଯାଇ ଚିନ୍ତାକଲେ ସ୍ୱାମୀଙ୍କୁ ଫୁଲଟି ନଦେଖାଇଲେ ବହୁ କଟୁକଥା ଶୁଣିବାକୁ ହେବ । ଅପମାନ ଶୁଣି ବଂଚିବା ଅପେକ୍ଷା ମରିଯିବା ଭଲ । ଦାନଦେବା କଥା କହିଲେ କହିବେ ମୋତେ ନପଚାରି କାହିଁକି ଦାନ ଦେଲ? ଏକ ପାତ୍ରରେ ବିଷ ଗୋଳାଇ ରଖି ଘରେ ପୂଜା ପାଉଥିବା ମୁରଲୀଧାରୀଙ୍କ ପାଦତଳେପଡି କହିଲେ – ହେ ପ୍ରଭୁ ! ମୋର ସ୍ୱାମୀଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ । ମୁରଲୀଧାରୀଙ୍କୁ ଆକୁଳଭାବରେ ପ୍ରାର୍ଥନାକରି ବିଷ ପିଇବାକୁ ଯିବା ସମୟରେ ହଠାତ୍ କ’ଣ ଗୋଟେ ତାଙ୍କ ଆଗରେ ପଡିବାରୁ ସେ ଦେଖନ୍ତିତ ତାହା ସେହି ନାକ ଫୁଲ । ପତ୍ନୀଙ୍କ ଆଖିରେ ଆନନ୍ଦାଶ୍ରୁ ଭରିଗଲା । ସ୍ୱାମୀଙ୍କୁ ସେ ନେଇ ଏହା ଦେଖାଇବାରୁ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଦୋକାନରେ ଯତ୍ନରେ ରଖିଥିବା ହୀରାଫୁଲଟି ଏଠାକୁ ଆସିଲା କିପରି? ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତତ୍କ୍ଷଣାତ୍ ଦୋକାନଯାଇ ଦେଖନ୍ତିତ ଫୁଲଟି ସେ ସ୍ଥାନରେ ନାହିଁ । ସେଠାରୁ ଆସି ସ୍ତ୍ରୀଙ୍କୁ ପଚାରିବାରୁ ସେ ସବୁକଥା ସତସତ କହିଗଲେ । ପତ୍ନୀଙ୍କଠାରୁ ଅଲୌକିକ କଥା ଶୁଣି ଶ୍ରୀନିବାସଙ୍କ ହୃଦୟ ପରିବର୍ତ୍ତନ ହୋଇଗଲା । କୃପଣ ଶ୍ରୀନିବାସ ପାଲଟିଗଲେ ସନ୍ଥ ପୁରନ୍ଦର ଦାସ ।


Rate this content
Log in