Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

2.5  

Rasmi Rekha Tripathy

Inspirational

ବାର୍ଦ୍ଧକ୍ୟ ଭତ୍ତା

ବାର୍ଦ୍ଧକ୍ୟ ଭତ୍ତା

1 min
7.7K



ହଇରେ ବାଡିପଡା l ଟଙ୍କା 300 ପାଇବି ଯେ, ମୁଁ ଲେଖି କି ଦେବି ମୋ ପୁଅ ମୋତେ ପଚାରୁନି ବୋଲି? ତୋ ଭତ୍ତାରେ ନିଆଁ ଲାଗୁରେ ଅଳପେଇସା l ଆହୁରି ଅନେକ ଅଭାଷାରେ ଗାଳି କରୁଥିଲା, ବଟ କକା ଘର ବୁଢୀ ମାଆ l ବଟ କକା ଆମ ଘରେ ହଳିଆ l ଗାଆଁ ହିସାବରେ କକା ବୋଲି ଡାକୁ l ଦଲାଲଟିଏ ଆସି ତାକୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଫୁସୁଲା ଫୁସୁଲି କରୁଥିଲା l ବୁଢୀ ଯେତେବେଳେ ଜାଣିଲା ଯେ, ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଏୟା ଲେଖିବାକୁ ପଡିବ, ବୁଢୀ ମାରେ କି ନ ମାରେ l

       ମୁଁ ବୁଲି ଚାହିଁଲି ଆମ କୁଟୁମ୍ବର ସାଆନ୍ତ ବାପାଙ୍କୁ, ଯିଏ କି ଅଚଳାଚଳ ସମ୍ପତ୍ତିର ମାଲିକ l ଚାରି ଚାରିଟା ରୋଜଗାରିଆ ପୁଅ ତାଙ୍କର l କିନ୍ତୁ ସରପଞ୍ଚଙ୍କୁ ଧରାଧରି କରି ବାର୍ଦ୍ଧକ୍ୟ ଭତ୍ତା ନେଉଛନ୍ତି l

       ଛି……….l ଶବ୍ଦଟିଏ ଖସି ଆସିଲା ମୋ ପାଟିରୁ l ଆଉ ବଟ ମାଆ ପ୍ରତି ସମ୍ମାନରେ ମୁଣ୍ଡ ନଇଁଗଲା ମୋର l


Rate this content
Log in

Similar oriya story from Inspirational