Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାନବିକତା
ମାନବିକତା
★★★★★

© Dr Jharana Satapathy

Inspirational Others

2 Minutes   14.5K    18


Content Ranking

ମଉସା.... ଏ ମଉସା....ବୁଢାଟାକୁ ଶୁଭୁନିନା କ'ଣ ! ଯେତେ ହର୍ନ ମାରିଲେ ସାଇଡ ହେଉନି ? କଣ କେଜାଣି କାଲାଟା ବୋଧେ !ଏ ମଉସା ମୁଁ ଗାଡି ଚଲାଉଛି ଆପଣକୁ ଦେଖା ଯାଉନି ନା କଣ ? ଯଦି ଆପଣାଙ୍କର କଣ ହୋଇଯାନ୍ତା... ତା ହେଲେ ମୁଁ ନିଜେ ଦୋଷି ହୋଇଥାନ୍ତି, ଆଉ ଆପଣଙ୍କର ଘର ଲୋକ ମତେ ଥାନାରେ ନେଇ ମାରନ୍ତେ । କିଏ ଅଛିରେ ଆଉ ! ମୁଁ ପରା ଜଣେ ଅସହାୟ । ବୁଢୀ ଚାଲିଗଲା ପରଠୁ ମୁଁ ଅସହାୟ ହୋଇପଡିଛି । ମଉସା ତୁମର ପିଲାଛୁଆ କେହି ନାହାନ୍ତି କି ?

ତାଙ୍କ ପାଖରେ କାହିଁକି ରହୁନ ? ତା କଥା କଣ କହିବି ?ମୋର ଗୋଟିଏ ମାତ୍ର ପୁଅ ।ସିଏ ପରା କଲିକତାରେ ରୁହେ ଆଜକୁ ଦଶ ବରଷ ହେଲାଣି ସିଏ ମୋ ପାଖକୁ ଆସିନି । ମୁଁ ବାହାରେ ବେସାହାରା ହୋଇ ପଡିରହୁଛି । ମୋର ବଳ ବୟସ ଥିବା ସମୟରେ ତୋ ମାଉସୀକୁ ଧରି ଯାହା ପୁଅ ଘରକୁ ଟିକେ ଯାଇଥିଲି । ତାର ବଗିଚାରେ କାମ କରିବାକୁ ଲୋକଵାକ ଦରକାର ପଡିଲା ତ ସିଏ ଆମକୁ ଡକାଇଥିଲା । ମୁଁ ତ ହଳ ମଜୁରିଆ ଲୋକ ଚାଷ କାମ ଟିକେ ଜଣା ।

ଆମେ ଦୁଇଜଣ ସାଥୀ ହୋଇ ଯାଇଥିଲୁ ।ତୋ ମାଉସୀ ଟିକେ ସେଠି ରୋଷେଇ କରିଦିଏ ଆଉ ମୁଁ ମାଳି କାମ କରେ ପୁଅ ବୋହୁ ଦୁଇଜଣ ଚାକିରିଆ ।ବୟସ ବଢିବା ସଗେଂ ଆସ୍ତେ ଆସ୍ତେ କିଛି ଦେଖାଗଲାନି ମୁଁ ଆଉ କିଛି କାମ କରିପାରିଲି ନାହି ।ବାଧ୍ୟ ହୋଇ ପୁଅ ବୋହୁ ମିଶି ଆମକୁ ତାଙ୍କ ଘରୁ ଵାହାର କରିଦେଲେ।

ବୁଢା ବୁଢୀ ଦୁଇଜଣ ଆମେ ଏଣେ ତେଣେ ଘୁରିବୁଲିଲୁ ।ପାଖରେ ମୋର ଟଙ୍କା ପଇସା କିଛି ନ ଥିଲା । ପୁଅର ପଢା ମୂଳେ ସବୁ ଖରଚ ହୋଇଯାଇଥିଲା ।ରହିବା ପାଇଁ ଘର ଖଣ୍ଡିଏ ମଧ ନ ଥିଲା ।ବୁଢୀ ଖାଇବାକୁ ନ ପାଇ ମରିଗଲା ।

ସେଦିନ ପରଠୁ ମୁଁ ନିରାଶ୍ରୟ ହୋଇ ବୁଲୁଛି । ଭିକ ମାଗି ଚଳୁଛି । ଆଖିକୁ ତ କିଛି ଦେଖାଯାଉନି। ମୁଁ ତ ପାଚିଲା ପତର । କେତେବେଳେ ଝଡିପଡିଵି ଜାଣିନାହିଁ ।ଭାବର ଲୁହକୁ ନିଜ ହାତରେ ପୋଛି ଦେଇ ଵୁଢା ଛୋଟେଇ ଛୋଟେଇ ଚାଲିଵାକୁ ଲାଗିଲେ ।ପଛକୁ ଚାହିଁ ବୁଢା ଟିକେ ଦେଖୁଥାଏ ପୁଣି ଚାଲୁଥାଏ । ପାଖକୁ ଯାଇ ବୁଢାକୁ କହିଲି ତୁମେ ଆଉ ମନ ଦୁଃଖ କରନା ମୋ ସହ ଆସ...ତୁମେ ଆମ ଘରେ ରହିବ ଆଜିଠୁ ତୁମ ଦାୟିତ୍ଵ ସବୁ ମୋର.. ।ତୁମେ ଆଉ ନିଜକୁ ଅସହାୟ ଭାବନି ମଉସା !

ଆଜିଠୁ ମୁଁ ହେଲି ତୁମର ପୁଅ....ଆଉ ମୁଁ ତୁମ ଆଖି ଅପରେସନ କରିବି ।।ତୁମେ ଭଲ ଦେଖିପାରିବ । ହଉରେ ପୁଅ ଭଗବାନ ତୋର ମଙ୍ଗଳ କରନ୍ତୁ । ଛୋଟେଇ ଛୋଟେଇ ଵୁଢା ଆସି କହିଲା, "ତୁ ଭଲ ଲୋକ। କେତେ ଲୋକଙ୍କ କଥା ଚିନ୍ତା କରୁଛୁ । ମତେ ନେଇ ତୋ ଘରେ ରଖିବୁ ମୋ ଜୀବନ ଧନ୍ୟ ହୋଇଯିବ ।ବୁଢା ଉପରକୁ ଚାହିଁ ଭଗଵାନ ଉବ୍ଦେଶ୍ୟରେ ଖାଲି ହାତ ଯୋଡୁଥିଲା କହିଚାଲିଲା ପୁଅଠୁ ବଳି ପୁଅଟିଏ ପାଇଲି ।କହୁ କହୁ ବୁଢାର ଆଖି ଲୁହରେ ଟଳଟଳ ହୋଇଗଲା ।

ବାପାକୁ ମୁଁ ଛୋଟ ଵେଳୁ ହରାଇଛି ମଉସା ,ମୋ ବାପାଙ୍କୁ ମୁଁ ଆଉଥରେ ପାଇଗଲି। ଏତିକି କହୁ କହୁ ଵୁଢା କାନ୍ଦି ପକାଇଲା ,ମୋ ପୁଅ ବୋଲି କହି ଜାବୁଡି ଧରିଲା ।

ଡକ୍ଟର ଝରଣା ଶତପଥି

ଭୁବନେଶ୍ବର

ମଉସା ବୁଢା ଅସହାୟ

Rate the content


Originality
Flow
Language
Cover design

Comments

Post

Some text some message..