Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Others

3  

Rasmi Rekha Tripathy

Inspirational Others

ମାନବିକତା

ମାନବିକତା

1 min
7.3K



       ମୋ ଆଈ ବହୁତ ରକ୍ଷଣଶୀଳ l ଯାହା ବୁଝିଥିବେ ସେୟା l ଅନେକ ସମୟରେ ତାଙ୍କୁ ନେଇ ଆମେ ବହୁତ ଅଡୁଆ ପରସ୍ଥିତିର ସମ୍ମୁଖୀନ ହେଉ l ଶୁଣିଛି, ଅଜା ଯେତେବେଳେ ଦରମା ଟଙ୍କା ଆଣୁଥିଲେ, ଆଈ ତାକୁ ପ୍ରଥମେ ବାର ହାତ ବାଜି ଥିବ ବୋଲି ଚୁଲି ମୁଣ୍ଡେ ଧୋଇ ଶୁଖୋଉଥିଲେ l ଏବେ ବି ଅଲଗା ଜାତି ଲୋକଙ୍କର ଛାଇ ପଡିଲେ ସେ ଖାଆନ୍ତି ନାହିଁ l କିନ୍ତୁ ଆଈଙ୍କୁ ଆମେ ବହୁତ ଭଲ ପାଉ l ଦିନେ ନନା ବୋଉ ଘରେ ନ ଥିଲେ l ଆମ ଗାଆଁର ଗୁଡିଆ ଘର ମାମୁଁ ଆସିଥିଲେ l ଆମ ପାଇଁ ଆମ୍ବ ତୋଳିବେ ବୋଲି ଛାତ ଧାରରେ ଠିଆ ହୋଇଥିଲେ l ଅସାବଧାନତାବଶତଃ ଖସି ପଡିଲେ ତଳକୁ l ଲୁଗାପଟା ଖରାପ ହୋଇଯାଇଥିଲା ତାଙ୍କର l ଆଈ ସାଙ୍ଗେ ସାଙ୍ଗେ ହାତରୁ ବ୍ରତ ଖୋଲି ମାମୁଁଙ୍କୁ ପରିଷ୍କାର କଲେ ଓ ଯାହା ପ୍ରାଥମିକ ଚିକିତ୍ସା ଦରକାର କରିସାରି ଡାକ୍ତରଖାନା ନେବା ବ୍ୟବସ୍ଥା କରେଇଲେ l ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଗୁଡିଆଘର ମାମୁଁଙ୍କର ଜୀବନ ରକ୍ଷା ହୋଇପାରିଲା l ସେ ଦିନ ଆମେ ଅନୁଭବ କଲୁ ଯେ, ଆଈ ଆମର ରକ୍ଷଣଶୀଳ, ଜାତିକୁ ଯାବୁଡି ଧରନ୍ତି, କିନ୍ତୁ ମାନବିକତା ହରେଇ ନାହାନ୍ତି l 


Rate this content
Log in

Similar oriya story from Inspirational