Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

2  

Pallabi Das

Others

ବୋହୂର ଅନୁଭୂତି

ବୋହୂର ଅନୁଭୂତି

3 mins
499


ମାଆଙ୍କର ଏକା ଜିଦ୍ ଯ ଝିଅ ର ଷଷ୍ଠୀ ପୂଜା କରିବେ, ସେଥିପାଇଁ ଆମ୍ବଡାଳ ଖଣ୍ଡେ ଆଉ ଦୁବ ବରକୋଳି ପତ୍ର କିଛି ଆଣିବାକୁ ଜିଦ୍ ଧରି ବସିଥିଲେ |

ଝିଅର ପ୍ରଥମ ଜନ୍ମ ଦିନ, ଅନିମେଶ୍ ଚାହୁଁଥିଲେ ଯେମିତି ସବୁ ବିଦେଶୀ ପାର୍ଟୀ ଦେଇ କେକ କାଟି ପାଳନ କରୁଥିଲେ ସେମିତି ପାଳିଦେବେ | ମାଆ କିନ୍ତୁ ଜିଦ୍ ଧରିଥିଲେ, କହିଥିଲେ - " ତୁ ଯାହା କରୁଛୁ କର କିନ୍ତୁ ସଖାଳୁ ଷଷ୍ଠୀ ପୂଜା ହବ |" ଅନିମେଶ୍ ଙ୍କୁ ଭାରି କଷ୍ଟ ଲାଗେ ଉଠିବାକୁ, କିନ୍ତୁ ସେ ପାହାନ୍ତା ରୁ ଉଠି ଗୋଟେ ଚରକ ମାରି ଆସିଥିଲେ ପଛେ ତାଙ୍କୁ ଆମ୍ବଡାଳ ଛଡା ଆଉ କିଛି ମିଳିନଥିଲା | ଦୁବ ବରକୋଳି ପତ୍ର ପାଇଁ ସେ ପୁଣି ଥରେ ବାହାରି ପଡ଼ିଲେ ଗାଡ଼ି ଧରି ଖୋଜିବାକୁ | ମାଆ ସଖାଳୁ ଉଠି ଗାଧୁଆ ସାରି ଝିଅକୁ ସଜେଇବାରେ ବ୍ୟସ୍ତ ଆଉ ମଝିରେ ମଝିରେ ରୋଷେଇ ଘରକୁ ଆସି ମତେ ସାହାଯ୍ଯ କରୁଥିଲେ ପିଠା ପ୍ରସ୍ତୁତ କରିବାରେ | ଅନିମେଶ୍ ଆସିଥିଲେ ବୋହୁତ୍ ବିଳମ୍ଭରେ କିନ୍ତୁ ସାଥିରେ ଆଣିଥିଲେ ଦୁବ ବର କୋଳି ପତ୍ର |

ପ୍ରାୟ ଅଳ୍ପ ସମୟ ଭିତରେ ମାଆ ସବୁ ସଜେଇ ଦେଇଥିଲେ ପୂଜା ପାଇଁ | ଝିଅ ବସିଥିଲା ମୋ କୋଳରେ ଆଉ ଅନିମେଶ୍ ମୋ ପାଖକୁ ଲାଗି ଆଉ ଗୋଟେ ଆସନରେ | ଝିଅ ମୋର ବାରମ୍ବାର ତା ଟିପି ଟିପି ମୁଣ୍ଡ କୁ ଦେଖାଉଥିଲା ଆମକୁ, ଯାହା ମାଆ ସଜେଇ ଦେଇଥିଲେ | ମାଆ ଆମ ଆଗରେ ସଜେଇ ଦେଇଥିଲେ କେତେ କ'ଣ, ବାମ ପାଖରେ ମୁରୁଜ ଉପରେ ଆମ୍ବ ଡାଳ କଳସ ଆଉ ମଝିରେ ଧଳା ମଣ୍ଡା, କାକେରା ସହ ଚକୁଳି ପିଠା ଘୁଗୁନି ଆଉ ଗୋଟେ ବନ୍ଦାଣ ଥାଳିରେ ଦୁବ ବର କୋଳି ପତ୍ର ସହ କିଛି ଅରୁଆ ଚାଉଳ, ଚନ୍ଦନ, ସିନ୍ଦୁର ଇତ୍ୟାଦି |

ମୋ କୁନି ଝିଅ ମୁରୁକି ମୁରୁକି ହସୁଥାଏ ତା ଜେଜେମାଙ୍କ ହୁଳ ହୁଳି ଆଉ ବନ୍ଦାଣ ଦେଖି | ତାକୁ ଏସବୁ ନୂଆ ଲାଗୁଥିଲା |

ଅନିମେଶ୍ କହୁଥାନ୍ତି-" ମାଆ ମତେ ବି ବନ୍ଦଉନୁ, ଠିକ୍ ଯେମିତି ମୋ ଜନ୍ମଦିନରେ ବନ୍ଦଉ" | ମାଆ ଆମ ସମସ୍ତଙ୍କୁ ବନ୍ଦଉଥିଲେ, ଅନିମେଶ୍ ଥାଳି ଆଡକୁ ହାତ ବଢ଼ାଉଥିଲେ ପିଠା ଖାଇବାକୁ ଠିକ୍ ଏତିକି ବେଳେ ମାଆ ହାତଟା କୁ ବାଡ଼େଇ ଦେଇ କହିଲେ - "କିରେ ଭେଣ୍ଡିଆଟେ ହେଲୁଣି, ଗୋଟେ ଛୁଆର ବାପା ହେଲୁଣି ତଥାବି ତୋ ଛୁଆ ଦିନ ର ଗୁଣ ଗୁଡା ଯାଉନି, ରହ ଟିକେ ଭୋଗ ଲଗେଇଦିଏ ଆଗ ତା ପରେ ଖାଇବୁ "|

ଭୋଗ ଲାଗିବାର ଠିକ୍ ଦୁଇ ମିନିଟ୍ ପରେ ଅନିମେଶ୍ ସେଇ ଭୋଗ ଥାଳିରେ ଖାଇବା ଆରମ୍ଭ କରିଦେଲେ ଆଉ ଗୋଟେ ପରେ ଗୋଟେ ସରୁ ଚକୁଳି ଆଉ ଘୁଗୁନି ଖାଇବାରେ ଲାଗିଲେ | ଆମେ ମାଆ ଝିଅ ଅନେଇଥିଲୁ କାଳେ ଆମକୁ ଯାଚି ଦେବେ ବୋଲି କିନ୍ତୁ ସେ ଖାଇବାରେ ଏତେ ବ୍ୟସ୍ତ ଥିଲେ ଯ ଭୁଲିଯାଇଥିଲ ଆମକୁ | ମାଆ ଆଉ ଗୋଟେ ଥାଳିରେ ଆମ ପାଇଁ ବାଢ଼ି ଆଣି କହିଲେ- " ମା ଲୋ, ନେ ଖାଇଦେ ସେ ଟୋକା ଏବେ ତା ପସନ୍ଦର ଖାଇବା ପାଇଯାଇଛି ଆଉ ସେ କାହାକୁ ଅନେଇବନି" | ଏତେ ବର୍ଷ ଭିତରେ ମୁଁ ନୂଆ କରି ଦେଖୁଥିଲି ଅନିମେଶ୍ ର ପସନ୍ଦକୁ |

ସନ୍ଧ୍ୟା ବେଳେ କେକ କାଟି ଭୋଜି ଭାତ ଖାଇ ଲୋକ ସବୁ ଫେରିଗଲେ | କିଛି ଓଡ଼ିଆ ପରିବାର ସହ ମାଆ ମିଶି ଯାଇଥିଲେ, ଶୋଇଲା ବେଳେ ସେମାନଙ୍କ ବିଷୟରେ କହୁଥିଲେ, ଶୁଣି ଖୁସି ଲାଗୁଥିଲା | ଏମିତି ଲାଗୁଥିଲା, ଯେମିତି ମାଆ ଆମ ସାଥିରେ london ଆସିବା ପରେ ଏଠି ଗୋଟେ ଛୋଟ ଓଡ଼ିଶା ବସେଇ ଦେଇଛନ୍ତି |

ମଙ୍ଗଳବାର ହେଲେ ଘର ବାହାରେ ପଣା ଦବା, ଝିଅ କୁ କୋଳରେ ବସେଇ ତା କୁନି ହାତ ଦୁଇଟିକୁ ଯୋଡ଼ି ହନୁମାନ ଚାଳିଶା ପଢିବା, ସନ୍ଧ୍ୟା ବେଳେ ଭାଗବତ ଆଉ ରାମାୟଣ ପଢ଼ା, ଇତ୍ୟାଦି ଏସବୁ ଆମକୁ ବୋହୁତ୍ ଶାନ୍ତି ଲାଗୁଥିଲା | ଅନିମେଶ୍ ଆଉ ମୋ ବାହାଘରକୁ ଛଅ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆମେ ଦୁହେଁ ଦୁହିଁଙ୍କୁ ଏତିକି ବୁଝି ନଥିଲୁ ଯାହା ମାଆ ଆସିବା ପରେ ବୁଝି ପାରିଥିଲୁ | ପରିବାର ପାଇଁ କେମିତି ସମୟ ବାହାର କରିବା ଆଉ କେମିତି ଛୋଟ ଛୋଟ ଖୁସିରେ ସମସ୍ତଙ୍କୁ ଏକତ୍ର କରି ପାଳନ କରିବା ଏସବୁ ର ଆଦତ ମାଆ ପକେଇଦେଇ ଓଡ଼ିଶା ଫେରି ଯାଇଥିଲେ | ଗୋଟେ ମାସର ରହଣି ଭିତରେ, ମୋର ସବୁ ଖରାପ ଆଦତ କୁ ସୁଧାରି ଦେଇଥିଲେ ଆଉ ବୋହୁତ୍ କିଛି ନୂଆ ରୋଷେଇ ଶିଖେଇ ଦେଇଥିଲେ |

ଏବେ ମୁଁ ମୋ ଘର ଆଗରେ ସବୁ ମଙ୍ଗଳବାର ପଣା ଦଉଛି ଆଉ ମଝିରେ ମଝିରେ ସମୟ ସୁବିଧା ଦେଖି, ଘରେ ଭାଗବତ ଆଉ ରାମାୟଣ ପାଠ କରୁଛି | ବେଳେ ବେଳେ ମୋ ଶାଢ଼ି ପିନ୍ଧା ଆଉ ସଜବାଜ ଦେଖି ପରିଚିତ ଓଡି଼ଆ ଲୋକମାନେ କେତେ କ'ଣ ଆଶିର୍ବାଦ ଦେଇପକାନ୍ତି ଭାରି ଖୁସି ଲାଗେ | ମାଆଙ୍କ ସାଥିରେ ବସି ଗୋଟେ କଂସାରେ ପଖାଳ ଖାଇବା ରେ ଯୋଉ ମଜା ଥିଲା ସେଇ ମଜା କୋଉ ରେଷ୍ଟୁରାଣ୍ଟ ରେ ବି ମିଳିନି କି ଆଗକୁ ମିଳିବନି | ଓଡ଼ିଆ ମାନେ ଯୋଉଠି ବି ରୁହନ୍ତୁ ପଛେ ସବୁ ବେଳେ ପଖାଳକୁ ଝୁରନ୍ତି | ପଖାଳ କଂସା ସାଥିରେ ବଡ଼ିଚୁରା, ଶାଗ ଭଜା ରେ ଯୋଉ ଆତ୍ମ ଶାନ୍ତି ରହିଚି ତାହା ଅନ୍ୟ କୋଉ ସୁସ୍ୱାଦୁ ବ୍ୟଞ୍ଜନରେ ଅନୁଭୂତ ହୁଏ ନାହିଁ |

ସବୁ ଓଡ଼ିଆ ମାଆମାନଙ୍କ ପରି ମୁଁ ମୋ ଝିଅ କୁ ଓଡ଼ିଆ ଘର ର ରୀତି ନୀତି ସାଥିରେ ପରିଚିତ କରାଉଛି, ତା ସହ ତାକୁ ବିଦେଶୀ ଚାଲିଚଳନ ଶିଖାଉଛି ଯେମିତି କି ଆଗକୁ ଯାଇ ତାକୁ କୌଣସି ଜାଗାରେ ଚଳିବାରେ ଅସୁବିଧା ହବନି |

ମାଆ ଏବେ ତାଙ୍କ ସାଙ୍ଗ ସହଚରି ଧରି ଦେଶ ବିଦେଶ ଭ୍ରମଣ କରୁଛନ୍ତି ଆଉ ନିଜ ପରମ୍ପରା କୁ ଏବେ ବି ବୋହୁତ୍ ନିଷ୍ଠା ରେ ପାଳନ କରୁଛନ୍ତି | ବେଳେ ବେଳେ ଲୋକଙ୍କ ଗହଳିରେ, ମୋ ଛୋଟ ଘରଟି ସୁଦୂର ଓଡ଼ିଶାରେ ଥିବା ମୋ ଛୋଟ ଗାଁ ପରି ଅନୁଭୂତ ହଉଚି |


Rate this content
Log in