Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Romance

3  

Soumya Shubhadarshinee

Romance

ବିଶ୍ୱାସ

ବିଶ୍ୱାସ

4 mins
574



ଏଇ ଯେମିତି ବର୍ଷା ହେବ ହେବ ହେଉଥିବ କିନ୍ତୁ ହେଉନଥିବ । ଆକାଶ କଳା ବାଦଲ କୋଳରେ ହଜିଥିବ କିନ୍ତୁ ବର୍ଷୁ ନଥିବ । ସୂର୍ଯ୍ୟ ଲୁଚି ସାରିଥିବ କିନ୍ତୁ ଅନ୍ଧକାର ପାଣିରେ ଵତୁରୁ ନଥିବ । ସାତୁଟା ରଙ୍ଗ ଖୁଜୁବୁଜୁ ହେଉଥିବେ କିନ୍ତୁ ଇନ୍ଦ୍ରଧନୁ ଆସୁ ନଥିବ । ଠିକ ସେମିତି ତୁମେ , ହଁ ବିଲକୁଲ ସେମିତି । 


 ଥିବ ତୁମ ଫୋନ୍ ର ରିଂ ରୋଜ , ଥିବ ତୁମ ଅନାବନା ଗପ ସକାଳୁ ସଞ୍ଜ , ଥିବ ତୁମ ରାଗ ରୋଷ ନିତି । ଥିବ ତୁମ ଖିଲିଖିଲି ହସ , ଗାଢ଼ କଜଳ ମଖା ଆଖି , ଖୁସିରେ ଆହୁରି ଗୋଲାପୀ ପଡୁଥିବା ଗୋଲାପୀ ମୁହଁର ମୋହ ମୋ ଭିତରେ । 



 --'' ଏଇ ଆଜି ସନ୍ଧ୍ୟାରେ , ଠିକ ଅଛି । ପ୍ଲିଜ ରେଡି ଥିବ ଯିବା ଲଙ୍ଗ ଡ୍ରାଇଭ୍ , କ୍ୟାଣ୍ଡେଲ୍ ଲାଇଟ୍ ଡିନର୍ , ଆଉ ଆଉ ଆଉ ବୁଝଛ ତ ।" 


--'' ନୋ ସଲୋନୀ , ନୋ ପ୍ରାଙ୍କ ପ୍ଲିଜ । ବହୁତ ହେଲାଣି ଏସବୁ ବୁଝିଲ ।''


ରିକ୍ ବିଶ୍ୱାସ କର : ଇଟ୍ସ ଟୃ


 ତୁମେ କହୁଥିବ , ମୁଁ ଶୁଣୁ ଥିବି । ହଜାରେ ଦ୍ଵିଧା ଭିତରେ ମଧ୍ୟ ଅପେକ୍ଷା କରୁଥିବି : ଡ୍ରେସ୍ ପିନ୍ଧି , ସେଣ୍ଟ ଲଗେଇ , ହେୟାର ଜେଲ ଲଗେଇ , ତୁମ ଗିଫ୍ଟ ଦିଆ ଘଡି ପିନ୍ଧି , ପକେଟରେ ଶୋଇଥିବା ଗରମ ଟଙ୍କାର ଉଷ୍ମତା ସହ ।


 ରାତିର ବୟସ ବଢିବ , ଉତକଣ୍ଠା ଭିଡିମୋଡ଼ି ହେବ , ଇଚ୍ଛା କଲବଲ ହେବେ , ଦେହ ମନକୁ ଅଜଗର ମାଡି ବସିବ , ଲୁହ ଆସିବେ ଆଖିର ଅଗଣାରେ । ବାସ ଗୋଟେ ସୁନ୍ଦର ଶନିବାର ରାତି ପାଣିଚିଆ ହେଇଯିବ ଲୁଣି ଲୁହର ଛୁଆଁରେ । 


 ତୁମେ ଆସିବ ନାହିଁ , ଫୋନ୍ ସ୍ୱିଚ୍ ଅଫ୍ ଆସିବ , ତୁମ ଅସ୍ତିତ୍ୱ ନଥିବ ସାରା ଇଥର୍ ରେ । ଭାବିବି କାଳେ କେଉଁ ହୋଟେଲ୍ ବୁକ୍ କରି ସରପ୍ରାଇଜ ଦେବାର ପାଗଳାମି କରିଥିବ କି ଆଉ । ତେଣୁ ମୁଁ ରୋନାଲଡ଼ ରସ୍ ହେବି ଆଉ ତନ୍ନତନ୍ନ ହେଇ ଖୋଜିବି ତୁମକୁ । ପାଗଳ ଭଳି ସାରା ରାତି ଗାଡି ଘୁରେଇ ସହରର ଅଗଣିତ ଓୟୋ , ଛାଂଟି ପକେଇବି । ଅସଭ୍ୟ ଭଳି ରିସେପ୍ସନ୍ ରେ ଅଧରାତିରେ ପଚାରିବସିବି , '' ଏକ୍ସକ୍ୟୁଜ ମି , ଅପଣଙ୍କ ହୋଟେଲ ରେ ଆଜି ସଲୋନୀ ରାୟ ନାମରେ କେହି ଚେକ୍ ଇନ୍ କରିଛନ୍ତି କି ? ଝିଅଟି ଭାରି କେୟାରଲେସ୍ । ''

ରିସେପ୍ସନ୍ ରେ ଥିବା ଲୋକ ଅନେଇବ , ହସିବ ଆଉ କହିବ ଦେଖୁଛି । କିନ୍ତୁ ତୁମେ ନଥିବ କେଉଁଠି । 


  ତୁମ ହଷ୍ଟେଲକୁ କିନ୍ତୁ ଯାଇ ହେବନି । ୱାଡେନ୍ ଏମିତି ଅଧରାତିରେ କେହି ଆସିଲେ ତୁମକୁ ହଷ୍ଟେଲରୁ କାଢି ଦେବ ବୋଲି ତୁମେ ନିଜେ କହିଥିବ । ଭୟ ଦେଖେଇଥିବ , ତାଗିଦ କରିଥିବ 

ମୋତେ । 


'' ପ୍ରଳୟ ହେଇଗଲେ ସୁଦ୍ଧା ଆସିବ

 ନାହିଁ । ବୁଢ଼ୀକୁ ରାତି ସାରା ନିଦ 

ନାହିଁ । ଦେଖିବ ଯଦି ଜାଣିଲା ମୋର ନିସ୍ତାର ନାହିଁ । ମୋତେ ଆଉ ପାପା ଏଠି ରଖେଇ ଦେବେନି । ତା ପରେ ତୁମେ ହରେଇ ଦେବ ମୋତେ ସରା ଜୀବନ ପାଇଁ ।"


 ତୁମ କଥା ଲକ୍ଷ୍ମଣରେଖା ଭଳିଆ ମୋତେ ଅଟକେଇବ । ଆଉ ରାତି ସରିଯିବ । ଗୋଟେ ସ୍ୱପ୍ନ ମରିଯିବ ଆଉ ମୁଁ ତା' ସହ ନିଃଶେଷ ହେଇଯିବି । ଘୁରିଘୁରି ପୁଣି ଯେବେ ସୂର୍ଯ୍ୟଙ୍କ ସହ ଭେଟ ହେଇଯିବ ମୋ ନିଶା ଉତୁରି 

ଯିବ । ମୁଁ ନିଜକୁ ଘୋଷାଡି ଘୋଷାଡି ନେବି ଘରକୁ । ଫ୍ରେସ ହେବି , ଡ୍ରେସ୍ ପିନ୍ଧିବି , ଖାଲି ପେଟରେ ଅଫିସ 

ଯିବି । ନିଜ ବୋକାପଣ ପାଇଁ ନିଜକୁ ଅଖିଆ ରଖି ଦଣ୍ଡ ଦେବି।


 ଅଫିସରେ ମୁଁ ପୂରା ଦିନ ଚୁପ ରହିବି । କୌଣସି କାମରେ ମୋର ମନ ଲାଗୁନଥିବ । ଅଫିସରେ ମୁଁ ବଡ଼ ଗୋଟେ ଭୁଲ କରୁଥିବି । ମୋ ଅଫିସର ମୋତେ ଝାଡୁ ଥିବ ଇଡିଅଟ୍ , ୟୁସଲେସ୍ 

କହୁଥିବ । ମୁଁ କିନ୍ତୁ ଶୁଣି ପାରୁ ନଥିବି କିଛି । ଥିବି ଏକଦମ ନିର୍ଲିପ୍ତ , ନିର୍ଜୀବ , ଶୁନ୍ୟ । ତୁମ କଥା କେବଳ ତୁମ କଥା ଭାବୁଥିବି । ଭିତରେ ଭିତରେ କାନ୍ଦୁ ଥିବି । 


 ଏଇ ମୁହୂର୍ତ୍ତରେ , ଠିକ ଏଇ ମୁହୂର୍ତ୍ତରେ ତୁମ ଫୋନ୍ ବାଜିବ । ଆଉ ତୁମେ ଖିଲଖିଲ ହସିବ , ଗୋଟେ ଜବରଦସ୍ତ କିସ୍ କରିବ । ଟିକେ ଦୀର୍ଘ ନିଶ୍ଵାସ ନେବ ଆଉ କହିବ , '' ଜାଣିଛ କାଲି ରାତିରେ ପ୍ରବଳ ଜର ମୋତେ ,ଟ୍ରଷ୍ଟ ମି ।''


 ମୁଁ ଭୁଲି ଯିବି ରାତିର ରୀତି । ହାଫ୍ ଡେ ଛୁଟି ନେଇ ଦୌଡିବି । ତୁମ ପାଖରେ ପହଞ୍ଚି ଦେଖିବି ତୁମେ ଚୌମିନ ଖାଉଛ । ଗାଢ଼ ବାଇଗଣି ରଙ୍ଗର ପ୍ଲାଜୋ ସହ ସେଇ ଚିକନ କୁର୍ତ୍ତି ପିନ୍ଧି ଭାରି ସୁନ୍ଦରୀ ଲାଗୁଛ । ମେଞ୍ଚେ ଲିପଷ୍ଟିକ ଲଗା ଓଠରୁ ରଙ୍ଗ ବୋହି ଚୌମିନ ସହ ମିଶି ଆହୁରି ରଙ୍ଗୀନ ଦିଶୁଛି ଆଉ ତୁମେ ହସି ହସି ସେଇତକ ଉଦରସ୍ଥ କରୁଛ ।


 ମୁଣ୍ଡରୁ ପାଦ ଯାଏଁ କେଉଁଠି ମଧ୍ୟ ଉତ୍ତାପର ଚିହ୍ନ ବର୍ଣ୍ଣ ନଥିବ ତୁମର । ଜରୁଆ ଦିଶୁ ନଥିବ ତୁମେ । ମହଳଣ ପଡିନଥିବ ତୁମ ଆଖିର ଉଜ୍ଜ୍ବଳ ଆଭା , ଶେଥା ଦିଶୁନଥିବ ତୁମ ମୁହଁର ଗୋଲାପୀ ରଙ୍ଗ । ତୁମେ ଠିକ ଥିବ , ଏକଦମ

 ଠିକ । ମୁଁ ଜାଣିବି ଯେ ତୁମେ ଜରୁଆ ହେବାର ଅଭିନୟ ମଧ୍ୟ କରୁନଥିବ ।  


  ମୁଁ ପୁଣି ବୁଦ୍ଦୁ ହେଇସାରିଥିବି । ଆଉ ତୁମ ଉପରେ ପ୍ରବଳ ରାଗିକି ମାଡି ଯିବି । ମୋ ଭିତରେ ଟକମକ୍ ହେଇ ଫୁଟୁ ଥିବ କ୍ରୋଧର ଉତ୍ତପ୍ତ ଲାଭା । ଏଇ ଯେମିତି ସବୁ ଓଗାଳି ପକେଇବି ତୁମ ଉପରେ ଆଉ ତୁମକୁ ଜାଳି ପୋଡି ପାଉଁଶ କରିଦେବି । ଶେଷ ହେଇଯିବ ତୁମକୁ ନେଇ ଚାଲିଥିବା ଲୁଚକାଳି ଖେଳ । ମୁକ୍ତି ମିଳିଯିବ ମୋ ସ୍ନାୟୁ ମାନଙ୍କୁ ତୁମ ପ୍ରତୀକ୍ଷାର ଉନ୍ମାଦନାରୁ । 


 ହେଲେ ଯେବେ ମୁଁ ତୁମ ନିକଟକୁଯିବି । ତୁମେ ଚମତ୍କାର କରିଦେବ । ଚୌମିନକୁ ଏକରକମ ଫୋପାଡ଼ି ଦେଇ ଦୌଡ଼ି ଆସିବ ମୋ ପାଖକୁ ଆଉ ଝୁଲି ପଡିବ ମୋ ଦେହରେ । ଖୁବ୍ ଆବେଶରେ ଜଡେଇ ନେଇ ନିଜକୁ ମୋ ସହ କହିବ , '' ୟୁ ଆର୍ ଆମେଜିଙ୍ଗ , ତୁମେ ଏତେ ବିଶ୍ୱାସ କେମିତି କର ମୋତେ ! ଅବଶ୍ୟ କେବଳ ସେଥିପାଇଁ ତୁମେ ମୋ ଫାଭ୍ !".......


 ମୁଁ ନିର୍ବାକ ହେଇଯିବି , ଲାଭା ଥଣ୍ଡା ପଡିଯିବ , ଅଭିମାନ ତରଳି ଯିବ ଆଉ ଆମେ ଦୁହେଁ ଚୌମିନ ଖାଇବାର 

ଦିଶିବା ।


    


Rate this content
Log in

Similar oriya story from Romance