Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୯୬

ଆକବର ବିରବଲ - ୯୬

3 mins
7.6K


ସ୍ତ୍ରୀ କାହାର - ୨

ତା’ପରେ କୃଷକ ଶଗଡିଆକୁ ପଚରା ଯିବାରୁ ଶଗଡିଆ କହିଲା, ଛାମୁଙ୍କ ଆଗରେ ମୁଁ ହଲପ କରି କହୁଛି ଯେ ୟେ ମୋ ସ୍ତ୍ରୀ । ଅଯଥାରେ ଏ ଲୋକଟା ରାସ୍ତା ମଝିରେ ଝାମେଲା କରୁଛି । ଏ କି ଯୁଗ ହେଲା କେଜାଣି ହଜୁର୍ ।

ତା’ପରେ ସେ ସ୍ତ୍ରୀଙ୍କୁ ସମ୍ରାଟ୍ ପଚାରିବାରୁ ସ୍ତ୍ରୀ ଜଣଙ୍କ ଲଜ୍ୟାରେ ମଥା ଅବନତ କରି ଠିଆ ହୋଇ ରହିଲେ । ସମ୍ରାଟଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ । ସମ୍ରାଟ୍ ଭାବିଲେ ୟେ ତ ବଡ ଅଜବ କଥା ହେଲା । ଏହାର ସମାଧାନ କିପରି କରାଯିବ? ନା ଏକଥାର ସମାଧାନ ସ୍ୱୟଂ ବିରବଲ ହିଁ କରନ୍ତୁ । ତାଙ୍କ ବିନା ଏକଥାର ସମାଧାନ ଅସମ୍ଭବ ।

ତହୁଁ ବିରବଲଙ୍କୁ ଡକାଯାଇ ଏହାର ଉପଯୁକ୍ତ ସମାଧାନ କରିବାକୁ ଆଦେଶ ଦେବାରୁ ବିରବଲ ସେମାନଙ୍କୁ ପାଖକୁ ଡାକି ବସାଇ ପ୍ରଥମେ ସ୍ତ୍ରୀ ଲୋକ ଆଡୁ ପରୀକ୍ଷା ଆରମ୍ଭ କରିବାକୁ ଚାହିଁଲେ । କାରଣ ସ୍ତ୍ରୀ କହିପାରିବ ସେ କାହାର ସ୍ତ୍ରୀ । ଏହାପରେ ବିରବଲ ସେ ସ୍ତ୍ରୀକୁ ଡାକି ପାଖରେ ବସାଇ କହିଲେ, ଆଚ୍ଛା ମାଆ, ଦେଖିଲ ଏଇ ଗୋଟିକ କ’ଣ?

ସ୍ତ୍ରୀ କହିଲା, ଏଇଟି ହେଉଛି କାଳି ବୋତଲ ।

ବିରବଲ କହିଲେ, ମୁଁ ଏଥିରେ କାଳି ବଟିକାଟି ପକାଇଲି, ଏଥର ତୁମେ ଯାଅ ଏଥିରେ ଆବଶ୍ୟକ ମତେ ପାଣି ଭର୍ତି କରି ଆଣ ।

ଏହାପରେ ସ୍ତ୍ରୀ ଲୋକ କାଳି ଦୁଆତଟିକୁ ଧରି ଚାଲିଗଲେ ଓ ସେଥିରେ ପାଣି ଭରି ଆଣି ବିରବଲଙ୍କ ନିକଟରେ ଥୋଇଦେଲେ ।

ସ୍ତ୍ରୀ ଲୋକଟି ଦୁଆତରେ ପାଣି ଭରି ଥୋଇ ଦେବାରୁ ବିରବଲ ପାଖାରେ ଥିବା ପର କଲମରେ କାଗଜ ଉପରେ କେତେଗୋଟି ଅକ୍ଷର ଲେଖି ସାରି କହିଲେ – ୟେ ବ୍ୟବସାୟୀ ତୁମେ ମୋ ନିକଟକୁ ଆସ, ମୋ ପରୀକ୍ଷାରେ ଠିକ୍ ହେଲା ଯେ, ୟେ ସ୍ତ୍ରୀ ହେଉଛି ତୁମ୍ଭର । ତୁମେ ଏବେ ତୁମ ସ୍ତ୍ରୀକୁ ଏଠାରୁ ନେଇ ଯାଇପାର ।

ତା’ପରେ ବ୍ୟବସାୟୀ ଜଣଙ୍କ ବିରବଲଙ୍କ ବିଚାରରେ ଖୁସି ହୋଇ ପ୍ରଣାମ କଲା ଏବଂ ନିଜର ସ୍ତ୍ରୀକୁ ଧରି ସେଠାରୁ ଚାଲିଗଲା ।

ଏବେ ବିଚାର ଅପେକ୍ଷାରେ ଶଗଡିଆ ଥିଲା । ଶଗଡିଆକୁ ସମ୍ରାଟଙ୍କ ଆଗରେ ଠିଆ କରାଇ ବିରବଲ କହିଲେ ଜାହାଁପନା, ଏହି ଶଗଡିଆ ହେଉଛି ଅସଲ ବଦ୍ମାସ୍ । ସେ ପର ସ୍ତ୍ରୀକୁ ସାହାଯ୍ୟ କରିବାକୁ କହି ନିଜ ଶଗଡରେ ନେଇଥିଲା । ବ୍ୟବସାୟୀ ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଦେଖି ସେ ଏପରି ଲାଳାୟିତ ହୋଇ ପଡିଲା ଯେ ଶେଷରେ ସେ ତା’ର ଆଚାର ବିଚାର ଭୁଲିଯାଇ ବ୍ୟବସାୟୀର ସ୍ତ୍ରୀକୁ ସେ ନିଜର ବୋଲି ଜବରଦସ୍ତ କହିଛି । ବାସ୍ତବରେ ସେ ସ୍ତ୍ରୀ ଏହି ବ୍ୟବସାୟୀଙ୍କର ।

ସମ୍ରାଟ୍ ଆକବର ସମସ୍ତ କଥା ଶୁଣି ସାରି ବିରବଲଙ୍କୁ ପଚାରିଲେ, ତୁମେ କେଉଁ ବିଚାରରେ ସିଦ୍ଧାନ୍ତ ନେଇପାରିଲ ଯେ ସେ ସ୍ତ୍ରୀ ଏହି କୃଷକର ନହୋଇ ସେହି ବ୍ୟବସାୟୀର ବୋଲି ।

ଦେଖନ୍ତୁ ଛାମୁ, ଶୁଖିଲା ଦୁଆତରେ କାଳି ବଟିକା ଗୋଟେ ପକାଇ ସେ ସ୍ତ୍ରୀଙ୍କୁ ଦେଇଥିଲି ଏଥିରେ ପାଣି ପୂର୍ଣ୍ଣ କରି ଆଣ, ସେ ସ୍ତ୍ରୀ ଠିକ୍ ଭାଗ ମାପରେ ପାଣି ପୂରାଇ ଆଣି ଦୁଆତଟା ମୋ ପାଖରେ ଥୋଇ ଦେବା ପରେ ମୁଁ ସେଥିରେ ପରକଲମରେ ଲେଖନ୍ତେ ଦେଖିଲିଯେ ଉପଯୁକ୍ତ ଭାବରେ କାଳି ଲେଖିବାର ଉପଯୋଗ ହୋଇଛି । ତେଣୁ ମୁଁ ଶେଷରେ ଏହି ସିଦ୍ଧାନ୍ତରେ ପହଁଚିଲି ଯେ ସେ ଜଣେ ବ୍ୟବସାୟୀର ସ୍ତ୍ରୀ । ଲେଖାପଢା କାମ ତାଙ୍କର । ତେଣୁ କେତେ ପାଣି ଦେଲେ କାଳି ଲେଖିବା ଉପଯୋଗୀ ହେବ ତାହା ସେହି ସ୍ତ୍ରୀକୁ ଜଣାଥିବାରୁ ସେ ମାପ ଅନୁସାରେ ଦୁଆତରେ ପାଣି ଦେଲା । ସେ ସ୍ତ୍ରୀ ଯେବେ କୃଷକର ହୋଇଥାଆନ୍ତା, ତାହାହେଲେ ଦୁଆତରେ କେତେ ପାଣି ଦେବା ଦରକାର ତାହା ଠିକ୍ କରିପାରି ନଥାଆନ୍ତା । ହୁଏତ ଆବଶ୍ୟକତାଠାରୁ କମ୍ ପାଣି ଦେଇଥାଆନ୍ତା ନତୁବା ପୂରା ଦୁଆତରେ ପୁରା ପାଣି ଦେଇ ଆଣି ଥୋଇଥାଆନ୍ତା । ଏ ଶଗଡିଆ ଧୋକାବାଜ୍ । ଏହାକୁ ଛାମୁ ଯାହା ଶାସ୍ତୀ ଦେବା କଥା ବିଚାର କରିବେ ।

ସମ୍ରାଟଙ୍କ ସାମ୍ନାରେ ଶଗଡିଆର କଲା କର୍ମ ଏକାଥରକେ ଧରା ପଡିଲା । ସେ ସତ କହିବାକୁ ଆଉ ତର ପାଇଲା ନାହିଁ । ସମ୍ରାଟ୍ ସଙ୍ଗେ ସଙ୍ଗେ ଶଗଡିଆକୁ ବନ୍ଦୀ କରି ରଖ ବୋଲି ଆଦେଶ ଦିଅନ୍ତେ ପ୍ରହରୀମାନେ ଶଗଡିଆର ହସ୍ତରେ ଶିକୁଳି ପିନ୍ଧାଇ ବନ୍ଦିଶାଳା କୁ ଘେନିଗଲେ ।

ଏବେ ବିରବଲଙ୍କର ଏହି ସୂକ୍ଷ୍ମ ବୁଦ୍ଧିକୁ ବହୁତ ତାରିଫ୍ କରି ସମ୍ରାଟ୍ ସଭାସ୍ଥଳରେ ତାଙ୍କୁ ନାନା ଉପହାର ଦେଇ ସମ୍ମାନିତ କଲେ । ବିରବଲ ସଭା ଶେଷରେ ଖୁବ୍ ଖୁସୀ ହୋଇ ନିଜ ଗୃହକୁ ଚାଲିଗଲେ ।


Rate this content
Log in

Similar oriya story from Children