Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Drama

4  

ଓଡ଼ିଆ ଗଳ୍ପ ଓ କବିତା - ୧

Drama

ଲୁଗା ବଦଳରେ ବଳଦ

ଲୁଗା ବଦଳରେ ବଳଦ

2 mins
309



ଜୋଗା ପରମାନନ୍ଦ ଝାନସୀର ଏକ ତୈଳିକ ସଂପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ । ପ୍ରତିଦିନ ସକାଳୁ ସେ ନିଜର ଇଷ୍ଟଦେବଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଉଥିଲେ । ତାଙ୍କ ଦର୍ଶନର ରୀତିଥିଲା ଅଲଗା । ସେ ଭୂମି ଉପରେ ଦଣ୍ଡ ପ୍ରଣାମ କରି ଭକ୍ତିରେ ଶୀମଦ ଭଗବତ ଗୀତାର ଗୋଟିଏ ଶ୍ଳୋକ ଆବୃତ୍ତି କରନ୍ତି । ତା ପରେ ଆଉଥରେ ଦଣ୍ଡପ୍ରଣାମ ପୁଣି ଏକ ଶ୍ଳୋକ ଏପରି ଭାବରେ ସେ ମନ୍ଦିର ପର୍ଯ୍ୟନ୍ତ ପଥ ଅତିକ୍ରମ କରନ୍ତି । ସେତେବେଳକୁ ତାଙ୍କର ସାରା ଶରୀର ଧୂଳି ଧୂସରିତ ହୋଇଯାଇଥାଏ । ଦେହରେ ଅନେକ କଣ୍ଟା ଫୁଟିଥାଏ ।


     ଜୋଗାଙ୍କ ଭକ୍ତିଭାବରେ ମୁଗ୍ଧ ହୋଇ ଜଣେ ହୃଦୟବାନ ବ୍ୟକ୍ତି ଜୋଗାଙ୍କୁ ଏକ ମୂଲ୍ୟବାନ ପୀତବସ୍ତ୍ର ଦାନକଲେ । ତହିଁ ଆରଦିନ ଜୋଗା ସେହି ଦାମୀ ବସ୍ତ୍ର ପିନ୍ଧି ଦଣ୍ଡ ପ୍ରଣାମ କରି ମନ୍ଦିର ପର୍ଯ୍ୟନ୍ତ ଗଲେ । ସେଦିନ କିନ୍ତୁ ପୂର୍ବଦିନ ମାନଙ୍କ ଠାରୁ ପହଞ୍ଚିବାରେ ଡେରି ହେଲା । କାରଣ ଦାନୀବସ୍ତ୍ର କାଳେ ଅଧିକା ମଇଳା ହୋଇଯିବ, ସେଥିପାଇଁ ଅତି ସନ୍ତର୍ପଣରେ ଭୂମି ଉପରେ ଦଣ୍ଡ ପ୍ରଣାମ କରୁଥିଲେ । ବସ୍ତ୍ର ମୋହ ତାଙ୍କଠାରେ ଲାଗି ଯାଇଥିବା ଜାଣି ସେ ଦୁଢଖି ହେଲେ । ନିଜଉପରେ ତାଙ୍କର ରାଗ ହେଲା । ସାଧାରଣ ଏକ ବସ୍ତ୍ର ତାଙ୍କୁ ପ୍ରଭୂଙ୍କଠାରୁ ଦୁରେଇଦେଲା । ଏହା ଏକ ଅପରାଧ ଭାବି ସେ ପ୍ରତିକାର ଲୋଡିଲେ । ମନେ ମନେ ଭାବିଲେ ଏଭଳି ଦୋଷପାଇଁ ଦଣ୍ଡ ପାଇବା ଦରକାର ।


     ସେଇ ମୂଲ୍ୟବାନ ବସ୍ତ୍ରକୁ ନେଇ ସେ ଜଣେ ଲୋକଠାରୁ ଗୋଟିଏ ବଳଦ ଆଣିଲେ । ଲୋକଟିକୁ ବଳଦ କାନ୍ଧରେ ଜୁଆଳି ପକେଇବାକୁ କହି ଆରପଟରେ ନିଜ କାନ୍ଧକୁ ରଖିଲେ ।ବଳଦକୁ ଦୁଇ ଚାରି ପାହାର କଷି ଦେବାକୁ ସେ ଲୋକଟିକୁ ଅନୁରୋଧ କଲେ । ଲୋକଟା ତ ମୂର୍ଖ, ସେ ତାଙ୍କ କଥାନୁସାରେ ବଳଦଟିକୁ ଦୁଇ ଚାରିପାହାର କଷି ଦେଲା । ମାଡଖାଇ ବଳଦଟା ପ୍ରାଣମୂର୍ଛା ଦଉଡିବାକୁ ଲାଗିଲା । ଜୋଗା ଘୁଷୁରି ଘୁଷୁରି ବଳଦ ସାଙ୍ଗରେ ଯାଉଥାନ୍ତି । ଦେହସାରା ଛିଡିଯାଇ ରକ୍ତ ବାହାରୁଥାଏ । ତଥାପି ସେଥିପ୍ରତି ତାଙ୍କର ନଜର ନଥାଏ ।


     ବଳଦଟି ଦୌଡି ଦୌଡି ଜଙ୍ଗଲ ଭିତରେ ପଶିଗଲା । ଜୋଗାଙ୍କ କଷ୍ଟ ସହ୍ୟକରି ନପାରି ପ୍ରଭୁ ଆବିର୍ଭୂତ ହେଲେ କହିଲେ, ତୁମେ କଣପାଇଁ ନିଜ ଶରୀରକୁ ଏତେ କଷ୍ଟ ଦେଉଛ । ମୁଁ କ ଣ ତୁମ ଠାରୁ ଦୂରରେ ରହିଛି ମୁଁ ତୁମରି ଭିତରେ ଅଛି, ତୁମ ଭକ୍ତିରେ ମୁଁ ପୁରାପୁରି ସନ୍ତୁଷ୍ଟ । ଆଜିଠୁ ତୁମେ ଆଉ ଦଣ୍ଡ ପ୍ରଣାମ କରିବ ନାହିଁ । ତୁମେ ସୁଖରେ ଶୋଇଲେ ତାହା ମୋ ପାଇଁ ଦଣ୍ଡ ପ୍ରଣାମ ହେବ ।ପ୍ରଭୂଙ୍କ ଦର୍ଶନ ପାଇ ଜୋଗା ପରମା ନନ୍ଦ ଧନ୍ୟ ହୋଇଗଲେ ।



Rate this content
Log in

Similar oriya story from Drama