Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀଅନ୍ତା ଶବ
ଜୀଅନ୍ତା ଶବ
★★★★★

© Kanan Bala Nayak

Tragedy

5 Minutes   516    48


Content Ranking

ଦୁନିଆର ସବୁ ସମ୍ପର୍କ ଈଶ୍ବର ତିଆରି କରି ଥାଆନ୍ତି ଖାଲି ବନ୍ଧୁତା କୁ ଛାଡ଼ି. ବନ୍ଧୁତା ଏମିତି ଏକ ସମ୍ପର୍କ ଯାହାକୁ ମଣିଷ ନିଜେ ତିଆରି କରିଥାଏ. ଆଉ ସେ ସମ୍ପର୍କରୁ ବିଶ୍ବାସ ଉଠିଗଲେ ମଣିଷର ନିଜ ଉପରୁ ବିଶ୍ବାସ ଉଠି ଯାଇଥାଏ. ଆଉ ଥରେ ମଣିଷର ନିଜ ଉପରୁ ବିଶ୍ବାସ ଉଠିଗଲେ, ମଣିଷ ଆଉ ମଣିଷ ହୋଇ ରହେ ନାହିଁ ପାଲଟି ଯାଏ ଗୋଟିଏ ଜୀଅନ୍ତା ଶବ.

ଅଠର ବର୍ଷ ତଳୁ ବାପା, ମାଆ ଙ୍କୁ ଗୋଟିଏ ଦୁର୍ଘଟଣାରେ ହରାଇବା ପରେ ସବୁ ଦୁଃଖ କୁ ସହି ଏକା ଏକା ମରି ମରି ବଞ୍ଚିବା ଶିଖି ଯାଇଥିଲା ନମିତା. କିନ୍ତୁ ସେ ଦିନ ଲତିକା ସହିତ ତାର ସେଇ ସ୍ବଳ୍ପ ସମୟର ଦେଖା ତାର ବିରଷ ଜୀବନରେ, ପୁଣି ଥରେ ଆନନ୍ଦର ଲହରୀ ଖେଳାଇ ଦେଇଥିଲା. ପୁଣି ଥରେ ତା ଓଠରୁ ହଜି ଯାଇଥିବା ହସ ଫେରି ଆସିଥିଲା. ଲତିକା ସହ ନମିତାର ପ୍ରଥମ ଦେଖା ହୁଏ ଗୋଟିଏ ଅଫିସ କାମରେ ଭୁବନେଶ୍ଵର ରେ. ଦୁଇ ଜଣ ଓଡିଶା ର ଭିନ୍ନ ଭିନ୍ନ ବ୍ଲକରେ କିରାଣୀ ହିସାବରେ କାମ କରନ୍ତି.ନମିତାର ଘର ନବରଙ୍ଗପୁର ଆଉ ଲତିକାର କଟକ. ପ୍ରଥମ ଦେଖାରେ କାହିଁକି କେଜାଣି ଲତିକା କୁ ଭାରି ନିଜର ନିଜର ଲାଗିଥିଲା ନମିତା.ସେଇ ସ୍ବଳ୍ପ ସମୟର ସାକ୍ଷାତରେ ଗୋଟିଏ ବଡ଼ ସମ୍ପର୍କର ମଞ୍ଜି ପୋତି ହୋଇ ଯାଇଥିଲା ଉଭୟଙ୍କ ମନରେ . ଆଉ ଅତି ଅଳ୍ପ ସମୟ ମଧ୍ୟରେ ସେ ମଞ୍ଜିଟି ଗୋଟିଏ ବିରାଟ ଦ୍ରୃମରେ ପରିଣତ ହୋଇ ଯାଇଥିଲା.

ଉଭୟ ଉଭୟଙ୍କର ଅନ୍ତରଙ୍ଗ ବାନ୍ଧବୀ ରେ ପରିଣତ ହୋଇ ଯାଇଥିଲେ. ନମିତାର ଶୂନ୍ଯ ଜୀବନଟା ପୂର୍ଣ୍ଣ ହୋଇ ଯାଇଥିଲା ଲତିକାକୁ ସାଙ୍ଗ ରୂପେ ପାଇ. ଲତିକାର ପିଲାମାନେ ମଧ୍ୟ ଅତି ଅଳ୍ପ ସମୟ ମଧ୍ୟରେ ନମିତାକୁ ନିଜର କରି ନେଇଥିଲେ.

ନମିତା ମଧ୍ୟ ଲତିକାର ପିଲାମାନଙ୍କୁ ନିଜର ପିଲା ଭଳି ସ୍ନେହ କରୁଥିଲା.ଚାକିରୀରୁ ଟିକେ ଫୁରୁସତ ମିଳିଲେ ନମିତା, ଲତିକା ଘରକୁ ପଳାଇ ଯାଉଥିଲା. ଲତିକା ପରିବାରର ଜଣେ ସଦସ୍ୟ ପାଲଟି ଯାଇଥିଲା ନମିତା. ଉଭୟ ଉଭୟଙ୍କୁ କଥା ଦେଇଥିଲେ ଜୀବନର ଶେଷ ନିଃଶ୍ବାସ ପର୍ଯ୍ଯନ୍ତ ବନ୍ଧୁତାକୁ ଲିଭାଇବା ପାଇଁ ଆଉ ସବୁ ଦୁଃଖ ସୁଖ ସମାନ ଭାଗରେ ବାଣ୍ଟିବା ପାଇଁ .

ଅନେକ ସୁଖ ଓ ଦୁଃଖ ର ମୁହୂର୍ତ୍ତ ଏକା ସାଙ୍ଗେ ବିତାଇବା ପାଇଁ ଲାଗିଲେ ନମିତା ଓ ଲତିକା. ଲତିକା ଦିନେ ଫୋନ୍ ନ କଲେ ନମିତା ତା ଉପରେ ଅଭିମାନ କରି ଭୀଷଣ ବିରକ୍ତ ହୋଇ ଗାଳି କରେ. କହେ ତୁ ଭଲ ଭାବେ ଜାଣୁ ତୋ ସହ ଦିନରେ ଥରଟିଏ କଥା ନହେଲେ ମୋତେ ଭଲରେ ନିଦ ହୁଏନି. ତଥାପି ତୁ କାହିଁକି ଫୋନ୍ କରି ନଥିଲୁ ?ଲତିକା ଯାହା ସଫାଇ ଦେଲେ ମଧ୍ୟ କିଛି ଶୁଣେନି ନମିତା . ଲତିକା କହେ ହେଉ ମୋର ଭୁଲ ହୋଇ ଯାଇଛି, କାନ ଧରୁଛି ଆଉ ସେମିତି ହେବନି. ମୋତେ କ୍ଷମା କରିଦେ, ତା ପରେ ଯାଇ ନମିତାର ଗାଳି ବନ୍ଦ ହୁଏ.

ନମିତା କହେ ତୋ ଛଡା ମୋର ଆଉ କିଏ ଅଛି କହିଲୁ? ତେଣୁ ତୁ ମୋତେ କଥା ଦେ ତୁ ମୋ ସହ ସମ୍ପର୍କ କେବେ କାଟିବୁ ନାହିଁ. ତୁ ମୋଠୁ ଦୂରେଇ ଗଲେ ମୁଁ ଗୋଟେ ଜୀଅନ୍ତା ଶବ ପାଲଟି ଯିବି. ଲତିକା କହେ ମୋର ସିନା ସମସ୍ତେ ଅଛନ୍ତି ହେଲେ ତୋ ଭଳି ସାଙ୍ଗ ତ ନାହାଁନ୍ତି ନା? କଥାରେ ଅଛି ପରା ବନ୍ଧୁ ହୀନ ଜୀବନ ମୃତ୍ୟୁ ସହ ସମାନ. ତେଣୁ ତୋ ସହ ସମ୍ପର୍କ କାଟିବାର ବା ତୋଠୁ ଦୂରେଇବାର ପ୍ରଶ୍ନ ଉଠୁଛି କେଉଁଠୁ?

କିନ୍ତୁ ହଠାତ୍ ଲତିକା ର କଣ ହେଲା କେଜାଣି, ଆଠ ଦିନ ହେଲାଣି ନମିତା ପାଖକୁ ନାଁ ଫୋନ୍ କରୁଛି ନାଁ ତା ଫୋନ୍ ଉଠାଉଛି. ଲତିକାର ସ୍ବାମୀ ମଧ୍ୟ ନମିତାର ଫୋନ୍ ଉଠାଉ ନାହାଁନ୍ତି. ନମିତା ବ୍ୟସ୍ତ ହୋଇ ପଡିଲା.ତା ମନଟା ଖାଲି ଗୋଳାଇ ଘାଣ୍ଟି ହେଲା. ପାଖରେ ହୋଇଥିଲେ ଦଉଡି ଯାଇଥାଆନ୍ତା.ପାପି ମନ ନାନା କଥା ଚିନ୍ତା କରିବାକୁ ଲାଗିଲା. କଣ କରିବ କିଛି ଭାବି ପାରୁ ନଥାଏ. ସେଇ ସମୟରେ ତାର ମନେ ପଡିଲା ଲତିକା ର ସାନ ଭଉଣୀ ରୁବି କଥା. ଯାହା ସହିତ ତାର ଗୋଟିଏ ପାରିବାରିକ ଉତ୍ସବରେ ଦେଖା ହୋଇଥିଲା.

କାଳ ବିଳମ୍ବ ନ କରି ରୁବି ପାଖକୁ ଫୋନ୍ କରି ଲତିକାର ଭଲ ମନ୍ଦ ବିଷୟ ରେ ପଚାରିଲା ନମିତା.ଆଉ ଲତିକା ଠିକ୍ ଅଛି ବୋଲି ଜାଣି ଟିକେ ଶାନ୍ତିରେ ନିଶ୍ବାସ ମାରିଥିଲା ନମିତା . ରୁବି କିନ୍ତୁ ଲତିକା କୁ କଣ କହିଲା କେଜାଣି? ଲତିକା ଦୁଇ ଦିନ ପରେ ଫୋନ୍ କରି ନମିତାକୁ ପଚାରିଲା, ମୁଁ ତୋ ଫୋନ୍ ଉଠାଉ ନାହିଁ ବୋଲି ତୁ ୟାକୁ ତାକୁ ଫୋନ୍ କରି ଜଣାଇବା କଣ ନିହାତି ଜରୁରୀ? ସେମାନେ ସମସ୍ତେ ଆମ ସମ୍ପର୍କକୁ ଗୋଟିଏ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି. ଯେତେ ବେଳେ ନାହିଁ ସେତେବେଳେ, ମୋ ସ୍ବାମୀଙ୍କ ପାଖକୁ ମଧ୍ୟ ଫୋନ୍ କରି ଦେଉଛୁ. ତାଙ୍କ ପାଖକୁ ଆଉ କେବେବି ଫୋନ୍ କରିବୁନି କହି ଦେଉଛି. ତୋ ପାଇଁ ଯେମିତି ଆମ ସମ୍ପର୍କରେ ଫାଟ ସୃଷ୍ଟି ନ ହୁଏ କହି ଦେଉଛି. ଆଉ ଫୋନ୍ କାଟି ଦେଇଥିଲା.

ଏତେ କର୍କଶ ସ୍ବରରେ ଲତିକା ଏଇ କଥା ସବୁ କହିଥିଲା ଯେ, ନମିତାକୁ ଆଉ ମୌକା ମିଳି ନ ଥିଲା କିଛି ଉତ୍ତର ଦେବାପାଇଁ. ଲତିକାର ତୀକ୍ଷ୍ଣ ବାକ୍ଯ ବାଣରେ,ନମିତାର ହୃଦୟଟା ଖଣ୍ଡ ଖଣ୍ଡ ହୋଇ କଟି ଯାଇଥିଲା.ଆଉ ସେ ଭାବି ଚାଲିଥିଲା ଲତିକା ତାକୁ କାହିଁକି ଏମିତି କଥା କହିଲା? ନମିତା ତ ଏଇ ପ୍ରଥମ ଥର ପାଇଁ ଲତିକାର ସ୍ବାମୀକୁ ଫୋନ୍ କରିନି. ଲତିକାର ସାଙ୍ଗ ବୋଲି, ଲତିକା ର ସ୍ବାମୀ ମଧ୍ୟ ତାକୁ ଯଥେଷ୍ଟ ସମ୍ମାନ ଦିଅନ୍ତି. କିନ୍ତୁ ଆଜି କଣ ହୋଇଗଲା? ଭାବି ଭାବି ନମିତା ଖାଲି ଛଟପଟ ହେବାକୁ ଲାଗିଲା. ତେଣୁ ସେ ସ୍ଥୀର କଲା ଲତିକା ଯଦି ନ ଚାହୁଁଛି, ସେ ତା ପାଖରୁ ଦୂରେଇ ଯିବ କିନ୍ତୁ ଲତିକା ତାକୁ କାହିଁକି ଏମିତି ସନ୍ଦେହ କଲା ସେ କାରଣ ଟା ଜାଣିବ. ଲତିକା ଭଲ ଭାବରେ ଜାଣେ ନମିତା ର ତା ସ୍ବାମୀ ସହିତ କିଛି ବି ସମ୍ପର୍କ ନାହିଁ. କେବଳ ଲତିକା ଓ ତା ପିଲା ମାନଙ୍କ ଠାରୁ କିଛିଟା ଭଲ ପାଇବା ପାଇଁ ନମିତା ତାଙ୍କ ଘରକୁ ଆସେ. ଆଉ ତା ବନ୍ଧୁତା ଲିଭାଇବାରେ ଏମିତି କଣ ତୃଟି ରହିଗଲା ଯେ ସେ ସବୁଠାରୁ ଭଲ ବନ୍ଧୁରୁ ଘରଭଙ୍ଗା ପାଲଟି ଗଲା .

ଅନେକ ସାହସ ସଞ୍ଚୟ କରି ସେ ସମ୍ପର୍କ ଟିକୁ ବଞ୍ଚାଇ ରଖିବା ର ଆଶା ନେଇ ପୁଣି ଥରେ ଲତିକା ପାଖକୁ ଫୋନ୍ କଲା. ଲତିକା କିନ୍ତୁ ଜମାରୁ ଫୋନ୍ ଉଠାଉ ନଥାଏ. ଅନେକ ଚେଷ୍ଟା କରିବା ପରେ ଲତିକାର ଛଅ ବର୍ଷର ପୁଅ ଫୋନ୍ ଉଠାଇଲା. ଆଉ କହିଲା ମୋ ମାମା ତୁମ ସହ କଥା ହେବା ପାଇଁ ଚାହୁଁନି. ଆଉ ସେ ପଟୁ ଲତିକାର କଣ୍ଠ ଶୁଣା ଯାଉଥାଏ, ତାକୁ କହିଦେ ସେ ମୋତେ କି ଆମ ଘରର ଆଉ କାହାକୁ କେବେବି ଫୋନ୍ କରିବ ନାହିଁ.

ଗୋଟିଏ ଛଅ ବର୍ଷ ର ଶିଶୁ ଯାହାକୁ ସେ ନିଜ ପିଲା ଭଳି ଭଲ ପାଉଥିଲା, ତା ମୁହଁରେ ଯେ ଲତିକା ଏ ଭଳି କଥା କୁହାଯିବ, ଏ କଥା ନମିତା କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲା. ନମିତାର ଆଉ କିଛି ଶୁଣିବାର ଧୈର୍ଯ୍ୟ ନଥିଲା. ତା ହାତରୁ ଫୋନଟି ଖସି ପଡିଲା. ଅନେକ କଷ୍ଟରେ ସେ ନିଜକୁ ସମ୍ଭାଳିଲା, ହେଲେ ଲତିକାର କର୍କଶ ଶବ୍ଦ ସବୁ ତା କାନରେ ସେମିତି ପ୍ରତିଧ୍ଵନିତ ହେଉଥାଏ. ନିଜ କାନକୁ ସେ ବିଶ୍ୱାସ କରି ପାରୁନଥାଏ. ସତରେ କଣ ଲତିକା ତାକୁ ଏଭଳି କଥା କହି ପାରିଲା. ସେ ଦେଇଥିବା ସବୁ ପ୍ରତିଶ୍ରୁତି କଣ ତେବେ ମିଛ ଥିଲ? . ତା ସହ ବିତାଇ ଥିବା ସବୁ ସୁଖ ଦୁଃଖର ମୁହୂର୍ତ୍ତ ଏକ ଛଳନା ଥିଲା?

ନିଜକୁ ନିଜେ ବିଶ୍ବାସ କରିପାରୁ ନଥିଲା ନମିତା. ନା କିଛି କାରଣ ଖୋଜି ପାଉଥିଲା ଲତିକାର ସନ୍ଦେହର . ତା ମୁଣ୍ଡଟା ଗୋଳମାଳ ହୋଇ ଯାଉଥିଲା. ଆଉ ଲତିକାର ଅବିଶ୍ବାସର ଜଳନ୍ତା ଜୁଇରେ ଜଳି ପୋଡି ପାଉଁଶ ହୋଇ ଯାଉଥିଲା ସବୁ ସମ୍ପର୍କ. ସେ ସମ୍ପର୍କରୁ ଅସ୍ତି ଟିଏ ମଧ୍ୟ ଖୋଜି ପାଉ ନ ଥିଲା ନମିତା. ନିଜ ଉପରେ ଥିବା ସବୁ ବିଶ୍ବାସ ତାର ଆସ୍ତେ ଆସ୍ତେ ତୁଟି ଯାଉଥିଲା ଆଉ ସେ ପାଲଟି ଯାଉଥିଲା ଏକ ଜୀଅନ୍ତା ଶବ.

ବିଶ୍ବାସ ଫୋନ୍ ଭଲ ମନ୍ଦ

Rate the content


Originality
Flow
Language
Cover design

Comments

Post

Some text some message..