Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

2  

Satyabati Swain

Tragedy

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

4 mins
661



ଲେଖା ଲେଖି କରୁଥିବା ଲୋକେ ଏତେ ମାତ୍ରାରେ ପାଗଳ!!!!!! ପ୍ରଗଳ୍ଭ !!!!!!

         ଭେଟିଲି ସେମିତି ଜଣେ ଅତି ସରଳ,ଅମାୟିକ କବିତା ମନସ୍କ କବି ବନ୍ଧୁଙ୍କୁ।।ରାସ୍ତାରେ ଗଲାବେଳେ ବି ତାଙ୍କ ମନ ମସ୍ତିଷ୍କ କୁ ଜାବୁଡି ଧରିଥାଏ କେଉଁ ଗୋଟେ ଭାଵ।।ସେ ଗାଡି ଅଟକାଇ ଚା ଦୋକାନରେ ଅଟକି ଯାଆନ୍ତି କ୍ଷଣେ।।ଉତ୍ତାରି ପକାନ୍ତି ମନ ଭିତରେ ହୃଦୟ କାନ୍ଥରେ ପିଟି ହେଉଥିବା ଖିଆଲ।।ପୁଣି କେତେବେଳେ ରାସ୍ତା କଡ଼ ମଶାଣୀରେ ଲିଭି ଯାଇଥିବା ଯୁଇ ପାଉଁଶ ଦେଖି ଆନମନା ହୋଇ ଉଠେ ତାଙ୍କ ପ୍ରାଣ।।ଗାରେଇ ପକାନ୍ତି ଗାଡି ଅଟକାଇ ସେଇଠି କିଛି।।ପଢିଲା ବେଳକୁ କାଗଜରେ ଫୁଟି ଉଠି ଥାଆନ୍ତି ଜୀବନର ନିଛକ ମର୍ମସ୍ପର୍ଶୀ ଦର୍ଶନ।।।

      ସେଇ ବନ୍ଧୁଙ୍କ ପତ୍ନୀ ମୋ ବାନ୍ଧବୀ।।ଆଗରୁ ଚିହ୍ନା ନଥିଲା ତାଙ୍କ ସଙ୍ଗେ।।ବାନ୍ଧବୀ ଜଣକ ଅଭିଯୋଗ ବାଢୁଥିଲା ଯେ ଯେତେବେଳେ କବିତା ଲେଖା ଭୂତ ସବାର ହୁଏ ତା ପତିଦେବଙ୍କ ମୁଣ୍ଡରେ ସେ ଆଉ ଏ ଦୁନିଆଁ କି ତା ସହ ନଥାନ୍ତି।।ଭାରି ବିରକ୍ତ ହୁଏ ମୋ ସାଙ୍ଗ।।ଦୁଇ ତିନି ମାସରେ ଥରେ ଆସିବେ ଯେ ପାଖରେ ନଥିବେ ତାର।।ଉଡୁଥିବେ କେଉଁ କବିତା ଆକାଶରେ।।

         ଅନେକ ଦିନ ବ୍ୟବଧାନ ପରେ ବାନ୍ଧବୀ ଜଣକ ପତିକୁ ପାଇ ଭାସି ଯିବାକୁ ଚାହିଁଲା ବେଳକୁ କବିତାରେ ହଜି ନିଜର ସତ୍ତା ହଜାଇ ଥାଆନ୍ତି ପତିଦେଵ।।ସତେକି କାଠ!!।ଦେହ,ମନର କଥାକୁ ମନ ତଳେ ଚାପି ବାନ୍ଧବୀ ଜଣଙ୍କ ଆହତ ନାଗିନୀ ପରି ଫଁ ଫଁ ହୁଏ।।ଥରେ ରାତି ଅଧରେ ମୋତେ ବି ଗାଳି ବର୍ଷଣ କରି ମୋ ବାନ୍ଧିବୀ କହିଲା"ହଇଲୋ ତୁ ବି କଣ ତୋ ସ୍ୱାମୀଙ୍କୁ ହଇରାଣ କରୁ"!!!

       "ମାନେ!!!!ମୁଁ ଚମକି ପଡି କହିଲି କି ହଇରାଣ,

କାହିଁକି"???ଯେମିତି ମୋ ବାବୁ!! ଦେଖୁନୁ.......ତିନି ମାସରେ ଥରେ ଆଇଛନ୍ତି ମୋ ପାଖକୁ।।ମୋ ଭଲ ମନ୍ଦ କି ଦୁଃଖ ସୁଖ ନବୁଝି କେମିତି କମ୍ବଳ ତଳେ ନେପଟେଇ ଲେଖି ଛାଲିଛନ୍ତି କବିତା।।ଡାକିଲେ ଶୁଣୁବି ନାହାନ୍ତି।।ତୁ ଏମିତି ଅତ୍ୟାଚାର ତୋ ବାବୁ ଉପରେ କରୁନୁ ତ!!!!

         କଥାଟା ଯାଇ ଏଠି!!!!ହୋ ହୋ ହୋଇ ହସି ଉଠିଲି ମୁଁ।।ଆଲୋ ମୁଁ ବା ସ୍ତ୍ରୀ ଟିଏ।।ସମସ୍ତେ ଶୋଇ ସାରିଲା ପରେ ମୁଁ ଉଠେ ଯଦି ମୋ ଭିତରେ କିଛି ଆନ୍ଦୋଳିତ କରୁଥାନ୍ତି ବାହାର ଦୁନିଆଁ ଦେଖିବାକୁ,

ମାନେ ଗପ।।ଟାଣି ଓଟାରି ମୋତେ ଲେଖି ଆସେନି।।ସେମିତି ମାନସିକତା ମୋ ଭିତରେ ଶୁନ।। ବୋହୁଟିଏ, ସ୍ତ୍ରୀଟିଏ,ମା ଟିଏ ସହ କର୍ମଜୀବୀ ମହିଳାଟିଏ ମୁଁ।।ମୁଁ ପାଗଳ ହେଲେ ସମାଜ ସ୍ୱୀକୃତି ଦେବ ତ!!!!

          ସେ ମୋତେ କହିଲା"ବୁଝିଲୁ!! ଇଛା ହେଉଛି ଡିଭୋର୍ସ ଦେଇଦେବି ୟାଙ୍କୁ"।।ଏତେ ପାଗଳ କବିତା ପାଇଁ ଯଦି ବାହାସାହା ହୋଇ ଘର ସଂସାର କରିବାର ନଥିଲା।।ଜାଣିଛୁ ବେଳେବେଳେ ଇଚ୍ଛା ହେଉଛି ଦିଟା ନଦି ଦେବାଙ୍କୁ ୟାଙ୍କୁ।।ମୁଁ ଅନେଇ ବସିଥିବି ସେ ଆସିବେ ବୋଲି।।ହେଲେ ସେ ଆସିବେ ଯେ ଖାତା କଲମ ଫୋନ୍ ଧରି ତପସ୍ୟା କରିବେ।।

         ମୁଁ ଆହୁରି ଜୋରରେ ହସିଲି।।ଓହୋ ଘୋର ଅନ୍ୟାୟ କରୁଛନ୍ତି ତେବେ ତ ତୋ ବାବୁ।।ତୁ ସେମିତି ଲୁହା ବୋଧେ ନୁହଁ ଟାଣି ପାରୁନୁ ଚୁମ୍ବକକୁ।।ମିଛଟାରେ ବାଡେଇ ହଉଛୁ।।ତୁ କପାଳିଆ କେତେ ସୁନ୍ଦର କବିତା ଲେଖିବା ମଣିଷଟିକୁ ପାଇଛୁ।।ସେ ଅଭିମାନ କରି କହିଲା ତୁ ସେଇ ଭାଡ଼ିର ପାରା।।ମୋତେ ସମର୍ଥନ କରନ୍ତୁ କି???

       ସେମିତି କବିତା ପାଗଳ ମଣିଷ ଜଣଙ୍କ ଆଜି ମାନେ ସତର ଫେବ୍ରୁଆରୀ ରବିବାର ପୁରୀରୁ ପଚାରି ପଚାରି ମୋ ଘରକୁ ଆସିଥିଲେ।।ମୋତେ ବି ଲାଗିଲା ସତରେ ସେ କବିତାର "ପାଗଳ ପ୍ରେମୀ" କେବଳ କବିତା ବିଷୟରେ ହିଁ କଥା ହେଉଥିଲେ ଅନ୍ୟ କୌଣସି ପ୍ରସଙ୍ଗ ନ ଉଠାଇ।ତାଙ୍କ ମିସେସ୍ କାଦମ୍ବିନୀ ପ୍ରହରାଜ ମୋ ବାନ୍ଧବୀ।।ସତ ସତିକା ସେହ୍ନ ରଙ୍କୁଣା କୋମଳ ହୃଦୟର ସରଳ ମଣିଷଟିଏ ସେ।।ଭେଟି ଆନନ୍ଦିତ ହେଲି।ବହୁତ ଖୁସି ଲାଗିଲା ଏମିତି ମଣିଷ ସହ କଥା ହୋଇ ଓ ଭେଟି।

        ଅନେକ ଦିନ ବିତିଗଲା।ସେ ବନ୍ଧୁଙ୍କ ଲେଖା ଆଉ କେଉଁଥିରେ ବାହାରୁ ନଥିଲା।କାଦମ୍ବିନୀ ଫୋନ୍ ବି ଇନଭାଲିଡ୍ କହୁଥିଲା।ମୁଁ ଜାଣି ନଥିଲି ପୁରୀରେ ସଠିକ ତାଙ୍କ ଘର କେଉଁଠି?ବ୍ୟସ୍ତ କିନ୍ତୁ ଲାଗୁଥିଲା ମୋ ବାନ୍ଧବୀ ଓ ତାର ପତି କବି ବନ୍ଧୁଙ୍କ ବିଷୟରେ କିଛି ନ ଜାଣି।ଥରେ ଖରା ଦିନ ଛୁଟିରେ ପୁରୀ ଗଲୁ ମୁଁ ଓ ମୋ ଶ୍ରୀମାନ।ସତ କହିବି ଶ୍ରୀମାନ ସିନା ଛୁଟି କଟାଇବା ଓ ପ୍ରଭୁଙ୍କ ଦର୍ଶନ ନିମନ୍ତେ ମୋତେ ନେଇ ଗଲେ;ମୁଁ କିନ୍ତୁ ଯାଇଥିଲି ମୋ ବାନ୍ଧବୀ ଠିକଣା ଖୋଜିବା ଓ ତାକୁ ଦେଖା କରିବା ମନସ୍କରେ।

         ଆଠ ଦିନ ପୁରୀ ରହଣୀ ମଧ୍ୟରେ ଆଠ ହଜାର ଲୋକ,ଦୋକାନୀ,ଯେତେ ମଠ,ପଣ୍ଡା ସମସ୍ତଙ୍କୁ ପଚାରି ଥିଲି କାଦମ୍ବିନୀ ଠିକଣା।ଛୁଟି କଟେଇବା ମିଆଦ,ପୁରି ଗଲା।ମୋ ମନ କଷ୍ଟ; ପାଇଲି ନାହିଁ ଖୋଜିବା ଠିକଣା କି ଖବର।ଆସିଲାଦିନ ଟ୍ୟାକ୍ସି ଭଡା କରି କଟକ ଆସିବା ଯୋଜନା ହେଲା।ଫେରିବା ରାସ୍ତାରେ ନଣନ୍ଦକୁ ସିଡ଼ିଏ ରେ ଦେଖା କରିଯିବାକୁ ହେବ।ଏଣୁ ଭାରି ଓ ଉଦାସ ମନରେ ଜଗାକୁ ପ୍ରାଣମ ହୋଇ ମୋ ମନ କଷ୍ଟ କଥା ଜଣାଇଁ ବାହାରିଲୁ।

         ପୁରୀ ବଡ଼ ଦାଣ୍ଡ ଛାଡି ନଥାଉ।ଏଣୁ ମୋ ଆଶାବତୀ ବି କ୍ଷୀଣ ହୋଇ ଜଳୁଥାଏ।ଜଗା ଚାହିଁଲେ କଣ ଅସମ୍ଭବ!ଓଃ କି ଅନୁଭବ ଯେତେବେଳେ ବସିବା ଟ୍ୟାକ୍ସି ବାଲାକୁ ପଚାରି ଦେଲି ପ୍ରହରାଜ ବାବୁଙ୍କୁ ଜାଣିଛ?ସେ ଡ୍ରାଇଭର ଆଶ୍ଚର୍ଯ୍ୟ ହୋଇ ପଚାରିଲା କିଏ ବିକ୍ରମ ପ୍ରହରାଜ!!ମୁଁ ଆନନ୍ଦାତିଶଯ୍ୟାରେ ଗଦ୍ ଗଦ୍ ହୋଇ ପଚାରିଲି ହଁ ହଁ ଯିଏ ଭଲ କବିତା ଲେଖନ୍ତି,ଅଡିଟର୍ ଥିଲେ,ସେଇ।ଜାଣିଛ ତାଙ୍କୁ!ଜାଣିଛ ତାଙ୍କ ଘର ଠିକଣା!!

ଡ୍ରାଇଭର ସଂକ୍ଷେପରେ କହିଲା- ହଁ।

          କାଳ ବିଳମ୍ବ ନ କରି ମୁଁ କହିଲି ତାହେଲେ ଗାଡି ତାଙ୍କ ଘରକୁ ଆଗ ନେଇ ଚାଲ।ମୋ ଶ୍ରୀମାନ କୁନ୍ଥୁ କୁନ୍ଥୁ ହେଉଥିଲେ ବି ମୋ ଆଗ୍ରହ,ଓ ଉତ୍କଣ୍ଠା ଦେଖି କହିଲେ ଚାଲ।କହି ପାରିବି ନାହିଁ ସେ ମୁହୂର୍ତ୍ତର ଭାଵ।ଟ୍ୟାକ୍ସି ଯାଇ ଅଟକିଲା ତାଳବଣ ପାଖା ପାଖି ଗୋଟିଏ କୋଠା ପାଖେ।ଏତେ ପାଖରେ ତାଙ୍କ ଘର;ଅଥଚ ପାଉ ନଥିଲି ଆଠ ଦିନ ହେଲା।ଜଗାକୁ ହୃଦୟ ତଳୁ ମୁଣ୍ଡିଆ ଟିଏ ମାରିଲି।ତା ଲୀଳା ତାକୁ ଜଣା।ଘରକୁ ଗଲି।ଠକ୍ ଠକ୍ କଲି ଦରଜା।ଜଣେ ବୃଦ୍ଧ ବ୍ୟକ୍ତି କବାଟ ଖୋଲିଲେ।ପଚାରିଲି କାଦମ୍ବିନୀ ଓ ବିକ୍ରମ ବାବୁ ଅଛନ୍ତି?

            ବୃଦ୍ଧ ଲୋକଟି କଣ ଟିକେ ଭାବି ଘର ଭିତରକୁ ଡାକିଲେ।ପରିଚୟ ଆଦାନ ପ୍ରଦାନ ହେଲା ପରେ ଭୋ ଭୋ କାନ୍ଦି ପକାଇଲେ।କହିଲେ ଆପଣ ମାନେ ଯାହାକୁ ଖୋଜୁଛନ୍ତି ସେ ମୋ ପୁଅ ବିକ୍ରମକୁ ମୁଁ ବି ଖୋଜୁଛି ତିନି ବର୍ଷ ହେଲା।ଆଉ କାଦମ୍ବିନୀ ମୋ ବୋହୁ ସେ ଡିଭୋର୍ସ ଦେଇ ଅନ୍ୟ ଜଣଙ୍କୁ ବିବାହ କରି ଏବେ ମୁମ୍ବାଇରେ ବୋଧେ।

      ମାନେ!!ମୁଁ କାବା ହୋଇ ପଚାରିଲି।

କଣ ମା,କହିବି।ପୁଅଟି ମୋର କବିତା ପାଗଳ। ପିଲାଦିନେ ବେଳେବେଳେ ଘର ଛାଡ଼ି ପଳାଏ।ଚିକିତ୍ସା ପରେ ଭଲ ହୋଇ ଯାଇଥିଲା।ଭଲ ପଢିଲା ଚାକିରୀ ବି କଲା।କିନ୍ତୁ ପାଗଳାମୀ ବାହାରିଲା ନୂଆ ରୂପରେ,

କବିତା ଲେଖାରେ।ଏମିତି ପାଗଳ ହେଲା ଲେଖାକୁ ନେଇ ଯେ ଘର,ଦାୟିତ୍ବ, ସ୍ତ୍ରୀ କଣ ବୁଝି ପାରିଲା ନାହିଁ।ଅଡ଼ିଟ୍ ରେ ବି କି ଭୁଲ୍ ଭାଲ୍ କଲା ଦଶ କୋଟି ଟଙ୍କାର ହେର୍ ଫେର୍ ମାମଲା ଦାୟାର କଲା ଗମେଣ୍ଟ୍ ତା ନାଁରେ।ବୋହୁଟି ବି ଭାରି ଅସନ୍ତୁଷ୍ଟ ଥିଲା ତାର ଏପରି କାର୍ଯ୍ୟରେ। ଶେଷକୁ ସେ ବି ଛାଡି ଚାଲିଗଲା । ଜୋରିମାନା ସହ ଜେଲ ହୋଇଗଲା ବିକ୍ରମକୁ।ପୁଅଟିର ପୁଣି ବୋଧେ ଏପରି ଆଘାତରେ ପାଗଳାମୀ ବାହାରିଲା ।ଭଲ ଓକିଲ ପରାମର୍ଶ କରି ବେଲ୍ ରେ ଆଣିଲି ତାକୁ।ବଡ ଦାଣ୍ଡ ପାଖରେ ଗୋଟି ଘରଥିଲା ବିକି ଜୋରିମାନା ଟଙ୍କା ପୈଠ କଲି।ମାତ୍ର ଦିନେ ମନ୍ଦିରକୁ ଯାଉଛି ଦର୍ଶନ ପାଇଁ କହି ଯାଇଛି ଯେ ଯାଇଛି।ସେବେଠୁ ଫେରିନି।ନିରୁଦ୍ଦିଷ୍ଟ ସେ।ସେ ପାଗଳ ନୁହେଁ ମା।କେବଳ ନିଜ ଦୁନିଆଁରେ ହଜି ଥାଏ ଯାହା।ପୋଲିସ,ଲୋକ ବାକ ସବୁ ଲଗାଇ ଖୋଜିଲିଣି।ପାଉନି ମା।ତୁମେ ଯେବେ ବିକ୍ରମକୁ ପାଇବ କହିବ ନନା ତାର ତା ହାତ ମୁଖାଗ୍ନି ନେବାକୁ ଅନେଇଁ ବଇଚି।ଆସିବ ଯେମିତି।ଆଖିରୁ ବୋହୁଥିଲା ମଉସାଙ୍କର ଲୁହ ନୁହେଁ ଲହୁ।

          ମୁଁ ଆକାଶରୁ ଖସି ପଡ଼ିବିକି।ବହୁତ କଷ୍ଟ ଲାଗିଲା ବିକ୍ରମ ବାବୁଙ୍କ କଥା ଭାବି।ସତରେ ବିକ୍ରମ ତୁମେ କେଉଁଠି?ଆଉ କାଦମ୍ବିନୀ!! ସେ କାଇଁକି ସନ୍ତୁଳି ହୋଇ ଥାନ୍ତା।କିନ୍ତୁ ଚେଷ୍ଟା ତ କରିଥାନ୍ତା ବିକ୍ରମ ବାବୁଙ୍କ ପରି ସରଳ,ଅମାୟିକ ଲୋକକୁ ନିଜର କରି।ବୋଧେ ପାରିଲା ନାହିଁ।ହାତ ଛାଡି ଦେଲା।ଭାରି ସ୍ଵାର୍ଥ ପର ଆଜିକା ଡେଟର୍ ଦୁନିଆଁ ଆଉ ମଣିଷ।କାଦମ୍ବିନୀ କାହିଁକି ଗୋଟେ ପାଗଳ ମଣିଷକୁ ସାରା ଜୀବନ ବରଦାସ୍ତ କରଥାନ୍ତା!!।ହୁଏତ ସେ ଠିକ୍ ନିଷ୍ପତ୍ତି ନେଇଛି।କିନ୍ତୁ....କିନ୍ତୁର କଣ୍ଟାଟିଏ ବାଡେଇ ହେଉଥିଲା ମୋ ଛାତିରେ।ବିକ୍ରମ ବାବୁ କେଉଁଠି ତୁମେ ସତରେ!!ବଞ୍ଚିଛ ତ....ପାରିବ ଯଦି ଫେରି ଆସିବ ବନ୍ଧୁ; ଅନ୍ତତଃ ତୁମ ନନା ପାଇଁ।

         ଧାଉଁ ଧାଉଁ ଦୀର୍ଘଶ୍ଵାସ ମୋତେ ବିଚଳିତ କରୁଥିଲେ ନିରୁଦ୍ଦିଷ୍ଟ ମଣିଷଟି କଥା ଭାବି।ସେ ନିରୁଦ୍ଦିଷ୍ଟ ମଣିଷଟିର କବିତା କେଇ ଧାଡି ମୋର ମନେ ପଡୁଥିଲେ ବାରବାର ମୋ ପିଞ୍ଜରା ଥରାଇ।



Rate this content
Log in

Similar oriya story from Tragedy