Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -10

ଜହ୍ନମାମୁଁ -10

2 mins
7.4K


ଶିବ ପୁରାଣ 2


ପାର୍ବତୀ କହିଲେ, “ଭାଇ, ଅକାରଣରେ ଈଶ୍ୱର କୁପିତ ହୋଇ ମୋର ପୁତ୍ରଗଣଙ୍କୁ ମାରି ଦେଇଛନ୍ତି । ମୁଁ କିପରି ଖୁସି ହେବି?”

ଶିବ ତ ସର୍ବଦା ଭୋଳାନାଥ । ଏତେ ଘଟଣା ସବୁ ହୋଇଯାଇଛି ସେ କିଛି ମନେ ରଖି ନାହାଁନ୍ତି । ତାଙ୍କୁ ସବୁକଥା ବୁଝାଇ ଦିଆଯିବା ପରେ ସେ ଖୁବ୍ ଦୁଃଖିତ ହେଲେ ଓ ନିଜ କର୍ମ ପାଇଁ ବହୁତ ଅନୁତାପ କଲେ । ତା’ପରେ ସେ ଓ ବିଷ୍ଣୁ ପାର୍ବତୀଙ୍କୁ କହିଲେ କି ଯାହା ତ ହେବାର ହୋଇଛି, ଏବେ ସେମାନଙ୍କୁ ବଂଚାଇବାର ପ୍ରଚେଷ୍ଟା କରାଯିବ ।

ସେତିକିବେଳେହିଁ ଶିବ ଗଜାସୁରକୁ ତିନୋଟି ବର ଦେଇଥିବା କଥା ପ୍ରକାଶ କଲେ । ଶିବଙ୍କ ଆଦେଶ ଅନୁସାରେ ଗଜାସୁରର ମଥାକୁ ଆଣି ଗଣେଶଙ୍କ ଦେହରେ ଯୋଡି ଦିଆଗଲା । ତା’ପରେ ଅନ୍ୟାନ୍ୟ ଗଣମାନଙ୍କୁ ମଧ୍ୟ ସେହିପରି ଭାବରେ ବଂଚାଇ ଦିଆଗଲା । ସେମାନେ ସମସ୍ତେ ଏକୋଇଶ ଜଣ ମିଶି ଥିଲେ ।

ଏବେ ସମସ୍ତେ ଆନନ୍ଦିତ ହେଲେ । ଲମ୍ବୋଦର ଗଣେଶଙ୍କୁ ଦେଖି ଶିବ ଖୁବ୍ ଖୁସି ହେଲେ । ଗଣେଶ ମଧ୍ୟ ପ୍ରଥମଥର ପାଇଁ ପିତା ଶିବଙ୍କୁ ଦେଖି ମହାଖୁସି ହେଲେ । ଦେବତାମାନେ ଓ ରୁଦ୍ରଗଣମାନେ ଗଜାସୁରର ମୃତ୍ୟୁ ଯୋଗୁଁ ନାନା ପ୍ରକାର ଉତ୍ସବ କଲେ । ଏହି ମହା ଉତ୍ସବରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମେତ ଅନ୍ୟାନ୍ୟ ଦେବୀ ଓ ଦେବତାମାନେ ଉପସ୍ଥିତ ଥା’ନ୍ତି । ଏହି ସୁଯୋଗରେ ଉପବ୍ରହ୍ମା ବିଶ୍ୱଦର୍ଶୀ ଆସି ଶିବ ଓ ବିଷ୍ଣୁଙ୍କ ପାଖରେ କହିଲେ, “ଆଜ୍ଞା, ମୋର ଗୋଟିଏ ପ୍ରାର୍ଥନା ଅଛି । ସେଇଟି ପୂରଣ ହେଲେ ଏଇ ଉତ୍ସବଟି ସମ୍ପୂର୍ଣ୍ଣ ହୋଇ ପାରିବ । ଆପଣମାନେ ଓ ଦେବୀମାନେ ଅଭୟ ଦେଲେ କହିବି ।”

ସମସ୍ତେ ଏକ ସ୍ୱରରେ କହିଲେ, “ଆଚ୍ଛା କୁହନ୍ତୁ ।”

“ମୋର ଠିକ୍ ଏକୋଇଶଟି ସର୍ବ ସୁଲକ୍ଷଣୀ କନ୍ୟା ଅଛନ୍ତି । ଗଣେଷଙ୍କ ସମେତ ଅନ୍ୟ ଗଣମାନଙ୍କ ସଂଖ୍ୟା ମଧ୍ୟ ଏକୋଇଶ । ଏମାନଙ୍କ ସହିତ ମୋ ଝିଅମାନଙ୍କର ବିବାହ ଦିଅନ୍ତୁ ।”

ସମସ୍ତେ ରାଜି ହୋଇଗଲେ । ମହା ସମାରୋହରେ ବ୍ରହ୍ମାଙ୍କ ପୌରାହିତ୍ୟରେ ବିବାହ ସମ୍ପନ୍ନ ହେଲା । ଜ୍ୟେଷ୍ଠାକନ୍ୟା ଜୟଲକ୍ଷ୍ମୀଙ୍କ ସହ ଗଣେଶଙ୍କର ବିବାହ ହେଲା ।

ଠିକ୍ ଏଇ ସମୟରେ କୁମାର କାର୍ତିକେୟ ସେଠାରେ ଆସି ପହଁଚିଲେ । ସେ ଶିବଙ୍କୁ କହିଲେ ଜ୍ୟେଷ୍ଠପୁତ୍ର ହିସାବରେ ଗଣମାନଙ୍କର ଅଧିପତି ସେ ନିଜେ ହେବା ଉଚିତ୍ ।

ଶିବ କହିଲେ, “କୁମାର, ତୁମେ ତ ଅନେକ ପୂର୍ବରୁ ଦେବସେନାଙ୍କର ଅଧ୍ୟକ୍ଷ ହୋଇଛ ତେଣୁ ଦେବଗଣଙ୍କ ଉପରେ ତୁମକୁ ଆଧିପତ୍ୟ ମିଳିଛି ।” ତଥାପି କୁମାର ନିଜ ଦାବୀକୁ ସ୍ୱୀକାର କରିବା ପାଇଁ ଶିବଙ୍କୁ କହିଲେ ।

କିଛି ଉପାୟ ନ ପାଇ ଶିବ କୁମାର ଓ ଗଣେଶଙ୍କ ମଧ୍ୟରେ ପ୍ରତିଯୋଗିତା କରିବାର ସ୍ଥିର କଲେ । ସେ କହିଲେ, “ଯିଏ ପ୍ରଥମେ ସବୁ ପୁଣ୍ୟକ୍ଷେତ୍ର ଦର୍ଶନ କରି, ସେଠାରେ ସ୍ନାନ କରି ଓ ପୃଥିବୀ ପରିକ୍ରମା କରି ଆଗେ ଫେରି ଆସିବ ସେହିଁ ଗଣମାନଙ୍କର ଅଧିପତି ହେବ ।” ଏକଥା କହି ଶିବ କୁମାରଙ୍କୁ ବାହନ ସ୍ୱରୂପ ମୟୁର ଓ ମୁଷା ରୂପରେ ସ୍ଥିତ ଗଜାସୁରକୁ ଗଣେଶଙ୍କ ବାହନ ଭାବରେ ଦେଲେ ।

କୁମାର ଖୁସି ହୋଇ ମୟୁରବାହନ ଚଢି ନୀଳ ଆକାଶରେ ଉଡିଗଲେ । ଗଣେଶ ଯାଇ ମା’ ପାର୍ବତୀଙ୍କ ପାଖରେ ପହଁଚି ଅଭିଯୋଗ କରି କହିଲେ, “ମା, ଦେଖ ମୋ ପ୍ରତି ଅନ୍ୟାୟ କରାଗଲା । କୁମାର ଶକ୍ତିଶାଳୀ ତାଙ୍କୁ ମୟୁର ବାହନ ଦେଲେ । ଆଉ ମୁଁ ଖର୍ବକାୟ, ସ୍ଥୁଳ, ଲମ୍ବୋଦର ମୁଁ କିପରି ମୁଷା ଉପରେ ବସି ପୃଥିବୀ ପରିକ୍ରମା କରିବି? ଏ ପ୍ରତିଯୋଗିତାର କିଛି ମୂଲ୍ୟ ନାହିଁ । ବରଂ ଆରମ୍ଭରୁ କୁମାରଙ୍କୁ ଗଣାଧିପତି ପଦ ଦେଇ ଦେଇଥିଲେ ତ ସବୁ କଥା ସରିଥା’ନ୍ତା ।”

ପାର୍ବତୀ କହିଲେ, “ବତ୍ସ, ତୁ ଯାଇ ତୋର ମାମୁଁ ଶ୍ରୀବିଷ୍ଣୁଙ୍କୁ କିଛି ଉପାୟ କହିଦେବା ପାଇଁ ଅନୁରୋଧ କର । ସେହିଁ ତୋର ସହାୟତା କରିବେ ।”


Rate this content
Log in

Similar oriya story from Children