ଭାଇ ଓ ପାରିଜତ
ଭାଇ ଓ ପାରିଜତ
ଅପରାହ୍ନ ... ସୂର୍ଯ୍ୟଟା ଅସ୍ତ ହେଇନି...
ଅନ୍ଧାର ହେଇଗଲା....
ବାତ୍ୟା...ଭୀଷଣ ପବନ...
ଗଛ ପତ୍ର ଭାଙ୍ଗିପଡିଲା.....
ତାପରେ ପ୍ରବଳ କୁଆପଥର ଓ ତୁହାକୁ ତୁହା ବର୍ଷା ..
current ..cut...
ହେଇ....ତୁମେ କଣ ଏ ସବୁ ସତରେ ଭୁଲିଗଲ.. R.J..?
ଏଇଠୁ ଆମ ଜୀବନର ଗତିପଥ
ସଂପୂର୍ଣ୍ଣ ବଦଳି ଯାଇଥିଲା..।
ତା ପରେ..
ଅଦିନିଆ ବର୍ଷା..। ସେଇ ଝଡ ତୋଫାନଟା ଏମିତି ଅଚାନକ ମାଡି ଆସିବ ମୋ ଜୀବନ ଭିତରକୁ.. ମୁଁ କଣ ସତରେ ସେ ଦିନ ଜାଣିଥିଲି ? ଟ୍ୟୁସନ୍ ରୁ ଘରକୁ ଫେରିବା ବାଟରେ ଝଡ ତୋଫାନ୍ ଭୟରେ ଯୋଉ ବନ୍ଦଘର ବାରଣ୍ତାରେ ମୁଁ ଠିଆ ହେଇଥିଲି ଅଗତ୍ୟା ତୁମେ ବି ତିନ୍ତି ବୁଡି ସେଇଠି ।
ବାହାରେ ପ୍ରବଳ ବର୍ଷା ସାଙ୍ଗରେ ପବନ ସତେ ପ୍ରଳୟଟା ଆରମ୍ଭ ହେଇଗଲା ।
ବଡ ବଡ କୁଆ ପଥର..କୁଟି ହେଇ ଯାଉଥିଲା ରୋଡ୍ ସାରା । ଗୋଟା ପଣେ ଥରୁଥିଲି ମୁଁ ଶୀତରେ.. ଭୟରେ..
ଆଉ..ତା..ପରେ..
ଏଇଠୁ ଆରମ୍ଭ ହେଲା
ଆମ ପ୍ରେମ କାହାଣୀ..।
ଜାଣିଛ ..R.j..ଆଜିବି ନିଛାଟିଆ ରାତିରେ..
ଅଧା ସପନରୁ କାହିଁକି ମୁଁ ଚିହିଁକି ଉଠି ବସେ ? ଥରେ ନୁହଁ ଅନେକ ଥର ଦେଖିଛି ଏଇ ନିର୍ଦ୍ଦିଷ୍ଟ ସ୍ବପ୍ନ ଯୋଉଠି ତୁମେ
ତୁମର ସେଇ ନାଲି ନୀଳ ଚେକ୍ ସାର୍ଟ୍ ପିନ୍ଧି ବିକ୍ରମ୍ ପୁର୍ ଭୋଜିର ନିଛାଟିଆ ଛାତ ଉପରେ ମୋ ହାତ ଧରି ଭିଡୁଛ ନିଜ ଆଡକୁ..ଆଖିରେ ତୁମର ଅନେକ ଜନ୍ମର ଭଲ ପାଇବା ।
ମୁଁ ସତେ ମରିଯାଏ ଭିତରେ ଭିତରେ ।
ଆଉ କାନକୁ ଶୁଭୁଥାଏ
ସେଇ ଅଭୁଲା କଥାପଦେ..
ଯାହା ଅନ୍ତତଃ ଏ ଜନ୍ମରେ ଭୁଲି ହେବନି
" pinky..i..love..u..
ହେଇ..ଶୁଣ୍..ଶୁଣିବୁନି..ନା..?"
ଆଃ..ଗୋଟାପଣେ ମୁଁ ସେଦିନ ଝାଳରେ ଭିଜିଯାଇଥିଲି ଆଉ ଆଜୀବନ ଭିଜୁଥିବି ମଧ୍ୟ ଏମିତି ତୁମ ପ୍ରେମରେ..।
ମୁଁ ଜାଣେ ..କେହି କେବେ ଜୀବନର ଏମିତି ମୁହୂର୍ତ୍ତ ସବୁକୁ ଭୁଲି ପାରେନା ।
ଆଉ ଏବେ ତୁମେ କଣ କହୁଛ ନା...ସତରେ ଦିନେ ଏମିତି କିଛି ହେଇଥିବ କାହିଁ ମୋର ବିଶ୍ବାସ ହୁଏନା !
ହା..ହା..ହା...
ଛାଡ ସେ କଥା
ଆଜି ତ ସମୟ ନାହିଁ..!
ଆଉ ଦିନେ ଗୋଟି ଗୋଟି କରି ନିଶ୍ଚୟ କହିବି..କାହିଁକି ମୁଁ.. ତୁମପାଇଁ ପ୍ରତି ମୁହୂର୍ତ୍ତରେ ଜୀଇଁ ଜୀଇଁ..ମରୁଛି..ଆଉ ମରି ମରି ଜୀଇଁଛି...।
ଛାତି ଚିରି ସ୍ମୃତି ସାଉଁଟେ ଅନ୍ଧାରେ..
ଝରିଯାଏ ଅାଖି ଲୁହ..।
ତୁମ ବିନା ଥରେ ମରିବି ପାରୁନି
କେମିତି ଜୀଇଁବି କୁହ..??
ଏତେ ଭଲ ପାଇ କେମିତି ଭୁଲିଲ
ମୁଁ କଣ କେହି ନୁହଁ..?
ମିଛରେ ବି ଥରେ ହାଏ ମୋର R.J.
ଭଲ ପାଏ ବୋଲି କୁହ..।
ଏମିତି କାହାଣୀଟିଏକୁ ଲୁଚେଇ କହୁଛନ୍ତି କଣ ନା..
"ବର୍ଷା ହେଲା..ବିଜୁଳିଟେ ଚମକି ଗଲା..।
ପବନ ହେଲା କରେଣ୍ଟଟା ପଳେଇ ଗଲା"..॥
ହୁଁ..R.j.ଭାଈ..।
ଭାବି..ଭାବି..ହସୁଥିଲି ମୁଁ..ଆଉ ମୋ ପାଇଁ ଗ.ର.ର..ମ୍ ଚାହା ଥୋଇ ହସୁଥିଲେ ପିଙ୍କି ଭାଉଜ ଆଉ ସାଙ୍ଗରେ ନିଜେ R.J.ଭାଇ ମଧ୍ୟ
ହସୁଥିଲେ ଲାଜମିଶା ହସ..।
ବାହାରେ ଅଦିନିଆ ବର୍ଷା ଅଜାଡି ହେଇ ପଡୁଥିଲା..।
ଘୁର୍ଣ୍ଣି ଝଡରେ କୁଆ ପଥର ଗୁଡା ଛିଟିକି ପଡି ଘର ଭିତରକୁ ପଶିଆସୁଥିଲେ..। ଚାରିଆଡ ଲାଗୁଥିଲା ଅନ୍ଧକାର ମୟ..ତଥାପି ସରିନଥିଲା ଅପରାହ୍ନ..।॥।
*****************
ହା..ହା..ହା..
॥ ଜୟ ଜଗନ୍ନାଥ ॥
bhabani charan mishra
mohana ( gajapati )
9438187739