Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଈର୍ଷା ପରମ ଶତ୍ରୁ

ଈର୍ଷା ପରମ ଶତ୍ରୁ

3 mins
7.4K


ଅନନ୍ତ କୁମାର ସେନାପତି

ଥରେ ଦୁଇଜଣ ବିଦ୍ଵାନ୍ ପଣ୍ଡିତ କୌଣସି ଏକ ଦୂରସ୍ଥାନକୁ ଯାତ୍ରା କରୁଥିଲେ l ରାସ୍ତାରେ ଅନ୍ଧାର ହୋଇଯିବାରୁ ସ୍ଥିର କାଲେ ପାଖ ଗ୍ରାମରେ କାହାରି ଘରେ ରହିଯିବେ l ନିକଟସ୍ଥ ଗ୍ରାମରେ ପହଞ୍ଚି ଜଣଙ୍କ ଘରକୁ ଗଲେ l ସେ ଘରେ ସ୍ଵାମୀ, ସ୍ତ୍ରୀ, ମାତ୍ର ଦୁଇଜଣ ଥାନ୍ତି l ଦୁହେଁ ଇଶ୍ଵର ଭକ୍ତ ଓ ପରୋପକାରୀ l ଯେ କେହି ଅତିଥି ଆସିଲେ ତାଙ୍କର ଭଲ ଭାବରେ ସତ୍କାର କରନ୍ତି l ପଣ୍ଡିତ ଦୁଇଜଣଙ୍କୁ ଘରକୁ ଡ଼ାକିଲେ l ଏକ କୋଠରି ଦେଖାଇ ସେଠାରେ ରହିବାକୁ କହିଲେ l ପଣ୍ଡିତ ଦୁହେଁ ରାତିରେ ରହିଲେ l ପର ଦିନ ସକାଳୁ ନିତ୍ୟକର୍ମ ସାରିଲେ l ସ୍ଵାମୀ-ସ୍ତ୍ରୀ ଦୁହେଁ କହିଲେ, ‘’ପଣ୍ଡିତେ, ଯାଆନ୍ତୁ ଗାଧୋଇ ଆସିବେ l ଆପଣଙ୍କ ପାଇଁ ଖାଇବା ବ୍ୟବସ୍ଥା କରୁଛୁ l ‘’

ପଣ୍ଡିତ ଦୁହିଁଙ୍କ ମଧ୍ୟରୁ ପ୍ରଥମେ ଜଣେ ପଣ୍ଡିତ ଗାଧୋଇବାକୁ ଗଲେ l ଅନ୍ୟ ପଣ୍ଡିତ ଜଣକ ବସି ରହିଲେ l ଘରର ମାଲିକାଣୀ ହଠାତ୍ ବସି ରହିଥିବା ପଣ୍ଡିତଙ୍କୁ ପଚାରିଲେ, ‘’ ପଣ୍ଡିତେ, ଆର ପଣ୍ଡିତ ଜଣଙ୍କ କିପରି ଲୋକ ?’’ ପଣ୍ଡିତ ଉତ୍ତର ଦେଲେ, ‘’ ସେଇଟା ଗୋଟାଏ ମୂର୍ଖ ବଳଦ l ଏକୁଟିଆ କୁଆଡ଼େ ଯାଇପାରୁନି ବୋଲି ମୋ ପିଛା ଧରିଛି l ମୋ ପରି ଜ୍ଞାନ ତା’ ପାଖରେ ନାହିଁ l ତା’ ମୁଣ୍ଡରେ କାଣି କଉଡ଼ିଟାଏର ବି ବୁଦ୍ଧି ନାହିଁ, ଅପଦାର୍ଥଟାଏ l ‘’

କିଛି ସମୟ ପରେ ଗାଧୋଇବାକୁ ଯାଇଥିବା ପ୍ରଥମ ପଣ୍ଡିତ ଫେରିଲେ l ଏଥର ବସି ରହିଥିବା ଦ୍ଵିତୀୟ ପଣ୍ଡିତ ଗାଧୋଇବାକୁ ଗଲେ l ଘର ମାଲିକାଣୀ ପୂର୍ବପରି ଗାଧୋଇ ଫେରିଥିବା ପ୍ରଥମ ପଣ୍ଡିତଙ୍କୁ ପଚାରିଲେ, ‘’ ପଣ୍ଡିତେ,ଆପଣଙ୍କ ସହିତ ଆସିଥିବା ଆର ପଣ୍ଡିତ ଜଣଙ୍କ କିପରି ଲୋକ ?’’

ପଣ୍ଡିତ ଉତ୍ତର ଦେଲେ, ‘’ ସେଇଟା କଥା ପଚାରୁଛନ୍ତି, ସେଇଟା ପରା ଗଧଟାଏ l ଖାଲି ଖାଇବ ଆଉ ଖଟିବ l ବୁଦ୍ଧି ବୋଲି ଟିକିଏ ନାହିଁ l କେବଳ ମୁଁ ଅଛି ବୋଲି ସେ ମୋ ପଛେପଛେ ଚାଲିଛି l ଖଟିବା, ଖାଇବା, ଶୋଇବା ଛଡ଼ା ସେ କିଛି ଜାଣେ ନାହିଁ l ‘’ ଗାଧୋଇବାକୁ ଯାଇଥିବା ପଣ୍ଡିତ ଗାଧୁଆ ସାରି ଫେରିଲେ l ନିଜ ନିଜର ବସ୍ତ୍ର ପିନ୍ଧି ପ୍ରସ୍ତୁତ ହୋଇଗଲେ l ଏଥର ଘର ମାଲିକାଣୀ ଦୁଇଜଣଙ୍କୁ ଖାଇବାକୁ ଡ଼ାକିଲେ l ଦୁହେଁ ଆସି ଆସନରେ ବସିଲେ l ଦେଖିଲେ ଖାଦ୍ୟ ଢଙ୍କା ଯାଇଛି l ଆନନ୍ଦ ମନରେ ଢାଙ୍କୁଣି ଉଠାଇଲେ l

ଖାଦ୍ୟକୁ ଦେଖି ମୁଣ୍ଡକୁ ପିତ୍ତ ଚଢିଗଲା l ଦୁହେଁ ତତ୍ କ୍ଷଣାତ ରାଗିଗଲେ l ଗୋଟିଏ ପାତ୍ରରେ ଘାସ ଓ ଅନ୍ୟଟିରେ କୁଟା ଥିଲା l ‘ଏ କ’ଣ, ଏପରି ଅପମାନ କାହିଁକି କରୁଛ’ ବୋଲି ପଚାରିବାରୁ ଘର ମାଲିକାଣୀ କହିଲେ, ‘’ ଆପଣମାନଙ୍କୁ ପରସ୍ପର ବିଷୟରେ ପଚାରିଥିଲି l ମୋର ଉତ୍ତର ପାଇଲି, ଜଣେ ବଳଦ ଓ ଅନ୍ୟ ଜଣେ ଗଧ l ଏଣୁ ଗଧ ଓ ବଳଦଙ୍କର ଯାହା ଖାଦ୍ୟ ତାହା ହିଁ ତ ଦେଇଛି l ଏଥିରେ ଭୁଲ କେଉଁଠି ?’’

ପଣ୍ଡିତ ଦୁଇଜଣଙ୍କ ମନ ବିଚଳିତ ହୋଇଗଲା l ପରସ୍ପରକୁ ଚାହାଁଚାହିଁ ହେଲେ l ଏଥର ଘର ମାଲିକାଣୀ କହିଲେ, ‘’ ତେବେ କ’ଣ ପାଇଁ ଏପରି ଆପଣମାନେ ଜଣେ ଅନ୍ୟ ଜଣଙ୍କୁ କହିଲେ ? ଆପଣ ଦୁଇଜଣ ତ ବିଜ୍ଞ ପଣ୍ଡିତ ଅଟନ୍ତି l ହେଲେ ନିଜ ନିଜ ଭିତରେ ଏତେ ରାଗ ଈର୍ଷା କାହିଁକି ?’’ ପଣ୍ଡିତ ଦୁଇଜଣ ଉତ୍ତର ଦେଲେ, ‘’ ଏକଥା ଆମେ ପରସ୍ପରକୁ ଈର୍ଷା କରି ରାଗରେ କହି ଦେଇଛୁ l ‘’ଘର ମାଲିକାଣୀ କହିଲେ,’’ ପଣ୍ଡିତଙ୍କୁ ରାଗ କଦାପି ସୋଭା ପାଏନା l ନିଜେ କିପରି ସତ୍ ମାର୍ଗରେ ଚାଲିବା, ସେକଥା ଆପଣମାନେ ପ୍ରଥମେ ଚିନ୍ତା କରିବା ଉଚିତ l ଅନ୍ୟ ପ୍ରତି ଈର୍ଷା କରିବା ମହା ପାପ l ଆପଣମାନଙ୍କୁ ଶିକ୍ଷା ଦେବା ପାଇଁ ଏପରି ଖାଦ୍ୟ ଦେଇ ଯେଉଁ ଭୁଲ କରିଛି, ମୋତେ କ୍ଷମା କରି ଦିଅନ୍ତୁ l ‘’

ପଣ୍ଡିତ ଦୁଇଜଣ ଚିନ୍ତା କଲେ, ଘର ମାଲିକାଣୀଙ୍କ ଜ୍ଞାନ ସେମାନଙ୍କଠାରୁ ଯଥେଷ୍ଟ ଅଧିକ l ନିଜର ଭୁଲ ବୁଝିପାରିଲେ l ନିଜ ଆସନରୁ ଉଠିବା ଦେଖି ଘର ମାଲିକାଣୀ ତାଙ୍କର ହାତଧରି ଆଉ ଥରେ କ୍ଷମା ମାଗିଲେ l ଖାଦ୍ୟ ପାତ୍ର ଦୁଇଟି ଥାଳିରେ ପରଷି ଦେଲେ l ପଣ୍ଡିତ ଦୁହେଁ ଅନୁତାପ କରି ଅବଶ୍ୟ ଖାଇଲେ l ଚିନ୍ତା କଲେ, ଆମେ ପରସ୍ପରକୁ ଈର୍ଷା କରି ବିରାଟ ଭୁଲ କରି ଚାଲିଛୁ l ପ୍ରକୃତରେ ଈର୍ଷା, କ୍ରୋଧ, ମଣିଷକୁ ଭୁଲ ରାସ୍ତାକୁ ନେଇଯାଏ l ସେଦିନ ଗଲାବେଳେ ମନେମନେ ଘର ଘର ମାଲିକାଣୀଙ୍କୁ ଗୁରୁ ରୂପରେ ମାନିନେଲେ l ଏହାପରେ ସେମାନେ ସତକୁ ସତ ବଦଳି ଗଲେ l


Rate this content
Log in

Similar oriya story from Classics