#ବହୁରୂପୀପ୍ରକୃତି
#ବହୁରୂପୀପ୍ରକୃତି
1 min
7.7K
ସଂଳାପ-୭୪
#ବହୁରୂପୀପ୍ରକୃତି #ଅନୁଗଳ୍ପ
ବୁଝିପାରିଲନି ଦିନେ ଫେରିବ,ବୁଝିବ ମତେ, ଫେରିଲ ବି ତୁମେ ଅନାମିକା ହେଲେ ପୁଣି ଯେଉଁ ସେଇ,ଧୂସର କୁହୁଡି ।
ମିଛମିଛିକା ବୋହୁବାଗୁଡ଼ି ଖେଳ,ନେଡ଼ିଗୁଡ଼ କହୁଣିକୁ ବହିଗଲା ପରେ, ନିଶିକାନ୍ତ ବିହୀନ ଆକାଶ ଓ ରାତି,
ଆଜି ବି ତୁମ ଚେହେରା ନିଶିକାନ୍ତଙ୍କ ଆଖିରେ ରୋମାନ୍ସ କରେ।
ତୁମ ନିକଟରେ,ତାଙ୍କ ବିଶ୍ୱାସ ଅଟକି ଯାଏ,
ତୁମ ବିନା ଚାଲିବାକୁ ଅନାମିକା ଭାରି କଷ୍ଠ ହୁଏ ।
ପ୍ରେମର ପ୍ରଥମପାଦ,ତୁମକୁ ସଲାମ । ନା ହୋଇଥାନ୍ତ ବନ୍ଧୁତା ନା ଭଲ ପାଇ ଥାନ୍ତି ତୁମକୁ, ନା ତୁମେ ସାଜିଥାନ୍ତ ପଳାତିକା । ନା ତୁମ ପ୍ରତି ମୋର ଥାନ୍ତା ସମ୍ପର୍କର ପ୍ରତିବଦ୍ଧତା, ବେଶ ଭଲ ହୋଇଥାନ୍ତା ।
ଢେର ଅଭିମାନ କରିବାକୁ ଇଛାହୁଏ, ତୁମେ ମୋ ଅଭିମାନକୁ ଝଗଡାର ରୂପ ଦିଅ,
ଏଡାଇ ଦିଅ, ବଦଳାଇ ଦିଅ ତୁମ ମୋଡ଼, "ପଳାତିକା" ଯେ ତୁମେ ଅନାମିକ ।
ପଞ୍ଚବଟିର "ସୁବର୍ଣମାୟାମୃଗ"
ତୁମେ ଓ ତୁମ ସତ୍ତା ଦୌଡ଼ି ଦୌଡ଼ି ମାୟାଚ୍ଛନ୍ନ, ନା କେବେ ପାଇବ ,
ପାଇବାର ଖୁସି ଅନୁଭବ କରିଛ ନା କେବେ ହରାଇବାର ଦୁଃଖ ବୁଝିପାରିଛ । ଠିକଣା ଯେ ତୁମେ ତୁମ ନିଜର ହଜାଇ ଦେଇଛ ।
ନିଶିକାନ୍ତ ସେଇଠି, ସେଇ ଅମା ଅନ୍ଧାର ରାତି ଆକାଶର ଛାତି,
ସେଇ ଶିତଳତା,ଛାତିରେ ତୁମ ସ୍ମୃତିର କଳାଦାଗ "ଚନ୍ଦ୍ରକଳା" ନେଇ
ଯେମିତି ସେମିତି ରହିଛି ଚାହିଁ ତୁମକୁ ଅନାମିକା ପ୍ରକୃତି ବହୁରୂପି ।
©®କାଶ୍ୟପ,ରାୟଗଡା