Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସାହାସୀ କୁକୁର ଓ ପରୀ ବିରାଡ଼ି

ସାହାସୀ କୁକୁର ଓ ପରୀ ବିରାଡ଼ି

2 mins
7.6K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ରାଜାଙ୍କର ତିନି ପୁଅ ସର୍ବଗୁଣର ଅଧିକାରୀ ଥିଲେ l ଦିନେ ସେ ତିନି ରାଜକୁମାରଙ୍କୁ ପାଖକୁ ଡାକି କହିଲେ- ତୁମ ତିନି ଜଣଙ୍କ ମଧ୍ୟରୁ ଯିଏ ସବୁଠାରୁ ସୁନ୍ଦର ଓ ଚତୁର କୁକୁରଟିଏ ଆଣି ଦେବ ମୁଁ ତାକୁ ମୋର ଉତ୍ତରାଧିକାରୀ କରିବି l ଏହା ଶୁଣି ତିନି ରାଜ କୁମାର ନିଜ ନିଜ ବାଟ ଦେଇ ଯାଉଥିବା ସମୟରେ ବାଟରେ ଭେଟୁଥିବା ସମସ୍ତ କୁକୁରକୁ ଉପରେ ଲକ୍ଷ ରଖି ତା’ ଠାରୁ ଭଲ କୁକୁର ମିଳିଯିବା ଆଶାରେ ଆଗକୁ ଚାଲୁଥିଲେ l ମାତ୍ର ସାନ ରାଜକୁମାରଙ୍କର ରାଜାଙ୍କର ସର୍ତ୍ତକଥା ମନେ ନ ଥିଲା l ସେ ଗାଁ ଗଣ୍ଡା ନଦୀ ନାଳର ପ୍ରାକୃତିକ ଶୋଭାରେ ମଜ୍ଜି ଖୁସିରେ ଗୀତ ଗାଇ ଗାଇ ଆଗକୁ ଚାଲୁଥାଆନ୍ତି ହଠାତ୍ ସେ ଶୁଣିବାକୁ ପାଇଲେ କିଏ ଜଣେ ବିକଳ ହୋଇ କାନ୍ଦୁଛି l ସେ କାନ୍ଦର ସ୍ଵରକୁ ଅନୁସରଣ କରି ଏକ କୂଅ ପାଖରେ ପହଞ୍ଚି ଦେଖିଲେ ତା’ ଭିତରେ ଜଣେ ବୁଢୀ ସାହାଯ୍ୟ ପାଇଁ ହାତ ବଢାଉଛି l ସେ ଏକ ଦଉଡି ସାହାଯ୍ୟରେ ବୁଢୀକୁ ଉଦ୍ଧାର କରି ପଚାରିଲେ- ମାଆ ! ତୁମେ ଏ କୂଅ ଭିତରେ କେମିତି ପଡିଲ ? ବୁଢୀଟି କହିଲା ବାପ ! କେତେକ କୁକୁର ମତେ ଗୋଡେଇବାରୁ ମୁଁ ଏ କୂଅକୁ ଡେଇଁ ପଡିଲି l

ଏହା ପରେ ସାନ ରାଜକୁମାର ଆଗକୁ ଚାଲିଲେ l କିଛି ବାଟ ଯିବା ପରେ କିଛି ମାଙ୍କଡ଼ ଗଛ ଉପରେ ଡିଆଁ ଡେଇଁ ହେଉଛନ୍ତି ଆଉ ତଳେ ଏକ ମାଙ୍କଡକୁ କେତେକ କୁକୁର ଘେରି କାମୁଡୁଛନ୍ତି l ସୀକ ଠେଙ୍ଗା ସାହାଯ୍ୟରେ କୁକୁର ମାନଙ୍କୁ ଗୋଡେଇ ମାରିଲେ ଓ ଆହାତ ମାଙ୍କଡଟିର କ୍ଷତ ସ୍ଥାନରେ ଔଷଧ ପତ୍ରର ରସକୁ ଲଗାଇ ଦେଲେ l ତା’ ପରେ ସେ କିଛି ଦୂର ଯିବାପରେ ଦେଖିଲେ ସେହି କୁକୁର ମାନେ ଏକ ସୁନ୍ଦର ବିରାଡିକୁ ଗୋଡାଉଛନ୍ତି ସେ ମଧ୍ୟ କୁକୁର ମାନଙ୍କ ପଛେ ପଛେ ଧାଇଁଲେ l ବହୁତ ବାଟ ଯିବା ପରେ ବିରାଡିଟି ଏକ ଗୁମ୍ଫା ଭିତରକୁ ପଶିଗଲା l କୁକୁରମାନେ ମଧ୍ୟ ତା ଭିତରକୁ ପସିବାକୁ ଚେଷ୍ଟା କରିଥିଲେ ହେଲେ ରାଜକୁମାର ନିଜ ଠେଙ୍ଗା ଦ୍ଵାରା ଗୁମ୍ଫାର ମୁହଁଟି ଆପେ ଆପେ ବନ୍ଦ ହୋଇ ଗଲା l ରାଜକୁମାର ତା’ ଭିତରକୁ ପଶିଗଲେ l କିଛିବାତଟ ଯିବା ପରେ ଦେଖିଲେ ଏକ ସୁନ୍ଦର ରାଜସିଂହାସନ ଉପରେ ସେହି ବିରାଡିଟି ବସିଛି l ସେ ତାଙ୍କୁ ଦେଖି କହିଲା- ରାଜକୁମାର ! ତୁମେ ମୋ ଜୀବନ ବଞ୍ଚାଇ ମୋ ପାଇଁ ବଡ ଉପକାର କରିଛି l ହେଲେ ତୁମେ ତୁମ ବାପାଙ୍କର ସର୍ତ୍ତକୁ ପୂରଣ ନ କରି ଏତେ ବଡ ସୁଯୋଗକୁ ହାତ ଛଡା କରିଦେଲ ? ଏହା ଶୁଣି ରାଜକୁମାର କହିଲେ-କିପରି ? ବିରାଡିଟି କହିଲା- ମତେ ଗୋଡାଉଥିବା କୁକୁରଙ୍କ ମଧ୍ୟରୁ ସେହି ବଡ଼ କୁକୁରଟି ଥିଲା ସବୁଠାରୁ ଚରୁର ଓ ସାହସୀ l ତାକୁ ଯଦି ତୁମେ ଜୀବନ୍ତ ଧରି ଘରକୁ ଫେରି ଥାଆନ୍ତ ତା’ ହେଲେ ତୁମେ ରାଜା ହୋଇ ପାରନ୍ତ l ଏହା ଶୁଣି ରାଜ କୁମାର କହିଲେ- ଏ ଭଳି କୁକୁର ରାଜ୍ୟରେ ରହିଲେ ବଡ ବିପଦ l ତା ଛଡା ମୋର ସେ ରାଜଗାଦୀ ଉପରେ ଲୋଭ ନାହିଁ l ଏହା ଶୁଣି ବିରାଡିଟି ଏକ ସୁନ୍ଦର ପାରିର ରୂପ ନେଇ କହିଲା- ମୁଁ ତୁମକୁ ପରୀକ୍ଷା କରୁଥିଲି l ତୁମେ ହିଁ ଏ ରାଜ୍ୟର ରାଜା ହେବା ପାଇଁ ଯୋଗ୍ୟ l ତେଣୁ ମୁଁ ତୁମକୁ ଏହି ଯାଦୁର ବାଡିଟିକୁ ଦେଉଛି l ତୁମେ ପ୍ରଜାମାନଙ୍କର ମଙ୍ଗଲ ପାଇଁ ଏହାକୁ ଯାହା ମାଗିବ ସେ ଦେବ କହି ପରୀ କୁଆଡ଼େ ଅଦୃଶ୍ୟ ହୋଇଗଲା l

ରାଜା ସବୁକିଛି ଜାଣି ସାନ ରାଜକୁମାରଙ୍କୁ ଉତ୍ତରାଧିକାରି କଲେ l ସାନ ରାଜକୁମାର ରାଜ୍ୟ ଶାସନ କରି ଖୁସିରେ ରହିଲେ


Rate this content
Log in

Similar oriya story from Children