Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -216
ଜହ୍ନମାମୁଁ -216
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2 Minutes   7.6K    15


Content Ranking

ସିଦ୍ଧୁର ଅହଂକାର -୨

ସିଦ୍ଧୁ ସନ୍ନ୍ୟାସୀଙ୍କ କଥାରେ ଖୁସି ହୋଇ କହିଲା, “ବାଃ, ସନ୍ନ୍ୟାସୀ ସେ ମୁର୍ଖକୁ କି ସୁନ୍ଦର ଭାବେ ଉତ୍ତର ଦେଲେ! କିନ୍ତୁ ଗୋଟିଏ କଥା ମନେ ରଖ । ମୁଁ ଯେପରି କହିବି ସେପରି କରିବ । ତୁମେ ମୋ ଘରେ ଠିକ୍ ବାରଟା ବେଳେ ଯାଇ ପହଁଚିବ ।” ଏହା କହି ସେଠାରୁ ସେ ତୁରନ୍ତ ଚାଲିଗଲା ।

ବାରଟା ସମୟକୁ ସନ୍ନ୍ୟାସୀ ସିଦ୍ଧୁ କହିବା ଅନୁସାରେ ତା’ଘରକୁ ଯିବାକୁ ବାହାରିଲେ । କିନ୍ତୁ ଠିକ୍ ସେତିକିବେଳେ ଗୋଟିଏ ସାପକାମୁଡା ରୋଗୀକୁ ଆଣି ଲୋକମାନେ ତାଙ୍କ ପାଦ ପାଖରେ ଶୁଆଇ ଦେଇ ତାକୁ ମନ୍ତ୍ର ଦ୍ୱାରା ବଞ୍ଚାଇ ଦେବାକୁ କହିଲେ ।

ସନ୍ନ୍ୟାସୀ ଉକ୍ତ ଲୋକଟିର ମଥାରେ କିଛି ବିଭୂତି ଲଗାଇ ଦେଲେ ଓ ମନ୍ତ୍ର ପଢିଲେ । ଯଦ୍ୱାରା ଖୁବ୍ ଅଳ୍ପ ସମୟ ମଧ୍ୟରେ ସେହି ଲୋକଟି ନିଦରୁ ଉଠିଲା ପରି ଝାଡିଝୁଡି ହୋଇ ଉଠି ବସିଲା ।

ଏସବୁ ପରେ ସନ୍ନ୍ୟାସୀ ସିଦ୍ଧୁର ଘରେ ଯାଇ ପହଁଚିଲେ, କିନ୍ତୁ ଡେରୀ ପରେ । ସିଦ୍ଧୁ ରାଗିଯାଇ କହିଲା, “ମୁଁ କହିଥିଲି ନା ମୁଁ ଯାହା ଚାହିଁବି ତାହାହିଁ ହେବ? ମୁଁ ତୁମକୁ ବାରଟାରେ ଡାକିଥିଲି, ଏବେ ଆସି ସାଢେବାରଟା ହେଲାଣି । ଏବେ ତୁମେ ଫେରିଯାଅ । ମୁଁ ଭୋଜନ କରି ସାରିଲିଣି ।”

ସନ୍ନ୍ୟାସୀ ବାଧ୍ୟ ହୋଇ ତାକୁ କହିଲେ “ଅତିଥି, ନାରାୟଣଙ୍କ ସମ୍ମାନ, ଅତିଥିକୁ ନିମନ୍ତ୍ରଣ କରି ଗୃହସ୍ଥ ନିଜେ ଭୋଜନ କରିବା କିଛି ସୁନ୍ଦର କଥା ନୁହେଁ । ପୁଣି ମୋତେ ଖାଇବାକୁ ନ ଦେଇ ଫେରେଇ ଦେଉଛ । ଏତେ ଗୁଡାଏ ପାପ କରନାହିଁ ।”

ଏକଥା ଶୁଣି ସିଦ୍ଧୁ ଆହୁରି ରାଗିଗଲା ଓ କହିଲା, “ଆରେ, ବୁଢା, ମୋତେ ଶିଖାଇବାକୁ ଚାହୁଁଛୁ? କ’ଣ ବୋଲି ପାଇଲୁ କି?” ଏତିକି କହି ସେ ସନ୍ନ୍ୟାସୀଙ୍କୁ ଠେଲି ପକାଇ ଦେଲା । କିନ୍ତୁ ଏ ଦୃଶ୍ୟ ଲୋକମାନେ ଯମାରୁ ସହି ପାରିଲେ ନାହିଁ । ସେମାନେ ସିଦ୍ଧୁକୁ ମାରିବାକୁ ବାହାରିଲେ; କିନ୍ତୁ ସନ୍ନ୍ୟାସୀ ସେମାନଙ୍କୁ ବାଧା ଦେଇ କହିଲେ, “ମଣିଷ ମଧ୍ୟରେ ଅହଂକାର ରହିବା ମୋଟେ ଉଚିତ୍ ନୁହେଁ । ତୁମେମାନେ ତାକୁ କିଛି କରନାହିଁ, ତା’ର ଫଳ ତାକୁ ଭଗବାନ୍ ଦେବେ ।”

ଠିକ୍ ଛମାସ ପରେ ସିଦ୍ଧୁର ହାତରେ ଏକ ବଡ ଘା’ ହେଲା ଓ ତାହା ବିଷାକ୍ତ ହୋଇ ଗଲା । ବୈଦ୍ୟମାନେ କହିଲେ ହାତଟିକୁ କାଟି ଦେବାକୁ ହେବ, ନହେଲେ ସାରା ଦେହରେ ବିଷ ଚରିଯାଇ ଅଚିରେ ତୁମର ମୃତ୍ୟୁହେବ ।

ଏଥର ସିଦ୍ଧୁର ପୁରୁଣା କଥା ମନେ ପଡିଲା । ସେ ସେହି ସନ୍ନ୍ୟାସୀଙ୍କୁ ହାତ ଉଠାଇ କି ଭୁଲ୍ କରିଥିଲା, ଏବେ ବୁଝୁଛି ଓ ପଶ୍ଚାତାପ କରୁଛି । କିନ୍ତୁ କ’ଣ କରାଯିବ । ସେ ହାତ କାଟିବାକୁ ଯମାରୁ ଚାହୁଁ ନଥିଲା । କାରଣ ଗ୍ରାମବାସୀ ତା’ର କଟା ହାତ ଦେଖି ତାକୁ ଚିଡେଇବେ, ଛିଗୁଲେଇବେ । କିନ୍ତୁ ତା’ମନରେ ଥିବା କ୍ରୋଧ ଓ ଅହଂକାର ଏବେ ଚାଲିଗଲାଣି ।

ଅଳ୍ପ କିଛି ଦିନ ପରେ ସନ୍ନ୍ୟାସୀ ତାକୁ ଦେଖିବାକୁ ଆସିଲେ ଓ ପଚାରିଲେ “କିପରି ଅଛ?” “ସ୍ୱାମୀଜୀ, ଦେଖନ୍ତୁ ମୋର କି ଅବସ୍ଥା । ଏ ଦଣ୍ଡ ମୋତେ ଆପଣ ଦେଲେ ନା ଭଗବାନ ତା ତ ମୁଁ ଜାଣେନାହିଁ । ମୋତେ ଏଥିରୁ ରକ୍ଷା କରନ୍ତୁ ।” ଏହା କହି ସିଦ୍ଧୁ କାନ୍ଦି କାନ୍ଦି ତାଙ୍କ ପାଦରେ ପଡିଲା ।

ସନ୍ନ୍ୟାସୀ ତାକୁ ସାନ୍ତ୍ୱନା ଦେଇ କହିଲେ, “ବତ୍ସ, ତୁମେ ତୁମର କ୍ରୋଧ, ଅହଂକାର ଉପରେ ବିଜୟ ଲାଭ କରିଛ । ତୁମ ପଶ୍ଚାତାପ ଯୋଗୁଁ ଅହଂକାର ଧୋଇ ହୋଇଗଲା । ତୁମ ଅହଂକାର ତୁମକୁ ଏ ଦଣ୍ଡ ଦେଇଛି ।” ତା’ପରେ ସନ୍ନ୍ୟାସୀ ସିଦ୍ଧୁର ହାତକୁ ଧରି ସେଥିରେ ବିଭୂତି ଲଗାଇ ଦେଲେ ।

ଦେଖୁଦେଖୁ ସେହି ବିଷାକ୍ତ ଘା କ୍ରମେ ଭଲ ହୋଇଗଲା । ସଙ୍ଗେସଙ୍ଗେ ସନ୍ନ୍ୟାସୀ ମଧ୍ୟ ସେଠାରୁ କୁଆଡେ ଚାଲିଗଲେ । ସମସ୍ତେ ବ୍ୟସ୍ତ ହେଲେ । କିନ୍ତୁ ସେହିଦିନଠାରୁ ସିଦ୍ଧୁ ସତରେ ଜଣେ ସାଧୁ ହୋଇଗଲା ।

ସିଦ୍ଧୁ ସନ୍ନ୍ୟାସୀ ମୁର୍ଖ

Rate the content


Originality
Flow
Language
Cover design

Comments

Post

Some text some message..