Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anjana Behera

Others

3  

Anjana Behera

Others

ନାରୀଜନ୍ମ

ନାରୀଜନ୍ମ

2 mins
705


ସେଦିନ ବିଦ୍ୟାଳୟର ଅଫିସ କାମ ଟିକେ ଅଧିକ ହୋଇ ଯାଇଥିଲା । ଶ୍ରେଣୀରେ ଉଜ୍ଜ୍ବଳ କାମ ସହ ପିଲାମାନଙ୍କର ବିଦ୍ୟାଳୟରେ ନାମ ଲେଖା ଚାଲିଥିଲା । ବିଦ୍ୟାଳୟକୁ ନୂଆ ନୂଆ ପିଲା ଆସିବେ ନୂଆ ନୂଆ ସ୍ବପ୍ନ ନେଇ । ମୁଁ ଛୋଟ ମଫସଲ ଗାଁରେ ସରକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥାଏ । ଗାଁଠାରୁ ଦୀର୍ଘ ୫୦ କିଲୋମିଟର ଦୂରତାରେ । ନିଜ ସ୍କୁଟି ମାଧ୍ୟମରେ ପ୍ରତିଦିନ ୧୦୦ କିଲୋମିଟର ଯିବା ଆସିବା କରେ । ଉକ୍ତ ଦିନରେ କାର୍ଯ୍ୟ ଭାର ଅଧିକ ହୋଇ ଯାଇଥିଲା । ଘରେ ଘରେ ପରିବାର ଲୋକଙ୍କୁ ବୁଝାଇ ଝିଅମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କୁ ପଢ଼ିବାର ସୁଯୋଗ ଦେବା ପାଇଁ ଅନୁରୋଧ କରିଥିଲି । ଯେହେତୁ ମଫସଲ ଲୋକଙ୍କୁ ବୁଝାଇବା କଷ୍ଟକର ତଥାପି ନିଜ ଉଦାହରଣ ଦେଇ ଏବଂ ବିଦ୍ୟାଳୟରେ ନାରୀ ଶିକ୍ଷାକୁ କିପରି ଅଗ୍ରାଧିକାର ଦିଆଯାଇଛି ତା'ର ଧାରଣା ଲୋକଙ୍କ ମନରେ ଆଣିଲି । ଏହିସବୁ ଭିତରେ ମୁଣ୍ଡ ଭାରି ଭାରି ହୋଇ ଆସୁଥାଏ । ବିଦ୍ୟାଳୟ କାମ ସାରି ଘରକୁ ଫେରିବା ଯାଏଁ ମନରେ ସାହସ ବାନ୍ଧି ଘରେ ପହଞ୍ଚି ଗଲି । ବହୁତ ଥକ୍କା ଲାଗୁଥାଏ । ମୁଣ୍ଡ ବି ଭାରି ବିନ୍ଧୁଥାଏ । ଆଖି ମଳି ମଳି ଯାଇ ଚୌକି ଉପରେ ବସିଗଲି । ପିଲାମାନେ ମାଆ ମାଆ କହି ଆସି ଉପରେ ଆଉଜି ପଡ଼ିଲେଣି । ମୋ ଜିଭ ଶୋଷରେ ଅଠା ହୋଇ ଆସିଲାଣି । ପାଟି ଖୋଲି କିଛି ପାଣି ମାଗିବାକୁ ଉଦ୍ୟମ କଲା ବେଳେ ଶାଶୁ ସେପଟେ କହିଲେଣି , ଶୀଘ୍ର ଲୁଗା ବଦଳି ବାସନ ସବୁ ପଡ଼ିଛି ମାଜେ । ଝିଅ ଝାଡା କରିଛି ଡ୍ରେସରେ ସଫା କରେ । ଏ ସବୁ ଶବ୍ଦ ଶୁଣି ଶୋଷ ବି ଲୁଚିଗଲା । ଆଖିରେ ଗରମ ଦୁଇ ଧାର ଲୁହ ଅନବରତ ବହି ଚାଲିଲା । ଏ ସମୟେ ପୂର୍ବ କଥା ବାରମ୍ବାର ମନେ ପଡୁଥାଏ .... ସେତେବେଳେ ମୁଁ ଚାକିରୀ କରୁ ନ ଥାଏ । ତାଙ୍କ ପୁଅ ( ସ୍ବାମୀ ) ସେ ଗାଁ ଠାରୁ ୨୦ କି.ମି ଦୂରରେ ଶିକ୍ଷକତା କରୁଥାନ୍ତି । ଯେତେବେଳେ ସେ ବିଦ୍ୟାଳୟରୁ ଘରକୁ ଫେରିବା ବେଳେ ମାତ୍ର ଟିକେ ବିଳମ୍ବ ହୋଇଗଲେ । ଶାଶୁ ବଡ଼ ପାଟିରେ ଗାଳି କରି ତାଗିଦ କରୁଥିଲେ... ପୁଅ ମୋର ଦିନ ସାରା ଖଟି ଖଟି ଘରକୁ ଆସିଲେଣି, ତାକୁ ପାଣି ଜଳଖିଆ ନ ଦେଇକି ପିଲାମାନଙ୍କୁ ଧରିଥା ... ପୁଅ ସେପଟେ କିନ୍ତୁ ବଜାରରେ କିଛି ଫାଷ୍ଟଫୁଡ଼ ଖାଇ ସାରି ଫେରିଥାଏ । ହେଲେ ଆଜି ..... ପୁଅ ବୋହୂ ଭିତରେ ତଫାତ୍ କ'ଣ । ନିଜ ଲୁହ ନିଜେ ପିଇ ଘୋଷାରି ଘୋଷାରି ସବୁ କାମ କରିବାକୁ ପଡ଼ିଥାଏ ।


Rate this content
Log in

More oriya story from Anjana Behera