Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

ଆଶୀର୍ବାଦ ଓ ଅଭିଶାପ

ଆଶୀର୍ବାଦ ଓ ଅଭିଶାପ

5 mins
7.5K


ସେତେବେଳକୁ ପୃଥିବୀ ପୃଷ୍ଠରେ କୌଣସି ଜୀବର ସୃଷ୍ଟି ହୋଇନଥାଏ । ତେଣୁ ଧରଣୀ ମାଆ ଏକା । ନିଃସଙ୍ଗ । ଏକାକୀ ଜୀବନ ଯାପନ ବିରକ୍ତିକର । ଏହା ତାଙ୍କ ଅନୁଭୂତି ହେଲା । ଦିନକୁ ଦିନ ତାଙ୍କର ଅସ୍ଥିରତା ବଢିବାକୁ ଲାଗିଲା । ଶେଷରେ ସେ ଠିକ୍ କଲେ ଯେ, ସେ ଏକଥା ସୃଷ୍ଟିକର୍ତ୍ତାଙ୍କୁ ଜଣାଇବେ । ପୃଥିବୀ ପୃଷ୍ଠରେ ତାଙ୍କର ଗୋଟିଏ ସାଥୀ ଦରକାର । ଏଥିପାଇଁ ବ୍ୟବସ୍ଥା କରିଦେବାକୁ ସେ ସୃଷ୍ଟିକର୍ତ୍ତାଙ୍କୁ ଅନୁରୋଧ କରିବେ ।

ଦିନକର କଥା ସୃଷ୍ଟି କର୍ତ୍ତା ଭଗବାନ ରଥରେ ବସି ଧରଣୀ ମାଆଙ୍କୁ ଦେଖା କରିବାକୁ ଆସିଥାଆନ୍ତି । ଅଳ୍ପ କିଛି ସମୟ କଥାବାର୍ତ୍ତା ଚାଲିଲା । ଏହା ଭିତରେ ଧରଣୀ ମାଆ ସୃଷ୍ଟକର୍ତ୍ତାଙ୍କୁ ଅଭିଯୋଗ କରିବାର ସୁଯୋଗ ମିଳିଗଲା । ତେଣୁ ସେ ତାଙ୍କ କଥା ଉପସ୍ଥାପନା କଲେ - “ଭଗବାନ ! ଏକୁଟିଆ ରହିବାଟା କେତେ କଷ୍ଟକର , ଆପଣ ଏହା ହୁଏତ ଜାଣିନାହାନ୍ତି ।ଆପଣ ଏହା ହୁଏତ ଜାଣିନାହାନ୍ତି । ଆପଣଙ୍କର ବାସସ୍ଥାନ ସ୍ୱର୍ଗପୁର । ପରୀମାନେ ସେଠାରେ ପୁରି ରହିଛନ୍ତି । ସର୍ବଦା ସେମାନଙ୍କର ଯିବା ଆସିବାରେ ଆପଣଙ୍କ ଚାରିପାଖ ମୁଖରିତ । କିନ୍ତୁ ମତେ ଦେଖନ୍ତୁ । ମୋ ପାଖରେ କେହି ନାହାନ୍ତି । ମୁଁ ପଦେ କଥାବାର୍ତ୍ତା କରିବାକୁ କାହାକୁ ପାଉନାହିଁ । ଏଣୁ ମୁଁ ଭୟଙ୍କର ଶାରୀରିକ ଓ ମାନସିକ ଯନ୍ତ୍ରଣାର ଶିକାର । ମତେ ଦୟାକରନ୍ତୁ ଆପଣ ମୋ ପାଇଁ ଗୋଟିଏ ସାଥିର ଯୋଗାଡ କରି ଦିଅନ୍ତୁ ।”

“ତମେ ଏକୁଟିଆ ରହୁଛ ?” ସୃଷ୍ଟିକର୍ତ୍ତାଙ୍କର ପ୍ରଶ୍ନ । ମୁହଁରେ ତାଙ୍କର ସାମାନ୍ୟ ହସ । “ତମେ ଦୁଇଟି ପୁଅ ପାଇବ । ସେମାନେ ତୁମର ଦେଖାଶୁଣା କରିବେ । ସବୁ ପ୍ରକାର ସାହାଯ୍ୟ ସହାୟତା ଦେବେ । ଫଳରେ ତମର ଜୀବନ ଆନନ୍ଦମୟ ହେବ ।” ସୃଷ୍ଟିକର୍ତ୍ତା କହିଲେ ।

ଏକଥା ଶୁଣି ଧରଣୀ ମାଆ ଭାରି ଖୁସି । ସେ ସୃଷ୍ଟିକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ।

ସମୟ କ୍ରମେ ଧରଣୀ ମାଆ ଦୁଇଟି ସୁନ୍ଦର ପୁତ୍ରଙ୍କୁ ଜନ୍ମ ଦେଲେ । ସେ ବଡ ପୁଅର ନାମ ସୂର୍ଯ୍ୟ ଓ ସାନର ନାମ ଚନ୍ଦ୍ର ରଖିଲେ । ତାଙ୍କୁ ଦେଖାଶୁଣା କରିବାକୁ ପାଖରେ ତାଙ୍କର ଦୁଇଟି

ପୁଅ । ଜୀବନ ଆନନ୍ଦମୟ । ଏହା ସେ ବୁଝିପାରିଲେ । ଜୀବନକୁ ଉପଭୋଗ କଲେ । ପୁଅମାନେ ତାଙ୍କ ସହିତ ରହନ୍ତି । ଫଳରେ ସେ ଆଉ କେବେ ହେଲେ ଏକୁଟିଆ ଅନୁଭବ କରିଲେ ନାହିଁ ।

ସୂର୍ଯ୍ୟ ଓ ଚନ୍ଦ୍ର ବଢିବାକୁ ଲାଗିଲେ । ସେମାନେ ଯୌବନରେ ପଦାର୍ପଣ କଲେ । ବୃଦ୍ଧା ମା’ଙ୍କର ଦେଖାଶୁଣା କରିବା ଥିଲା ସେମାନଙ୍କର ପ୍ରଧାନ କର୍ତ୍ତବ୍ୟ । ଏହାକୁ ସୁଚାରୁ ରୂପେ ତୁଲାଇବାର କଥା । ତେଣୁ ସେମାନେ ଦୁହେଁ ଦିନକୁ ଦୁଇ ଭାଗରେ ବିଭକ୍ତ କଲେ । ବଡପୁଅ ମା’କୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଓ ସାନପୁଅ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଦେଖାଶୁଣା କରିବାର ଦାୟିତ୍ୱ ନେଲେ । ଏହା ହେଲା ସେମାନଙ୍କର ନିଷ୍ପତ୍ତି । ତାହା ସେମାନେ ପାଳି କରି ମାଆକୁ ଖୁସିରେ ରହିବାକୁ ଚେଷ୍ଟିତ । ମାଆଙ୍କର ଦୁଇପୁଅଙ୍କ ପ୍ରତି ଥିଲା ପ୍ରଗାଢ ସ୍ନେହ ଓ ଶ୍ରଦ୍ଧା ।

ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ମାଆ ପ୍ରତି ଅଶେଷ ଶ୍ରଦ୍ଧା ଓ ଭକ୍ତି ଦେଖି ସୃଷ୍ଟିକର୍ତ୍ତା ଭାରି ଖୁସି । ସେ ଦିନେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କଲେ । ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟିକର୍ତ୍ତାଙ୍କର ନିମନ୍ତ୍ରଣକୁ ସାଦରେ ଗ୍ରହଣ କଲେ । କିନ୍ତୁ ଚନ୍ଦ୍ର ସୃଷ୍ଟିକର୍ତ୍ତାଙ୍କୁ ପ୍ରଶ୍ନ କଲେ - “ଭଗବାନ ! ଆମେ ଦୁଇ ଭାଇ ତ ଆପଣଙ୍କର ନିମନ୍ତ୍ରଣ ରକ୍ଷା କରି ସାଥି ହୋଇ ଆପଣଙ୍କ ଘରକୁ ଚାଲିଯିବୁ । ଆମ ଅନୁପସ୍ଥିତିରେ ଆମ ମା’ର ଯତ୍ନ କିଏ ନେବ ?”

ଉତ୍ତର ହେଲା - “ଏହା ଅତି ମାମୁଲି କଥା। ତୁମେ ଦୁହେଁ ମା’ଙ୍କୁ ସାଥିରେ ଧରି ମଧ୍ୟାହ୍ନ ଭୋଜନ ପାଇଁ ମୋ ଘରକୁ ଆସ ।”

ସୃଷ୍ଟିକର୍ତ୍ତାଙ୍କୁର ନିର୍ଦ୍ଦେଶ ପାଳନ କରିବାକୁ ହେବ । ସେଥିପାଇଁ ସେମାନେ ସାଥି ହୋଇ ମା’ଙ୍କୁ କହିଲେ - “ସୃଷ୍ଟିକର୍ତ୍ତା ଆମକୁ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ ଘରକୁ ଡାକିଛନ୍ତି । ତୁମେ ଆମ ସାଥିରେ ଯିବ ।” କିନ୍ତୁ ତାଙ୍କ ମାଆ ଏଥିରେ ରାଜି ହେଲେ ନାହିଁ । ବରଂ କହିଲେ – “ତୁମେ ଦୁହେଁ ସ୍ୱର୍ଗକୁ ଯାଇ ଆନନ୍ଦ ଉପଭୋଗ କର । ପରୀମାନେ ତୁମକୁ ନିଜ ହାତରେ ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରିବେ। ତମେ ମୋ କଥା ଚିନ୍ତା କର ନାହିଁ । ଏହା ତ ଗୋଟିଏ ଦିନର କଥା । ସେ ଦିନଟା ମୁଁ ନିଜର ଦେଖାଶୁଣା କରିପାରିବି । ମୋର ଅସୁବିଧା ହେବ ନାହିଁ । ତୁମେ ଯାଅ । ସୃଷ୍ଟିକର୍ତ୍ତାଙ୍କର ଇଚ୍ଛା ପୁରଣ କର ।”

କିନ୍ତୁ ଚନ୍ଦ୍ର ମାଆ କଥାରେ ରାଜି ହେଲା ନାହିଁ । ସେ ବାରମ୍ବାର ମାଆଙ୍କୁ ତାଙ୍କ ସହିତ ଯିବା ପାଇଁ ଅନୁରୋଧ କଲେ । କିନ୍ତୁ ଧରଣୀ ମା’ର ଦେହ ଭଲ ନଥାଏ । ତେଣୁ ସେ ଯିବାକୁ ଆଦୈା ରାଜି ହେଲେ ନାହିଁ ।

ଅନିଚ୍ଛା ସତ୍ତ୍ୱେ ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟିକର୍ତ୍ତାଙ୍କ ଘରକୁ ଗଲେ । ମା’ ଏକୁଟିଆ ରହିଲେ ।

ସୃଷ୍ଟିକର୍ତ୍ତା ତାଙ୍କୁ ସ୍ୱାଗତ କଲେ । ତାଙ୍କ ସହିତ ତାଙ୍କର ମା ଆସିନାହାନ୍ତି ଏହା ସେ ଦେଖିଲେ । ତେଣୁ ସେ ତାଙ୍କ ମାଆଙ୍କ କଥା ପଚାରିଲେ । ଚନ୍ଦ୍ର କହିଲେ - “ତାଙ୍କର ପେଟ ଭଲ ନ ଥିବାରୁ ସେ ଏହି ଭୋଜିକୁ ଆସି ପାରିଲେ ନାହିଁ ।” ଭୋଜି ଆରମ୍ଭ ହେଲା । ବିଭିନ୍ନ ପ୍ରକାର ସ୍ୱାଦର ପାନୀୟ ସବୁ ପରିବେଷଣ କରାଗଲା । ସୂର୍ଯ୍ୟ, ଚନ୍ଦ୍ର ଏପରି ସ୍ୱାଦିଷ୍ଟ ଖାଦ୍ୟ ଆଗରୁ କେବେ ଖାଇ ନଥିଲେ । ଏପରି ସୁସ୍ୱାଦୁ ଖାଦ୍ୟ ସେମାନେ ପେଟ ଭରି ଖାଇଲେ । କିନ୍ତୁ ଖାଇଲା ବେଳେ ଚନ୍ଦ୍ର ବାରମ୍ବାର ତାଙ୍କ ମାଆ କଥା ମନେ ପକାଉଥାନ୍ତି । ତାଙ୍କ ମାଆ ଏକୁଟିଆ ଥିବେ, ତାଙ୍କୁ ଭୋକ ଲାଗିବଣି । ସେ କିଛି ସମୟ ଗଭୀର ଭାବରେ ଚିନ୍ତା କଲେ । ତାପରେ ନିଜ ନଖରେ ନିଜେ ନିଜେ ଖାଇଥିବା ଖାଦ୍ୟ ସବୁ ଚାପି ରଖିଲେ । ଏସବୁ କଲାବେଳେ କେହି ତାଙ୍କୁ ଦେଖିପାରି ନାହିଁ । ଭୋଜି ସରିଲା । ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ ସୃଷ୍ଟିକର୍ତ୍ତାଙ୍କ ଘରୁ ଫେରି ଆସିଲେ ।

ଏଣେ ଧରଣୀ ମାଆଙ୍କ ପେଟରେ ଯନ୍ତ୍ରଣା ହେଲା । ତେଣୁ ତାଙ୍କ ପକ୍ଷେ ବାହାରକୁ ଯିବା କଷ୍ଟକର । ସେଥିପାଇଁ ଫଳ ମୂଳ ସଂଗ୍ରହ କରିପାରିଲେ ନାହିଁ । ସେତେବେଳକୁ ଭାରି ଭୋକ । ସେ ପୁଅମାନଙ୍କର ଫେରିବା ବାଟକୁ ଚାହିଁ ରହିଲେ ।

ସୂର୍ଯ୍ୟ ମା’ ପାଖକୁ ଆସିଲେ । ସାମାନ୍ୟ ହସି ନିଜ ପେଟରେ ହାତ ବୁଲାଇଲେ ଓ ହାକୁଟି ମାରିବାକୁ ଲାଗିଲେ । ସେ ପେଟପୁରା ଖାଇ ଆସିଛନ୍ତି । ଏହା ସେ ମା’ଙ୍କୁ ଜଣାଇଦେଲେ । ତାପରେ ସେ ଶୋଇବାକୁ ଚାଲିଗଲେ । କିନ୍ତୁ ତାଙ୍କ ମାଆ ଯେ ଭୋକିଲା ଅଛନ୍ତି, ସେ ଏ ପ୍ରତି ଧ୍ୟାନ ଦେଲେ ନାହିଁ । କିନ୍ତୁ ଚନ୍ଦ୍ର ଏହା ଜାଣିପାରିଲେ । ତେଣୁ ସେ ଗୋଟିଏ କଦଳୀ ପତ୍ର ଆଣି ତଳେ ପାରିଦେଲେ । ତାପରେ ସେ ତାଙ୍କର ହାତ ଓ ଗୋଡ ଆଙ୍ଗୁଠିରୁ ଖାଦ୍ୟ ଝଡେଇବାକୁ ଲାଗିଲେ । କଦଳୀ ପତ୍ରରେ ଖାଦ୍ୟ ଜମା ହେବାକୁ ଲାଗିଲା ।

ଧରଣୀ ମାଆ ତାକୁ ଖାଇଲେ । ଚନ୍ଦ୍ରଙ୍କର ତାଙ୍କ ପ୍ରତି ସ୍ନେହ ବହୁତ, ଏହା ଦେଖି ସେ କୁଣ୍ଢାଇ ପକାଇଲେ । ପୁଅକୁ ଆଶୀର୍ବାଦ କରି କହିଲେ - “ପୁଅ ! ତୁ ମତେ ଆଜି ଆନନ୍ଦ ଦେଇଛୁ । ମନ ଖୁସିରେ ନାଚୁଛି । ତେଣୁ ମୁଁ ପ୍ରାର୍ଥନା କରୁଛି ଯେ, ଭଗବାନ ତୋତେ ଆଶୀର୍ବାଦ କରନ୍ତୁ, ତୋ ଜୀବନ ଖୁସି ଓ ସୁଖମୟ ହେଉ । ସୂର୍ଯ୍ୟ ଭୁରି ଭୋଜନ କରି ଆସିଛି । ଏହା ସେ ହାକୁଟି ମାରି ମୋତେ ଦେଖାଇଲା । କିନ୍ତୁ ମୋ ଭୋକିଲା ପେଟ ପାଇଁ କିଛି ଟିକେ ବି ଆଣିଲା ନାହିଁ । ସେ ସର୍ବଦା ଅଶାନ୍ତି ଓ ଦୁଃଖରେ ରହୁ ।”

ସେଥିପାଇଁ ଅଶାନ୍ତ । ରାଗରେ ଲାଲ । ଉତ୍ତପ୍ତ । କିନ୍ତୁ ଚନ୍ଦ୍ର ଶାନ୍ତ । ଶୀତଳ ।

ଶ୍ରୀ ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Classics