Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନରେ ଠେକୁଆ
ଜହ୍ନରେ ଠେକୁଆ
★★★★★

© ଓଡିଆ ଶିଶୁ ଗପ

Children Inspirational

2 Minutes   7.4K    22


Content Ranking

ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି ।

ଦିନକର କଥା । ତିନିବନ୍ଧୁଙ୍କର ଏଭଳି ନିବିଡ ବନ୍ଧୁତ୍ୱ କଥା ସ୍ୱର୍ଗର ଏକ ପରୀ ଦେଖିଲା । ମନରେ ପ୍ରଶ୍ନ ଉଙ୍କିମାରିଲା, ଏଭଳି ନିବିଡ ବନ୍ଧୁତ୍ୱର କାରଣ କ’ଣ ହୋଇପାରେ? ପୁଣି ମନରେ ଭାବିଲା, ସେମାନେ ନିଶ୍ଚୟ ଉତ୍ତମ ସ୍ୱଭାବର ହୋଇଥିବେ । ମନରେ ସେମାନଙ୍କର ସ୍ନେହ, ଶ୍ରଦ୍ଧା, ଦୟା ଭାବ ପରସ୍ପର ପ୍ରତିଥିବ । ହେଲେ ଏହିସବୁ ଭଲଗୁଣ ତିନିବନ୍ଧୁଙ୍କ ଭିତରେ କାହାର ବେଶୀ ଜାଣିବାକୁ ତା’ର ଆଗ୍ରହ ସୃଷ୍ଟି ହେଲା ।

ଆଉଦିନେ ସେଇ ତିନିବନ୍ଧୁଙ୍କୁ ପରୀକ୍ଷା କରିବା ପାଇଁ ପରୀ ଗୋଟିଏ ବୁଢୀ ବେଶ ଧାରଣ କଲା । ତିନିବନ୍ଧୁ ଏକତ୍ରବସି ଗପସପ ହେଉଥିଲା ବେଳେ ସେମାନଙ୍କ ପାଖକୁ ଯାଇ କହିଲା, “ମୁଁ ବୁଢୀ ହୋଇଗଲିଣି । ମୋ’ ଆଖିକୁ ଭଲ ଦେଖାଯାଉନାହିଁ କି କାନକୁ ବି ଶୁଣାଯାଉନି । ଭଲଭାବରେ ବାଟ ବି ଚାଲିପାରୁନି । ମୋର ନିଜର ବୋଲି କେହି ନାହାନ୍ତି । ପ୍ରତିଦିନ ମୁଁ ଭିକ ମାଗି ଚଳେ । ଯେଉଁଦିନ କିଛି ନମିଳେ, ମୁଁ ଉପବାସ ରହିଯାଏ । ଏବେ ତିନି ଦିନ ହେଲା ମୋ ପେଟକୁ କିଛି ଯାଇନାହିଁ । ମୁଁ ଭାବୁଛି ତୁମେମାନେ ବଡ ଦୟାଳୁ । ସେଥିପାଇଁ ମୁଁ ଆସିଛି । ଦୟାକରି ମୋତେ କିଛି ଖାଇବାକୁଦିଅ, ଭଗବାନ ତୁମର ମଂଗଳ କରିବେ ।”

ଛଦ୍ମବେଶୀ ପରୀଠାରୁ ଏକଥା ଶୁଣି ଯିଏ ଯେଝାବାଟରେ ଖାଦ୍ୟ ଅନ୍ୱେଷଣ କରିବାକୁ ଚାଲିଗଲେ । ହୁଣ୍ଡାମାଙ୍କଡ ଗଛରେ ଚଢିଯାଇ ପାଚିଲା କଦଳୀ, କମଳା, ଅମୃତଭଣ୍ଡା ତୋଳି ଆଣିଲା । ବିଲୁଆଟି ଗୋଟାଏ ବଡ ରୋହିମାଛ ଧରି ଫେରିଲା । ହେଲେ ନିରୀହ ଠେକୁଆ କୁଆଡୁ କିଛି ନ ପାଇ ନିରାଶ ହୋଇ ଦୁଃଖରେ ଫେରିଲା । ତିନିହେଁ ଏକା ସମୟରେ ଆସି ବୁଢୀମାଉସୀ ପାଖରେ ପହଂଚିଗଲେ।

ମାଙ୍କଡ ଓ ବିଲୁଆ ଆଣିଥିବା ଖାଦ୍ୟସାମଗ୍ରୀ ବୁଢୀମାଉସୀକୁ ଦେଇ ଦେଲେ । ମାଙ୍କଡ ଫଳମୂଳ ରଖିଦେଲା, ଆଉ ବିଲୁଆ ରୋହିମାଛକୁ ନିଆଁରେ ପୋଡି ଖାଦ୍ୟ ଉପଯୋଗୀ କରି ମାଉସୀ ଆଗରେ ବି ବାଢିଦେଲା ଖାଇବା ପାଇଁ । ହେଲେ ଠେକୁଆ କିଛି ନ ଦେଇ ପାରି କହିଲା, “ମାଉସୀ ! ମୁଁ ଏଇ ନିଆଁ ଭିତରକୁ ଡେଇଁ ପଡିବି । ପୋଡିଗଲେ ତୁ ମୋର କଅଁଳିଆ ପୋଡାମାଂସ ଖାଇ ପେଟପୂରାଇନେବୁ ଭାରି ସୁଆଦିଆ ଲାଗିବ ।”

ଏତକ କହୁ କହୁ ବୁଢୀ ବେଶରେ ଥିବା ପରୀ ଠେକୁଆକୁ ଧରି କୁଣ୍ଢେଇ ପକାଇ କହିଲା, “ତୁମ ତିନି ବନ୍ଧୁଙ୍କ ଭିତରେ ଠେକୁଆ ହିଁ ଭାରି ଦୟାଳୁ ।”

ପୁଣି ଠେକୁଆ ଉଦ୍ଧେଶ୍ୟରେ କହିଲା, “ଆଜି ତୁମେ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛ । ମୁଁ ପ୍ରକୃତରେ ବୁଢୀ ମାଉସୀ ନୁହେଁ, ସ୍ୱର୍ଗର ପରୀ । ଆସ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି । ଏଣିକି ତୁମର ସ୍ଥାନ ମର୍ତ୍ୟରେ ନୁହେଁ, ଆକାଶର ଅତି ଉଚ୍ଚରେ ଥିବା ଜଦ୍ନମାମୁଁ ଦେହରେ ।”

ଏହାକହି ପରୀ ଠେକୁଆକୁ ତାର ପିଠିରେ ବସାଇ ଉଡି ଉଡି ସ୍ୱର୍ଗରେ ପହଂଚିଲା । ସେହିଦିନ ଠାରୁ ସ୍ୱର୍ଗରେ ଥିବା ସବୁଠାରୁ ଶୀତଳ ସ୍ଥାନ ଚନ୍ଦ୍ରପୃଷ୍ଠରେ ପରୀସହ ଠେକୁଆ ରହିଲା । ଆମେ ଆକାଶରେ ଚନ୍ଦ୍ରକୁ ଦେଖିଲେ ତା’ଦେହରେ ପରୀସହିତ ଠେକୁଆକୁ ଦେଖିପାରିବା । ମାତ୍ର ଅମାବାସ୍ୟା ରାତିରେ ଦେଖି ପାରିବା ନାହିଁ । କାରଣ ସେଦିନ ପରୀ ତା’ ପିଠିରେ ଠେକୁଆକୁ ବସାଇ ମର୍ତ୍ତ୍ୟମଣ୍ଡଳ ବୁଲାଇ ଆଣି ପୁନଶ୍ଚ ଚନ୍ଦ୍ରପୃଷ୍ଠକୁ ଫେରିଯାଏ ।

ଠେକୁଆ ଝରଣା ବୁଢୀ

Rate the content


Originality
Flow
Language
Cover design

Comments

Post

Some text some message..