Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Tragedy

1.0  

Chinmayee Barik

Tragedy

ବାଞ୍ଝର ମାତୃତ୍ୱ

ବାଞ୍ଝର ମାତୃତ୍ୱ

2 mins
7.6K


ବାଞ୍ଝର ପୁଣି ମାତୃତ୍ୱ?କଣ ବୁଝେ ସେ ଶବ୍ଦଟିର ମହତ୍ତ୍ୱ?ଦଶମାସ ପେଟରେ ରଖି ,ରକ୍ତ ଛିଂଚି ,ସ୍ତନ୍ୟରୁ କ୍ଷୀର ଝରାଇ ଜଣେ 'ମା 'ହୁଏ ।ମା ହେବା ବିଲକୁଲ୍ ସହଜ କଥା ନୁହେଁ ।ଏ କଣ ଖେଳ ଘର କଥା?ଆଉ ଏଠି କଥା ଉଠୁଛି ବାଞ୍ଝର ମାତୃତ୍ୱ ?।ନା,ନା ସେ କେବେ ମା ହୋଇ ପାରିବନି ...ଲହୁ ଲୁହ ଝରାଇ ପର ପିଲାକୁ ମଣିଷ କଲେ ବି ମାତୃତ୍ୱର ଉପାଧି ତାକୁ ମିଳେନା ।ବାଞ୍ଝଟେ ମା ଠାରୁ ଅଧିକ ମମତା ଦେଇ ଜାଣେ ବୋଲି ସେ ଡାହାଣୀ ପାଲଟି ଯାଏ ।କଥାରେ ଅଛି ନା..ମା ଠାରୁ ଯିଏ ଅଧିକ ସ୍ନେହ କରେ ସେ ଡାହାଣୀ ।

ବାଞ୍ଝ ସବୁବେଳେ ଡାହାଣୀ ।ପର ଛୁଆକୁ କରୁଣ ହୋଇ ଦେଖେ ।ପାଖରେ ପାଇଲେ ଅପାନ୍ତିଆ ଭଳି ଛାତିରେ ଜାକି ଧରେ ।ନିଜର ସର୍ବସ୍ୱ ଲୁଟାଇଦିଏ ଟିକେ ମମତା ଲାଗି ।ଦୁନିଆକୁ ଭୁଲିଯାଏ ।ପିଲାଟି ଯେତେବେଳେ ବାଞ୍ଝର ମମତାରେ ବଶୀଭୂତ ହୋଇଯାଏ ଲୋକେ କୁହନ୍ତି ସେ ଡାହାଣୀଟାଏ ।ପିଲାକୁ ଗୁଣି ଗାରେଡି କରିଛି ।ବାଞ୍ଝ କୋଳରୁ ପିଲାକୁ ଟାଣି ନିଅନ୍ତି ।

ସେ ଡାହାଣୀ ପାଲଟି ଯାଏ ।

ତା ମୁହଁ ଦେଖିବା ମନା,ସବୁ ଶୁଭ କାର୍ଯ୍ୟରେ ତାର ଛୁଁଇବା ମନା, । ସେ ସବୁବେଳେ ପଛରେ ରୁହେ ।ବିଧବା ଆଉ ବାଞ୍ଝ ମାନଙ୍କ ଭାଗ୍ୟ ପ୍ରାୟତଃ ଏକା ପରି ।ହଁ,ତାଙ୍କର ବି ଆବଶ୍ୟକତା ପଡେ । ଘରର ସବୁ ଅନାବନା,ଭାରି କାମରେ ତାଙ୍କର ଲୋଡା ପଡେ ।ସେମାନଙ୍କୁ କାଳେ କଷ୍ଟଟା କଷ୍ଟ ଭଳି ଲାଗେନି ।ଦେହରେ ବଥା ହୁଏନି ।ସେଥିଲାଗି ସେମାନେ ବଳଦ ପରି ଖାଲି ଖଟି ପାରନ୍ତି... ବିନା ହାମା ରଡି ଛାଡି ।

ମୋ ଆଖିରୁ ଲୁହ ଝରେ ।ଭାବେ ଏ ମାତୃତ୍ୱଟା କଣ?ଯିଏ ଅନ୍ତ ଫାଡି ଜନ୍ମ କରେ ତା ପାଖରେ କେବଳ ମାତୃତ୍ୱ ଥାଏ? ଏହା କେବଳ କଣ ଗୋଟିଏ ନାରୀସୁଲଭ ଶବ୍ଦ? ମୁଁ କିନ୍ତୁ ଜାଣିଛି ଗୋଟିଏ ମଣିଷ ପାଖରେ ମାତୃତ୍ୱ ଆଉ ପିତୃତ୍ୱ ବି ଥାଏ ।ମୋ ଦେହ ଖରାପ ହେଲେ ବାପା, ବୋଉ କୋଳରୁ ମୋତେ ନେଇ ଯାଇ ତାଙ୍କ ପେଟ ତଳେ ଶୁଆନ୍ତି ।ରାତି ଉଜାଗର ହୋଇ ସେବା କରନ୍ତି ।ମୁଁ ସେଠି ଦେଖିଛି ବାପାଙ୍କ ଆଖିରେ ମାତୃତ୍ୱ ।ଆଉ ବାପା ମରିଗଲା ପରେ ବୋଉ ଆମ ମାନଙ୍କୁ ଛଂଚାଣ ପରି ଦିନ ରାତି ଜଗିରହିଛି ତାର ଭୟଙ୍କର ପକ୍ଷ ମେଲାଇ ।ସେଠି ମୁଁ ବୋଉ ଆଖିରେ ବି ଦେଖିଛି ପିତୃତ୍ୱର ତୀକ୍ଷଣ ନଜର ।ତେବେ କିଏ କହିଲା ବାଞ୍ଝ ଦେହରେ ମାତୃତ୍ୱ ନାହିଁ ବୋଲି??ପିତୃତ୍ୱ ନାହିଁ ବୋଲି ?ଯାହା ପାଖରେ ଆବଶ୍ୟକ ଜିନିଷଟି ନ ଥାଏ ସେ ହିଁ ଠିକ୍ ଜାଣି ପାରେ ଜିନିଷଟିର ମହତ୍ତ୍ୱ ।ଦାନ୍ତ ନ ଥିବା ଲୋକ ଜାଣି ପାରେ ଦାନ୍ତର ମହତ୍ତ୍ୱ ।ସେମିତି ବାଞ୍ଝ ହିଁ ଠିକ୍ କଳି ପାରେ ମାତୃତ୍ୱର ମହତ।

ହଁ,ଏଇଆ ହେଇପାରେ ତା ଜରାୟୁ କେବେ ଭାରି ହୋଇ ପାରିନି କି ସ୍ତନ୍ୟରୁ କ୍ଷୀର ଝରାଇ ପାରିନି ।ଗର୍ଭ ଯନ୍ତ୍ରଣା ବି ପାଇନି କିନ୍ତୁ ସେ ମା ନ ହେବାର ଯେଉଁ ଯନ୍ତ୍ରଣା ପାଇଛି ତାହା କଣ କମ୍ କି ନିଜ ଭିତରେ ଗୋଟିଏ ମାତୃତ୍ୱ ସୃଷ୍ଟି କରିବାରେ? 'ମା' ଟିଏ ର ମାତୃତ୍ୱ ବକ୍ଷରେ ଝରିଲା ବେଳେ ବାଞ୍ଝର ମାତୃତ୍ୱ ଝରେ ଆଖି ଲୁହରେ ।ଏତିକି ହିଁ ତ କଥା ......

ସବୁ ନାରୀ ହୃଦୟେ ମମତାର ପ୍ଲାବନ,ମଣିଷ ହିଁ କରିଛି ତାର ଶ୍ରେଣୀ ବିଭାଜନ ।

କିନ୍ତୁ ଅବୁଝା ସଂସାର ଲାଗି ସେ ଡାହାଣୀ ।ସେଥିଲାଗି ସବୁ କୋହକୁ ଲୁଚାଇରଖି ସେ ହସି ଉଠେ ।


Rate this content
Log in

Similar oriya story from Tragedy