Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Urbashi Satpathy

Tragedy

3  

Urbashi Satpathy

Tragedy

ତ୍ୟାଗ

ତ୍ୟାଗ

2 mins
334


ଦ୍ବିତୀୟ ଶନିବାର,ତାପରେ ରବିବାର ଆଉ ତାପରେ ଦିନେ ଅଫିସ ପୁଣି ଦିଦିନ ଛୁଟି,ତେବେ ଗୋଟିଏ ଦିନ ଛୁଟି ନେଇଗଲେ ପାଞ୍ଚଦିନର ଲମ୍ବା ଛୁଟି।ଭାବିଲେ ଗାଁ ଆଡ଼େ ବୁଲିଗଲେ କେମିତି ହୁଅନ୍ତା?ସ୍ଥିର କଲେ, ଗାଁ କୁ ଯିବେ।

ପରଦିନ ବସରେ ସକାଳୁ ସକାଳୁ ବାହାରିଗଲେ ଗାଁ ଅଭିମୁଖେ,ଗାଁରେ ପହଞ୍ଚିଗଲା ବେଳକୁ ବେଳ ରତରତ,କ'ଣ ଦିଟା ମୁହଁରେ ଦେଇଦେଲା ପରେ ଜୀବନବାବୁ ବାହାରିପଡିଲେ ଗାଁର ହାଲଚାଲ ଜାଣିବାଲାଗି।

ଘରୁ ବାହାରିଲେ ମୁହଁରେ କି ପଡେ ବାଉରୀ ମଉସାଙ୍କ ଘର, ତିନିତିନିଟା ବାହା ହେଲା ପରେ ବି କେହି ନାହାଁନ୍ତି। ସମସ୍ତେ ପରପାରିରେ । ଏକା ବାଉରୀ ମଉସା ଚାରିକୋଡି ଉପରେ ବୟସ । ସକାଳ ସଞ୍ଜ ଆପୁ ଦି ଟେଳା ନହେଲେ ନଚଳେ । ପାଖ ସାଇ ପଡିଶା କଣ ଦିଟା ଦେଲେ ପାଟିରେ ପକେଇ ଦିଅନ୍ତି । ତାପରେ ଭଜନ ଆରମ୍ଭ ହେଇଯାଏ । କହଇ ମନ ଆରେ,ଚକାନୟନ କୁ,ଥକାମନ ଚାଲଯିବା ଆହୁରି କେତେ କଣ । କିନ୍ତୁ କୋହଟା ବି ସମ୍ପୂର୍ଣ୍ଣ ନୁହେଁ । ଗାଁ ଲୋକେ କହନ୍ତି ବୁଢା ଟା ଆପୁ ନିଶାରେ ବାଉଳି ହଉଚି ।

ସବୁଥର ଭଳି ଏଥରବି ଜୀବନବାବୁ ପହଞ୍ଚିଗଲେ ବାଉରୀ ମଉସାଙ୍କ ପାଖରେ।ହସି ହସି ସ୍ବାଗତ କରୁଥିବା ଲୋକଟା କିନ୍ତୁ ଏଥର ନୀରବି ଯାଇଥିଲା।ଜୀବନବାବୁ ପଚାରିଲେ କଣ ହେଇଛି କି ମଉସା। ତୁମ ମନ ବିରସ କଣପାଇଁ।

ଏତିକି ସମବେଦନା ଭରା କଥା ଶୁଣି ଚାପିରଖିଥିବା କୋହ ଭୋ ଭୋ କାନ୍ଦରେ ପରିଣତ ହେଇଗଲା।ବାଉରୀ ମଉସା କହିଲେ ତାଙ୍କ ଜୀବନର କଥା।

"ପ୍ରଥମ ଦିଜଣ ସ୍ତ୍ରୀ ଅକାଳରେ କୋଉ ଅଜଣା ରୋଗରେ ଚାଲିଯିବା ପରେ ଯୌବନର ଉତ୍ତରାର୍ଦ୍ଧରେ ତୃତୀୟ ଦାର ଗ୍ରହଣ କରିଥିଲେ।ଠାକୁରେ ସିନା ପିଲାଛୁଆ ବକଟେ ଦେଲେନାହିଁ ସିନା, କିନ୍ତୁ ଦିଜଣଙ୍କ ଭିତରେ ବୁଝାମଣା କେବେ ବାଟବଣା ହେଉନଥିଲା।ଦିଜଣ ଯାକ ଏ ସାହିର ସବୁଛୁଆଙ୍କୁ ଖୁବ୍ ଭଲପାଉଥିଲେ ।

ସବୁ ଛୁଆଙ୍କ ଭିତରୁ ଦାମପୁଅ ଭଗିଆକୁ ମାଉସୀ ବହୁତ ଭଲପାଉଥିଲେ।

ସେଦିନ ଥିଲା ଦ୍ବିତୀୟା ଓଷା। ମାଆ ମାନେ ସନ୍ତାନ ମାନଙ୍କର ଦୀର୍ଘାୟୁ କାମନା କରି ଦ୍ବିତୀୟା ଓଷା କରନ୍ତି । କିନ୍ତୁ ବାଉରୀ ମଉସାଙ୍କ ଘରେ ଏ ଓଷାର କୌଣସି ଔଚିତ୍ୟ ନଥାଏ।ଟୁଆଁଟୁଇଁ ଦିଜଣ ସବୁଦିନ ପରି ସେଦିନ ବି ଖାଇପିଇ ଶୋଇଯାଇଥିଲେ । ହଠାତ ବାହାରେ ପାଟି ଶୁଭିଲା। ମାଉସୀ କବାଟ ଖୋଲି ଦେଖେ ତ ଦାମଘର ହୁହୁ ହୋଇ ଜଳୁଛି , ସମସ୍ତେ ପାଟିତୁଣ୍ଡ କରୁଛନ୍ତି । ଦାମ ମାଇପ ମୋ ପୁଅ ମୋ ପୁଅ ହେଇ କାନ୍ଦୁଛି।ମାଉସୀ ତା ଛୋଟ ବୁଦ୍ଧିରେ ସବୁ ବୁଝିଗଲା।ଭଗିଆଟା ଘର ଭିତରେ ରହିଯାଇଛି।ମାଉସୀ ଟିକେ ନଭାବି ଧୂଧୂ ଜଳୁଥିବା ଘରଭିତରଟାକୁ ପଶିଯାଇ ଭଗିଆକୁ ଗୋଟାପଣେ ଟେକିଆଣି କଚାଡି ହେଇ ପଡିଗଲା। ଭଗିଆ ଦେହରେ ଅଳ୍ପକିଛି ଫୋଟକା ହେଇଥିଲା । କିନ୍ତୁ ମାଉସୀ ପୁରା ଜଳିଯାଇଥିଲା । ଆଉ ଦି ଦିନ ପରେ ସେଇଥିରେ ମାଉସୀ ଆଖି ବୁଜିଦେଲା । ଆଉ ସେଇ ଦିନ ଠାରୁ ବାଉରୀ ମଉସା ଏକୁଟିଆ ।

ରାତିରେ ଯେତେବେଳେ ଉଠିଲେ ବି ସେଇ ଦିନଠାରୁ ବାଉରୀ ମଉସା ଙ୍କ ଘରୁ ସେଇ ନିଆଁ ଲଗା ଭଜନ ଗୁଡାକ ଶୁଣାଯାଏ। କହଇ ମନ ଆରେ ମୋ.....


Rate this content
Log in

Similar oriya story from Tragedy