Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Thriller

3  

Rasmi Rekha Tripathy

Thriller

ତୁ ପାରିବୁ

ତୁ ପାରିବୁ

2 mins
382


ବୋଉ, ଦେଠେଇ, ମାଇଁ, ମାଉସୀ କିମ୍ବା ପିଉସୀ ଜାତୀୟ ମଣିଷମାନେ ଏତେ ଭଲ କାହିଁକି ହୁଅନ୍ତି କେଜାଣି ? ସବୁ କଥାରେ କମ୍ପ୍ରୋମାଇଜ୍ । କାମଟିଏ କରିବା ପାଇଁ କହିବେ । ପୁଣି କହିବେ ବ୍ୟସ୍ତ ହେବୁନି । ତୋ ସୁବିଧା ଦେଖି କରିବୁ । ନ ହେଇ ପାରିଲେ ବି ଅସୁବିଧା ନାହିଁ । ସହି ହୁଏନି ଜମା ।

ମାଘ ପୂର୍ଣ୍ଣିମା । ହିନ୍ଦୁମାନଙ୍କର ଗୋଟିଏ ପବିତ୍ର ଦିନ । ଦେଠେଇଙ୍କର ବହୁତ ଇଚ୍ଛା : ବିନ୍ଦୁସାଗରରେ ବୁଡ ପକେଇବେ । ପୁରୀ ଯାଇ କଳାଠାକୁରଙ୍କୁ ଦର୍ଶନ କରିବେ । ବେଢାରେ ବୁଲିବେ । ଅବଢା ଗଣ୍ଡେ ଖାଇବେ । ସାହି ପଡିଶା, ବନ୍ଧୁ ବାନ୍ଧବଙ୍କ ପାଇଁ ଶୁଖିଲା ଭୋଗ ଟିକିଏ ନେଇ ଫେରିବେ । ନାନୀ ଭାଇନାମାନେ ସମସ୍ତେ ବାହାରେ । ଯିଏ ଯାହାର ସଂସାର ନେଇ ବ୍ୟସ୍ତ । ଘରେ କେବଳ ମୁଁ ଜଣେ । ତେବେ ମୁଁ ବି ମୋ ଚାକିରି ନେଇ ବ୍ୟସ୍ତ । ତେବେ ମୋର ଭୁବନେଶ୍ୱର ବଦଳି ହେବା ପରେ ଦେଠେଇଙ୍କର ଏହି ଇଚ୍ଛାଟି ପ୍ରବଳ ହୋଇ ଉଠିଥିଲା ।

ବ୍ୟାଙ୍କ୍ ଚାକିରି । ମାର୍ଚ୍ଚ୍ ପାଖେଇ ଆସୁଥିଲା । ଆର୍ଥିକ ବିତ୍ତ ବର୍ଷ ଶେଷ ହେବ ହେବ ହେଉଛି । ଏବେ ଛୁଟି କଥା କହିଲେ, ବି.ଏମ୍. ବିଗିଡିବେ । ବୋଉ ବୁଝିପାରେ ମୋର ଅବସ୍ଥାକୁ ।

: ନାନୀ ! ତୁମେ କହିଲେ ସେ ଯେମିତି ହେଲେ ତୁମ କାମ କରିବ । ତେଣୁ ଦେଖ । ତୁମ ଇଚ୍ଛା । ବୋଉ ବୁଝେଇବାକୁ ଚେଷ୍ଟା କରୁଥିଲା ଦେଠେଇଙ୍କୁ । ଦେଠେଇ ବି ବୁଝି ଯାଇଥିଲେ ।

ପୂର୍ଣ୍ଣିମା ପୂର୍ବ ଦିନ ଦେଠେଇ ଆସିଲେ । ରାତି ପାହିବାକୁ ଢେର ସମୟ ବାକି ଥିଲା । ଆମେ ପହଞ୍ଚିଲୁ ବିନ୍ଦୁସାଗରରେ । ଦେଠେଇ ସହିତ ମୁଁ ବି ବୁଡ ପକେଇଥିଲି । ବାଲି ପୂଜା କଲି । ସେ ଠାକୁରଙ୍କୁ କ’ଣ ମାଗିଲେ କେଜାଣି, ମୁଁ କିନ୍ତୁ ଏମିତି ମୁହୂର୍ତ୍ତଟେ ପାଇଁ ସବୁବେଳେ କାମନା କରୁଥିଲି ।

: ଦେଠେଇ ! ପୁରୀ ଯିବ ? ମୋ କଥା ଶୁଣି ଝଲସି ଉଠିଲା ଦେଠେଇଙ୍କ ଆଖି ।

: ତୋ’ର କିଛି ଅସୁବିଧା ହେବନି ତ ? ଡରି ଡରି ପଚାରିଲେ ସେ ।

: ସେତେବେଳେ ଦେଖାଯିବ । ଏହା କହି ମୁଁ ମନେ ମନେ ସମୟ ହିସାବ କରି ନେଉଥିଲି ।

ଘଣ୍ଟାରେ ସାଢେ ପାଞ୍ଚ ହେବାକୁ ଯାଉଛି । ଛଅଟାରେ କଳ୍ପନା ଛକରେ ବସ୍ ଧରିଲେ ସାଢେ ସାତ ସୁଦ୍ଧା ଦେଉଳରେ ପହଞ୍ଚି ହୋଇ ଯିବ । ଦେଉଳରେ ଦର୍ଶନ କରି ବାସି ଅବଢା ଖାଇ ବାରଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ମୁଁ ବ୍ୟାଙ୍କ୍ ଯାଇପାରିବି ।

ସାତଟା ବେଳେ ଫୋନ୍ କଲି ମ୍ୟାନେଜରଙ୍କୁ । ବୁଢା ମୁଡ୍ ଭଲ ଥିଲା ବୋଧହୁଏ । କିଛି ନ କହି ସେ ମୋ କଥାରେ ମୋହର ଲଗେଇଦେଲେ । ଫେରିବା ବେଳକୁ ଦେଠେଇଙ୍କ ମୁହଁର ତୃପ୍ତି ମୋ ପାଇଁ ସାରା ପୃଥିବୀର ଐଶ୍ୱର୍ଯ୍ୟ ଠାରୁ ଅଧିକା ଥିଲା ।

ବୋଉକୁ ଫୋନ୍ କଲି । ବୋଉ ହସିଲା । କହିଲା, ‘ଭଲ କଲୁ, ତୁ ପାରିବୁ । ମୁଁ ଜାଣିଥିଲି ।’


Rate this content
Log in

Similar oriya story from Thriller