Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସମୁଦିଙ୍କ ପୋଖରୀ ମାଛ

ସମୁଦିଙ୍କ ପୋଖରୀ ମାଛ

2 mins
7.6K


ମଲିକ୍ ଶ୍ରୀ ପ୍ରାଣକୃଷ୍ଣ

‘’ ସମୁଦି, ଆଜି ଯେଉଁ ମାଛଭଜା ହୋଇ ଥିଲା ତାହା କେମିତି ଲାଗିଲା ?’’ ବୋହୂକୁ ପାନ ଆଣିବାକୁ କହି ସୁରବାବୁ, ଶାମବାବୁଙ୍କୁ ପଚାରିଲେ l

ଖୁବ୍ ଭଲ ହୋଇଥିଲା l ମୋ’ ଜୀବନରେ କେବେବି ଏମିତିକା ମାଛ ତରକାରୀ ଖାଇନଥିଲି – ଶାମବାବୁ କହିଲେ l

ତୁମେ କେମିତି ଖାଆନ୍ତ ଯେ l ତୁମେ ସିନା ମାଛ ଚାଷ କରି ଜାଣ କିନ୍ତୁ ଖାଇ ଜାଣନି l ଏ ମାଛ ଠିକ୍ ତୁମ ପୋଖରୀ ମାଛ ପରି ଲାଗୁଥିଲା, ନା କ’ଣ କହୁଛ ? ଭାରି ସୁଆଦିଆ ହେଇଥିଲା ଏକା ! ବହୁତ ଦିନର ପୁରୁଣା ମାଛ ତ l ସବୁଠୁଁ ଭଲ ହୋଇଥିଲା ମାଛ ମଞ୍ଜିର ତରକାରୀ,ନା କ’ଣ ସମୁଦି – ସୁରବାବୁ ହସି ହସି ପଚାରିଲେ l

ଶାମବାବୁ ମୁଁହଟାକୁ କେମିତିକା କେମିତିକା କରି ଦେଲେ l ତାଙ୍କର ଅତୀତ କଥା ଗୁଡ଼ିକ ଏକା ବେଳକେ କରେଣ୍ଟ ମାରିଲା ଭଳି ମୁଣ୍ଡ ଭିତରେ ଖେଳିଗଲା l

ତାଙ୍କର ପୁରୁଣା କାଳିଆ ବଡ଼ ପୋଖରୀଟିଏ ଅଛି l ସେଥିରେ ସେ ପ୍ରତିବର୍ଷ ରୋହି, ମିରକାଳି, ଭାକୁର, କାଳିବଂଶୀ ଆଦି ଛାଡନ୍ତି l ମାଛ ପୋଖରୀ ନିଲାମ କରି ସେ ବର୍ଷକୁ ଅତି କମ୍ ରେ ଦଶ ହଜାର କମାନ୍ତି l ମାଛ ସବୁ ପାଣିରେ ପହଁରୁ ଥିଲା ବେଳେ ଭାରି ଭଲ ଲାଗେ ଶାମବାବୁଙ୍କୁ l ଏକମାତ୍ର ଝିଅ ସୁଷମାର ବାହାଘରକୁ ବି ପୋଖରୀରୁ ମାଛ ମାରିଲେ ନାହିଁ l ବରଂ ସେ ବଜାରରୁ ପଚା ଲୁଣିମାଛ କିଣି ବରଯାତ୍ରୀଙ୍କୁ ଖାଇବାକୁ ଦେଇଥିଲେ l

ସମୁଦି ସୁରବାବୁ ମାଛ ଖାଇବାକୁ ବହୁତ ଭଲ ପାଆନ୍ତି l ମାଛ ତରକାରୀ ନ ହେଲେ ସେ କୁଆଡ଼େ ଭାତ ଖାଆନ୍ତି ନାହିଁ ବୋଲି ଝିଅ ସୁଷମାଠାରୁ ସେ ଶୁଣିଛନ୍ତି l ଅବଶ୍ୟ ଏ ଭିତରେ ସୁରବାବୁ ଅନେକଥର ଶାମବାବୁଙ୍କ ଘରକୁ ଆସିଛନ୍ତି l ଦୋଳ ବେଳକୁ ସାମବାବୁ, ସମୁଦିଙ୍କୁ ପୋଖରୀ ହୂଡ଼ାକୁ ଡ଼ାକିନେଇ ଦେଖାଇଲେ – କେଉଁ ମାଛ କେତେ ପୁରୁଣା l କି କି ମାଛ ପୋଖରୀରେ ଅଛନ୍ତି l କେଉଁ ମାଛ ସବୁଠୁଁ ବଡ଼ l କାହା ପିଠିରେ ଲୋମ ଉଠିଲାଣି ଇତ୍ୟାଦି ଇତ୍ୟାଦି l ସୁରବାବୁ ଶୁଣି ଲାଳତକ ଢୋକି ଦିଅନ୍ତି ସିନା ହେଲେ ସମୁଦିଙ୍କୁ ମୁଁହ ଖୋଲି କହିପାରନ୍ତିନି ! କହିଲେ ସମୁଦି କ’ଣ ଭାବିବେ l

ଶାମବାବୁ କହିଲେ – ସମୁଦି ରଜବେଳକୁ ଆସ l ପାଣି କମିଯାଇଥିବ ମାଛ ମାରିବା l ଦେଖିବା ତୁମେ କେତେ ମାଛ ଖାଇ ପାରିବ l ରଜଗଲା ରଥ ବି ଗଲା l ତା’ ପରେ ଦଶରା l ଶେଷକୁ ମକର ବି ଗଲା l କିଛି ନା କିଛି ବାହାନା କରି ଶାମବାବୁ ଆରଥରକୁ ମାଛ ମାରିବେ ବୋଲି କହନ୍ତି l କିନ୍ତୁ ସେ ଥରେ ବି ମାଛ ମାରନ୍ତି ନାହିଁ l

‘’ ବାପା ଏ ବାପା ! ‘’ ଡ଼ାକିଲା ସୁଷମା ‘’ ତୁମେ ଏତେ କ’ଣ ଭାବୁଛ ? ଆମ ପୋଖରୀରୁ ଚାରୋଟି ଭାକୁର ଓ ଦୁଇଟି ରୋହି ମାରି ମୋ’ ଶଶୁର ଆଣିଛନ୍ତି ବୋଲି ଏତେ ଚିନ୍ତା l ଯେତେ ଥର ମୋ’ ଶଶୁର ଯାଆନ୍ତି ଆର ଥରକୁ ମାଛ ମାରିବ ବୋଲି କହି ଭଣ୍ଡେଇ ଦିଅ l ହେଲେ ଗୋଟିଏ କି ଦୁଇଟା ମାଛ ଦେଇଥିଲେ କ’ଣ ସଋ ଯାଇଥାନ୍ତା ?

ଓଧ, ଚିଲ, ବଗ, କାଉ ପ୍ରଭୃତି କେତେ ମାଛ ଖାଉଛନ୍ତି ; ତା’ ହିସାବ ତୁମେ ରଖିଛ କି ବାପା ? ଏବେ ଯାଇ ଦେଖିବ ଆମ ପୋଖରୀ ପୂର୍ବ ପାଖ ବାଉଁଶବୁଦା ମୂଳରେ କେତେ କଣ୍ଟା ପଡ଼ିଛି l ସେଥିରୁ ଜାଣିବ ମୋ’କଥା ସତ କି ମିଛ !’’

ଝିଅ କଥା ଶୁଣି ମାଛ ସବୁ ଜୀଇଁ ଉଠିଲା ପରି ସାମବାବୁଙ୍କୁ ଜଣାଗଲା l ସେଗୁଡ଼ିକ ବାହାରକୁ ବାହାରିବା ପାଇଁ ପେଟ ଭିତରେ କୁଦା ମାରିବା ଆରମ୍ଭ କରିଦେଲେ l ଅଜାଣତରେ ବିକଳିଆ ହୋଇ ସେ କହି ପକାଇଲେ – ମାଆ, ତୁ ବି ଶେଷରେ ସମୁଦୀଙ୍କୁ କହି ଏଇଆ କଲୁ l


Rate this content
Log in

Similar oriya story from Children