Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅଭାବର ଟୁଗେଦର୍ନେସ୍

ଅଭାବର ଟୁଗେଦର୍ନେସ୍

2 mins
7.3K


ଆଜି ମନରେ ଯେତିକି ଉତ୍କଣ୍ଠା ଢେଉ ମାରୁଛି, ସେତିକି ଭାବ ପରିବାର ପାଇଁ କାହିଁକି ଆସିପାରୁନି ! ଅବଶ୍ୟ ହୁଏନି କହିଲେ ଭୁଲ୍ ହେବ ! ସେଇ ଭାବ ହିଁ ଭରି ନଥାଏ ! 

ଛୁଟିରେ ସମସ୍ତେ ଘର ମୁହାଁ ... ମୁଁ ବି ! 'ସଂପର୍କ' ଏକ ଏମିତି ଚାଷ, ଇଚ୍ଛା କର କି ନକର ଆପେଆପେ ମାଡ଼ି ଯାଏ ଚେର ଭଳି । ବାସ୍ ଭଲପାଇବା ଓ ଇଚ୍ଛାର ଅଭାବ ନ ହେଲେ ଆଗକୁ ମାଡ଼ିଲା , ଆଉ ସେତିକି ନ ଥିଲେ ଗଲା , ଏୟା ନା ଆଉ କ'ଣ !

ମୁଁ ପହଞ୍ଚିବା ଆଗରୁ ଭାଇ ଭଉଣୀମାନେ ସମସ୍ତେ ପହଞ୍ଚି ଯାଇଥାନ୍ତି , ସେଇ ଦିନ । ବାସ୍ ରାତିଟା ତ ! ଏକାଠି ଖାଇଲୁ ଗପିଲୁ ଶୋଇଗଲୁ ଏପଟ ସେପଟ ହୋଇ । ତା ଭିତରେ ପୁଣି ଆପଣା ଆପଣା ପରିବାରର ବ୍ୟବସ୍ଥା ତ ଯେମିତି ହେଲେ କରିବାକୁ ହେବ ନା ? ବାସ୍ ତା ପରଦିନ ସମସ୍ତେ ଯେ ଯାହାର ସ୍କୁଲ୍ କଲେଜ୍ ଗେଟ୍ ଟୁଗେଦର୍ ପାଇଁ ବାହାରି ପଡ଼ିଲେ । ବାସ୍ , ବଡ଼ ଦେଇ ଗଲାନି, ସେ ରହିଲା ବାପାବୋଉଙ୍କ ପାଖରେ । ଭାଇଙ୍କର କାମ ଥିଲା ଭୁବନେଶ୍ୱରରେ । ଆସି ନେଇ ଗଲେ ଦେଇକୁ କଟକ । ଅନିଚ୍ଛା ସତ୍ତ୍ୱେ ଦେଇ ବାହାରିଲା । ଭାଇ ଅବଶ୍ୟ ରହିବାର ପର୍ ମିଶନ୍ ଦେଇଥିଲେ । ହେଲେ ସେପଟେ ଭାଇଙ୍କ ଘର ପାଇଁ ତାକୁ ବି ତ ସପୋର୍ଟ କରିବାର ଅଛି ! ସତରେ ମଣିଷ ପରିସ୍ଥିତିର ଦାସ ! 

ପନ୍ଦର ଦିନର ରହଣି ଖୁବ୍ ଅଳ୍ପ ସୁଖ ଦିଏ ବାପମା'ଙ୍କୁ । ଟିକେ ପେଟ ପୁରାଇ ଆଖି ଭରି ଦେଖି ପାରନ୍ତିନି ନିଜ ପିଲାମାନଙ୍କୁ ! କାହାରି ଖାତିର୍ ନଥାଏ ସେ ପ୍ରତି , ନଜର୍ ବି ଦିଅନ୍ତିନି । ବାସ୍ ବୁଝି ନ ବୁଝିବା ପରି ରୁହନ୍ତି । 

ଆଜି ଥିଲା ସ୍ଵପ୍ନାଙ୍କ କଲେଜର ଫ୍ୟାମିଲି ଗେଟ୍ ଟୁଗେଦର୍ । କାଲି ଅଛି ଘରେ ପୂଜା ପର୍ବ, ତେଣୁ ମୋ ସାଙ୍ଗ ମାନଙ୍କୁ ଦେଖା କରିବାର ପ୍ଲାନ୍ ରଖିଛି । ତା ପରଦିନ ମୋ ସ୍କୁଲର ଫ୍ୟାମିଲି ଗେଟ୍ ଟୁଗେଦର୍ , ଏମିତି ଅନେକ୍ କିଛି ଆଉଟିଂ ଭିତରେ ସରିଯିବ ଛୁଟିଟା । ଫେରି ଯିବି ପୁନା , ସେଇ ଚିରାଚରିତ ଜୀବନ ଶୈଳୀକୁ ପୁଣି ଥରେ । 

ଅନେକ୍ ଖୁସି ଗୋଟେଇକି ତ ନିଶ୍ଚୟ ନେବି ! ହେଲେ ଅଭାବ କିଛି ବି ନେଇ କି ଯିବି , ମୋ ଭାଇ ଭଉଣୀଙ୍କ ସହ ନ ମିଶିପାରିବାର ସମୟ ତକ । ତା'ଠୁ ବଡ଼ ଅଭାବରେ ଭସେଇ ଦେଇ ଯିବୁ ଆମ ବାପାବୋଉକୁ , ଯିଏ ସାରା ଜୀବନ ଆମପାଇଁ ତାଙ୍କ ସୁଖକୁ ଚାହିଁଲେନି, ଅଥଚ ତାଙ୍କ ପିଲାମାନେ ?? କେତେ ବୁଝନ୍ତି ସେମାନଙ୍କ ମନ କଥା ? ବାସ୍ ଯନ୍ତ୍ରବତ୍ କିଛିଟା କରି ଦେଉ , କାହିଁକି ଏମିତି ହୋଇ ଯାଏ ପିଲାଙ୍କ ମନ ?

ବାସ୍ ପୁଣି ସେଇ ଶୂନ୍ୟତା ଓ ଅଭାବ ବୋଧରେ ରହିଯାଆନ୍ତି ବାପମା' ..... କିନ୍ତୁ ପିଲାଏ ??? ପରିସ୍ଥିତି ଓ ସମୟ , ସତରେ ଜୀବନ କେତେ କେତେ ରଙ୍ଗ ନ ଦେଖାଏ ସମସ୍ତଙ୍କୁ ?? ଏଇ ତ ଭାବ ଅଭାବର ଖେଳ !! ସତରେ ପାଖରେ ଥାଉ କି ଦୂରରେ ଥାଉ ସଂପର୍କର ଅଭାବ ସମସ୍ତଙ୍କୁ ହୋଇଥାଏ ! କେବେ ଆଖିରେ ତ କେବେ ମନରେ ! 

ବିଶ୍ଵ ଭାରତୀ (ଗୋସ୍ଵାମୀ) ଦାଶ ।

        ।  କଟକ ।


Rate this content
Log in

Similar oriya story from Tragedy