Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ -୦୭
ବିକ୍ରମ ବେତାଳ -୦୭
★★★★★

© Prasant Kumar Senapati

Inspirational Others

3 Minutes   7.3K    12


Content Ranking

ପୁଣ୍ୟ କାହାର ?

ବର୍ଦ୍ଧମାନ ନଗରରେ ରୁପସେନ ନାମକ ଜଣେ ରାଜା ରାଜୁତି କରୁଥିଲେ । ଦିନେ ବୀରବର ନାମକ ଜଣେ ରାଜପୁତ ଚାକିରୀ କରିବା ଉଦ୍ଦେଶ୍ୟରେ ରାଜାଙ୍କ ନିକଟରେ ପହଞ୍ଚିଲା । ରାଜା ପଚାରିଲେ ତୁମର ପ୍ରତ୍ୟହ ଖର୍ଚ୍ଚ ପାଇଁ କେତେ ଅର୍ଥ ଆବଶ୍ୟକ ? ବୀରବର ଉତ୍ତର ଦେଲା ହଜାରେ ତୋଳାର ସୁନା । ରାଜା ପଚାରିଲେ ତୁମ ପରିବାର କିଏ କିଏ ଅଛନ୍ତି ? ସେ ଜବାବ ଦେଲା ମୁଁ, ମୋ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ । ରାଜା ବି ଆଶ୍ଚର୍ଯ୍ୟ ହେଲେ କେବଳ ଚାରିଜଣ ପରିବାର ପାଇଁ ଏତେ ଧନ ? ତଥାପି ରାଜା ବୀରବର'ର ପ୍ରସ୍ତାବରେ ରାଜି ହୋଇଗଲେ ।

ସେଦିନ ଠାରୁ ବୀରବର ପ୍ରତ୍ୟହ ହଜାରେ ତୋଳା ସୁନା ଭଣ୍ଡାରରୁ ନେଇ ଆସେ । ସେଥିରୁ ଅଧା ଭାଗ ବ୍ରାହ୍ମଣ ମାନଙ୍କ ମଧ୍ୟରେ ବାଣ୍ଟିଦିଏ, ବଳକା ଧନକୁ ଦୁଇଭାଗ କରି ଗୋଟିଏ ଭାଗ ବନ୍ଧୁବାନ୍ଧବ, ବୈରାଗୀ ଓ ସନ୍ୟାସିଙ୍କୁ ଦିଏ ଓ ଅନ୍ୟ ଭାଗରେ ଭୋଜନ ପ୍ରସ୍ତୁତ୍ କରି ପ୍ରଥମେ ଗରିବ ଗୁରୁବାଙ୍କୁ ଭୋଜନ କରିବା ପରେ ଯାହା ବଞ୍ଚି ରହେ ପୁଅ ଝିଅ ସ୍ତ୍ରୀ ଓ ସର୍ବଶେଷରେ ନିଜେ ଭୋଜନ କରେ ।

ବୀରବର'ର କାମ ଥିଲା ଯେ ସଂଧ୍ୟା ହେବା ମାତ୍ରେ ଢାଲ୍ ଓ ତଲଓ୍ବାର ଧରି ରାଜାଙ୍କ ଶୟନ କକ୍ଷର ଚୌକିଦାରି କରିବା । ରାତ୍ରିରେ ଯେକୌଣସି ମୁହୁର୍ତ୍ତରେ ଆବଶ୍ୟକ ହେଲେ ସେ ରାଜାଙ୍କ ଆଜ୍ଞା ପାଳନ କରୁଥିଲା ।

ଦିନେ ମଧ୍ୟ ରାତ୍ରିରେ ରାଜାଙ୍କୁ ବନସ୍ତରେ ଏକ ନାରୀର କ୍ରନ୍ଦନ ଶଦ୍ଦ ଶୁଣାଗଲା । ରାଜା ବୀରବରକୁ ଡକାଇ ବନସ୍ତରେ କେଉଁ ନାରୀ କାନ୍ଦୁଛି ଓ କଣ ପାଇଁ କାନ୍ଦୁଛି ବୁଝିବା ପାଇଁ କହିଲେ ।

ବୀରବର ତତ୍କାଳ ବନସ୍ତ ଅଭିମୁଖେ ବାହାରି ଗଲା । ବନସ୍ତରେ ପହଞ୍ଚି ବୀରବର ଦେଖିଲା ଜଣେ ନାରୀ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ସୁନା ଗହଣାରେ ଛାଇ ହୋଇ ମୁଣ୍ଡ ପିଟି କାନ୍ଦୁଛି । କିନ୍ତୁ ଆଖିରେ ବିନ୍ଦୁଏ ବି ଲୁହ ଝରୁ ନଥାଏ । ବୀରବର ପଚାରିଲେ ତୁମେ କିଏ ଓ କାହିଁକି କାନ୍ଦୁଛ ?

ସେ କହିଲା ମୁଁ ରାଜଲକ୍ଷ୍ମୀ । ମୁଁ କାନ୍ଦିବାର କାରଣ ଏହା ଯେ ରାଜାଙ୍କ ଭଣ୍ଡାରରୁ ଧୀରେ ଧୀରେ ଧନରତ୍ନ କମିବାରେ ଲାଗିଛି । ସେଥିପାଇଁ ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ଦାରିଦ୍ରତା ଛାଇଯିବ । ମୁଁ ଏଠାରୁ ଚାଲିଯିବା ପରେ ରାଜା ଦୁଃଖରେ ମିୟମ୍ରାଣ ହୋଇ ଏକ ମାସ ମଧ୍ୟରେ ମରିଯିବେ ।

ଏସବୁ ଶୁଣିବା ପରେ ବୀରବର ପଚାରିଲା ଏହି ବିପଦରୁ ମୁକ୍ତ ହେବା ପାଇଁ କୌଣସି ଉପାୟ ଅଛି କି ?

ରାଜଲକ୍ଷ୍ମୀ କହିଲେ ଏଠାରୁ ଦକ୍ଷିଣର ଏକ କୋଶ ଦୂରରେ ଏକ ମନ୍ଦିର ଅଛି । ଯଦି ତୁମେ ସେ ମନ୍ଦିରରେ ନିଜ ପୁତ୍ରର ବଳି ଦେବ, ତେବେ ବିପଦ ଟଳିଯିବ ଓ ରାଜା ଶହେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ ।

ବୀରବର ଘରକୁ ଫେରି ନିଜ ସ୍ତ୍ରୀ ସାମନାରେ ସମସ୍ତ ଘଟଣା ପ୍ରକାଶ କଲା । ସ୍ତ୍ରୀ ପୁଅକୁ ନିଦରୁ ଉଠାଇବା ସମୟରେ ଝିଅ ବି ନିଦରୁ ଉଠିଗଲା । ଯେତେବେଳେ ବୀରବରର ପୁତ୍ର ଏ ଘଟଣା ଶୁଣିଲା, ସେ ବହୁତ ଖୁସୀ ହୋଇଗଲା ଓ କହିଲା ଆପଣ ମୋର ବଳି ପାଇଁ ପ୍ରସ୍ତୁତ। ପ୍ରଥମେ ଆପଣଙ୍କ ଆଜ୍ଞାର ପାଳନ, ଦ୍ଵିତୀୟତଃ ସ୍ଵାମୀଙ୍କ (ରାଜା) ପ୍ରତି କର୍ତ୍ତବ୍ୟ ଓ ତୃତୀୟ ଦେବୀ ମାଙ୍କ ନିକଟରେ ମୋ ଶରୀରକୁ ବଳି ଦିଆଯିବ, ଏହା ଠାରୁ ଖୁସିର କଥା କଣ ହୋଇପାରେ । ଆପଣ ମୋର ବଳି ଦିଅନ୍ତୁ ।

ବୀରବର ନିଜ ସ୍ତ୍ରୀକୁ ପଚାରିଲା ତୁମେ କଣ କୁହ ?

ସ୍ତ୍ରୀ କହିଲା ପତ୍ନୀର ଧର୍ମ ପତିର ଦିଗଦର୍ଶନ ପଥରେ ଚାଲିବା ।

ପରଦିନ ଚାରିଜଣ ଦେବୀ ମନ୍ଦିରରେ ପହଞ୍ଚିଲେ । ବୀରବର ହାତଯୋଡି କହିଲା ହେ ଦେବୀ ମାତା "ମୁଁ ମୋ ପୁଅର ବଳି ଦେବା ପାଇଁ ଆସିଛି' । ମୋ ରାଜାଙ୍କର ଶହେ ବର୍ଷର ଜୀବନ ହେଉ ।

ଏତିକି କହି ସେ ଖଣ୍ଡାରେ ନିଜ ପୁଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା । ଭାଇର ଏପରି ଅବସ୍ଥା ଦେଖି ଭଉଣୀ ସେହି ଖଣ୍ଡାରେ ଭୁଷି ହୋଇ ମରିଗଲା । ପୁଅ ଓ ଝିଅଙ୍କ ମୃତ୍ୟୁରେ ମାଆ ଦୁଖୀ ହୋଇ ସେମାନଙ୍କ ପଥ ବାଛିନେଲା । ବୀରବର ଚିନ୍ତା କଲା ପରିବାରରେ କେହି ରହିଲେ ନାହିଁ, ମୁଁ ଏକା ଏକା ବଞ୍ଚି କ’ଣ କରିବି । ସେ ବି ଦେବୀ ମାତା ସାମନାରେ ଆତ୍ମହତ୍ୟା କଲେ ।

ଯେତେବେଳେ ରାଜା ଏ ଘଟଣା ବିଷୟରେ ଜ୍ଞାତ ହେଲେ ତାଙ୍କ ମନ ବହୁତ ଦୁଃଖ ହେଲା । ତାଙ୍କ ପାଇଁ ଗୋଟିଏ ପରିବାର'ର ଜୀବନ ଚାଲିଗଲା, ତେଣୁ ସେ ନିଜକୁ ଦୋଷୀ ମନେକଲେ । ରାଜା ନିଜକୁ ନିଜେ ଧିକ୍କାର କରି ଦେବୀ ମନ୍ଦିରରେ ପହଞ୍ଚିଲେ । ଯେତେବେଳେ ସେ ତଲଓ୍ବାର ଖୋଲି ନିଜ ମୁଣ୍ଡ କାଟିବାକୁ ଉଦ୍ୟତ ହେଲେ ଦେବୀ ମାତାଙ୍କ ଆବିର୍ଭାବ ହୋଇ ରାଜାଙ୍କ ହାତ ଧରିନେଲେ ଓ କହିଲେ ମୁଁ ତୁମ ସାହସ ଦେଖି ପ୍ରସନ୍ନ ହେଲି । ଯାହା ବର ମାଗିବ ମୁଁ ଦେବି ।

ରାଜା କହିଲେ ହେ ଦେବୀ ମାତା ଯଦି ଆପଣ ମୋ ଉପରେ ପ୍ରସନ୍ନ, ତେବେ ଏ ଚାରିଜଣକୁ ଜୀବିତ କରାଅ ।

ଦେବୀ ମାତା ଅମୃତ ବିନ୍ଦୁ ମାଧ୍ୟମରେ ଚାରି ଜଣକୁ ଜୀବନ ଦାନ ଦେଲେ ।

ଏତିକି କହି ବେତାଳ ପଚାରିଲା ହେ ରାଜନ୍ ଏଠାରେ ପୁଣ୍ୟ କାହାର ହେଲା ?

ରାଜା ବିକ୍ରମ କହିଲେ ରାଜାଙ୍କର ।

ବେତାଳ ପଚାରିଲା କାହିଁକି ?

ରାଜା ବିକ୍ରମ ଉତ୍ତର ଦେଲେ ସ୍ଵାମୀ ପାଇଁ ଚାକର ପ୍ରାଣତ୍ୟାଗ କରିବା ଧର୍ମ । କିନ୍ତୁ ଚାକର ପାଇଁ ରାଜା ରାଜ ପରିପାଟି ଛାଡି ଆସିବା ସମ୍ମାନ ଓ ପୁଣ୍ୟର ଆଧାର ଅଟେ ।

ରାଜା ବିକ୍ରମ ପୂର୍ବ ସର୍ତ୍ତାନୁଯାୟୀ ମୌନତା ଭାଙ୍ଗିବା ମାତ୍ରେ ରାଜାଙ୍କ କାନ୍ଧରୁ ଖସିଯାଇ ଅଗନା ଅଗନି ବନସ୍ତରେ ଥିବା ଏକ ବୃକ୍ଷରେ ବେତାଳ ଝୁଲି ପଡିଲା ।

© ପ୍ରଶାନ୍ତ ସେନାପତି

ବର୍ଦ୍ଧମାନ ରୁପସେନ ବୀରବର

Rate the content


Originality
Flow
Language
Cover design

Comments

Post

Some text some message..