Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହସ୍ପିଟାଲ
ହସ୍ପିଟାଲ
★★★★★

© Alok Behera

Horror Inspirational

6 Minutes   7.6K    20


Content Ranking

Hello Friends ଆଜି ମୁଁ ଅପନମଙ୍କୁ ଗୋଟେ ସତ କଥା କହିବାକୁ ଚାହୁଁଚି କଥାଟି ପଛେ ଛୋଟ ହୋଇଥାଉ କିନ୍ତୁ ମୋ ସହ ଯାହା ସବୁ ଘଟିଛି ତାହା ମୁଁ ଆଜି କହୁଛି।

ଏହି କିଛି ଦିନ ଆଗରୁ ମୋ ଦେହ ବହୁତ ଖରାପ ଥୁଲା।ଜ୍ଵର ହୋଇଥିଲା ସେଥିରେ ପୁଣି ଟାଇଫଏଡ଼, ଆମ ଘର ଲୋକ ମତେ ମେଡିକାଲ ନେଇ ଗଲେ, ଡକ୍ଟର କହିଲେ ଜ୍ଵର ବହୁତ ସେରିଅସ ହୋଇ ସାରିଛି ଆଉ ଟାଇଫଏଡ଼ ଜ୍ୱର ଶୀଘ୍ର ଭଲ ହୁଏ ନାହିଁ,ପୁଣି ଇଂଜେକସନ ଆଉ ଔଷଧ ନେଲା ପରେ କିଛି ସମୟ ପାଇଁ ଜ୍ୱର ରହି ତ ଯାଏ କିନ୍ତୁ ପୁଣି ବାରମ୍ବାର ବାନ୍ତି ସାଙ୍ଗକୁ ଆରମ୍ଭ ହୋଇ ଯାଏ ଜ୍ୱର କେତେବେଳ ଭଲ ହୋଇଯାଏ ତ କେତେବେଳେ ପୁଣି ଥରେ ବାହାରି ପୁରା ସେରିଅସ କଂଡିସନ କୁ ଚାଲି ଆସେ ଏ ସବୁ ଜାଣିବା ପାରେ ଡାକ୍ତର କହିଲେ ଭଲରେ ସେ ଚିକିତ୍ସା କରିବେ ତେଣୁ ଆମକୁ ଦୁଇ ତିନି ଦିନ ହସ୍ପିଟାଲରେ ରହିବାକୁ ହେବ।ସେତେବେଳେ ମଧ୍ୟ ମୋ ଦେହ ବହୁତ ଖରାଵ ଥିଲା ଖାଲି ବାନ୍ତି ଲାଗିବା ସାଙ୍ଗକୁ ଦେହ ଶୀତେଇ ଦେଉଥିଲା ଆଉ ମୁଣ୍ଡ ଭାରି ମଧ୍ୟ ହେବାରେ ଲାଗିଥିଲା,ମୋର ଏହି କଂଡିସନ ଦେଖି ମୋ parents ସେଠି ହସ୍ପିଟାଲରେ ରହିବାକୁ ରାଜି ହୋଇଗଲେ।ଏହା ପରେ ଜଣେ ନର୍ସ ଆସି ଆମକୁ ଗୋଟେ ବେଡ଼ ପାଖକୁ ନେଇଗଲେ ଆଉ ମତେ ଇଂଜେକସନ ଲଗାଇସାରି ଗୋଟେ ସାଇଲେନ ଲଗାଇଦେଲେ।

ଏହାପରେ ମତେ ଟିକେ ତ ଭଲ ଲାଗିଲା,ସେଠାରେ ମୋ ଅପେକ୍ଷା ଆଉ ଜଣେ ବ୍ୟକ୍ତି ଯାହାର ବୟସ 60 କି ତା ଠାରୁ ଅଧିକ ହୋଇଥିବ ସେ ଥିଲେ ହୁଏତ ତାଙ୍କ ଦେହ ବହୁତ ସେରିଅସ ହୋଇଥିଲା ଏପରିକି ସେ ନିଶ୍ଵାସ ମଧ୍ୟ ନେବାରେ ବହୁ କଷ୍ଟ କରିବାରେ ଲାଗିଥିଲେ,ତେଣୁ ଡାକ୍ତର ଆଉ ଦୁଇ ଜଣ ନର୍ସ ତାଙ୍କୁ ଚିକିତ୍ସା କରିବାରେ ଲାଗିଥିଲେ। ଏହି ସବୁ ଦେଖିବା ପରେ ମୋ ଆଖିକେତେବେଳେ ଲାଗିଗଲା ତାହା ଜାଣିହେଲାନି।ହୁଏତ ସେଇ ରୁମ ଏମରଜେନ୍ସି ପାଇଁ ଥୁଲା।

ଜଣା ନାହିଁ ସମୟ କେତେଟା ହୋଇଥିବ ମୋ ଆଖି ଖୋଲିଲା ଦେଖିଲି ବାପା କିଛି ମେଡ଼ିସିନ ପାଇଁ ବାହାରକୁ ଯାଇଛନ୍ତି ଆଉ ମା ପାଖରେ ବସିଥିଲେ,ସାଇଲେନ ସାରିସାରି ଥିଲା। ସେହି ସମୟ ରେ ଜଣେ ନର୍ସ ଆମ ପାଖକୁ ଆସିଲା ଆଉ ସାଇଲେନ କୁ ଖୋଲି ସାରି କହଲେ -ଆପଣ ଆଜି ଏଠି ରହିବେ ନା?

ମା କହିଲେ-ହଁ

ଏହା ପରେ ସେ ଯାଇ ଫୋନ କରି କହିଲେ ଗୋଟେ ବେଡ଼ ପ୍ରସ୍ତୁତ କରିବା ପାଇଁ,ଏହା ପରେ ସେ ନର୍ସ ଆମକୁ ନେଇଗଲେ ଉପର ମହଲାରେ ଥିବା ଗୋଟେ ରୁମକୁ । ସେ ରୁମରେ ପ୍ରାୟତଃ ଲୋକ ନ ଥିଲେ କେବେଳ ଜଣେ ସ୍ତ୍ରୀ ଲୋକ ବସିଥିଲା ତାଙ୍କ ପୁଅର ଦେହ ଖରାପ ଥିଲା।

ଏହାପରେ ନର୍ସ ଆମକୁ ଗୋଟେ ବେଡ଼ ଦେଇଦେଲେ ଆଉ କିଛି ମେଡ଼ିସିନ ରଖିଦେଇ ରାତିରେ ଖାଇବାକୁ ଦେବେ କହି ଚାଲିଗଲେ। କିଛି ପାଉଁରୁଟି ଆଉ କ୍ଷୀର ଖାଇସାରିବା ପରେ ମୁଁ ଔଷଧ ଖାଇ ବିଶ୍ରାମ ନେଲି,କିଛି ସମୟ ଯାଇଛି ବାହାରେ ବହୁତ ଜୋରରେ ପବନ ବହି ବର୍ଷା ହେବାରେ ଲାଗିଲା ବିଜୁଳି ର ଝଲକକୁ ସେ ରୁମ ର ଝରକାପଟେ ମୁଁ ଦେଖି ପାରୁଥିଲି ଏହିପରି ଦେଖି ଦେଖି ମତେ ନିଦ ଆସିଗଲା ଆଉ ମୁଁ ଶୋଇପଡ଼ିଲି।

ଜଣା ନାହିଁ କେତେ ସମୟ ହୋଇଥିବ ହଟାତ ମୋ ଆଖିଗଲା,ସେତେବେଳେ ମତେ ବହୁତ ଗରମ ଲାଗୁଥିଲା ସେଇ ମେଡ଼ିସିନ ଖାଇବାରୁ ହୁଏତ ଗରମ ଲାଗୁଥିଲା,ଦେଖିଲି ମୋ parensts ଶୋଇ ସାରିଥିଲେ ଏପରିକି ସେ ରୁମ ର ସମସ୍ତେ ଶୋଇଥିଲେ,କିନ୍ତୁ ମତେ ଆଉ ନିଦ ହେଲାନି ଶୋଇବାକୁ ଚେଷ୍ଟା କଲି କିନ୍ତୁ ଗରମ ଲାଗିବାରୁ ମତେ ଆଉ ନିଦ ହେଲାନାହିଁ,ବର୍ଷା ସେତେବେଳକୁ ଛାଡି ସାରିଥିଲା ତେଣୁ ଭାବିଲି ଯାଇ ବାହାରେ ଟିକେ ବୁଲି ଆସେ।ମତେ ସେତେବେଳେ ଟିକେ ଟିକେ ଭଲ ଲାଗୁଥିଲା ତେଣୁ ଭାବିଲି ମାଙ୍କୁ ଉଠାଇ ତାଙ୍କ ନିଦରେ ବାଧା ଦେବା ଅପେକ୍ଷା ନିଜେ ଟିକେ ଯାଇ ବୁଲିଆସିବା ପାଇଁ।ମୁଁ ଦରଜା ଖୋଲି ସେଇ ଦରଜା ପାଖେ ଠିଆ ହୋଇ ଟିକେ ଏପଟ ସେପଟ ଚାହିଁଲି ସବୁଆଡେ ଶୁନସାନ ନିଛାଟିଆ ଜଣା ନାହିଁ ରାତି କେତେଟା ବାଜି ଥିଲା ଏକା ରହି ମତେ ଟିକେ ଡର ଲାଗିଲା,ଭାବୁଥିଲି ରୁମ ଭିତରକୁ ଯିବି ଠିକ ସେତିକି ବେଳେ ମୋ ଆଖିରେ ପଡ଼ିଲା ସେ ଉପର ମହଲା ର ବାଲକିନୀ ରେ ଜଣେ ବ୍ୟକ୍ତି ଛିଡା ହୋଇଛି,ଯାହା ହେଉ ମୁଁ ଏଠି ଏକା ନାହିଁ କେହି ତ ଏଠି ବାହାରେ ଅଛନ୍ତି।ମତେ ଏକା ରହିବାରେ ଯେହେତୁ ଡର ଲାଗୁଥାଏ ତେଣୁ ଭାବିଲି ସେ ବାଲକିନୀ ପାଖକୁ ଗଲେ ମୁଁ ଏକା ହେବିନି ଆଉ ଡର ମଧ୍ୟ ଲାଗିବ ନାହିଁ।ମୁଁ ସେଇ ବାଲକିନୀ ପାଖକୁ ଚାଲି ଆସିଲି ଓଃ କି ଥଣ୍ଡା ପବନ,ମତେ ଯେହେତୁ ଗରମ ବେସି ଲାଗୁଥିଲା ସେ ଥଣ୍ଡା ପବନ ମୋ ଦେହ କୁ ଛୁଇଁବା କ୍ଷଣି ମତେ ଟିକେ ଭଲ ଲାଗିଲା ସେ ଲୋକ ମତେ ପଛ କରି ଠିଆ ହୋଇ ଥାଏ।ମୁଁ ସେଇ ଆଖପାଖରେ ବୁଲିବାକୁ ଲାଗିଲି।ଏହି ପରି କିଛି ସମୟ ବୁଲିଛି ସେ ଲୋକ ମୋ ଆଡେ ଦେଖିଲା ଆଉ କହିଲା-କିଏ ତୁମେ,କଣ ହୋଇଛି ତୁମର?

ଟାଇଫଏଡ଼ ଜ୍ଵର ହୋଇଛି ତ ତେଣୁ ସାର କହିଲେ ମେଡିକାଲ ରେ କିଛି ଦିନ ରହିବା ପାଇଁ।-ମୁଁ କହିଲି।

ସେ ଯୁବକ କହିଲା -ଓଃ ତୁମେ ଭଲ ହୋଇଯିବ ଡକ୍ଟର ସାର ବହୁତ ଭଲ ସେ ଭଲ ଚିକିତ୍ସା କରନ୍ତି।

ହଁ,,,କିନ୍ତୁ ଆପଣଙ୍କର କଣ ହୋଇଛି-ମୁଁ ପଚାରିଲି।

ମୋର ଅକ୍ସିଡେଣ୍ଟ ହୋଇଥିଲା ତେଣୁ ମୋ ମୁଣ୍ଡ ଫାଟିଯାଇଛି ତେଣୁ ମୁଁ ହସ୍ପିଟାଲ ରେ ଅଛି।ଏବେ କିନ୍ତୁ ଭଲ ଅଛି ଆମ ଘର ଲୋକ କାଲି ଆସି ମତେ ନେଇଯିବେ।ସପ୍ତାହ ହେଲାଣି ମୁଁ ଏଠି ରହିଛି।ରହିରହି ବହୁତ ବିରକ୍ତ ଲାଗିଲା ତେଣୁ ଭାବିଲି ବାହାରେ ଯାଇ ଟିକେ ବୁଲି ଆସିବି।ଆପଣଙ୍କର ରୁମ କଉଠେ ?ଏଠାକୁ ଆସିଛ କାହିଁକି?

ମୁଁ କହିଲି -ଏହି ଏକ ନୁମ୍ବର word ରୁମରେ ମୁ ରହୁଛି ଗରମ ବେସି ଲାଗିଲା ତ ତେଣୁ ଭାବିଲି ବାହାରେ ଟିକେ ବୁଲି ଆସିବି।ସେ ଯୁବକ କହୁଲା -ଓଃ ଗରମ ହେଉଛି ବୋଲି,,ଆରେ ହଁ ମୁଁ ଯେଉଁ ରୁମରେ ରହୁଛି ସେ ସ୍ଥାନଟା ବହୁତ ଥଣ୍ଡା ଲାଗେ ତୁମେ ଆସ ମୁଁ ତୁମକୁ ଦେଖାଇ ଦେବି।ଆଉ ସେଠାର ପରିବେଶ ମଧ୍ୟ ବହୁତ ଶାନ୍ତ ଆଉ ଭଲ।ମୁଁ ତାଙ୍କ କଥାରେ ରାଜି ହୋଇ ସେ ଯୁବକ ମୋ ହାତ ଧରି ମତେ ନେବାରେ ଲାଗିଲା।ଆମେ ଦୁହେଁ ହସ୍ପିଟାଲ ର ଉପର ସିଡିରେ ଯାଉଥାଉ ସେ ଯୁବକ ସହ ମୁଁ ରାସ୍ତାର ଯେତେ ଆଗକୁ ଯାଉଥାଏ ସେ ସ୍ଥାନ ସେତେ ଅନ୍ଧାର ଆଉ ଭୟାନକ ଲାଗୁଥାଏ କିନ୍ତୁ ଯହେତୁ ସେ ମୋ ହାତ ଧରି ଥାଏ ମୁଁ ଚାହିଁ ମଧ୍ୟ କିଛି କରିପାରୁ ନ ଥାଏ।ଏହା ପରେ ସେ ସେହି ହସ୍ପିଟାଲ ର ଗୋଟେ ସ୍ଥାନକୁ ନେଇ ଗଲା ତାହାର ଆଖ ପାଖ ପୁରା ଅନ୍ଧକାର ଥିଲା। ସେଇ ଅନ୍ଧକାର ଭିତରେ ଥୁଲା ଗୋଟେ ରୁମ ସେଇ ରୁମ ଟା ବୋଧେ ସେଇ ଯୁବକର ସେ ସେଇ ରୁମ ର ଦରଜା ଖୋଲିଲା ଆଉ ଭିତରକୁ ମତେ ନେଇଗଲା। ପ୍ରକୁତରେ ସେ ରୁମଟା ବହୁତ ଥଣ୍ଡା ଥିଲା କିନ୍ତୁ ସେ ଯୁବକ ଯାଇ ସେ ରୁମର ଝରକା ପାଖରେ ଯାଇ ଠିଆ ହୋଇଗଲା ମତେ ପଛ କରି ସେ ରୁମର ଆଲୁଅ ମଧ୍ୟ ଭଲ ନ ଥୁଲା ଖାଲି ମିଞ୍ଜି ମିଞ୍ଜି ଆଲୋକରେ ଯାହା ଯେମିତି ଦେଖା ଯାଉଥିଲା ଆଉ ସେଠାରେ ଲାଗିଥିବା ବିଜୁଳି ମଧ୍ୟ ଭଲ ନ ଥୁଲା।କିନ୍ତୁ ସେ ରୁମ କୁ ଦେଖି ମତେ ଆଶ୍ଚର୍ଯ୍ୟ ଲାଗିଲା ।ମୁଁ ସବୁ ଆଡେ ଦେଖିଲି ସେଠାରେ ଥିବା ସମସ୍ତ ଲୋକ ମାନଙ୍କ ମୁଂହ କୁ ଧଳା କପଡ଼ାରେ ଘୋଡା ହୋଇଥିଲା ଆଉ ସେମାନଙ୍କ ହାତରେ ଗୋଟେ ନାଲି ରିବନ ବନ୍ଧା ହୋଇଥିଲା ଏହା ଦେଖି ମୁଁ ଡ଼ରିଗଲି ଏହା ସେଇ ହସ୍ପିଟାଲ ର ନିୟମ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପାଦ ଆଙ୍ଗୁଠିରେ ବନ୍ଧା ଯାଉଥିଲା ଏହା ପରେ ମୁଁ ସମ୍ପୁର୍ନ ଭାବରେ ଏହା ବୁଝିଗଲି ଯେ ମୁଁ ଯେଉଁ ରୁମ ଭିତରକୁ ଆସିଛି ସେ ରୁମଟା ମୁରଦା ଘର ବୋଲି କିନ୍ତୁ ଏ ଯୁବକ ମତେ କାହିଁକି ଏଠାକୁ ଆଣିଛି ତାହା ମୁଁ ବୁଝି ପାରୁନ ଥିଲି।ମୁଁ ସେ ଯୁବକ ସେତେବେଳେ ମଧ୍ୟ ମତେ ପଛ କରି ଝରକା ଆଡ଼କୁ ମୁଂହ କରି ସେଠି ଠିୟା ହୋଇଥାଏ,ମୁଁ ଧୀରେ ଧୀରେ ତାହାର ପାଦକୁ ଚାହିଁଲି |

ଏହାପରେ ଯାହା ଦେଖିଲି ପୁରା ସ୍ତବ୍ଧ ହୋଇ ଚାହିଁ ରହିଲି ସେ ଯୁବକର ପାଦ ଆଙ୍ଗୁଠିରେ ମଧ୍ୟ ସେଇ ରିବନ ବନ୍ଧା ହୋଇଥିଲା ଆଉ ତାର ପାଖ ବେଡ଼ ଖାଲି ଥିଲା ହୁଏତ ସେଇ ମୃତ ବେଡ଼ ଟା ସେଇ ଯୁବକର ତା ମାନେ ସେ ବ୍ୟକ୍ତି ମରିସାରିଛି ତେଣୁ ତାହାର ଗୋଡେରେ ମଧ୍ୟ ସେଇ ରିବନ ବନ୍ଧା ହୋଇଛି ଯାହା ସେ ମୃତ ଶବ ଗୁଡି କରେ ବନ୍ଧା ହୋଇଛି।ଏତିକି ଦେଖିଚି ସେ ଯୁବକ ମୋ ଆଡେ ଚାହିଁଲା ତାହାର ପାଟିରୁ ରକ୍ତ ବାହାରୁ ଥାଏ ସେ ମତେ ଦେଖି ବହୁତ ଜୋର ରେ ହସି ହସି କଣ୍ଢେଇ ଭଳି ତାଲି ବଜେଇ ନାଚିବାରେ ଲାଗିଲା ଏହି ପରି ବିକଟ ହସ ହସି ହସି ସେ ସେଇ ଝରକା ବାଟ ଦେଇ ତଳକୁ ଡେଇଁପଡ଼ିଲା ଏହା ଦେଖି ସେଠି ମୁଁ ବେହୋସ ହୋଇପଡ଼ିଲି।

ସକାଳେ ମୋ ଆଖି ଖୁଳିବା କ୍ଷଣି।ମୁଁ ଦେଖିଲି ସେ ହସ୍ପିଟାଲ ର watch man ଆଉ ମୋ ବାପା ଠିଆ ହୋଇଥିଲେ ଆଉ ମୁଁ ଏଠାକୁ କେମିତି ଆସିଲି ସେ କଥା ପଚାରୁ ଥୁଲେ ମୁଁ କିଛି କହିଲି ନାହିଁ ମୁଁ ଉଠି ଦେଖିଲି ଗତ କାଲି ରାତିରେ ଯେଉଁ ବେଡ଼ ଖାଲି ଥୁଲା ସେଥରେ ଗୋଟେ ଶବ ଅଛି ତାହା ମାନେ ସେ ଶବ ସେଇ ଯୁବକର କିନ୍ତୁ ସେ ରାତିରେ ମୋ ସହ ଯାହା ହେଲା ତାହା ମୁଁ ଏବେ ବି ଭୁଲି ପାରିନି।କିନ୍ତୁ ଏହା ମୁଁ ବୁଝିପାରିଲି ହସ୍ପିଟାଲ ଏପରି ଏକ ସ୍ଥାନ ଯେଉଁଠି ମଣିଷର ଜନ୍ମ ହୁଏ ଆଉ ମଣିଷ ମୃତ୍ୟୁ ମଧ୍ୟ ହୁଏ କିନ୍ତୁ ଯେଉଁ ମୃତ ଆତ୍ମା ର ଜନ୍ମ ହୁଏନି ତାହାର ଆତ୍ମା ବୁଲିଥାଏ।ମୋ ଦେହ ଭଲ ହେଲା ମୁଁ ହସ୍ପିଟାଲ ରୁ ଘରକୁ ଫେରିଲି ଦେଖିଲି ଯେଉଁ ବୁଢା ଲୋକ ସେଦିନ ବହୁତ ସେରିଅସ ଅବସ୍ଥାରେ ଥିଲା ସେ ଟିକେ ସୁସ୍ଥ ହୋଇ ତାଙ୍କ ବେଡ଼ ରେ ବସି କିଛି ଖାଉଛନ୍ତି।ଏହା ଦେଖି ମତେ ଖୁସି ଲାଗିଲା କିନ୍ତୁ ମୋ ସହ ଯାହା ହୋଇଥିଲା ତାହା ମୁଁ ଏବେ ବି ବୁଝିପାରିନି ଯେ ସେ ଯୁବକ କିଏ ଆଉ ସେ ମତେ ସେଠାକୁ କାହିଁକି ନେଇ ଯାଇଥିଲା।ମୁଁ ଏବେ ଘରକୁ ଫେରି ସାରିଛି ଆଉ ଭଲରେ ଅଛି କିନ୍ତୁ ସେ ମିରଦା ଘରେ ରହୁଥିବା ଯୁବକର ଆତ୍ମାକୁ ମୁଁ ଭୁଲିପାରିନି।

ହସ୍ପିଟାଲ ଫୋନ ନର୍ସ

Rate the content


Originality
Flow
Language
Cover design

Comments

Post

Some text some message..