Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

3  

Sisir Panda

Inspirational

ଅଳ୍ପ ଗଳ୍ପ

ଅଳ୍ପ ଗଳ୍ପ

2 mins
7.5K


ହେ ପ୍ରଭୁ! ମଣିଷମାନେ କେବେ ସୁଧୁରିବେ,ଚେହେରା ସିନା ମଣିଷଙ୍କ ଭିତରଟା ପଶୁଙ୍କ ଠାରୁ ମଧ୍ୟ ହୀନ  ।  ପଶୁ ପ୍ରକୃତି ଦ୍ବାରା ପରିଚାଳିତ ହୋଇ ନିର୍ଦ୍ଧିଷ୍ଟ ଧାରାରେ ଗତି କରେ,ଯେମିତି କି ପେଟ ପୂର୍ଣ୍ଣ ଥିଲେ ତା'ର ଶିକାର ପାଖରେ ଥିଲେ ବି ସେ ଆଘାତ କରେନା । ବଂଶ ରକ୍ଷା କ୍ଷେତ୍ରରେ ମଧ୍ୟ ସେ ନିୟମରେ ବନ୍ଧା । କିନ୍ତୁ ମଣିଷ ଯେତେ ଥିଲେ ବି ଆଉ ପାଇବାକୁ ଲୋଭ,ସମ୍ଭୋଗର କିଛି ନିୟମ ତ ନ ଥାଏ । ପଶୁ ନିଜ ଜାତିର କାହାର କିଛି ହେଲେ ସଂଘ ବଦ୍ଧ ହୋଇ ତାକୁ ସାହାଯ୍ୟ କରନ୍ତି କିନ୍ତୁ ମନୁଷ୍ୟ ରାସ୍ତା ଉପରେ ଆଉ ଏକ ମନୁଷ୍ୟ କଷ୍ଟ ପାଉଥିବାର ଦେଖି ନ ଦେଖିଲା ପରି ଗାଡ଼ିର ବେଗ ବଢାଇ ପଳାଇଯାଏ । '' ଏପରି କେତେ କଥା ସବୁ ମୁଖାର୍ଜୀ ବାବୁଙ୍କ ମୁଣ୍ଡକୁ ଗୋଟାଏ ପରେ ଗୋଟାଏ ପଶି ଆସୁଥାଏ ସେଥିପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଥାନ୍ତି କି ପଶୁ ମାନବଙ୍କ ପରିବର୍ତ୍ତେ କେବେ ଦେବମାନବ ଏ ପୃଥିବୀରେ ଦେଖାଦେବେ । ଠିକ୍ ସେତେବେଳେ ଧନିଆ ମୁଣ୍ଡା ଆସି ତାଙ୍କ ଦ୍ବାରରେ କଲିଙ୍ଗ ବେଲ ଚିପିଲା । ସେ ବାବୁଙ୍କ ଘରେ ଆସି ମଝିରେ ମଝିରେ ବୋଲହାକ କରେ । ବାବୁ ଅସମୟରେ ସେ ବି ବିନା ଡାକରାରେ ଧନିଆକୁ ଦେଖି ପଚାରିଲେ, "ଆରେ ଧନିଆ,ଏବେ କୁଆଡ଼େ ଆସିଲୁ କି କାମ ଅଛି । "ଧନିଆ ମୁହଁରେ ଦୁଃଖ ସ୍ପଷ୍ଟ ଭାବେ ଦେଖା ଯାଉଥାଏ,ସେ କାନ୍ଦ କାନ୍ଦ ମୁହଁରେ ହାତ ଯୋଡ଼ି କହିଲା, "ସାଆନ୍ତେ, ମୋ ସ୍ତ୍ରୀ ବହୁତ ବେମାର,ସମସ୍ତେ କହୁଚନ୍ତି ତାକୁ ଯଣ୍ଡିସ୍ ହୋଇଯାଇଚି,ବେଗି ଡାକ୍ତର ପାଖକୁ ନ ନେଲେ ମରିଯିବ ଆଜ୍ଞା । ଦୟାକରି ମୋତେ ପାଞ୍ଚ ହଜାର ଟଙ୍କା ଉଧାର ଦେଲେ ମୁଁ ଆପଣଙ୍କ କାମ କରି ଶୁଝିଦେବି । " ତା'ର କଥା ଶୁଣି ବାବୁ ସଙ୍ଗେ ସଙ୍ଗେ କହିଲେ, "ଆରେ ତା'ର ତ ବେମାର କେବେଠାରୁ ହେଲାଣି ତୁ କାଲି କହିଥିଲେ ମୁଁ ଦେଇ ପାରିଥାନ୍ତି କିନ୍ତୁ ଆଜି ତ ମୋ ପାଖରେ ଜମା ଶହେ ଟଙ୍କା ପଡ଼ିଛି,ନବୁ ଯଦି ନେ । " ତାଙ୍କ କଥା ଶୁଣି ଧନିଆର ମଥା ଘୁରିଗଲା,ସେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଲା । ମନେ ଭାବୁଥାଏ 'ମୁଁ ବାବୁଙ୍କର କି କି କାମ ନ କରିଚି,ରାତି ଅଧରେ ଡାକିଚନ୍ତି ମୁଁ ଆସି ତାଙ୍କ ବାପା ବେମାର ପଡ଼ିଥିଲେ ହଗା ମୁତା ସବୁ ସଫା କରିଚି । କେତେ ଆଶା ନେଇ ଆସିଥିଲି କି କୋଟିପତି ଲୋକ ବାବୁ ମୋର,ଜମା ପାଞ୍ଚ ହଜାର କେତେରେ କେତେ । ଆଉ ମୁଁ ମଧ୍ୟ ବେଇମାନ ନୁହେଁ ସେ ଭଲ ଭାବରେ ଜାଣିଚନ୍ତି । ତାଙ୍କର କାମ କରି ଶୁଝି ମଧ୍ୟ ପାରିବି । ହଉ ହେ ମହାପ୍ରଭୁ ତୁ ସାକ୍ଷୀ । ତୁ ମୋ ସ୍ତ୍ରୀକୁ ତୁ ରଖିଲେ ରଖିବୁ ନହେଲେ ମାରିଦେବୁ । ଏକ ମାତ୍ର ଆଶା ଥିଲା ମୁଖାର୍ଜୀ ବାବୁ ଉପରେ,ହଉ ଛାଡ଼ । "ଏଭଳି ଭାବି ଭାବି ଶହେ ଟଙ୍କା ନ ନେଇ ଚାଲିଗଲା,ଗଲାବେଳେ ମୁଣ୍ଟିଆଟି ମାରିଦେଇ ଗଲା । ତା'ର କିଛି ସମୟ ପରେ ତାଙ୍କ ଶ୍ରୀମତୀ ଏସି କାରରୁ ବାହାରି ସିଧା ବାବୁଙ୍କ ପାଖରେ ପହଞ୍ଚି କହିଲେ, "ହଇ ହେ ଶୁଣୁଛ,ଆଉ ତିରିଶ ହଜାର ଟଙ୍କା ଦେଲ ମୁଁ ସେଥିପାଇଁ ଫେରି ଆସିଲି କାଲି ଚାନ୍ଦ ଅଳଙ୍କାର ଦୋକାନରୁ । ଗୋଟେ ବହୁତ ସୁନ୍ଦର ବ୍ରେସଲେଟ୍ ପୂରା ମଡର୍ଣ୍ଣ ସ୍ଟାଇଲର ଆସିଛି । "ତାଙ୍କ କଥା ସରିବା ପୂର୍ବରୁ ବାବୁ ପଚାଶ ହଜାର ଟଙ୍କା ବାବୁଆଣୀ ହାତକୁ ବଢ଼ାଇ ଦେଲେ ।

ଶିଶିର,କଟକ


Rate this content
Log in

Similar oriya story from Inspirational