Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଦୃଶ୍ୟ ଅଦୃଷ୍ଟ
ଅଦୃଶ୍ୟ ଅଦୃଷ୍ଟ
★★★★★

© Raja Sekhar CH V

Inspirational Tragedy

3 Minutes   418    38


Content Ranking

ରଚନା : ଶ୍ରୀ ରାଜଶେଖର ସି 'ଚିମା'

ସମସ୍ତଙ୍କ ଜୀବନ ରେ ପ୍ରତି ଦିନ ର ୨୪ ଘଣ୍ଟା ଅବଧି ଥାଏ | ଆଉ ନିଜ ପରିପୂର୍ଣ୍ଣ ପରିଶ୍ରମ କୁ ଶତ ପ୍ରତିଶତ ଭାଗ ଦେଇ, ତା ପରେ ଅଦୃଶ୍ୟ ଅଦୃଷ୍ଟ ବା ଭାଗ୍ୟ ଉପରେ ଚିନ୍ତା କରିବା ଉଚିତ ହେବ | ଏମିତି ହିଁ ଏକ ପରିଶ୍ରମୀ ବ୍ୟକ୍ତି ର କଥା ଏବେ ଜାଣିବା |

୧୯୯୩ ମସିହା ର କଥା | ଭୁବନେଶ୍ୱର ରେ ଶିବାଶିଷ ପୂଜାରୀ ନାମକ ବିଦ୍ୟାର୍ଥୀ +୨ ବିଜ୍ଞାନ (ଯୁକ୍ତ୨ ବିଜ୍ଞାନ) ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ରେ ପଢୁ ଥିଲେ | ବହୁତ ମନ ଦେଇ ପଢୁ ଥିଲେ | ନିଜ କୁ ଏକ ଭଲ ବୈଷୟିକ ମହାବିଦ୍ୟାଳୟ ରେ ଯନ୍ତ୍ର ବିଦ୍ୟା ସ୍ନାତକ ପ୍ରାପ୍ତି କରିବାର ସ୍ୱପ୍ନ ଦେଖୁ ଥିଲେ | ତାଙ୍କର ପରିବାର ବହୁତ ଗରିବ | କିନ୍ତୁ ଗରିବ ବୋଲି ଟାଙ୍କେ କେବେ ଦୁଃଖୀ ନ ଥିଲେ | ପୁସ୍ତକାଳୟ ରୁ ପ୍ରାୟଃ ସମୟ ବହି ଆଣୁଥିଲେ ଏବଂ ଛୋଟ ପିଲାଙ୍କୁ ପାଠ ପଢ଼େଇ କିଛି ତାଙ୍କ ରୋଜ଼ଗର କରୁଥିଲେ | କାରଣ ସବୁ ଖର୍ଚ୍ଚ ପାଇଁ ନିଜ ମାତାପିତାଙ୍କୁ କଷ୍ଟ ଦେବାର ତାଙ୍କୁ ଇଚ୍ଛା ନ ଥିଲା |

ବୈଷୟିକ ବିଦ୍ୟା ସ୍ନାତକ ର ଅଖିଳ ଭାରତ ସ୍ତର ରେ ପ୍ରବେଶ ପରୀକ୍ଷା ଦେବା ର ସମୟ ଆସିଲା | ଖୁବ ଭଲ ଅଙ୍କ ରଖି ନିଜ ସାମର୍ଥ୍ୟର ସ୍ତର ନିରୂପଣ କରିଲେ ଶିବାଶିଷ | ସସୀମ ସାଧନ ଉପଯୋଗ କରି ନିଜ ମେଧା ଓ ପ୍ରତିଭା ଦ୍ୱାରା ଆଞ୍ଚଳିକ ବୈଷୟିକ ମହାବିଦ୍ୟାଳୟ ରାଉରକେଲା ରେ ଯନ୍ତ୍ର ବିଦ୍ୟା ବିଭାଗ ରେ ପଢିବା ପାଇଁ ଅନୁମତି ମିଳିଲା | ତାହା ସହ ଛାତ୍ରବୃତ୍ତି ବି ମିଳିଲା | ମାତାପିତାଙ୍କ ହର୍ଷ ର ସୀମା ନ ଥିଲା | ଅତି କଷ୍ଟ ରେ ପିତା ମହାବିଦ୍ୟାଳୟ କୁ ଦେୟ ବେତନ (ଫିସ) ର ବ୍ୟବସ୍ଥା କରିଲେ |

ତିନି ବର୍ଷ ଗଲା | ପ୍ରତି ସପ୍ତାହ ରାଉରକେଲା ସେକ୍ଟର-୩ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରୁଥାଆନ୍ତି ଦେବାଶିଷ ଏବଂ ତାଙ୍କ ଆଶୀର୍ବାଦ ପ୍ରାପ୍ତି କରୁ ଥାଆନ୍ତି |

ପ୍ରତି ପରୀକ୍ଷା ରେ ଶିବାଶିଷ ଭଲ ଅଙ୍କ ରଖି ଉତ୍ତୀର୍ଣ୍ଣ ହେଲେ | ଚତୁର୍ଥ ବର୍ଷ ଆରମ୍ଭ ରେ ମହାବିଦ୍ୟାଳୟ ରେ କିଛି ନାମୀ ସଂସ୍ଥାନ ନିଯୁକ୍ତି ଦେବା ପାଇଁ ଆସନ୍ତି | କଲିକତା ମହାନଗର ରେ ଏକ ଭଲ ବେସରକାରୀ ସଂସ୍ଥାନ ରେ ଶିବାଶିଷ ଚାକିରୀ ପାଇଲେ ଏବଂ ନିଯୁକ୍ତି ର ପତ୍ର ବି ପାଇଲେ | ବହୁତ ଭଲ ମାସିକ ବେତନ ବି ନିର୍ଦ୍ଧାରିତ ହେଲା | ମାତାପିତା ଏବେ ଭାବିଲେ ଯେ କଷ୍ଟ ର ଦିନ ଶେଷ ହେବ | ତାଙ୍କର ଭଲ ଦିନ ଆସିବ | ପୁଅ ବି ଭାବୁଥାଏ ଯେ ନିଜ ବାପା-ମାଙ୍କର ସେବା କରିବ | ବାସ ! ଆଉ କଣ ଥିଲା !! ସପନ ଯାହା ଦେଖା ହୋଇ ଥିଲା ସବୁ ସତ ହେଲା | ସ୍ନାତକ ପରୀକ୍ଷା ଶେଷ ହେଲା | ଜୁନ୍ ମାସ ୧୯୯୭ ରେ ରାଉରକେଲା ରୁ ଭୁବନେଶ୍ୱର ଶେଷ ଥର ଫେରିବାର ସମୟ ଆସିଲା | ବନ୍ଧୁ ବାନ୍ଧବ ବହୁତ ଖୁସି ହେଲେ |

ଅଗଷ୍ଟ ମାସ ୧୯୯୭ ରେ ଭୁବନେଶ୍ୱର ରୁ କଲିକତା ଯିବାର ସମୟ ଆସିଲା | କିନ୍ତୁ ବିଧିର ବିଧାନ ଅଲଗା ଥିଲା | ଶିବାଶିଷ ଏକ ରାସ୍ତା ଦୁର୍ଘଟଣା ରେ ଆହତ ହୋଇ ଗଲେ | ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି | କିଛି ଭଲ ଲୋକ ଶିବାଶିଷଙ୍କୁ ନିକଟସ୍ଥ ଚିକିତ୍ସାଳୟ ରେ ନେଇକି ଗଲେ | ସେ ଚେତନାଶୂନ୍ୟ ଅବସ୍ଥା ରେ ଥିଲେ | ଘର ଲୋକଙ୍କୁ ଖବର ଦିୟା ଗଲା | ଚେତନା ଆସିଲା ପରେ ନିଜକୁ ବହୁତ ନିଃସହାୟ ଅବସ୍ଥା ରେ ଦେଖିଲେ ଶିବାଶିଷ | କାରଣ ଶରୀର ର ବାମେତର ଭାଗ ଆଉ ହାତ ପକ୍ଷାଘାତଗ୍ରସ୍ତ ହୋଇଗଲା | ଏହି ଭାଗ ରେ ଚାଲାଣ ନ ଥିଲା | ପୁରା ପରିବାର ର ଦୁଃଖ ର ଆଉ ସୀମା ନ ଥିଲା | କାରଣ ବାଇଶି (୨୨) ବର୍ଷ ର ପୁଅ ର ଏହି ଦୁଃସ୍ଥିତି ଦେଖି ଯେ କୌଣସି ବାପା-ମାଙ୍କର ହୃଦୟ ତରଳିଯିବ |

ଏମିତି ୬ ମାସ ପଳେଇଲେ | ଶିବାଶିଷଙ୍କ ମନ ବହୁତ ଦୁଃଖ | କିନ୍ତୁ ସାହସ ହଜେଇଲେନି | ପୁଣି ପ୍ରୟାସ ଆରମ୍ଭ କରିଲେ | କାରଣ ନିଜେ ଦୁଃଖୀ ହୋଇ ଗଲେ , ଘର ଲୋକ ଆହୁରି ଦୁଃଖୀ ହୋଇ ଯିବେ | ଏକ ସରକାରୀ ସଂସ୍ଥା ରେ ଶାରୀରିକ ଅସାମର୍ଥ୍ୟରେ ପୀଡ଼ିତ କର୍ମଚାରୀ ଭାବେ ନିଯୁକ୍ତି ପ୍ରାପ୍ତି କରିଲେ | ସମସ୍ତ ବନ୍ଧୁ ବାନ୍ଧବ ଆଶ୍ଚର୍ଯ୍ୟଚକିତ ହେଲେ | ମାତାପିତା ଦୁଃଖୀ ହେଲେ ବି ନିଜ ପୁଅ ଧୈର୍ଯ୍ୟ ଦେଖି ଗର୍ବିତ ହେଲେ | ଶିବାଶିଷ ନିଜ ଦୁର୍ଭାଗ୍ୟ ସ୍ଥିତି କୁ ସୌଭାଗ୍ୟ ସ୍ଥିତି ରେ ପରିଣତ କରିଲେ |

ନିଜ ମେଧା ଶକ୍ତି ଉପରେ ଭରସା ରଖି ଅଦୃଶ୍ୟ ଅଦୃଷ୍ଟ ର ସଂପ୍ରାପ୍ତି କରିଲେ |

ନୀତି କଥା : ସମସ୍ତଙ୍କ ଜୀବନ ରେ ବିପରୀତ ପରିସ୍ଥିତି ଆସନ୍ତି | ବେଳେ ବେଳେ ଅପରିବର୍ତ୍ତନୀୟ ନଷ୍ଟ ବି କରନ୍ତି | କିନ୍ତୁ ନିଜ

ସମୟୋଚିତ ଚିନ୍ତା, ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦ୍ୱାରା ଅଦୃଶ୍ୟ ଅଦୃଷ୍ଟ ର ସମ୍ମୁଖୀନ ହୋଇ ପାରିବେ |

ଅଦୃଷ୍ଟ ବିଦ୍ୟାର୍ଥୀ ଦର୍ଶନ

Rate the content


Originality
Flow
Language
Cover design

Comments

Post

Some text some message..