Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Inspirational

3  

Pradipta Sundar Rath

Inspirational

ମୋ ବାପା ହିଁ ମୋ ସମ୍ପତି

ମୋ ବାପା ହିଁ ମୋ ସମ୍ପତି

2 mins
641


ସମ୍ପତିର ଭାଗବଣ୍ଟା ଚାଲିଥାଏ । ସମସ୍ତେ ଜାଣିଛନ୍ତି ବଡ ଭାଇ ବହୁତ ସରଳ ଏଣୁ ସାନ ଦି ଭାଇ ନିଜେ ଅଧିକ ନେଇ କେମିତି ବଡ ଭାଇକୁ କମ୍ ଭାଗ ଦେବେ ସେପରି ଯୋଜନା କରୁଛନ୍ତି । ଗାଁର 4ବା 5 ଜଣ ବସିଛନ୍ତି । ସାନ ଦିଭାଇ କିପରି 3 ଜଣଙ୍କ ଭିତରେ ବଣ୍ଟାଯିବ ସେ ନେଇ ନିଜ ପ୍ରସ୍ତାବ ରଖୁଛନ୍ତି । ଏହି ସମୟରେ ବଡ ଭାଇ କୁ ପଚାରିବାରୁ ସେ ସମସ୍ତଙ୍କୁ ହାତ ଯୋଡି କହିଲେ- ଦୟାକରି ଆପଣମାନେ ଏତିକି କରିବେ, ସବୁ ସମ୍ପତ୍ତି ମୁଁ ମୋର ଦୁଇ ଭାଇଙ୍କୁ ଦେଇ ତା ପ୍ରତିବଦଳରେ ମୁଁ ମୋ ବାପା ମାଆଙ୍କୁ ମୋ ପାଖରେ ରଖିବାକୁ ଚାହୁଁଛି , କିନ୍ତୁ ଗୋଟିଏ ସର୍ତ୍ତରେ ନା ମୁଁ କେବେ ବି ସେ ସମ୍ପତ୍ତି ନେବା ପାଇଁ କହିବି ନା ମୋ ଭାଇ ମାନେ ମୋ ବାପାଙ୍କ ସହ କେବେ କଥା ହେବେ । ଅନ୍ବ ଭାଇମାନେ ବହୁତ ଖୁସି ଯା ହେଉ ସମ୍ପତି ଆମର ଆଉ ବୁଢ଼ାବୁଢ଼ୀଙ୍କ ଚିନ୍ତା ବି ନାହିଁ …।

ବଡ ଭାଇ ବାପାଙ୍କୁ ନେଇ ନିଜ ପାଖରେ ରଖିଲା । ବାପାଙ୍କର ବି ମନ ଦୁଃଖ ସାନପୁଅ ମାନେ ବଡ ପୁଅକୁ ଠକିଦେଲେ । ସେମାନଙ୍କ ବାପା ଜଣେ ସେ ଅଞ୍ଚଳର ବଡ ବ୍ୟବସାୟୀ ଥିଲେ । ଅନେକ ସମ୍ପତି ଅଧିକାର କରିଥିଲେ ନିଜ ବୁଦ୍ଧି ଓ ପରିଶ୍ରମ ବଳରେ । ସେ ନିଜର ବଡ ପୁଅକୁ ତାର ବେପାରରେ ସାହାଯ୍ୟ କଲେ ।

ବଡ ଭାଇ ଟି ନିଜର ବୁଦ୍ଧି ଓ ବାପାଙ୍କର ବୁଦ୍ଧି କୁ ମିଶାଇ ନିଜର ବ୍ୟବସାୟୀରେ ଅନେକ ଉନ୍ନତି କରିଲେ । ବାସ୍ କିଛି ବର୍ଷ ରେ ସେ ସେ ଅଞ୍ଚଳର ଜଣେ ଧନୀ ବ୍ୟକ୍ତିଙ୍କ ଭିତରେ ପରିଚିତ ହେଲେ । ଏପଟେ ସାନ ଦୁଇ ଭାଇ ପୁଣିଥରେ ସେ ସମ୍ପତିକୁ ନେଇ କଳିଗୋଳ କରି ଜଣେ ଜଣଙ୍କ ଉପରେ କେସ୍ କରିଥିଲେ । ବାସ୍ ନିଜର ବାକିତକ ସମ୍ପତି ବି ସେମାନେ ହରାଇଦେଇଥିଲେ ଏହି କଳିକାଳରେ । ଏବେ ସେମାନେ ବଡ ଭାଇର ଏତେ ଉନ୍ନତି ଦେଖି ଆସିଥିଲେ ପୁଣି ସାଙ୍ଗହୋଇ ରହିବା ପାଇଁ । କିନ୍ତୁ ବାସ୍ ସମ୍ପତି ଭାଗବଣ୍ଟା ସମୟର ସେ ଗୋଟିଏ ସର୍ତ୍ତ ପାଇଁ ସେମାନେ ବଡ ଭାଇର କି ବାପାଙ୍କ ସାମ୍ନାକୁ ଯାଇ ପାରୁନଥିଲେ । କିନ୍ତୁ ବଡ ଭାଇ ନିଜର ସାନଭାଇମାନଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇ ଆସିଥିଲେ ଆଉ ଗୋଟିଏ କଥା କହିଥିଲେ -“ତୁମେମାନେ ଭୁଲିଗଲ ଯେ ଏସବୁ ସମ୍ପତି ସେ ବାପା ବନେଇଛନ୍ତି , ସେ ଚାହିଁଲେ ଆହୁରି ଅନେକ ଏପରି ସମ୍ପତି କରିପାରିବେ କିନ୍ତୁ । ଏସବୁ ସମ୍ପତି ମିଶିଗଲେ ବି ଆଉ ଗୋଟେ ବାପାଙ୍କୁ ଆଣିପାରିବ ନି । ମୁଁ ସେଦିନ ବି କହୁଥିଲି ଆଉ ଆଜି ବି କହୁଛି ମୋ ବାପା ହିଁ….ମୋ ସମ୍ପତି..।


Rate this content
Log in

Similar oriya story from Inspirational