Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଗୋଲାପ ଫୁଲ ଓ ରାଜକୁମାରୀ

ଗୋଲାପ ଫୁଲ ଓ ରାଜକୁମାରୀ

2 mins
7.3K


ନଗେନ୍ଦ୍ର ନାଥ ପଟ୍ଟନାୟକ


ଜଣେ ରାଜଙ୍କର ତିନୋଟି ଝିଅ ଥିଲେ । ତିନି ଜଣ ଯାକ ଖୁବ ସୁନ୍ଦରୀ । ସବା ବଡ ଝିଅ ନାଆଁ ଅହନା ଆଉ ସବୁଠୁ ସାନଟିର ନାଁ ସାରା । ଥରେ ତିନିହେଁ ମିଶି ଜଙ୍ଗଲକୁ ବୁଲିବାକୁ ବାହାରିଲେ । ଏତିକିବେଳେ ଝଡ ତୋଫାନ ପ୍ରବଳ ବେଗରେ ମାଡି ଆସିଲା । ସେମାନଙ୍କ ସଙ୍ଗରେ ଯୋଉ ଦଳେ ସୁରକ୍ଷା କର୍ମୀ ଯାଇଥିଲେ ଯିଏ ଯୁଆଡେ ପାଇଲେ ଛିନଛତର ହୋଇ ପ୍ରାଣ ବିକଳରେ ପଳାଇଗଲେ । ଘଞ୍ଚ ଜଙ୍ଗଲରେ ବାଟବଣା ହୋଇଗଲେ ତିନି ଜଣ ରାଜକୁମାରୀ । ଟିକିଏ ଦୂର ଆଗକୁ ଯିବା ପରେ ରାଜ ଉଆସଟେ ତାଙ୍କ ଆଖିରେ ପଡିଲା । ଭିତରକୁ ଯାଇ ଦେଖନ୍ତି ତ ସେଠି କେହି ନାହାନ୍ତି । ଖାଲି ଯାହା ଖାଁ ଖାଁ ଲାଗୁଛି । ତା’ପରେ ସେମାନେ ସେଠି ବିଶ୍ରାମ ନେଲେ । ଆଉ ସେଠା ଟେବୁଲ ଉପରେ ସଜା ହୋଇଥିବା ଖାଇବା ଦରବକୁ ପେଟ ପୂରେଇ ଖାଇଲେ ।

ବଡି ସକାଳ ହେବାରୁ ରାଜକୁମାରୀ ସାରା ରାଜ ମହଲର ବଗିଚାକୁ ବୁଲି ବାହାରିଲେ । ସେଠି ଗୋଲାପ ଗଛ ଦେଖି ରାଜକୁମାରୀ ସାରା କ’ଣ ଭାବିଲେ କେଜାଣି ସେଥିରୁ ଲାଲ ଟୁକୁଟୁକୁ ଗୋଲାପ ଫୁଲଟେ ତୋଳିନେଲେ । ଏତିକିବେଳେ ସେ ଗଛ ଭିତରୁ ରାକ୍ଷାସଟିଏ ସହସା ବାହାରି ଆସି ରାଜକୁମାରୀ ସାରାକୁ କହିଲା- ମୁଁ ରହିବାକୁ ତୁମକୁ ଘର ଆଉ ଖାଇବାକୁ ଖାଦ୍ୟ ଦେଲି ପୁଣି ତୁମେ ମୋର ବହୁତ ପ୍ରିୟ ଗୋଲାପ ଫୁଲଟିକୁ ତୋଳିନେଲ । ଏବେ ମୁଁ ତୁମ ତିନି ଜଣଙ୍କୁ ଗୋଟା ଗୋଟା କରି ମାରି ଖାଇବି । ରାକ୍ଷାସକୁ ଦେଖି ସାରାର ପିଲେହିପାଣି । ଛାତି ଭିତରଟା ତାର ଯେମିତି ଧୁଡୁଧୁଡୁ ହେଉଥାଏ । ଟିକେ ସାହସ କୁଳେଇ ରାକ୍ଷାସକୁ ବହୁତ ନେହୁରା ହେଲା ହେଲେ ରାକ୍ଷାସ କି ତାକୁ ଛାଡେ । କଥା ରହିଲା- ଭଉଣୀ ପଛେ ଯାଉ ହେଲେ ତୋତେ ଏଇଠି ରହିବାକୁ ପଡିବ । ସାରା ଏଥିରେ ରାଜି ହୋଇ ରାକ୍ଷାସ ପାଖରେ ରହିଲା । ରାକ୍ଷାସର ଉତ୍ତମ ବ୍ୟବହାର ଫଳରେ ଦୁହିଁଙ୍କ ଭିତରେ ଗଭୀର ସମ୍ପର୍କ ଗଢି ଉଠିଲା ।

ଦିନେ କ’ଣ ହେଲାନା , ରାକ୍ଷାସ ସାରାକୁ ବିବାହ ହେବାକୁ ପ୍ରସ୍ତାବ ଦେଲା । ସାରା ଏଥିରେ ହଁ କି ନାଇଁ କଲାନି । ଏ କଥାକୁ ନେଇ ରାକ୍ଷାସ ତା’ ଉପରେ ଚାପ ବି ପକାଇଲା ନାହିଁ । ଥରେ ତା’ ବାପାଙ୍କ ଦେହ ବହୁତ ଖରାପ ବୋଲି ସାରା କୁହୁକ ଆଇନାରେ ଦେଖିଲା । ସିଏ କଇଁ କଇଁ ହୋଇ ବାହୁନି ବାକୁ ଲାଗିଲା । ଏ କଥା ଦେଖି ରାକ୍ଷାସ ତାକୁ ସାତ ଦିନ ଲାଗି ତା’ ଘରକୁ ଯିବାକୁ ଅନୁମତି ଦେଲା । ସେଠି ସାରା ତା’ର ଅତି ପ୍ରିୟ ପରିବାର ସହିତ ବଡ ଖୁସିରେ ରହିଲା । କିଛି ଦିନ ପରେ ତା’ ବାପା ସୁସ୍ଥ ହେଲେ । ଦିନେ ସାରା ସପନରେ ଦେଖିଲା ରାକ୍ଷାସ ବେମାରୀରେ ପଡି ତାକୁ ବିକଳରେ ଡାକୁଛି । ସାଙ୍ଗେ ସାଙ୍ଗେ ସେ ସେଠିକି ଯାଇ ଦେଖିଲା ରାକ୍ଷସା ଭୂଇଁ ଉପରେ ହାମୁଡେଇ ପଡିଛି । ତାକୁ ଦେଖି ସାରା ଭେଁ ଭେଁ ହୋଇ କାନ୍ଦ ବୋବାଳି ଛାଡିଲା । ଆଉ କାନ୍ଦୁଣୀମାନ୍ଦୁଣୀ ହୋଇ ତା’ ପାଖକୁ ଗଲା । ତାକୁ ଗଳାରେ ଲଗେଇ କହିଲା- ହେ ଟିକେ ଉଠନା , ମୁଁ ତୁମକୁ ଭାରି ଭଲପାଏ । ତୁମକୁ ବିଭା ହେବାକୁ ମୋର ଭାରି ମନ । ଏ କଥା ଶୁଣିବା କ୍ଷଣି ରାକ୍ଷାସ ଜଣେ ସୁନ୍ଦର ରାଜକୁମାର ହୋଇ ତା’ ଆଗରେ ଉଭା ହେଲେ ରାଜକୁମାର କହିଲେ- ମୁଁ ତୁମ ତୁଣ୍ଡରୁ ଖାସ୍‌ ଏଇ କଥା ହିଁ ଶୁଣିବାକୁ ଚାହିଁଥିଲି । ପୁଣି ସେ କହିଲା- ଜଣେ ଖରାପ ସ୍ତ୍ରୀ ଲୋକଟେ ମତେ ଅଭିଶାପ ଦେଇ କହିଥିଲା ଯେ ପର୍ଯ୍ୟନ୍ତ ମତେ ପ୍ରେମ ନ ମିଳିଛି ସେଯାଏଁ ରାକ୍ଷାସ ଜୀବନ ଲଭି କଷ୍ଟ ପାଉଥିବି । ଏତକ କହି ରାଜକୁମାର ସାରାକୁ ଚାହିଁ ରହିଲା । ଶେଷରେ ଦୁହେଁ ବଡ ଧୁମ୍‌ଧାମ୍‌ରେ ବିବାହ କରି ସୁଖ ଶାନ୍ତିରେ ରହିଲେ ।


Rate this content
Log in

Similar oriya story from Children