★ ଗାଳି ★
★ ଗାଳି ★
ସେ' ତା'କୁ ଗାଳି କରୁଥିଲା । ଆଉରି ଆଉରି କରୁଥିଲା ! ଖୁବ୍ କଟୁ , ଅଶ୍ରାବ୍ୟ , ଅସଭ୍ୟ ପରି । 'ସୀମା' ଆଖିର ଲୁହତକ ଏଥର ସୀମା ଲଙ୍ଘିଲା । ସେ' କିନ୍ତୁ ତରଳିଲାନି । ବରଂ ଧିରେଧିରେ ଆଉରି ଭୟଙ୍କର ହେବାରେ ଲାଗିଲା । ସୀମା' ଲୁହ କାଢିଲା , ହାତ ଯୋଡିଲା । ତଥାପି ସେ' ଆଉ ଶାନ୍ତ ହେଉନଥିଲା ।
ଏଥର ସେ ସ୍ପଷ୍ଟ କରିଦେଲା ଯେ ' -
- ଆଜିଠୁଁ , ଏବେଠୁଁ ସେ' ସବୁକିଛି ର ପୂର୍ଣ୍ଣଚ୍ଛେଦ ଟାଣି ଅଫେରା ହୋଇଯାଉଛି ।
ଏବଂ ସେ' ଚାଲିଗଲା ବି !!!!
ସୀମା' ର ଆଶାଟିକେ ଥିଲା , ସବୁଥର ପରି ସେ ଥରୁଟିଏ ଫେରି ଚାହିଁବ । କିନ୍ତୁ ସେପରି କିଛି ହେଇନଥିଲା ।
★★★
ଲୁହ ଶୁଖିଗଲେ ବି ହୃଦୟଟା ଭାରି ଓଦାଓଦା ରହୁଥିଲା ସୀମାର । ତା'କୁ ଭୁଲିବାପାଇଁ ଏକମାତ୍ର ଉପାୟ ଥିଲା , ସେ ଦେଇଥିବା ଗାଳିତକକୁ ଭୁଲିଯାଇ , ତା'କୁ ଢେର୍ ଘୃଣା କରିବା ।
ଏଣେ ସୀମା' ଭିତରର ମନମଣିଷ କହୁଥିଲା -
" ସବୁ ଗାଳି ତ ଲୁହଦିଏ । କିଛି ଗାଳି କିନ୍ତୁ ହୃଦୟରେ ବସା କରିନିଏ ।"
ସତରେ କ'ଣ ପ୍ରେମକୁ ଭୁଲିହୁଏ ????
@ ଅମୀୟ ବେଜ୍