Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Sarangi

Inspirational Others

5.0  

Paramita Sarangi

Inspirational Others

"ପୁତ୍ରବଧୂ"

"ପୁତ୍ରବଧୂ"

3 mins
7.1K


ବାପା ତରତର ହୋଇ ତାଙ୍କ ଆଟାଚିରେ ଥିବା କିଛି ପେପର ଦରାଣ୍ଡୁ ଥିଲେ। ପୁଲିସ ବାହାରେ ଠିଆ ହୋଇଛି। ବାପାଙ୍କ ହାତରେ ହାତକଡି ପିନ୍ଧାଇ ଥାନାକୁ ନେଇ ଯିବାକୁ। ବାପା ହତ୍ୟାକାରୀ, ହତ୍ୟା କରିଛନ୍ତି ତାଙ୍କ ପୁତ୍ରକୁ। ବୋଉ ଭୋ ଭୋ କରି କାନ୍ଦି କାନ୍ଦି ବେହୋସ୍ ହେବା ଉପରେ। ମଝିରେ ମଝିରେ ତାଙ୍କର ଗୋଟେ ତୀକ୍ଷ୍ଣ ଦୃଷ୍ଟି ମୋ ମୋ ଶରିରକୁ ଅର୍ଜୁନଙ୍କ ଅଭେଦ୍ୟ ବାଣ ପରି ବିଦ୍ଧ କରି ଯାଉଥିଲା। ଅନେକ ଥର ସେ ତାଙ୍କ କଟୁ କଥାରେ ଜଣାଇ ଦେଇଛନ୍ତି ଯେ ତାଙ୍କ ପୁଅଙ୍କର ପତ୍ତନ ପାଇଁ ମୁଁ ଦାୟୀ । ଆଜି ବି ବାପାଙ୍କ ଉପସ୍ଥିତି ନ ଥିଲେ ସେ ବୋଧେ ଏବେ ମୋ ଚୁଟି ଭିଡ଼ି ମୋତେ ଘୋଷାଡି ଘରୁ ବାହାର କରି ଦେଇ ସାରନ୍ତେଣି।

ବାପାଙ୍କ ମନରେ ମୋ ପ୍ରତି‌ ଥିବା ଶ୍ରଦ୍ଧାକୁ ମୋ ଆଗରୁ କେବେ ବି କଳି ପାରି ନଥିଲି। ସତ କହିଲେ ସେ କେବେ ପ୍ରକାଶ କରି ନଥିଲେ। ବାହାଘର ପରେ ଏଇ ଘର‌‌କୁ ଆସିବା ପରଠୁଁ ଯେମିତି ଖୁସିର ମୁହୂର୍ତ୍ତ ଗୁଡିକୁ ପର ଲାଗି ଯାଇଥିଲା। ସେମାନେ ମୋତେ ଛାଡ଼ି ଉଡ଼ି ଯାଇ ଥିଲେ କେଉଁ ଏକ ଅଜଣା ଇଲାକାକୁ। ତାଙ୍କ ପୁଅ ସବୁ ଦିନ ମଦ ପିଇ ମୋତେ ମାରନ୍ତି। ଶାଶୂଙ୍କ ଗଞ୍ଜଣା ସମ୍ଭାଳି ପାରୁନି ତାଙ୍କ ପୁଅକୁ। ଦିନ ଯାକ କାମ କରେ, ବୋଉ ଙ୍କ ଗାଳି ଶୁଣେ , ତାଙ୍କ ପୁଅ ଠାରୁ ମାଡ଼ ଖାଏ। ଭୁଲି ଯାଇଥିଲି ମୁଁ ଗୋଟେ ମଣିଷ, ମୋର ବି ହାଡ଼ ମାଂସ ଅଛି,ମନଟେ ଅଛି। ନିଜ ଅଜାଣତରେ ନିଜେ ପଥର ପାଲଟି ଯାଇଥିଲିି।

ମଦ ପିଇବା ସହ ଧୀରେ ଧୀରେ ତାଙ୍କର ଜୁଆ ଖେଳିବା ବି ଅଭ୍ୟାସ ହୋଇ ଯାଇଥିଲା। ବହୁତ ଥର ଭାବିଛି ଏ ସବୁ ଛାଡ଼ି ଚାଲି ଯିବି। ହେଲେ ଘରେ ଆଉ ତିନୋଟି ଭଉଣୀ ମାନଙ୍କ ମୁହଁ ମନେ ପଡିଯାଏ, ଆଉ ମୁଁ ପୁଣି ଗୋଟିଏ ପଥରରେ ପରିଣତ ହୋଇଥାଏ।

ଜୁଆରେ ବହୁତ ଟଙ୍କା କରଜ କରିଥିଲେ , ବାପା ବି ମନା କରିଥିଲେ କିଛି ଟଙ୍କା ଦେଇ ପାରିବେ ନାହିଁ। ବାଶ୍ ସବୁ ରାଗ ଠୁଳ ହେଲା ମୋ ଉପରେ। ବରଷି ଗଲା କେତେ ବିଧା , ଗୋଇଠା ମୋ ଶରୀରର ବିଭିନ୍ନ ଅଂଶରେ। ବାପା ଖାଲି ଗୋଟେ ଅସହାୟ ଆଖିରେ ଦେଖିଥିଲେ। ମୁଁ କଷ୍ଟରେ ତାଙ୍କ ମୁହଁକୁ ଚାହିଁଥିଲେ, ସେ ମଥା ତଳକୁ କରି ହାତ ଯୋଡ଼ି ଦେଲେ। ତାଙ୍କର ଏ ହାରିବା ପଣଟା ବି‌ ପୁଣି ଥରେ ମୋତେ ପଥର କରି ଦେଲା।

ହେଲେ କାଲି ରାତିରେ ଏ କ'ଣ ଘଟିଗଲା। ବାପାଙ୍କ ନକନକିଆ ବୁଢ଼ା ଦେହରେ ଏତେ ଶକ୍ତି କେଉଁଠୁ ଆସିଗଲା? ମୋ ହାତ ଧରି ଟାଣୁ ଥିଲେ ତାଙ୍କ ପୁଅ । ଜୁଆରେ ହାରିଛନ୍ତି, ସେ ଟଙ୍କାର ଭରଣା ପାଇଁ ମୋତେ ନିଜକୁ ବଳି ଦେବକୁ ତାଙ୍କ ବନ୍ଧୁଙ୍କ ପାଖରେ।ଏ କି କଥା, ଟିକିଏ ବି ସମ୍ନାନ ବୋଧ ନାହିଁ। କିଏ କଣ ନିଜ ସ୍ତ୍ରୀକୁ ଏପରି ବିକି ଦେଇ ପାରେ। ସେ ହାତ ଧରି ଟାଣୁ ଥିଲେ, ମୁଁ ତଳେ ଘୋଷାଡି ହୋଇ ଭିଡ଼ି ହେଉଥିଲି। ଜାଣି ଥିଲି ଏବେ ଯୁଗରେ ଭଗବାନ ଦାରୁ ହୋଇ ବଡ଼ ଦେଉଳରେ ବନ୍ଦି ହୋଇ ରହିଛନ୍ତି। ନହେଲେ ତାର ଏ ଅବସ୍ଥାରେ ପୃଥିବୀ ଫାଟି ଯାଇ ନଥାନ୍ତା, ସୁଦର୍ଶନ ଚକ୍ର ପ୍ରବଳ ବେଗରେ ମାଡ଼ି ଆସି ନଥାଆନ୍ତା , ଏମିତି ବୁକୁ ଫଟା କାନ୍ଦରେ।

ମୋ ବିକଳ କାନ୍ଦ ଶୁଣି ବାପାଙ୍କ ନିଦ ଭାଙ୍ଗିଗଲା। ହାତ ଛଡ଼ାଇ ଦୋଉଡି ଯାଇ ତାଙ୍କ ଗୋଡ଼ ଧରି ସବୁ କହିଲି, ମୋତେ ଏପରି ପାପରୁ ବଞ୍ଚାଇବାକୁ ନେହୁରା ହେଲି।ସେ ମୁଣ୍ଡରେ ହାତ ଦେଇ ସେହିଠି ବସି ପଡିଲେ। ସେ ପୁଣି ମୋ ହାତକୁ ଭିଡ଼ି ବାକୁ ଲାଗିଲେ। ବାପା ଗୋଟେ ହୁଙ୍କାର ଦେଇ ଉଠି ପଡିଲେ , ପାଖରେ ପଡିଥିବା କାଠ ଫାଳିଆଟାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସେ ଟଳି ପଡିଲେ ସେହିଠି।

ରାତି ଯାକ ସମସ୍ତେ ସେହିଠି ବସି କାନ୍ଦୁ ଥିଲୁ। ସକାଳେ ବାପା ପୋଲିସଙ୍କୁ ଫୋନ୍ କରି ଆତ୍ମ ସମର୍ପଣ କଲେ। ଘର ଜମିର ଦସ୍ତାବିଜ ସବୁ ମୋ ହାତ ଦେଇ କହିଲେ," ମୁଁ ତୋର ଦୋଷୀ। ତୋତେ ବିଧବା କରି ଦେଲି"

"ବାପା ଆପଣ ମୋ ପାଇଁ ଯାହା କଲେ, ବୋଧହୁଏ କେହି ବି ପିତା ତା ସନ୍ତାନ ପାଇଁ ଏପରି କରିପାରିବ ନାହିଁ"

"ତୁ ମୋ ଘରର ମାନ ସମ୍ମାନ, ମୋ ଘରର ଇଜ୍ଜତ। ମୋ ପୁତ୍ରବଧୂ।କେମିତି ତୋତେ ସେ କୁଳାଙ୍ଗାର ଠାରୁ ବଞ୍ଚାଇ ନଥାନ୍ତି। ବୋଉର ଯତ୍ନ ନେବୁ।"

ବାପାଙ୍କ କଥା ଶୁଣି ଭାବୁଥିଲି, ଭଗବାନଙ୍କର ଏ କେଉଁ ରୂପ। ନରସିଂହ କି କଳକି ଅବତାର। ସତ କ‌ହିଲେ ପ୍ରଥମ ଥର ପାଇଁ ରୂଦ୍ର ଆଉ କରୁଣାର ରୂପକୁ ଏକାଠି ଦେଖୁଥିଲି।

ବାପା ପୋଲିସଙ୍କ ସହ ବାହାରୁ ଥିଲେ କି ବୋଉଙ୍କୁ ପାଖକୁ ଆସି ବାକୁ ଈଶାରା କଲେ। କହିଲେ"ତାକୁ ବୋହୂ ନୁହେଁ ଝିଅ ବୋଲି ଭାବିବୁ । ତୋ ପୁଅ ଠାରୁ ବଳି ସେ । ତା ଦୁଃଖ ବୁଝିବୁ । ମୁଁ ଯାଉଛି।"

ବାପା ପୋଲିସ ସହ ଚାଲି ବାକୁ ଲାଗିଲେ।

ମୁଁ ଦେଖୁଥିଲି ଗୋଟେ ପୁରୁଷ ଭିତରେ ଥିବା ମା ପଣିଆଟା ଗୋଟେ ପୁତ୍ରବଧୂକୁ ଉଙ୍କି ମାରି ଚାହୁଁଥିଲା ।

ପାରମିତା ଷଡ଼ଙ୍ଗୀ


Rate this content
Log in

Similar oriya story from Inspirational