Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କିଏ ଦୋଷୀ

କିଏ ଦୋଷୀ

2 mins
7.6K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଏଥର ବେତାଳ ରାଜାଙ୍କୁ ଆଉ ଏକ ନୂଆ କାହାଣୀ ଶୁଣାଇଲା l ଚୂଡ଼ାପୁର ନଗରରେ ଚୂଡ଼ାବତ ନାମରେ ଜଣେ ପଣ୍ଡିତ ବ୍ରାହ୍ମଣ ବାସ କରୁଥିଲେ l ତାଙ୍କ ପୁଅ ନାଁ ଭଦ୍ରାବତ୍ l ଭଦ୍ରାବତ୍ ନିଜର ବାପାଙ୍କ ପରି ଖୁବ୍ ମେଧାବୀ ଓ ଶାସ୍ତ୍ରଜ୍ଞ ଥିଲା l ନିଜ ପୁଅକୁ ବିଭାକରିବା ଆଗରୁ ଚୂଡ଼ାବତ୍ ମରିଗଲେ l

ବାପାଙ୍କ ମୃତ୍ୟୁପରେ ଭଦ୍ରାବତ୍ ଏକ ନିମନ୍ତ୍ରଣରେ ଗୋଟିଏ ସ୍ଥାନକୁ ଯାଇଥିଲା l ସେଠାରେ ଲାବଣ୍ୟବତୀ ନାମରେ ଏକ ସୁନ୍ଦରୀ ଝିଅକୁ ବିବାହ ହୋଇ ସେ ବେଶ୍ ଖୁସିରେ କାଳ କାଟିଲା l

ଥରେ ଭଦ୍ରାବତ୍ ନିଜର ଶ୍ରୀ ଲାବଣ୍ୟବତିକୁ ଧରି ପୋଖରୀକୁ ଗାଧୋଇବାକୁ ଗଲା l ଗାଧୋଇବା ବେଳେ ଲାବଣ୍ୟବତୀ ପାଣିରେ ବୁଡ଼ି ମରିଗଲା l ଭଦ୍ରାବତ୍ ସ୍ତ୍ରୀକୁ ହରାଇ ପାଗଳ ହୋଇ ଏଣେ ତେଣେ ବୁଲିଲା l ଦିନେ ବୁଲୁବୁଲୁ ସେ ଯାଇ କାଞ୍ଚନପୁରରେ ପହଞ୍ଚିଲା l ସେଠାରେ ତା’ର ବାପଙ୍କର ପରମବନ୍ଧୁ ବାସୁଦେବ ବାସ କରୁଥିଲେ l ସେ ଭଦ୍ରାବତ୍କୁ ଚିହ୍ନି ପାରି ତାକୁ ନିଜ ପାଖରେ ରଖିବାକୁ ଚାହିଁଲେ l

ଦିନେ ବାସୁଦେବର ସ୍ତ୍ରୀ ଭଦ୍ରାବତକୁ କ୍ଷୀରୀ କରି ଖାଇବାକୁ ଦେଲେ l ହେଲେ ଭଦ୍ରାବତ୍ କ୍ଷୀରୀପାତ୍ରକୁ ଧରି ବଗିଚାକୁ ଚାଲିଗଲା l ସେଠାରେ ଗୋଟିଏ ଗଛତଳେ ସେହି ପାତ୍ରକୁ ଥୋଇ ଲାବଣ୍ୟବତୀର ବିରହରେ କାନ୍ଦିବାରେ ଲାଗିଲା l ଏପରି କାନ୍ଦିଲା ଯେ ସବୁକଥା ଭୁଲି ଗଲା l

ସେହି ଗଛ ପାଖରେ ଥିବା ଗାତରେ ଗୋଟିଏ ସାପ ରହୁଥିଲା l ସେ ତା’ର ଗାତରୁ ବାହାରି ଆସି କ୍ଷୀରୀ ପାତ୍ରରେ ବିଷ ପକାଇ ଚାଲିଗଲା l ଭଦ୍ରାବତ୍ ଏହା ଜାଣିପାରିଲା ନାହିଁ l ପରେ ସେ ସେହି କ୍ଷୀରୀ ଖାଇବାରୁ ଅସୁସ୍ଥ ହୋଇ ପଡ଼ିଲା l ଭଦ୍ରାବତ୍ ବାସୁ ଦେବର ଘର ଆଗରେ ଯାଇ କହିଲା, ‘ ତୁମେ ମତେ ବିଷ ଦେଇଛ l ‘ ଏତିକି କହି ସେ ସେଠାରେ ପଡ଼ି ମରିଗଲା l

ବାସୁଦେବ ଏ ଦୃଶ୍ୟ ଦେଖି ବ୍ୟସ୍ତ ହୋଇ ପଡ଼ିଲା l ସେ ନିଜର ସ୍ତ୍ରୀକୁ ବହୁତ ଗାଳିଦେଲା l ଗାଲିଶୁଣୀ ବାସୁଦେବର ସ୍ତ୍ରୀ କୂଅକୁ ଡେଇଁ ଆତ୍ମହତ୍ୟା କରିଦେଲା l

ବେତାଳ କହିଲା –‘’ ଏହି ଦୋଷ ପାଇଁ କିଏ ଦଣ୍ଡ ପାଇବ ?’’

ରାଜା କହିଲେ – ଦେଖ ବେତାଳ ! ଅକାରଣରେ ଅନ୍ୟ ଉପରେ ଦୋଷ ଲଦିବା ସବୁଠୁ ବଡ଼ ପାପ ଅଟେ l ଏଥିରେ କାହାର ଦୋଷ ନାହିଁ l

ବେତାଳ କହିଲା – ତେବେ ସାପ ଦଣ୍ଡ ପାଇବ ନା ନାହିଁ ?

ବିକ୍ରମାଦିତ୍ୟ କହିଲେ – ନା ! ସାପର ତ କାମ ହେଲା ବିଷ ବାହାର କରିବା l ଏହା ତା’ର ସ୍ଵଭାବ l

ତେବେ ଅସଲ ଦୋଷୀ କିଏ ? ନିଜେ ଭଦ୍ରାବତ୍! ସେ ତ ପାଗଳ ହୋଇ ଯାଇଥିଲା l ପାଗଳର ହିତାହିତ ଜ୍ଞାନ ନ ଥାଏ l ଏହି ଦୃଷ୍ଟିରୁ ବିଚାର କଲେ ଏଥିରେ କାହାର ଦୋଷ ନାହିଁ l ଏତିକି କହି ବିକ୍ରମାଦିତ୍ୟ ନୀରବ ରହିଲେ l ବେତାଳ ମଧ୍ୟ ପୂର୍ବ ପରି ସେହି ଗଛରେ ଯାଇ ଓହଳି ପଡ଼ିଲା l ବିକ୍ରମାଦିତ୍ୟ ବେତାଳର ଏପରି ବ୍ୟବହାର ଦେଖି ମନେ ମନେ ଖୁବ୍ ରାଗିଗଲେ l


Rate this content
Log in

Similar oriya story from Children