Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance Tragedy Inspirational

2  

Satyabati Swain

Romance Tragedy Inspirational

ସାହାନାଇ

ସାହାନାଇ

4 mins
301



ସୂର୍ଯ୍ୟ ଆସିବ ବିବାହ ପାଇଁ ମୁଁ ସଜେଇ ହୋଇ ବସିଥିଲି । ଜୀବନ,ଯୌବନ,ପ୍ରେମ ସହ ମନଟିଏ ନେଇ । ଅନେଇଁ ଅନେଇଁ ଆଖିରୁ ପାଣି ମଲା । ସେ ଆସିଲା ନାଇଁ । କଥା କିନ୍ତୁ ଦେଇଥିଲା ଯେମିତି ହେଲେ ବି ଆସି ମୋ ଅନ୍ଧାରୀ ଜୀବନକୁ ଆଲୋକିତ କରିବ । ମୋ କଳା କଳା ମୁହଁରେ ହସ ଭରିବ । ସାଙ୍ଗ ହେବ ଆଜୀବନ । ଛାଇ କରି ରଖିବ,ଛାଇ ଦେବା ବି । କେବେ ବି ଦୁଃଖ ଛୁଇଁବାକୁ ଦେବନି । ପିଲା ଦିନର ଗାଁ ସାଙ୍ଗ ସେ । ପିଲାବେଳ ସାଙ୍ଗ ବଡ଼ ହେଲା ପରେ ପ୍ରେମ ନାଁ ନେଲା । ଦୁହେଁ ଦୁହିଁଙ୍କୁ ପସନ୍ଦ କଲୁ । କିନ୍ତୁ ପସନ୍ଦ କଲେନି ସୂର୍ଯ୍ୟ ବାପା ମା ।  ମୁଁ କାଳି ଟା । କାଳି ବୋହୂ ତାଙ୍କ ସୁନା ମୁଣ୍ଡା ପରି ହଳଦୀ ରଙ୍ଗର ଚିକମିକ କରୁଥିବା ପୁଅ ସଂଗେ ବିବାହ କରିବ ! ଏଣୁ ସେମାନେ ଆଦୌ ରାଜି ନଥିଲେ ଆମ ସଂପର୍କକୁ ନେଇ । ବହୁତ ଘଣ୍ଟା ଚକଟା ପରେ ବି ସୂର୍ଯ୍ୟ ବାପା ମା ରାଜି ହେଲେଣି ଆମ ସମ୍ପର୍କକୁ ସ୍ୱୀକୃତି ଦେବାକୁ । ଏଣୁ ଆମେ ବାଧ୍ୟ ହେଲୁ ଅବାଧ୍ୟ ହେବାକୁ,କିଛି ନିଷ୍ପତ୍ତି ନେବାକୁ ।

   

   ଓଃ ସୂର୍ଯ୍ୟ ତୁମକୁ ଅପେକ୍ଷା ଅତି କଷ୍ଟ ଦାୟକ । କେତେବେଳେ ଆସିବ ! ମୁଁ ରେଜେଷ୍ଟ୍ରି ମ୍ୟାରେଜ ଅଫିସରେ ତୁମକୁ ଅପେକ୍ଷା କରିଛି । ଆମେ ସବୁରି ଆଖି ଉହାଡ଼େ ବିବାହ କରିବା । ରେଜେଷ୍ଟ୍ରି ମ୍ୟାରେଜ ।


        ସକାଳ ଯାଇ ସଂଜ ନଇଁଲା । ସୂର୍ଯ୍ୟ କିନ୍ତୁ ଆସିଲା ନାହିଁ । ସୂର୍ଯ୍ୟର ବାବା ମା ତାଙ୍କ ପ୍ଲାନ କଥା ଜାଣି ଯାଇଥିଲେ । ଏଣୁ ଠିକ୍ ସମୟରେ ସୂର୍ଯ୍ୟକୁ ବାହାନା ଦେଖାଇ ନେଇ ରାମ ମନ୍ଦିରରେ ଦିବା ସହ ମ୍ୟାରେଜ କରେଇ ଦେଲେ ଜୋର ଜବର ଦସ୍ତ । ସୂର୍ଯ୍ୟ ଏବେ ଦିବାର । ପାଣି ଫୋଟକା ପରି ସବୁ ସ୍ବପ୍ନ ଆଶା ମୁହୂର୍ତ୍ତକରେ ଧ୍ୱଂସ ହୋଇଗଲା ମୋର । ମୁଁ ପାଗେଳି ପରି ଦଉଡ଼ିଲି । ବଞ୍ଚିବାର ଇଚ୍ଛା ମରିଗଲେ । ଭାବିଲି ସୂର୍ଯ୍ୟ ବିହୀନ ଜୀବନ ଜିଇଁ କି ଲାଭ ! ଘର ଛାଡ଼ି ଚାଲି ଆସିଛି । ଆଉ ଫେରି ପାରିବିନି । ଏଣୁ ଦୌଡ଼ିଲି ରେଳ ଧାରଣା ଆଡକୁ । ଶେଷ କରିଦେବି ଏ ଅଲୋଡ଼ା ଜୀବନ । ଠିକ୍ ରେଳ ମୋ ଉପରେ ମାଡି ଯିବା ପୂର୍ବରୁ କେହି ଜଣେ ମୋତେ ଶୂନ୍ୟେ ଶୂନ୍ୟେ ଟେକି ନେଲା ଓ ଠାଏ କରି ଚାପୁଡ଼ାଟିଏ ମାଇଲା ।


        ମୁଁ ସେତେବେଳେକୁ ସୂର୍ଯ୍ୟର ବନ୍ଧୁ ଚନ୍ଦ୍ର ବାହୁ ଭିତରେ ମୁହଁ ଗୁଞ୍ଜି ଜୋରେ କାନ୍ଦୁଥିଲି । ବୋଧେ ଲୁହ ଗୁଡା ଏମିତି ସହୃଦୟ କାନ୍ଧଟିଏ ଲୋଡୁଥିଲା । ଚନ୍ଦ୍ର ମୋତେ ବୁଝେଇଲା । ତା ଘରକୁ ବି ନେଇଗଲା । କିଛି ଗୋଟେ ବନ୍ଦୋବସ୍ତ ନ କରିବା ଯାଏ ତା ପାଖରେ ରଖିଲା । ଚନ୍ଦ୍ର ଖୁବ୍ ଶାନ୍ତସ୍ବଭାବର ଥିଲା । ସୂର୍ଯ୍ୟ ପରି କ୍ରୋଧି ନଥିଲା । ସୁର୍ଯ୍ୟ ରାଗିଗଲେ ରଡ୍ ନିଆଁ ପରି ଦିଶେ । ସେ ସମୟରେ କେହି ପଶି ପାରିବେନି ତା ପାଶେ । ଚନ୍ଦ୍ର କିନ୍ତୁ ଓଲଟା । ସୁନ୍ଦର,ଶାନ୍ତ,ହୃଦୟ ଥିବା ମଣିଷଟିଏ । ତା ପାଖେ ମୋ ରହିବଟାକୁ ସହଜରେ ହଜମ କରି ପାରିଲାନି ନିଶି, ଚନ୍ଦ୍ରର ଅନେକ ପ୍ରେମିକା ମଧ୍ୟରୁ ଶ୍ରେଷ୍ଠ ପ୍ରେମିକା । ଚନ୍ଦ୍ରର ବାଗ୍ ଦତ୍ତା ।  ସେ ମୋତେ ସନ୍ଦେହ ଦୃଷ୍ଟିରେ ଦେଖିଲା । ଚନ୍ଦ୍ର ଓ ନିଶି ମଧ୍ୟରେ ମୋ ପାଇଁ ମନୋମାଳିନ୍ୟ ହେଲା । ହଜିଗଲା ସେମାନଙ୍କ ଖୁସି । କାହିଁକି କେଜାଣି ପ୍ରେମିକ ପ୍ରେମିକା ଏଇ ଟିକେ ଟିକେ କଥାରେ ପରସ୍ପରକୁ ସନ୍ଦେହ କରନ୍ତି ! ଉଜାଡନ୍ତି ନିଜ ଜୀବନ!!


     ବୋଧେ ପ୍ରେମ ହିଁ ସେମିତି । କାହାକୁ ବାଣ୍ଟି ହୁଏନି । ସବୁବେଳେ ଭୟ ଗୋଡାଏ । କାଳେ କିଏ ବାଣ୍ଟ ବସିବ ! ଚନ୍ଦ୍ରର ଦୁଃଖ ଦେଖି ହେଲା ନାହିଁ । ତା ଅଜଣାତେ ତା ଘର ଛାଡ଼ି ପଳାଇ ଆସିଲି । କିନ୍ତୁ ଯିବି କୁଆଡେ । କେହି ତ ନାହିଁ ସେମିତି । ନିର୍ଜନ ରାସ୍ତାରେ ଚାଲୁଥିବା ବେଳେ ପଞ୍ଝାଏ ମଦୁଆଙ୍କ ହାବୁଡ଼ରେ ପଡ଼ିଲି । ସେମାନେ ମୋତେ ଟାଣି ଓଟାରି ଖାଇବା ପୂର୍ବରୁ କେହି ଜଣେ ମୋତେ ବଞ୍ଚାଇଲା । ନାଁ ଟି ତାର ଦେବ ।


        ଭୟରେ ଥରୁଥିଲି ଗୋଟା ସୁଦ୍ଧା ।  ବେହୋସ ହୋଇଗଲି । ହୋସ୍ ଆସିଲା ବେଳକୁ ମୋତେ ଜଗି ଦେବ ବସିଥିଲା ଓ ଚନ୍ଦ୍ର ବି ମୁହଁ ଶୁଖେଇ ପାପୁଲି ଆଉଁସୁ ଥିଲା ମୋର । ଚନ୍ଦ୍ରର ସ୍ପର୍ଶ ମୋତେ ବିଚଳିତ କରୁଥିଲା । ଝର ଝର ଝରି ଗଲି ମୁଁ ଚନ୍ଦ୍ରକୁ ଦେଖି । ଚନ୍ଦ୍ର ମୋ ନିଜର ନିଜର ଲାଗିଲା । ଚନ୍ଦ୍ର ରୂପ ରଙ୍ଗ ଢ଼ଙ୍ଗରେ ଏମିତି ଯେ ଯେ କେହି ତାକୁ ଭଲ ପାଇବ । ମୁଁ ତ ଭଲ ପାଇବା ପାଇଁ ପାଗେଳି । ଚହଲି ଉଠୁଥିଲି ଚନ୍ଦ୍ର ଆଡକୁ । ଚନ୍ଦ୍ର ଅଭିମାନ କରି କହିଲା, ପର ଭାବିଲୁ ନା ।  ନ କହି ଘର ଛାଡ଼ିଦେଲୁ ! ଦେବ ନଥିଲେ କଣ ହୋଇଥାନ୍ତା ତୋର !


    ଉତ୍ତର ମୋ ଆଖି ଲୁହ ଦେଉଥିଲା । କେମିତି ବୁଝେଇ ଥାଆନ୍ତି ତୁମେ କେତେ ଭଲ ଚନ୍ଦ୍ର । ନିଶି ତୁମକୁ ଜୀବନ ଦେଇ ଭଲ ପାଏ । ମୋ ଯୋଗୁଁ ତୁମ ଦୁହିଁ ଭିତରେ ଫାଟ କରେଇ ଦିଅନ୍ତି କି ମୁଁ । କାରଣ ମୁଁ ବୋଧେ ଭଲପାଇ ସାରିଥିଲି ତୁମକୁ । କିନ୍ତୁ ତୁମେ ଯେ ନିଶିର ।


       ସତରେ କେମିତି ଜୀବନ ମୋର । ସୂର୍ଯ୍ୟଙ୍କୁ ଭଲ ପାଇଲି,ସେ ମୋ ପ୍ରଥମ ପ୍ରେମ,ପ୍ରେମିକ । ତାକୁ ସାରା ଜୀବନ ପାଇଁ ନେଲା ଦିବା । ଚନ୍ଦ୍ର ପାଇଁ କୋମଳ ସ୍ବପ୍ନଟିଏ କଅଁଳିଲା ଯେ ସେ ନିଶିର ପ୍ରେମ । ଯଦିଓ ଚନ୍ଦ୍ର ମନ ତଳେ ମୋ ପାଇଁ କିଛି ଜାଗା ଥିଲା । ଏତେ ସ୍ୱାର୍ଥପର ହୋଇ ନିଶି ଠାରୁ ଛଡାଇ ଆଣି ଥାଆନ୍ତି କି ଚନ୍ଦ୍ରକୁ ! ବିବେକ ସ୍ୱୀକାର କଲାନି । ଦୁଇ ଦୁଇଥର ମରଣ ମୁହଁରୁ ବି ବଞ୍ଚିଲି । କିନ୍ତୁ କାହିଁକି ?


      ଚନ୍ଦ୍ର ବୋଧେ ମୋ କରୁଣ କାହାଣୀ କହିଥିଲା ଦେବକୁ । ଚନ୍ଦ୍ର ବି କୌଣସି କାରଣ ନ ଥାଇ ଟିକେ ଟିକେ ହସୁଥିଲା । ପହେଳି ଲାଗୁଥିଲା ମୋତେ । ହଠାତ୍ ଘଣ୍ଟ ଘଣ୍ଟା ବାଜିଲା ।  ଦେବ ଆସି ମୋ ହାତ ଧରିଲା ଓ କହିଲା ସନ୍ଧ୍ୟା ! ଚାଲିବ ମୋ ସାଥେ ସାରା ଜୀବନ ! ଦେବ ତୁମ ହାତ ମୋ ହାତରେ ଛନ୍ଦି । ମୁଁ ତୁମର ସବୁ ଅତୀତ ଜାଣି ମଧ୍ୟ ଖୁସିରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । କେବଳ ମନ ଭର୍ତ୍ତି ପ୍ରେମ ଦେବି । ଧନ ସମ୍ପତ୍ତି ନାହିଁ ମୋର । କେବଳ ଅଛି ମୁଁ ଓ ମୋ ପ୍ରେମ । ହଁ ତୁମର ଯଦି ଆପତ୍ତି ନଥାଏ ମୋ ପ୍ରସ୍ତାବରେ ରାଜିହେବ  । ଚନ୍ଦ୍ର ହସୁଥିଲା ରହସ୍ୟ ମୟ ହସ । ମନ୍ଦିରରୁ ଭାସି ଆସୁଥିଲା ଆଳତୀ ।


      ମୁଁ ସନ୍ଧ୍ୟା ଉଡୁଥିଲି ଆକାଶେ । ସୁର୍ଯ୍ୟ ମୋ ପ୍ରଥମ ପ୍ରେମ ସେ ସାଥ ଦେଲାନି । ଚନ୍ଦ୍ର ମୋ କୋମଳ ମହ୍ଲାର ସେ ନିଶିର । ଅଥଚ ଦେବ ସେ କେବେ ଆସି ନଥିଲା ଏଇ ତାଲିକାରେ, ସେ ମୋ ଜୀବନ ହେବ ! ତାକୁ ନେଇ ମୁଁ ବଞ୍ଚିବି !


   ବାଃ ବାଃ ରେ ନଟ ! ବିଚିତ୍ର ତୋର ନାଟ । ମୋ ନିରାବତାକୁ ସମ୍ମତି ଭାବି ଦେବ ଧରିଲା ମୋ ହାତ । ଦେବ ହାତ ସ୍ପର୍ଶ ପୁଲକ ଜଗାଇଲା ମୋ ଦେହ ମନରେ । ଚନ୍ଦ୍ରର ବୁଝା ସୁଝାରେ ବାଜୁଥିଲା ଆମ ସାହାନାଇ ।



Rate this content
Log in

Similar oriya story from Romance