Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପରିଶ୍ରମ ଫଳ ବଡ଼ ମଧୁର

ପରିଶ୍ରମ ଫଳ ବଡ଼ ମଧୁର

3 mins
7.6K


ଡ. ଯୁଗଳ କିଶୋର ଷଡ଼ଙ୍ଗୀ

ସରଳ ଜୀବନଯାପନ ଓ ଉଚ୍ଚ ଚିନ୍ତାଧାରା ମଣିଷକୁ ସଫଳତାର ଶୀର୍ଷକୁ ପହଞ୍ଚାଇପାରେ । ଏହା ମୋଟର ଗାଡ଼ି ନିର୍ମାତା , ଧନୀ ଉଦ୍ୟୋଗପତି ହ୍ୟାନେରୀ ଫୋର୍ଡ଼ଙ୍କ ଜୀବନରୁ ଏକ ଜ୍ଵଳନ୍ତ ଉଦାହରଣ ଜଣାପଡ଼େ ।

ହ୍ୟାନେରୀ ଆମେରିକାର ଏକ ଛୋଟିଆ ଗାଁ ଗ୍ରୀନଫିଲ୍ଡରେ ଜନ୍ମଗ୍ରହଣ କରିଥିଲେ । ଗରିବ ଘରର ପିଲାଟିଏ । ବାପାଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନ ଥିବାରୁ ସେ ରାତିରେ ପାଠ ପଢ଼ୁ ଥିଲେ। ଦିନରେ ଚାକିରିରେ ଖଟୁଥିଲେ । ଯନ୍ତ୍ରପାତି ତିଆରି , ମରାମତି କାମରୁ ଯାହା କିଛି ଦରମା ମିଳୁଥିଲା ତାହା ପରିବାର ଚଳଣିରେ ଲାଗୁଥିଲା । ତାଙ୍କର ନିଷ୍ଠାପର ସାଧନା ହିଁ ତାଙ୍କୁ ଆଗେଇ ନେଉଥିଲା । ସମୟକ୍ରମେ ହ୍ୟାନେରୀ ଆତ୍ମନିର୍ଭରଶୀଳ ହୋଇ ଜଣେ ଦକ୍ଷ କାରିଗର ପାଲଟିଗଲେ । କାମ କରିବା ନିଶା ତାଙ୍କୁ ଏପରି ଘାରି ଥିଲା ଯେ ସେ ତାଙ୍କର କୋଟ୍ ଫାଟି ଯାଇଥିଲେ ମଧ୍ୟ ମରାମତି କରି ନ ପାରି ପିନ୍ଧୁଥିଲେ । ଦିନେ ତାଙ୍କରି ସେକ୍ରେଟାରୀ କହିଲେ - ‘ମାଲିକ୍ ! ଆପଣ ଏତେ ବଡ଼ ଲୋକ ହୋଇ ଫଟା କୋଟ୍ ପିନ୍ଧୁଛନ୍ତି ଲୋକେ କ’ଣ କହୁଥିବେ ? ’ ହ୍ୟାନେରୀ ସାଙ୍ଗେସାଙ୍ଗେ କହିଲେ - ‘ଆମେରିକାର ଲୋକେ ତ ମୋତେ ଚିହ୍ନନ୍ତି । ମୋର କୋଟ୍ ସହ ସେମାନଙ୍କର କି ସମ୍ପର୍କ ? ଟିକିଏ ମରାମତି କରିଦେଲେ କୋଟ୍ ଟି ନୂଆ ହୋଇଯିବ । ’ ମାଲିକଙ୍କର ଏପରି କଥା ସେକ୍ରେଟାରୀଙ୍କୁ ଚକିତ କରିଥିଲା ।

ଅନ୍ୟ ଦିନ ସେକ୍ରେଟାରୀ ହ୍ୟାନେରୀ ଫୋର୍ଡ଼ଙ୍କୁ ଭେଟି ଉକ୍ତ ଦିନର ତୁଲାଇବାକୁ ଥିବା କାମ ବିଷୟରେ ପଚାରିଲେ । ହ୍ୟାନେରୀ କାମ ଗୁଡିକର ତାଲିକା ପ୍ରସ୍ତୁ ତ କରିଥିଲେ । ତାଲିକାଟି ସେକ୍ରେଟାରୀଙ୍କୁ ବଢ଼ାଇଦେଲେ । ତାହା ସେକ୍ରେଟାରୀ ପଢ଼ିଲେ । ହ୍ୟାନେରୀଙ୍କ କାମ ତାଲିକା ମଧ୍ୟରେ କୋଟ୍ ମରାମତି କାମ ସ୍ଥାନ ପାଇଥିଲା ।

କିଛି ମାସ ପରେ ହ୍ୟାନେରୀଙ୍କୁ ବ୍ୟବସାୟିକ ଦୃଷ୍ଟିରୁ ବିଦେଶ ଯିବାକୁ ପଡ଼ିଲା । ଯାତ୍ରାର ଦିନ ମଧ୍ୟ ସେ ସେହି ପୁରୁଣା କୋଟ୍ ପିନ୍ଧି ବାହାରିଲେ । ସେକ୍ରେଟାରୀ କହଲେି - ‘ମହାଶୟ ! ଏହି କୋଟ୍ ବଦଳାଇ ଦିଅନ୍ତୁ । ମରାମତି କରି ପିନ୍ଧିଥିବା ପୁରୁଣା କୋଟ୍ ଦେଖି ସେଠାକାର ଲୋକେ ହସି ପକାଇବେ । ’ ହ୍ୟାନେରୀ କହଲେି - ‘ମୋତେ ସେମାନେ ହ୍ୟାନେରୀ ଫୋର୍ଡ଼ ବୋଲି ଜାଣିନାହାନ୍ତି ହସିବେ କିପରି ? ’ ସେହି କୋଟ୍ ପିନ୍ଧି ସେ ବିଦେଶ ବାହାରିଲେ । ସରଳ ଜୀବନଯାପନ କରିବାକୁ ଭଲ ପାଉଥିବା ଧନୀ ବ୍ୟକ୍ତି ହ୍ୟାନେରୀ ସବୁବେଳେ କହୁଥିଲେ ‘ଧନ ଉପଯୋଗ ପାଇଁ , ଉପଭୋଗ ପାଇଁ ନୁହେଁ । ’

ଦିନେ ହ୍ୟାନେରୀ ତାଙ୍କ ନାତିଙ୍କ ସହ ବୁଲୁଥିଲେ । ଟଙ୍କାଟିଏ ନାତି ଧରିଥିଲା । ହ୍ୟାନେରୀଙ୍କ ସାମନାରେ ଟଙ୍କାଟିକୁ ଦୂରକୁ ଫିଙ୍ଗିଦେଲା । ହ୍ୟାନେରୀ ବହୁତ ଖୋଜାଖୋଜି କଲେ ; କିନ୍ତୁ ପାଇଲେ ନାହିଁ । ନାତି କହିଲା- ‘ଜେଜେ ! ଏଡ଼େ ବଡ଼ ଧନୀ ହୋଇ ତୁମେ ଟଙ୍କାଟିଏ ପାଇଁ ଏତେ ପରିଶ୍ରମ କରୁଛ ?’ ହ୍ୟାନେରୀ ନାତିକୁ ବୁଝାଇ କହଲେି - ‘ହଇରେ ଚଗଲା ! ମୋ ଭଳିଆ ସମସ୍ତେ ଧନୀ ନୁହନ୍ତି । ଆମ ପାଖରେ ଯେଉଁ ଧନ ଅଛି ତାହା ଫିଙ୍ଗିବା ପାଇଁ ନୁହେଁ । ପ୍ରକୃତ କ୍ଷେତ୍ରରେ ଉପଯୋଗ କରିବା ପାଇଁ ସେ ସବୁ ଉଦ୍ଦିଷ୍ଟ । ଦିନ ଥିଲା , ଆମ କାରଖାନାର ଶ୍ରମିକମାନଙ୍କ ଭଳି ମୁଁ ଖଟୁଥିଲି । ସାଧନାବଳରେ ଆତ୍ମ ପ୍ରତିଷ୍ଠିତ ହୋଇପାରିଲି । ଆଜି ମୋ କାରଖାନାର ହଜାର ହଜାର ଲୋକ କାମରେ ଲାଗି ପରିବାର ଚଳାଉଛନ୍ତି । ଏଣୁ ଧନ ଫିଙ୍ଗିବାର ବସ୍ତୁ ନୁହେଁ ।’ ହ୍ୟାନେରୀ ଜଣେ ଗରିବ ଚାଷୀ ଘରର ପିଲା ହେଲେ ମଧ୍ୟ ଉଚ୍ଚ ଚିନ୍ତାଧାରାକୁ ସେ ପସନ୍ଦ କରୁଥିଲେ। ସେ କହୁଥିଲେ- ‘ପରିଶ୍ରମ କରି ସତମାର୍ଗରେ ଧନ ଉପାର୍ଜ୍ଜନ କରିବା ଭଲ ; କିନ୍ତୁ ଅପବ୍ୟବହାର କରିବା ଦୋଷାବହ ଅଟେ । ’ ଏହା ହ୍ୟାନେରୀଙ୍କ ଉଚ୍ଚ ଚିନ୍ତାର ଏକ ପରିଚାୟକ ।

ହ୍ୟାନେରୀ ଫୋର୍ଡ଼ ତାଙ୍କର ଅର୍ଜିତ ଧନରୁ ଅଧିକାଂଶ ଜନ ହିତକର କାର୍ଯ୍ୟକ୍ରମରେ ଲଗାଉଥିଲେ । ଫୋର୍ଡ଼ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଏବେ ବି କାମ କରୁଛି । ଜଣେ ଗରିବ ଚାଷୀ ପୁଅ ନିଜର ପରିଶ୍ରମ ଫଳରେ ଦିନେ ବିଶ୍ଵର ଜଣେ ଧନଶାଳୀ ବ୍ୟକ୍ତି ରୂପେ ପରିଗଣିତ ହୋଇପାରିଲେ , ଏହା କମ୍ ଗୌରବର କଥା ନୁହେଁ । ପ୍ରକୃତରେ ଜ୍ଞାନୀ ଗୁଣି ବ୍ୟକ୍ତିମାନେ କହିଥାନ୍ତି - ‘ପରିଶ୍ରମ ଫଳ ବଡ଼ ମଧୁର’ ।


Rate this content
Log in

Similar oriya story from Classics