Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଣୁ ଭୌତିକ କାହାଣୀ
ଅଣୁ ଭୌତିକ କାହାଣୀ
★★★★★

© Deepak Sarangi

Tragedy

3 Minutes   276    7


Content Ranking




ହରିଶର ପିଲା ବେଳୁ ଇଛା ଥିଲା ସେ ଗୋଟେ ଭଲ ସାମ୍ବାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ବାଦିକ ଭାବେ ସେ କଟକ ରେ ହିଁ ନିଯୁକ୍ତି ପାଇଲା । ଦିନେ ପତ୍ରିକାର ଏଡିଟର ତାକୁ ଗୋଟେ ସତ୍ୟ ଭୌତିକ ଘଟଣା ଉପରେ ଗଳ୍ପ ଲେଖିବାକୁ କହିଲେ ଯୋଉଟାକି କି ସେ ନିଜେ ଅଙ୍ଗେ ନିଭେଇ ଥିବ । ଯଦିଓ ହରିଶର ସେମିତି କିଛି ଭୁତ ପ୍ରେତ ଉପରେ ବିଶ୍ବାସ କରେନି; ତଥାପି ଏଡିଟରଙ୍କୁ କିଛି ସମୟ ମାଗି ଲେଖିକି ଦବା ପାଇଁ ସମ୍ମତି ଜଣାଇଲା । କଟକର ରାଜବଗିଚାରେ ସେ ଖଣ୍ଡେ ଭଡା ଘର ନେଇ ରହିଥିଲା । ଏକଦମ ଗଳି ଏରିଆ । ସେଦିନ ରାତିରେ ଝିପଝିପ ବର୍ଷା ହେଉଥାଏ । ଅଫିସରୁ ଆସୁଆସୁ ରାତି ୧୧ଟା ବାଜି ଯାଇଥାଏ । ଛତା ଯେହେତୁ ନେଇ ନଥିଲା ସେ ଅଧାଅଧି ଓଦା ହୋଇ ଯାଇଥିଲା । ଜୋରଜୋରରେ ଚାଲୁଥାଏ । ଘରେ ପହଞ୍ଚି ଗଲେ ହେଲା । ହଠାତ୍ ତାକୁ ଲାଗିଲା ଯେପରି ତାକୁ ଜଣେ କିଏ ପଛରୁ ଅନୁସରଣ କରୁଛି । ଟିକେ ରହି କି ପଛକୁ ଅନାଇଲା କେହି କୁଆଡେ ନାହାଁନ୍ତି । ବୁଲା କୁକୁର ଗୁଡା ଖାଲି ଯାହା ଭୁକୁ ଥାଆନ୍ତି । ସେ ପୁଣି ଆଗ କୁ ଚାଲିଲା । ଏଥର ତାକୁ ଅନୁସରଣ କରୁଥିବା ପାଦର ଶବ୍ଦକୁ ସେ ଠିକ ବାରି ପାରିଲା । ପଛକୁ ଚାହିଁ କହିଲା “କିଏ ସେଠି”? ଗୋଟେ ଭଙ୍ଗା କେବିନ ପଛପଟୁ ବାହାରି ଆସିଲା ଗୋଟେ ଜୀର୍ଣ୍ଣକାୟ ବୃଦ୍ଧ । ଷ୍ଟ୍ରୀଟଲାଇଟ୍ ରେ ତା’ର ମୁହଁଟା ସ୍ପଷ୍ଟ ଜଣା ପଡୁନଥିଲା । କିନ୍ତୁ ଲାଗୁଥିଲା ଦାଢି ଓ ଅଲରା ଚୁଟିରେ ଭର୍ତ୍ତି ଗୋଟେ ପାଗଳ ଭଳି । ଦଉଡି ଆସି ହରିଶର ଗୋଡକୁ ମାଡି ବସି କହିଲା “ବାବୁ ମୋତେ ୧୦୦ ଟଙ୍କା ଦିଅ ୪ ଦିନ ହେଲାଣି ମୋ ଘରେ ଚୁଲି ଲାଗିନି ଘରେ ରୋଗିଣା ସ୍ତ୍ରୀ ଆଉ ୫ ବର୍ଷ ର ପୁଅ” । କାନ୍ଦି କାନ୍ଦି ସେ ନୟାନ୍ତ ହେଇ ଯାଉଥାଏ । ହରିଶ ପୁରା ଡରି ଯାଇଥାଏ । ସେ ରାସ୍ତାରେ ଏକୁଟିଆ କେହି କୁଆଡେ ନାହାଁନ୍ତି । ପଇସା ନ ଦେଲେ ହୁଏ ତ ଲୋକଟା କିଛି ବି କରିଦେଇ ପାରେ । ସେ ତାକୁ କହିଲା “ହଉ ଉଠ ମୋ ଦେଖୁଛି ମୋ ପାଖରେ କେତେ ପଇସା ଅଛି” ପର୍ସ ଅଣ୍ଡାଳି ଦେଖିଲା ଦୁଇ ଖଣ୍ଡ ୧୦୦ ଟଙ୍କିଆ ନୋଟ୍ ଅଛି ସେ ସେଥିରୁ କାଢି ତା’କୁ ଖଣ୍ଡେ ଶହେ ଟଙ୍କା ଦେଲା । ଟଙ୍କା ହରିଶ ହାତରୁ ଝାମ୍ପି ନେଇ ଆଖି ପିଛୁଳାକେ ସେଠାରୁ ଉଭାନ ହେଇ ଗଲା ଲୋକଟା । ହରିଶ ଘରେ ପହଞ୍ଚି ମୁହଁହାତ ଧୋଇ ଯାଇ ଶୋଇ ପଡିଲା । ରାତିସାରା ଲୋକଟାର ସେ କଦର୍ଯ୍ୟ ଚେହେରା ତା ଆଖି ଆଗରେ ନାଚି ଉଠୁଥିଲା । ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ୍ ଯିବା ବେଳେ ସେଇ କେବିନ ପାଖରେ ଟିକେ ଅଟକି ଗଲା ଦେଖିଲା ସେ ଦେଇଥିବା ୧୦୦ ଟଙ୍କା ସେ କ୍ୟାବିନ ତଳେ ପଡିଛି । ଆରେ ଏ ସେ କଣ ଦେଖୁଛି ଏ ତ ବୋଧ ହୁଏ ସେଇ ଲୋକର ଫୋଟୋ । କିନ୍ତୁ ଫୋଟୋ ତଳେ ଏ କଣ ଲେଖା ଅଛି ୧୫ ଦିନ ହେଲାଣି ନିଖୋଜ ବୋଲି । ଟିକେ ପାଖକୁ ଯାଇ ଭଲକରି ପଢିବାକୁ ଚେଷ୍ଟା କରିବାକୁ ଗଲା ବେଳକୁ କ୍ୟାବିନ୍ ର ମାଲିକ ଗୋଟେ ପାନ ଦୋକାନୀ ଆସି ତାକୁ ପଛରୁ ଡାକିବାରୁ ସେ ଚମକି ପଡିଲା । କଣ ହେଲା ଭାଇ? କଣ ଦରକାର? ହରିଶ କହିଲା  ଏ ଫୋଟୋ ଟା? ଦୋକାନୀ ପୁଣି କହିଲା “ଓଃ ଏ ଫୋଟୋ ଏ ହଉଛି ପରା ଆମ କଲୋନୀର ନିଧି ମଉସାଙ୍କର ବିଚରା ବୁଢାର ସ୍ତ୍ରୀ ମରିଯିବା ପରେ ସେ ପାଗଳ ହୋଇଗଲା । ପୁଅ ତା’ର ତାକୁ ଖାଇବାକୁ ପିଇବାକୁ ନ ଦେଇ ଘରୁ ବାହାର କରିଦେଲା । କାଳେ କିଏ ସନ୍ଦେହ କରିବ ବୋଲି ଭାବି କି ଏମିତିଆ ସବୁ ଫୋଟୋ ସାହି ସାରା ମାରିଛି ଯେ ନିଧି ମଉସା କୁଆଡେ ଘର ଛାଡି ପଳେଇଛନ୍ତି ବୋଲି । କିନ୍ତୁ ଦୁଇ ଦିନ ତଳେ ନିଧି ମଉସାଙ୍କ ଶବ ଟ୍ରେନ ଲାଇନ୍ କଡ ର ମିଳିଛି ସେ ବୋଧେ ଆତ୍ମହତ୍ୟା କରି ଦେଇଛନ୍ତି” । କଣ ଆତ୍ମହତ୍ୟା? ହରିଶର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ଆଉ ତା’କୁ ମିଳି ଯାଇଥିଲା ତା’ର ପତ୍ରିକା ପାଇଁ ଗୋଟେ ସତ ସତିକା ଭୌତିକ କାହାଣୀ ।  


ଆତ୍ମହତ୍ୟା ପଇସା ମଉସା

Rate the content


Originality
Flow
Language
Cover design

Comments

Post

Some text some message..