Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଯେ ପାଂଚେ ପରର ମନ୍ଦ

ଯେ ପାଂଚେ ପରର ମନ୍ଦ

1 min
7.2K


ଜଣେ ଲୋକର ଗୋଟିଏ ଛେଳି ଏବଂ ଗୋଟିଏ ଗଧ ଥିଲା । ସେ ଗଧକୁ ତ ବହୁତ କାମ କରିବାକୁ ପଡେ । ସେଥିପାଇଁ ମାଲିକ ତାକୁ ଭଲକରି ଖାଇବାକୁ ଦିଏ, କିନ୍ତୁ ଛେଳିକୁ ମୋଟେ ଖାଇବାକୁ ମିଳେ ନାହିଁ । ଛେଳିର ଏଥିରେ ବହୁତ ହିଂସା ହେଲା ଓ ସେ ଗଧର ଅନିଷ୍ଟ କରିବାକୁ ଚେଷ୍ଟା କଲା ।

ଦିନେ ଛେଳି ଆସି ସେ ଗଧକୁ କହିଲା, ଭାଇ ତୁ ତ ବହୁତ କାମ କରୁଛୁ ଏବଂ କଷ୍ଟରେ ବି ଅଛୁ । ତେଣୁ ତୁ ଯଦି ମିଛରେ ତୋ ଦେହ ଖରାପ ଅଛି ବୋଲି କହିବୁ, ତେବେ ତୋତେ ଆରାମରେ ଖାଇବାକୁ ମିଳିବ ।” ଗଧ ବି ଛେଳି କଥା ମାନି ସେୟା କଲା । ମାଲିକ ତୁରନ୍ତ କବିରାଜଙ୍କୁ ଡାକି ଗଧକୁ ଦେଖାଇଲେ । କବିରାଜ ଗୋଟିଏ ଔଷଧ ତିଆରି କଲେ, ଯେଉଁଥିରେ କି ଛେଳିର କଲିଜା ଦରକାର ହେଲା । ସେଥିପାଇଁ ମାଲିକ ସେ ଛେଳିକୁ ମାରି ତା’ର କଲିଜାରେ ହିଁ ଔଷଧ ତିଆରି କଲେ ।

ଯେ ପରକୁ ମନ୍ଦ ବୁଦ୍ଧିଦିଏ – ଶେଷରେ ତା’ର ହିଁ ଅନିଷ୍ଟ ହୋଇଥାଏ ।


Rate this content
Log in

Similar oriya story from Children