Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଚୋକଲେଟ୍

ଚୋକଲେଟ୍

2 mins
14K


ଚୋକଲେଟ୍

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର

[୧]

- ପାପା ! ଦଶଟଙ୍କା ଦେଲ । - ନେ ! କ'ଣ କରିବୁ ? - ଚୋକଲେଟ୍ । ହି ହି ... - ଓଃ ! ଦାନ୍ତ ପୋକ ଖାଇବ । - ନା , ସୀମାକୁ ଦେବି । - ସୀମା ! ତୋ' କ୍ଲାସ୍ ର ସେ ଝାମ୍ପୂରୀ ତ ? - ସେମିତି କୁହନି । ସେ ମୋ' ଫ୍ରେଣ୍ଡ୍ । - ସରି । ଚୋକଲେଟ୍ ଖାଇଲେ , ତା' ଦାନ୍ତ ବି ତ ପୋକ ଖାଇବ ! ପେନସିଲ୍ ଫେନସିଲ୍ କ'ଣ ଗୋଟେ ଦେଉନୁ । - ନାଃ , ଆଉକିଛି ନୁହେଁ । ଆଜି 'ଚୋକଲେଟ୍ ଡେ' । - ଓଃ - ଜାଣିଛ । 'ରୋଜ୍ ଡେ' ରେ ସେ ମୋତେ ରୋଜ୍ ଦେଇଛି । - ହଁ ? - ହଁ । - ସେଇଥିଲାଗି ତୁ ରିର୍ଟନ୍ ଦେଉଛୁ । ନାରେ ? ହଉ ଯା' । ( ବେଶିନାଇଁ , ମୋ' "ଷ୍ଟାନ୍ଡାର୍ଡ ଥ୍ରୀ" ପୁଅର କଥା ଇୟେ )

[୨]

- କ'ଣ ମନେମନେ ଖାଲିଟାରେ ହସୁଛୁ କିରେ ? - ଉଁ ଉଁ.. - କହୁନୁ କ'ଣ ? - ରୁହ କହୁଛି । ଆଜି "ଜାଦୁ କି ଝପ୍ପି" ମିଳିଲା । - ସେଟା ପୁଣି କ'ଣ ? - ଓଃହୋ । ମୁନ୍ନାଭାଇ ବାଲା । ତୁମେ ବହୁତ୍ ଆଉଟ୍ ଡେଟେଡ୍ ପାପା । - ହଉ ଯା' ଖେଳିବୁ ବାହାରେ । ( ଅବଶ୍ୟ ପଚାରିଲିନି ସେଇ ଝାମ୍ପୂରୀ ସୀମା ଦେଲା କି ଆଉ କିଏ)

[୩]

- କିହୋ ! ଏ ସବୁ କ'ଣ ? ରୋଜ୍, ଚୋକ୍ଲେଟ୍, ହଗ୍ ..!!! - କିଛି ନ'ଜାଣିଲା ପରି ହେଉଛ ଯେ ? ସୌମ୍ୟା ପଚାରିଲା । - ହଁ ଯେ , ଏଇ ନଅ ବର୍ଷରୁ ନା ?? - ରିଲାକ୍ସ । - କେମିତି ହେବି ଯେ ? ଆଗକୁ ତ "କିସ୍ ଡେ"। ପୁଣି ଭାଲେଣ୍ଟାଇନ୍ .....!!! କିଛିଗୋଟେ କର ସୌମ୍ୟା । ପିଲାଟା ବିଗିଡିଯିବ । - ଡୋଣ୍ଟୱରୀ । ଆମପୁଅ ସେଫ୍ । - କେମିତି ? - ଭୁଲିଗଲ ! ଆମେପରା ଭାଲେଣ୍ଟାଇନ୍ ସେଲିବ୍ରେସନ୍ ପାଇଁ ପୁରୀ ଯାଉଛନ୍ତି ସେତେବେଳେ । ସେ ଆମ ସହିତ ରହିବ। ଝାମ୍ପୂରୀ ମିଳିବ କୁଆଡ଼ୁ ? - ଓଃ ! ତେବେ, ଏମିତି କେତେ ବର୍ଷଯାଏଁ କରୁଥିବ ? - ତା' ନିଶ ଉଠିବାଯାଏଁ ଅନ୍ତତଃ । - ତା'ପରେ ? - ନିଶ ଉଠିବାପରେ, ତୁମେ ଆଉ କୋଉ ମା' ପଣତରେ ଡରି ଲୁଚୁଥିଲ କି ?? ସୌମ୍ୟା ହସୁଥିଲା ଖିଲିଖିଲି । ତା' ଗାଲରେ ଖେଳିଗଲା ଭଉଁରି । ତାକୁ ଦେଖି, ପୁଅଚିନ୍ତା ଭୁଲି ମୁଁ ହେଲି ମତୁଆଲା ! ମୋ' ପାଗଳାମୀ ଦେଖି, ସୌମ୍ୟା କହୁଥିଲା - - ବାପ ତ ଏମିତି ,........।।।। 


Rate this content
Log in