Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Others

2  

Arabinda Acharya

Others

କଲେଜ ଫ୍ରେସର ପାର୍ଟି

କଲେଜ ଫ୍ରେସର ପାର୍ଟି

5 mins
7.6K


      ଲେଜରେ ଫାଷ୍ଟ ଇଅରର ପ୍ରଥମ ଫ୍ରେସର ପାର୍ଟି ପାଇଁ କିଛି ଝିଅ ବସି କଥା ହେଉଥାନ୍ତି | ସେମାନଙ୍କ ନା ଗୁଡିକ କହିରଖେ , ରୀନା ,ମିନା ,ସୁନିତା ....

ରୀନା : ଓଃ ...ବାପରେ ...କିଛି ବି ଭାବିପାରୁନି , ପାର୍ଟିରେ କେଉଁ ଡ୍ରେସ ପିନ୍ଧିଯିବି ?

ସୁନିତା : କାଇଁ ! ଅନଲାଇନରେ ଦେଖୁନୁ ..... ଆଜିକାଲି ତ ମସ୍ତ ମସ୍ତ ଡିଜାଇନ ଆଉ ଲାଟେଷ୍ଟ ଫେସନ ସବୁ ଅନଲାଇନରେ ଅର୍ଡର କଲେ ବହୁତ ସୁବିଧାରେ ମିଳୁଛି |

 ମିନା : ଚାଲ .... ମୋବାଇଲରେ ସାଙ୍ଗହେଇକି ଅର୍ଡର କରିବା !

(ତିନି ଜଣ ଯାକ ମୋବାଇଲରେ ବିଭିର୍ଣ୍ଣ ପ୍ରକାର ଡ୍ରେସ ଦେଖିବାରେ ମଜ୍ଜି ଗଲେ )

ରୀନା : ୱାଅ ! ଏଇଟା କେତେ ସୁନ୍ଦର ଦିଶୁଚି ! ପୁରା କୁଲ ..... ନା ?

ମିନା : ହୁଁ ...ଠିକ ଯେ ,.....ଟିକେ ଛୋଟ ଆଉ ଡିପ ହେଇଛି | କଣ ତୋ ମମି ଏଇଟା ପିନ୍ଧିବାକୁ ଦେବେ ? ତୁ ୟାକୁ ପିନ୍ଧି କଲେଜ ଆସି ପାରିବୁ ?

ରୀନା : ଆରେ ବାବା , ଘରୁ ପିନ୍ଧିକି ଆସିବା କଥା ଉଠୁଛି କଣ ପାଇଁ ? ମୁଁ ବ୍ୟାଗରେ ପୁରେଇ ନେଇ ଆସିଥିବି। ବାଥରୁମରେ ଚେଞ୍ଜ କରିଦେବି .....ନାଁ କଣ ?

ଏମାନେ ଏମିତି କଥା ହେଉଥିଲା ଭିତରେ ସବିତା ବୋଲି ଝିଅଟିଏ ଦୂରରୁ ଥାଇ ଏମାନକ କଥା ମନଦେଇ ଶୁଣୁଥିଲା | ଠିକ ଏତିକି ବେଳକୁ କହିଲା , ସବିତା : ରୀନା , ....... ମମ୍ମିଙ୍କୁ ନ ପଚାରି କିଛି ବି ଡ୍ରେସ ଏମିତି ଲୁଚେଇ ଲୁଚେଇ ପିନ୍ଧିବା ଭଲନୁହେଁ | ଫେସନ ନାଁରେ ଏମିତି ସବୁ ଝିଅ ମାନେ ଦେହକୁ ଫୁଙ୍ଗୁଳା କରିବା ଆଡକୁ ବଢୁଛନ୍ତି | ସ୍କର୍ଟଟା ଛୋଟ ହେଇହେଇ ‘ମିନି ‘ ହେଇଗଲାଣି ଆଉ ଜିନ୍ସ ... ନିକର ହେଇଗଲାଣି | ତା ଦେହରେ ପୁଣି କେତେ ପ୍ରକାରର କଟା ଫଟା ଡିଜାଇନ ତିଆରି ହେଲାଣି | ଏଗୁଡା ସବୁ ଅନୁଚିତ , ଭାରତୀୟ ସଂସ୍କୃତିର ବିରୁଦ୍ଧ | ଆମେ ସମସ୍ତେ ପଢିବା ପାଇଁ ଆସିଛନ୍ତି , ଫେସନ ଦେଖେଇହେଲେ ଫାଷ୍ଟକ୍ଳାସ ମିଳିଯିବନି କି ଗୋଲ୍ଡ ମେଡାଲ ମିଳିବନି ! ବୁଝିଲ ?

ରୀନା : (ବ୍ୟଙ୍ଗ କରି ) ହଁ .... ମୁଁ ଯଦି ମୋ ମମ୍ମିଙ୍କ କଥା ଶୁଣିବି , ତାହେଲେ ପାର୍ଟିରେ ପୁରା ମାଉସୀ ଭଳିଆ ଦିଶିବି .....ପୁରା ମଫୁ ....ହା...ହା.... | ସବିତା , ପ୍ଳିଜ ତୁ ଆଉ ପ୍ରବଚନ ଦେ ନି ଲୋ | କଲେଜ ପଢୁ ପଢୁ ଏମିତି ବୁଢୀଙ୍କ ଭଳିଆ କଥା କହ ନି | ଆରେ ଆରେ ....ମନେ ପଡିଲା ... ତୁ ପରା ଗାୟତ୍ରୀ ପରିବାରର | ଆଶ୍ଳିଳତା ବିରୁଦ୍ଧରେ ଆନ୍ଦୋଳନ ଚଲେଇଛୁ ପରା ? ହୋଲି ଦିନ ମୁଁ ଦେଖିଥିଲି |

ସୁନିତା : ଆରେ ଚାଲ ଯିବା ..... ପୁଅଙ୍କ କଥା ବାର୍ତ୍ତାକୁ ଲୁଚି ଲୁଚି ଶୁଣିବା ! ଦେଖିବା ସେମାନେ କଣ କେମିତି ସଜବାଜ ହେଉଛନ୍ତି ପାର୍ଟି ପାଇଁ ! ଆସ !

(ଚାରି ଜଣ ଯାକ ଝିଅ ଲୁଚି ଲୁଚି ପୁଅ ମାନେ ହେଉଥିବା କଥା ବାର୍ତ୍ତା ଶୁଣିଲେ )

ରବି , ମୋହନ ,ମୋହିତ କଥା ହେଉଥିଲେ ........

ରବି : ଆରେ ଭାଇ ମୋହନ , ପାର୍ଟରେ କଣ ପିନ୍ଧିବୁ ବୋଲି ଭାବିଛୁ ?

ମୋହନ : ଆରେ ! ମୁଁ ତ ପାର୍ଟିରେ ଏଞ୍ଜୟ କରିବାକୁ ଆସୁଛି | ଏଇ କଲେଜ ଝିଅଙ୍କ ଅଧା ଲଙ୍ଗୁଳି ଚେହେରା ଟିକେ ଦେଖିବାକୁ ମିଳିବ ତ ! ଯା ହେଉ ବହୁତ ମଜା ଲାଗିବ, ପୁରା ଫୁଲ ବୋବାଲ ...ମ !

ମୋହିତ : ଭାଇ , ଯିଏ ସବୁଠୁ କମ କପଡା ପିନ୍ଧିଥିବ ତାକୁ ହିଁ ... ମୁଁ  ‘ମିସ ଫ୍ରେସର ‘ ବୋଲି ଆଖ୍ୟା ଦେବି ...ହା...ହା .....ହା ...

(ତିନି ଜଣ ଜୋର ଜୋରରେ ହସୁଥିଲେ )

ରବି : ଏ ଝିଅ ଗୁଡା କେତେ ବୋକୀ , ଆଗ ଆମକୁ ଦେଖେଇବା ପାଇଁ କମ କପଡା ପିନ୍ଧନ୍ତି ....ଆଉ ତା ପରେ ...ପ୍ରବଚନ ଦିଅନ୍ତି ଯେ , ସେମାନେ ଡ୍ରେସ ଛୋଟ କରିଲେ କିଛିନାଇ ...କିନ୍ତୁ ପୁଅଙ୍କ ଚିନ୍ତା ଧାରା ବଡ କରି ରଖିବା ଦରକାର ....ହା...ହା....ହା

ମୋହନ : ଆରେ ଭାଇ ! ଖାଲି ସେଇ ସବିତାକୁ ଛାଡି ଦେଲେ ଆଉ ସବୁ ଝିଅ “ସେକ୍ସି “ ଶବ୍ଦ ଶୁଣିବାକୁ ଆମ ମୁହଁକୁ ଚାହିଁ ରହିଥାନ୍ତି |

ମୋହିତ : ହଁ ଭାଇ ! ସତ କହିଲୁ .... ସବିତାଟା ଭିତରେ ବହୁତ ଭଲ ଗୁଣ ଅଛି | ପାଠରେ ଯେମିତି ସଂସ୍କାର ବି ସେମିତି | ତା ବାପା ମାଙ୍କ ସଂସ୍କାର ଯୋଗୁ ସେମିତି ହେଇଛି |

ମୋହନ : ଭାଇ ଯାହା କହପଛେ ... ମୁଁ କିନ୍ତୁ ସବିତା ଭଳିଆ ଝିଅକୁ ପସନ୍ଦ କରିବି | ବାହା ହବାପାଇଁ ସବିତା ଭଳିଆ ଝିଅ ମୋର ପ୍ରଥମ ପସନ୍ଦ |

ରବି : ଆରେ ...ବାଃରେ  ! ଏବେ ତ .. ତୁ ସବୁ ଝିଅଙ୍କୁ କମେଣ୍ଟ ପାସ କରୁଥିଲୁ .... | ଯେ କଣ ? ଗାର୍ଲଫ୍ରେଣ୍ଡ ପାଇଁ ସେକସି , ଅଙ୍ଗପ୍ରଦର୍ଶନ ବାଲା ଝିଅ ....ଆଉ ବାହା ହବାକୁ ...ସବିତା ଭଳିଆ ? ଏ କି କଥା ?

ମୋହନ : ଭାଇ ... ଏଇ ଯେଉଁ ସେକସି , ଫେସନ ବାଲି ଝିଅ ନୁହେଁ .....ସବୁ ଟାଇମ ପାସ ଆଉ ଗାର୍ଲ୍ ଫ୍ରେଣ୍ଡ କରିବା ପାଇଁ ଠିକ | କିନ୍ତୁ ବାହାଘର ପରେ ଘରକୁ ଘର ବନାଏ ସୁସଂସ୍କାରୀ ଝିଅ ବୁଝିଲୁ ! ଯାହାକୁ ତୁମେ ବିଶ୍ଵାସ କରିପାରିବ ...ଯିଏ ଛୁଆ ମାନଙ୍କୁ ମଧ୍ୟ ଠିକ ସଂସ୍କାର ଦେଇ ପାରିବ |

ରବି : ହଁ ...ବହୁତ ସୁନ୍ଦର ଚିନ୍ତାଧାରା | ଚାଲ ଯିବା ପାର୍ଟି ପାଇଁ ବହୁତ କାମ ବାକି ଅଛି ଚାଲ |

ମୋହିତ : କାଲି ମୋ ଭଉଣୀ ସରିତା ବି ପାର୍ଟିକୁ ଆସିବ , ସମସ୍ତେ ମନେ ରଖିଥିବ ବେ , ତା ଭାଇ ବି ଏ କଲେଜରେ ପଢୁଛି | କେହି ବି ୟାଡୁ ସ୍ୟାଡୁ କମେଣ୍ଟ ଛାଡ , ଆଖି ବି ପକେଇବନି ....ବୁଝିଲ ?

ରବି : କି ଆଶ୍ଚର୍ଯ୍ୟ ! ନିଜ ଭଉଣୀର ଚିନ୍ତା ସମସ୍ତଙ୍କୁ ....ଆଉ ଅନ୍ୟର ଭଉଣୀ ପାଇଁ ....ହୁଁ  ?

ମୋହିତ : ( ରବିକୁ ଧକ୍କା ଦେଲା ) କଣ କହିଲୁ ?..... ମୁଁ କୋଉ ଝିଅକୁ କହିନି ପୁରା ଖୋଲା ଖୋଲି ହେଇ ଆସିବାକୁ .....|

ଝିଅ ମାନେ ତ ଆମ ପାଇଁ ଏମିତି ବେଶ ହେଇ ଆସନ୍ତି | କେହି ଝିଅ ଅନ୍ୟ ଝିଅକୁ ଏମିତି ଡ୍ରେସରେ ଦେଖି ଖୁସି ହୁଏନି | ଟିକେ ଭାବ ଏ ଝିଅ ଗୁଡା ନିଜ ଦାମିକା ମୋବାଇଲରେ ସ୍କ୍ରୀନ ଗାର୍ଡ ଲଗାନ୍ତି , କଭର କରି ରଖନ୍ତି କାହିଁକି ନାଁ ... ମୋବାଇଲ ଖରାପ ନହେଉ ବୋଲି ,ତେବେ ନିଜକୁ କଭର କରି ରଖିପାରନ୍ତେ ନି ? ସବିତା ବି ତ ଝିଅ ... କୁହ ତ ଆମ ଭିତରୁ କେହି ତା ପ୍ରତି ଅଭଦ୍ର ଚିନ୍ତା ଆଣି ପାରିଛ ? କେହି ତାକୁ କମେଣ୍ଟ ପାସ କରିଚ ? ନାଁ ......

ଯାହା ବି ଇଜ୍ଜତ କମେଇଛି ସିଏ ନିଜେ ....ନାଁ କଣ କହୁଛ ?

ମୁଁ ତ , ମୋ ଭଉଣୀ ସରିତାକୁ କହିଦେଇଛି , ସିଏ ସବିତା ସହିତ ସାଙ୍ଗ ହେଉ | ସେ ଫେସନ ବାଲି , ଛୋଟ ଡ୍ରେସ୍ ବାଲିଙ୍କ ଠୁ ଦୂରରେ ରହୁ |

(ରୋହିତ ... ମଧ୍ୟସ୍ଥି କରି କହିଲା ....ଭଲ କଥା ...କିନ୍ତୁ ବହୁତ ଭାଷଣ ହେଇଗଲା ...ଏବେ ପ୍ଳିଜ ଆଉ ନିଜ ନିଜ ଭିତରେ ମାଡ ଗୋଳ କରନା .... ଚାଲ ଯିବା | ଭୁଲ ଆମ ସମସ୍ତଙ୍କର , ଆରେ ଆମେ ଯଦି ସେ ଝିଅଙ୍କ ଛୋଟ କପଡାକୁ ଅଣଦେଖା କରନ୍ତେ , ସପୋର୍ଟ ନ କରନ୍ତେ , ତେବେ କାହାକୁ ଦେଖେଇବାକୁ ସେମାନେ ପିନ୍ଧିବେ ? ହୁଁ ...... ? ଏ ଥର ଆମେ ସବୁ ସେଇ ଝିଅକୁ ଭୋଟ କରିବା ଯିଏ ଶାଳିନ ହେଇଥିବ , ଆମେ ସୁଧୁରିଲେ ହିଁ ସେମାନେ ବି ସୁଧୁରିବେ | କମସେ କମ ଆମ କଲେଜରେ ଆମ କ୍ଳାସରେ ତ କିଛି ସୁଧାର ଆସିବ ... ନାଁ କଣ କହୁଛ ? )

(ଏମାନଙ୍କ କଥା ସେ ଚାରି ଜଣ ଝିଅ ଶୁଣି ସ୍ତବ୍ଧ ହେଇଯାଇଥିଲେ ......)

ରୀନା : (ହସି ହସି କହିଲା ) ମୁଁ ସେଇ ଡ୍ରେସ ପିନ୍ଧିବେ , ଯାଉଟା ମୋ ମମ୍ମି ଠିକ ବୋଲି କହିବ | ଏମିତି ବି ଆମେ ଏଥିକି ପଢିବାକୁ ଆସିଛନ୍ତି , ଫେସନ ଦେଖେଇବାକୁ ନୁହେଁ .....ଠିକ ନାଁ ?

( ଚାରି ଜଣ ଝିଅ ଜୋରରେ ହସିଉଠିଲେ )

             

****************** ସମାପ୍ତ ***************

www.molekhaa.wordpress.com

WA: 7008667785


Rate this content
Log in