Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Titi Sarangi

Others Tragedy

3  

Titi Sarangi

Others Tragedy

ରାଜରାଜେଶ୍ବରୀ

ରାଜରାଜେଶ୍ବରୀ

4 mins
352


(ଜଣେ ପୁରୁଷଙ୍କ ଢାଏରୀରୁ )

ଜୀବନ ଗୋଟେ ବହିଯାଉଥିବା ନଈ ଭଳି କଥାଟା ଯିଏ କହିଥିଲେ ସେ ଯେ କେଡେ ଅନୁଭବୀ କଥାଟେ କହିଥିଲେ ଭାବିଲେ ସେଇ ମହାମାନବ କିମ୍ବା ମାନବୀଙ୍କ ପ୍ରତି ମୋର ମଥାନତ ହୋଇଯାଏ ।ଗୋଟିଏ ଯାଗାରେ ଜନ୍ମ ହେଇଛି ।ଏଇଠି ରହିବି ,ପାଠ ପଢିବି ।ଗାଁ ପାଖରେ ଚାକିରୀ କରି ଗାଁର ମଣିଷଟିଏ ହେଇ ସବୁଦିନ ଥିବି ,ମୋର ଏଇ ସ୍ବପ୍ନଟା ନହେଲେ କୁହୁଡି ଭଳି ଭାଙ୍ଗିଗଲା କେମିତି !! ଆଜି ମୁଁ ଯୋଉଠି ଆଉ ଯାହା ସବୁ ଘଟିଗଲା ମୋ ସାଥୀରେ ସେସବୁ ପାଇଁ ଦାୟୀ କିଏ ? ଏ ବୟସରେ ମୁଁ ଚାରୁକୁ ଦେଖିଲେ ଆନମନା ହେଇଯାଏ କାହିଁକି ? ସେ କିଏ ମୋର ? ମୋ ସରଳ ଜୀବନଟା ସତେ କି ଜଟିଳ ହେଇଗଲା ।

ବ୍ରାହ୍ମଣ ଘର ଆମର ।ବ୍ରତଘର ସରିଲେ ପୂଜାକାମ କରିବାକୁ ସୁଯୋଗ ମିଳେ ।ମୋର ବି ଭାରୀ ଆଗ୍ରହ ଥିଲା ନନାଙ୍କ ଭଳି ଠାକୁର ଘରେ ପୂଜାର୍ଚ୍ଚନା କରିବାକୁ ।ସେଥିପାଇଁ ବ୍ରତଘର ପରେ ପ୍ରଥମ କରି ଥରେ ଅପେକ୍ଷା କରିଥାଏ ମୋତେ ପୂଜା କରି ବାକୁ କେବେ କହିବେ ।ଥରେ ମିଳିଗଲା ବି ସୁଯୋଗଟେ ।ନନା ନଥିଲେ ।କୁଆଡେ ଗୋଟେ ଯାଇଥିଲେ କାମରେ। ଭାରୀ ଉତ୍ସାହର ସହିତ ଲାଗି ପଡିଲି ପୂଜାରେ । "ଆମ ଶଶୀ (ମୋ ପୁରା ନାଁ ଶଶୀଭୂଷଣ )ତ ଅଛି ,ପୂଜା କରିଦବ ।" କହି ଜେଜେମା ଡାକିଲା ।ଘଣ୍ଟି ଶବ୍ଦରେ ସତେ କି ଘର ଫାଟିବ ।ସଵୁ ବିଧି ମୁତାବକ ପୂଜା ସରିଲା ।ନନା ବି ଖୁସି ହେଲେ ଦିପହରେ ଆସିକି ।ହେଲେ ମୋ ପାଇଁ ପ୍ରଳୟ ଅପେକ୍ଷା କରିଥିଲା ପର ଦିନ ସକାଳକୁ। ଜେଜେମା ସକାଳୁ ଗାଧୋଇ ଠାକୁର ଘରେ ଝାଡୁ ଦେଲା ବେଳେ ଦେଖିଲା ଠାକୁରଙ୍କ ତମ୍ବା ପାଣିଗିନାଟା ଶୁଖିଲା ।ଯଥାବିଧି ତଦନ୍ତ ପରେ ଜଣା ପଡିଲା ଅତି ଉତ୍ସାହ ଭିତରେ ଠାକୁରଙ୍କୁ ପାଣି ଦବାକୁ ମୁଁ ଭୁଲି ଯାଇଛି। ନନାଙ୍କ ଗର୍ଜନ ଆଉ କଡା କଥା ମୋତେ ଭାରୀ ବାଧିଲା ।"ଯୋଉ ଠାକୁର ଚଉଦ ଭୁବନକୁ ଖାଦ୍ୟ ଦିଅନ୍ତି ସେ କଣ ଭୋକିଲା କି ଶୋଷିଲା ରହିବେ ?"ମୋର ଏଇ ପଦକରେ ନନା ଆହୁରି ରାଗିଗଲେ ।"ଘରୁ ବାହାରି ଯା ,ମୋତେ ଜବାବ ଦଉଛୁ ?" କହି ଦେଲେ ଗୋଟେ ଚଟକଣା ।ଦଶମ ପରୀକ୍ଷା ମୁଣ୍ଡ ଉପରେ ।ଭଲ ପଢୁ ବି ଥିଲି ।କିନ୍ତୁ ରାଗରେ ଘର ଛାଡିଲି ।

ହେଲେ ଯିଵି କୁଆଡେ ? ଆମ ସ୍କୁଲର କଣ୍ଠସାର୍ ଙ୍କ(ଶ୍ରୀଯୁକ୍ତ ନୀଳକଣ୍ଠ ଆଚାର୍ଯ୍ୟ) ସ୍ନେହାର୍ଦ୍ଦ ମୁହଁ ମନେ ପଡିଗଲା ।ଭାବିଲି ସେଇଠି ରହି ମ୍ଯାଟ୍ରିକ୍ ପରୀକ୍ଷାଟା ଦେବି ।ତାପରେ ସହରକୁ ପଳେଇବି ।କିଛି ତ କାମ ମିଳିବ ।ଘରକୁ କିନ୍ତୁ ଯିବିନି ଆଉ ।ସାର୍ ସବୁକଥା ଶୁଣିଲେ ।ପାଖରେ ରଖିଲେ ମଧ୍ୟ ।ବୋଧେ ନନାଙ୍କ ସାଙ୍ଗରେ ଭିତିରିଆ କଥା ହେଲେ ପଛରେ ।ନହେଲେ ମୋ ବୋଉ ଯେତେ କାନ୍ଦି ଥିବ ମୋ ଆସିବା ପରେ ନନା କଣ ଚୁପ୍ ହେଇ ରହି ପାରିଥାନ୍ତେ ।ସେ ଯାହା ବି ସାର୍ ଙ୍କ ପାଖରେ ରହିବା ମୋ ପାଇଁ ବରଦାନ ସଦୃଶ ହେଲା ।

ମ୍ଯାଟ୍ରିକ୍ ପରୀକ୍ଷା ସରିଲା ।ମୁଁ ବି ଘରକୁ ଫେରିଲି ।ହେଲେ ସାର୍ ଙ୍କ ଘରକୁ ପୁଅ ଭଳି ଯିଵା ଆସିବା ମୋର ଥାଏ ।ଚାରୁ ତାଙ୍କର ଗୋଟିଏ ବୋଲି ଝିଅ ।ମୋଠୁ ଦିଟା ଶ୍ରେଣୀ ତଳେ ପଢେ ।ପାଠପଢାଠୁ ଆରମ୍ଭ କରି ସବୁ କାମରେ ତାର ମୁଁ ଦରକାର ।ମୋତେ ଵି ଭଲଲାଗେ ତାର ସେ ଅଧିକାର ସାଵ୍ଯସ୍ତ ।କଲେଜ ଗଲି ।ପାଠ ତ ମୋର ଭଲ ହୁଏ ।ଚାରୁ ବି ମୋଠୁ ପାଠ ବୁଝି ପଢେ ।ତାର କୋଉ ବିଷୟରେ ଟିଉସନ୍ ଦରକାର ,କୋଉ ଟେଷ୍ଟପେପର ପଢିବ ,ଦି ତିନି ବର୍ଷର ପୁରୁଣା ପ୍ରଶ୍ନ ପତ୍ର ଯୋଗାଇ ଦବା ସବୁ ମୋ କାମ ଥିଲା ।ଏମିତି କି ପୂଜାରେ ଫୁଲ ତୋଳି ଆଣିବା କି ପାଖରେ କିଛି ମେଳା ଦେଖିଯିବାର ଥିଲେ ସାର୍ ମୋତେ ହିଁ ତା ସାଙ୍ଗେ ପଠାନ୍ତି ।ଚାରୁ ବଡ ହଉଥିଲା ଆଉ ମୁଁ ବି ।କେମିତି ଗୋଟେ ଅନ୍ତରଙ୍ଗ ଭାବ ତା ପ୍ରତି ମୋର ଥିଲା ।କିନ୍ତୁ ସେଇଟା ପ୍ରେମ ବୋଲି ମୁଁ କେବେ ଭାବି ପାରୁନଥିଲି ।ଚାରୁ ବି କେବେ ଏକଥା କହିନି ।

ସମସ୍ତେ କହନ୍ତି ଏ ହଳକ ଭାରୀ ମିଶୁଛନ୍ତି ।"ଯୋଉଠି ଦେଖିବ ଚାରୁ ଆଉ ଶଶୀ ।" ମୋ କବିତା ତାର ଭାରୀ ପସନ୍ଦ ।ମୁଁ ଲେଖାଲେଖି କରେ ।ହେଲେ ଅଳସୁଆମୀ ଯୋଗୁ ନଲେଖି ଥିଲେ ଚାରୁ ବସେଇ ଉଠେଇ ଦିଏନି ।କହେ ," ବେଶୀ ଫୁଲେଈ ହୁଅନି ।ତମ ଲେଖା କବିତା ଭଲଲାଗେ ବୋଲି କହୁଛି ।ନହେଲେ ଲାଇବ୍ରେରୀରେ କଣ ବହି ଅଭାବ ?"

ଏଥିରୁ ଜଣେ କଣ ବୁଝିବ ।ତେଣୁ ପ୍ରେମ କଥା ମୁଁ ଆଉ ଭାବେନି ।କେବଳ ଏତିକି ଜାଣେ ଚାରୁ ସହିତ କଟଉଥିବ ସମୟତକ ଭାରୀ ସୁଖକର ମୋ ପାଇଁ ।ଏମିତିରେ ମୁଁ ଏମ୍ ଏ ପଢିଲିଣି ଆଉ ଚାରୁ ଵି ଏ ଶେଷ ବର୍ଷ । ଚାରୁ ପାଇଁ ବାହାଘର ପ୍ରସ୍ତାବ ଆସିଲା ।ଫାଇନାଲ୍ ହେଲା ପରୀକ୍ଷା ସରିଲେ ବାହାଘର ହବ ।ଚାରୁ ତ ରାଜି ହଉ ନଥାଏ ।ମୁଁ ବି ବୁଝି ପାରୁନଥାଏ ତା ଅରାଜି ହଵାର କାରଣ ।ଭାବିଲି ସବୁ ଝିଅ ବୋଧେ ଏମିତି ।ଵାହା ହେଇ ଅନ୍ୟ ଘରକୁ ଯିଵା କାହାକୁ ଵା ସୁଖ ଲାଗନ୍ତା ।ଚାରୁ କିନ୍ତୁ କହୁଥିଲା ଅନ୍ୟ କଥା ।ସେ ଗୋଟିଏ ବୋଲି ଝିଅ ।ବାପାଙ୍କ ପାଖରେ ରହନ୍ତା । ଏତିକି କଥା ସାର୍ ଙ୍କୁ ବୁଝେଇ ଦବାପାଇଁ ଵି କହୁଥିଲା ।ହେଲେ ସାର୍ ତ ସମାଜର ମଣିଷ ।ଝିଅର ଏ ମତରେ ସେ କେମିତି ରାଜି ହୁଅନ୍ତେ ।

ଫୁଲ ଭଳି ସଜେଇ ହେଇଥିଲା ଚାରୁ ତା ଵାହାଘର ଦିନ ।ସତେ କି ରାଣୀଟିଏ ।ସବୁ ତ ମୁଁ କରୁଥାଏ ।କେବେ ଵି ଚାରୁକୁ ଭଲପାଇବା କଥା ମୁଁ ଭାବିନି ।ହେଲେ ମନ ଭିତରେ କେମିତି ଗୋଟେ ହଜେଇ ଦେଲା ଭଳି ଲାଗୁଥାଏ ।ଵାହାଘର ସରିଲା ।ଚାରୁ ଗଲାପରେ ସବୁ ଖାଲି ଖାଲି ଲାଗିଲା ମୋତେ ।ମାସେ ପରେ ତାକୁ ଦେଖିଲି ବୋହୂ ହେଇ ଆସିଥିଲା ।ଏବେ ଆଉ ତାର ସେ ଚଞ୍ଚଳତା ନଥିଲା ।ପାଖକୁ ଆସି ମୁଣ୍ଡିଆ ମାରିଲା ।

ପଚାରିଲି "କେମିତି ଅଛୁ ?"

"ବହୁତ ଭଲରେ ।"ସେ କହିଲା ।ଆମର ତ ସବୁକଥା ହୁଏ ।ପଚାରିଲି "ତୋ ବର ତୋତେ ଭଲ ପାଆନ୍ତି ତ ?"

"ହଁ ନିଶ୍ଚିତ ।ସେଇଟା ତ ତାଙ୍କ କର୍ତ୍ତବ୍ୟ ।ମୋର ପତି ଯେତେବେଳେ ମୋରସବୁକିଛିର ମାଲିକ ଏବେ ସିଏ । ସଵୁ କିଛି ସମର୍ପଣ କଲେ ଵଦଳରେ କିଛି ତ ମିଳିବ ।"

ମୁଁ ଆଁ କରି ତାକୁ ଦେଖୁଥିଲି ।ଏ ଝିଅ ଗୁଡିକ କେତେ ଜଲଦି ବଡ ହେଇଯାଆନ୍ତି ଆଉ ଧୀରେଧୀରେ ଦୁର୍ବୋଧ୍ଯ ଵି ।କଣ ପଚାରିଲେ କଣ କହନ୍ତି ସବୁ ।ଏଗୁଡିକ ଵହିରେ ପଢିଥିଲି ଆଜି ଆଖିରେ ଦେଖୁଛି ଚାରୁକୁ ।

ସେଇ ଚାରୁ ଦିଟା ପିଲାର ମାଆ ହେଲା ହେଲେ ହେଇ ପାରିଲାନି ପତିଦେଵତାଙ୍କ ପ୍ରେମାସ୍ପଦା ।ବଡଘରର ପୁଅ ପୁଣି ସରକାରୀ ଚାକିରିଆ ।ତେଣୁ ତାଙ୍କ ମନଇଚ୍ଛା ବ୍ଯଵହାର ଚାରୁକୁ ପାଟିବୁଜି ସହିଵାକୁ ହୁଏ ।ମୁହଁ ଖୋଲିଲେ ମାଡ ନହେଲେ ପରିତ୍ୟାଗ । ଦିଟା ଯାକ ଅପମାନଜନକ ତାପାଇଁଁ ।ସାର୍ ବି ଜାଣି ଲେ ଏକଥା ।ଗଭୀର ମନସ୍ତାପରେ ରୁହନ୍ତି ।ମୁଁ କିଛି କରିବି ଭାବି ସୁଦ୍ଧା କିଛି କରି ପାରେନି ।ଭାବିଲି ଏସମାଜ ଝିଅମାନଙ୍କ ପାଇଁ ଅନେକ ମାତ୍ରାରେ ଶତ୍ରୁ ତ ନିଶ୍ଚୟ ।ଯଦି ଭାଗ୍ୟ ଭଲ ଅଛି ତ ଭଲ ।ନହେଲେ ???? ଆଉ କିଛି କରିବାକୁ ନଥାଏ । ଚାରୁ ଯଦି ମୋତେ ଵାହାହେଇ ଥାନ୍ତା !!

ମୋର ବି ବାହାଘର ସରିଛି ।ମୋ ସ୍ତ୍ରୀ କୁହନ୍ତି ଚାରୁଟା ତା ଜୀବନରେ କିଛି ବି ପାଇଲାନି ।ନା ସ୍ତ୍ରୀ ର ଅଧିକାର ନା ଭଲପାଇବା ।ଚାରୁକୁ ଦେଖିଲେ ମୋ ମନଟା କେମିତି ହେଇଯାଏ ଏବେ ବି ।ତାର ଗୋଟେ କଥା ସବୁବେଳେ ମନେ ପଡେ " ଭଅଁର କଣ ଫୁଲ କୁ ଭଲପାଏ ? ସେ ତ ଲୁଟିଜାଣେ ।ବାସ୍ନା ଭଳି ସିନା ପ୍ରେମ ।ଯାହା ଫୁଲ ଠୁ କିଛି ଵି ନିଏନି ହେଲେ ଫୁଲ ପାଖେପାଖେ ଥାଏ ।"

ସେ ଚିରକାଳ ମୋ ନଜରରେ ରାଣୀଟିଏ ଥିଲା ।ସବୁବେଳେ ଥିବ ।


Rate this content
Log in