Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନରାତି
ଜହ୍ନରାତି
★★★★★

© MADHABANANDA BHOI

Abstract Others

3 Minutes   7.4K    18


Content Ranking

ମାଧବାନନ୍ଦ ଭୋଇ

ଅସରାଏ ଦୁମ୍ କାଣିଆ ବର୍ଷା ହୋଇ ଛାଡିଗଲା । ଫରଚା ହୋଇ ଗଲା ଆକାଶ ,ପୁନେଇଁ ଜହ୍ନ ନଡିଆ ବାହୁଂଗା ଫାଙ୍କରେ ଖିଲ୍ ଖିଲ୍ ହୋଇ ହସୁଛି ।ନୀଳ ଆକାଶରେ ରୁପା ଥାଳି ପଟେ ହେବ କି କଣ ? ସୁଜିତ୍ ହାଟକୁ ଯାଇଥିଲା । ପରିବା ବ୍ୟାଗଟା ଖଟ ଉପରେ ପକାଇ ଦେଇ ଛାତ ଉପରକୁ ଇଜି ଚେୟାରଟି ଧରି ଧାଇଁଲା । ଜହ୍ନ ଦେଖିବ ପରା ! ହଠାତ୍ ଶୀଲାର କର୍କଶ ରଡିରେ ଚମକି ପଡିଲା । ହେଇଲୋ ,କେତେ ଥର କହିଲି ହାଟକୁ ଯାଉଛ. ମାଛ କି ମାଂସ ଆଣିବ । ମାସଟା ସାରା ସିଝା ଖାଇ କଟିଲା । ତମର ଗପ କବିତା ଲେଖିବାକୁ କାଗଜ କଲମ ପାଇଁ ପଇସା ହେଉଛି ଟି ! ମନେ ମନେ ବିରକ୍ତ ହୋଇ ଉଠିଲା ସୁଜିତ୍ ! ମଣିଷଟିକୁ ଶାନ୍ତିରେ ବସାଇ ଦେବନି ।ଏମିତିକା ଜୋଛନା ଭିଜା ନିରୋଳା ସଂଧ୍ୟାଟିଏ ବ୍ୟସ୍ତ ଭରା ଜୀବନରେ ପାଇବା କଷ୍ଟକର ,ହେଲେ ... ତଥାପି ସେ ନିଜକୁ ଭାବନା ରାଇଜରେ ହଜାଇ ଦେଲା ।

              ଜହ୍ନ ଦେଖିଲେ ସ୍ମୃତିର ଆଲବମଟିଏ ଆଖି ଆଗରେ ନାଚିଉଠେ । ମନେହୁଏ ଜହ୍ନ ସହିତ ପରିଚୟ ଅନେକ ଦିନରୁ । କେତେ ଚିହ୍ନା ଅଚିହ୍ନା ମୁହଁ ଆଖି ଆଗରେ ନାଚିଉଠେ । ସତରେ ସେମାନେ କେତେ ଆପଣାର ! ସେମାନେ ତ ମୋ ଗାଁ ର ମଣିଷ ! ମନ ଆକାଶରେ ଗୋଟେ ଗୋଟେ ଦେଖାଯାନ୍ତି ପିଛିଲା ଦିନର ଘଟଣା ପରିକା ପରି । ସତରେ ଏଗୁଡିକ କେତେ ମଧୁର ଆଉ ଯନ୍ତ୍ରଣା ଦାୟକ ! ପ୍ରଥମେ ଆସେ ବୋଉ , ଯିଏ କୋଳରେ ବସାଇ ଜହ୍ନ ମାମୁଁ ବୋଲି ଦେଖାଇ ମୋର ସବୁ ଅଳି ଅଝଟ ଭାଂଗି ଦିଏ । ତା ପରେ ପିଲା ଦିନର ଜହ୍ନ ସହିତ ତାରା ମାନଂକର ମିଟିମିଟି ଖେଳ ଦେଖି ଆଈ ମା ର କାହାଣୀରେ ହଜିଯାଏ ଏ ମନ ! ହେଇ ଜହ୍ନ ରାଇଜକୁ ଘୋଡା ନେଇ ସପନ ସୁନ୍ଦରୀକୁ ଠାବ କରିବା ପାଇଁ ଯାଉଛି ।

              ହେଲେ ଦିନେ ମୁଁ ରାଜକୁମାର ସାଜି ସପନ ସୁନ୍ଦରୀକୁ ମନେ ମନେ ଖୋଜି ବସିବି ବୋଲି ମୁଁ ଜାଣି ନ ଥିଲି । ଲଙ୍ଗଜର୍ଣ୍ଣି କଲାବେଳେ ବସ୍ ର ଝରକା ଖୋଲି ଜୋଛନା ଭିଜା ପାହାଡକୁ ଦେଖେ ନିରିଖେଇ କରି । ପୁନେଇଁ ଜହ୍ନର ଜୋଛନାରେ ଭିଜି ଭିଜି କବିତା ଲେଖେ ତାକୁ ଦେବା ପାଇଁ । ହେଲେ ତାକୁ ମୁଁ ପାଏନି । କିନ୍ତୁ ମୁଁ ତାକୁ ଦିନେ ପାଇଗଲି । ସେ ମୋ ଆଈ ମା ର ରାଜକୁମାରୀ ନଥିଲା । ସେ ଥିଲା ନୀଳ ଚୁଡିଦାର ପିନ୍ଧା କଲେଜ୍ ଝିଅଟିଏ ! କଲେଜରେ ସା୍ନତକର ପ୍ରଥମ ଦିନ ମୋ ନାଁ ସେ ପଚାରିବାରୁ ମୁଁ ଚିର୍ ଚିରା ମାରି ଲାଜ କରି ପଳାଇଲି । ସାଥୀରେ ମୋ ବନ୍ଧୁ ରାଜୁ ଥାଇବି , ତା ପରେ ଆରମ୍ଭ ହେଲା ଆମର ଭଲ ପାଇବା । ଥରେ ପାର୍କରେ ଜହ୍ନ ରାତିରେ ଗପୁ ଗପୁ କହିଲା ଏଇ ତମେ ଲେଖା ଲେଖି ଛାଡି ଦିଅ । କଣ ମିଳୁଛି ସେଥିରୁ କହିଲ , ବରଂ ଅଯଥା ପଇସା ଖର୍ଚ୍ଚ ହେଉଛି । ଜାଣିଛନା ଏ ଗୁଡାକ କଲେ ପିଲା ଛୁଆ ପୋଷି ପାରିବନି । ମୋତେ ବି ଶେଷକୁ ହରାଇବ । କିନ୍ତୁ ମୁଁ ସଫା ସଫା ମନା କରିଦେଲି । ସେ ରାଗିକରି ସବୁଦିନ ପାଇଁ ମୋ ସହିତ କଟି ପକାଇ ଦେଲା ।

                  କିଛି ବର୍ଷ ପରେ ଶୀଲା ମୋ ସହଧର୍ମିଣୀ ହୋଇ ମୋ ଜୀବନରେ ପାଦ ଦେଲା । ଯିଏ ସାହିତ୍ୟର ମାନେ ବୁଝେନି । ଲେଖାଲେଖି କରିବା ଏକ ବେକାରିଆ ଧନ୍ଦା ଏବଂ ବ୍ୟୟ ବହୁଳ , ତେଣୁ ମୁଁ ଲେଖିଥବା ଗପ କବିତାର କାଗଜକୁ ଲୁଚାଇକରି ନିଆଁ ଲଗାଏ । ସତରେ ଜୀବନ ବିତାଇବା ପାଇଁ ଏକ ଦରଦୀ ମନର ମଣିଷଟେ ପାଇଁ ଦରଦୀ ମନଟିଏ ଦରକାର । ନ ହେଲେ ଜୀବନଟା ଶୂନ୍ୟତାରେ ଭରିଯାଏ । ହଠାତ୍ ଶୀଲାର କର୍କଶ ରଡିରେ ଚମକି ପଡିଲା ଜହ୍ନକୁ ଦେଖି ଦେଖି ବୋଧେ ପେଟ ପୁରି ଯିବଣି , ଖାଇବା କଥା ଯଦି ଖାଇ ଦେଇ ରାତି ସାରା ବସ , ମୋର କିଛି କହିବାର ନାହିଁ । ନ ହେଲେ ମୁଁ ଶୋଇବି । ସୁଜିତ୍ ଛାତିରେ ସତେ ଯେପରି କିଏ ହାତୁଡି ପିଟି ଦେଲା । ସତରେ ତାର କି ଅଭିଶପ୍ତ ଜୀବନ!

ସଂପାଦକ-କୁଶବନ

ସା-ଭୋଦଳ, ପୋ-ପାଟସୁନ୍ଦରପୁର,

କଟକ-୭୫୪୦୧୮

ଜହ୍ନ ସୁଜିତ୍ ଶୀଲା

Rate the content


Originality
Flow
Language
Cover design

Comments

Post

Some text some message..