Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Thriller Inspirational

2  

Rasmi Rekha Tripathy

Thriller Inspirational

ପରିବର୍ତ୍ତନ

ପରିବର୍ତ୍ତନ

2 mins
373


ଅନ୍ୟମାନଙ୍କ ଠାରୁ ଶୁଣି ଶୁଣି ସେ ଭଦ୍ରବ୍ୟକ୍ତିଙ୍କ ପ୍ରତି ମୋ ମନରେ କେମିତି ଗୋଟେ ଖରାପ ଧାରଣା ଆସି ଯାଇଥିଲା l କାହିଁକି କେଜାଣି ମୁଁ ତାଙ୍କୁ ଜମା ସହ୍ୟ କରି ପାରୁ ନ ଥିଲି l ମୁଁ ଜାଣି ପାରୁ ନ ଥିଲି ସେ କାହିଁକି ମୋ ଘରକୁ ଆସିବାକୁ ଚାହୁଁଥିଲେ l ମୋର ବୈବାହିକ ଜୀବନ ଏତେ ବିପର୍ଯ୍ୟସ୍ତ ଥିଲା ଯେ, ମୁଁ ଯଦିଓ ବାହାରକୁ ମୋର ଦୃଢତା ପ୍ରକାଶ କରୁଥିଲି, ତଥାପି ବି ମନ ଭିତରେ କେମିତି ଗୋଟାଏ ଭୟ ମୋତେ ଅକ୍ଟୋପାଶ୍ ପରି ମାଡି ଧରୁଥିଲା l ମୋ ରିସର୍ଚ୍ଚ କାମ, ମୋ ପ୍ରୋଜେକ୍ଟ୍ ଇତ୍ୟାଦିରେ ମୁଁ ଏତେ ବ୍ୟସ୍ତ ରହୁଥିଲି ଯେ, ଆଉ କିଛି ଚିନ୍ତା କରିବା ପାଇଁ ମୋର ସମୟ କିମ୍ବା ଇଚ୍ଛା ନ ଥିଲା l ବସ୍ତୁତଃ ମୁଁ ଜାଣିଶୁଣି ମୋ ନିଜକୁ କାମରେ ବୁଡେଇ ରଖୁଥିଲି l ମୁଁ ଚାହୁଁ ନ ଥିଲି ଆଉ କାହା ସହିତ ଭାବ ଦୋସ୍ତି ବଢେଇବା ପାଇଁ l ବାବା ମାମା ଆମେରିକାରେ ରହୁଥିଲେ ଭାଇ ପାଖରେ l ଭାଇ ବାରମ୍ବାର ଡାକୁଥିଲା, ଆମେରିକା ଚାଲି ଆସିବା ପାଇଁ l କିନ୍ତୁ, କାହିଁକି କେଜାଣି ମୁଁ ଓଡିଶା ଛାଡିବାକୁ ଚାହୁଁ ନ ଥିଲି l ୟୁନିଭର୍ସିଟି ଯାଏ l ମୋ କାମରେ ବ୍ୟସ୍ତ ରହେ l କାମ ସରିଲେ ଘରକୁ ଫେରେ l ଫେରିବା ରାସ୍ତାରେ ଯାହା କାମ ଥାଏ, ସାରି ଦେଇଥାଏ l ଘରକୁ ଫେରି କବାଟ ବନ୍ଦ କରେ ଯେ ପୁଣି ତା’ ପରଦିନ ୟୁନିଭର୍ସିଟି ଯିବା ପାଇଁ କବାଟ ଖୋଲେ l

ଭଦ୍ରବ୍ୟକ୍ତିଜଣଙ୍କ ପୁରା ପଛରେ ପଡି ଯାଇଥିଲେ, ଘରକୁ ଆସିବା ଜିଦ୍ ନେଇ l ଶେଷରେ ବାଧ୍ୟ ହୋଇ ମୁଁ କହିଲି, ‘ମୁଁ ଘରେ ଏକା ରୁହେ l’ ହସିଲେ ସିଏ l ‘ମୁଁ ଜାଣିଛି’ କହିଲେ l ତେବେ ବ୍ୟସ୍ତ ହୁଅନା l ତୁମ ଭାଉଜ ଆଉ ପୁତୁରା ବି ସାଙ୍ଗରେ ଯିବେ l ରାଗ ଲାଗିଲେ ବି ଚୁପ୍ ରହିଲି l ମୋ ଭାଇ ବ୍ୟତୀତ ଆଉ କାହାକୁ ମୁଁ ଭାଇ ଡାକିବାକୁ ପସନ୍ଦ କରେନି l ସ୍ଥିର କରିଥିଲି ଯା’ ହେଲେ ବି ତାଙ୍କୁ ବେଶୀ ସମୟ ରହିବାକୁ ନ ଦେଇ ବିଦା କରି ଦେବି l ନିର୍ଦ୍ଧାରିତ ସମୟରେ ଭଦ୍ର ବ୍ୟକ୍ତି ତାଙ୍କ ପରିବାର ସହ ଆସି ପହଞ୍ଚିଲେ l ହଠାତ୍ ଛୋଟ ପୁଅଟି ଆସି ଏମିତି କୁଣ୍ଢେଇ ଧରିଲେ, ଯେମିତି ମୁଁ ତା’ର ବହୁ ଦିନର ପରିଚିତ l ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା l

ଭଦ୍ରବ୍ୟକ୍ତି...ନା...ନା...ମୋ ଭାଇ ଓ ଭାଉଜ ଦୁହିଁଙ୍କ ଆଖିରେ ଲୁହ l ତାଙ୍କ ପୁଅ ଆଜି ମୋ ପାଇଁ ନୂଆ ଜୀବନ ପାଇଛି l ସମସ୍ତେ କହୁଥିଲେ ବିଟୁ (ସେମାନଙ୍କ ପୁଅ) ମାନସିକ ଭାବରେ ଅନଗ୍ରସର l କିନ୍ତୁ ଡାକ୍ତର କହିଥିଲେ, ଏମିତି କିଛି ଗୋଟାଏ ଘଟଣାରେ ତା’ର ପରିବର୍ତ୍ତନ ହେବ ହିଁ ହେବ l ସେଥିପାଇଁ ସେ ସମସ୍ତଙ୍କ ଗହଣରେ ରହିବା ଦରକାର l ସେ ଦିନ ଟି.ଭି.ରେ ମୋର ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର (ଶିଶୁମାନଙ୍କ ଉପରେ) ଦେଉଥିଲା l ତା’କୁ ଦେଖିବା ପରେ ବିଟୁର ଏହି ପରିବର୍ତ୍ତନ l ଜିଦ୍ ଧରି ବସିଲା ସ୍ମିତା ଆଣ୍ଟି (ମୋ) ପାଖକୁ ଯିବ l ଜନ୍ମ ଠାରୁ ସାତ ବର୍ଷ ଭିତରେ ବିଟୁର ଏହା ପ୍ରଥମ ଜିଦ୍ l ଡାକ୍ତର୍ ଏହି ପରିବର୍ତ୍ତନ କଥା ହିଁ କହିଥିଲେ l ସବୁବେଳେ ଚୁପ୍ ରହୁଥିବା ବିଟୁ ଅନର୍ଗଳ ଗପୁଥିଲା l ତା’ ଭିତରେ ବିରାଟ ପରିବର୍ତ୍ତନ l ସେଥିପାଇଁ ସେମାନେ ମୋତେ ଧନ୍ୟବାଦ ଦେଉଥିଲେ l କିନ୍ତୁ ଧନ୍ୟବାଦ୍ ତ ମୁଁ ସେମାନଙ୍କୁ ଦେବା କଥା l ମୁଁ ପୁଣି ମଣିଷକୁ ନୂଆ ଭାବରେ ଭଲ ପାଇବା ଆରମ୍ଭ କରିଥିଲି l


Rate this content
Log in

Similar oriya story from Thriller