Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତାବିଜ
ତାବିଜ
★★★★★

© Deepak Sarangi

Others

10 Minutes   489    30


Content Ranking

ତାବିଜ

ଦୀପକ ଷଡଙ୍ଗୀ

ମୋ ନାଁ ଆଦିତ୍ୟ ସାମଲ । ମୁଁ ଆଜି ମୋ ଜୀବନ ର ଏମିତି ଗୋଟେ କଥା ଶୁଣେଇବି ଯାହା କୁ ଶୁଣିଲା ପରେ ଯେ କେହି ବି ଆତ୍ମା ଓ ଈଶ୍ଵରଙ୍କ ଅସ୍ତିତ୍ଵ ଉପରେ ବିଶ୍ଵାସ କରିବାକୁ ବାଧ୍ୟ ହେବ ।


୨ ବର୍ଷ ହେଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମ.ଏ ପାସ କରି ଚାକିରି ଖଣ୍ଡେ ପାଇଁ ବୁଲି ବୁଲି ନୟାନ୍ତ ହେଲାପରେ ମଧ୍ୟ କେଉଁଠି କିଛି ମୋ ପାଇଁ ଗୋଟେ ଚାକିରି ର ବ୍ୟବସ୍ଥା ହୋଇପାରୁନଥିଲା । ବଡ କଷ୍ଟରେ ଧରାଧରି କରି ଗୋଟେ କମ୍ପାନୀରେ କିରାଣି ଚାକିରୀ ଖଣ୍ଡେ ପାଇଲି । ଦରମା ମାତ୍ର ୬୦୦୦ ଟଙ୍କା । ଘର ଠାରୁ କମ୍ପାନିର ଦୂରତା ପ୍ରାୟ ୨୦ କିଲୋମିଟର ଥିଲା , ତେଣୁ ସବୁ ଦିନ ମୋଟର ସାଇକେଲ ନେଇ ଯିବାଆସିବା କରିବା, ଏଇ ସ୍ଵଳ୍ପ ଦରମାରେ ମୋ ପକ୍ଷେ ସମ୍ଭବପର ନ ଥିଲା । ତେଣୁ ବସ୍ ରେ ଯିବା ଆସିବା କରି ଦେଉଥିଲି । କମ୍ପାନୀ ଚାକିରୀରେ ଛୁଟି କମ ଆଉ କାମ ବହୁତ ବେଶି ସେଥିପାଇଁ ପ୍ରାୟ ସବୁ ରବିବାର ମଧ୍ୟ ମତେ କମ୍ପାନୀ ଆସିବାକୁ ପଡୁଥିଲା । ଆଉ ରାତି ବେଶି ହୋଇଗଲେ ମୋର ଜଣେ ସହକର୍ମୀଙ୍କ ଘରେ ରହି ଯାଉଥିଲି । ଦିନରେ ଅଫିସରେ କାମ କରୁଥିଲି ଆଉ ସନ୍ଧ୍ୟା ବେଳେ ସମୟ ମିଳିଲେ ସେଇ ପାଖପାଖି ଅଞ୍ଚଳରେ ଗୋଟେ ଅଳ୍ପ ପଇସା ଭଡା ଥିବା ଘରର ସନ୍ଧାନରେ ଥିଲି । ଏମିତି ଘର ଖୋଜୁ ଖୋଜୁ ସେ ଅଞ୍ଚଳର ଶେଷ ମୁଣ୍ଡରେ ଥିବା ଗୋଟେ ଦୁଇ ବଖରିଆ ଘରର ସନ୍ଧାନ ପାଇଲି । ଘରଟି ବହୁତ ଦିନ ହେଲା ଖାଲି ପଡି ରହିଥିଲା । ଘରର ମାଲିକ ମୁମ୍ବାଇରେ ରୁହନ୍ତି , ଦେଖାଶୁଣା ପାଇଁ ପଡିଶା ଘରର ଜଣେ ଭଦ୍ର ବ୍ୟକ୍ତିଙ୍କୁ ଦାଇତ୍ଵ ଦିଆ ଯାଇଥିଲା । ଘରଟି ଅବଶ୍ୟ ଭଲ ଥିଲା । କିନ୍ତୁ ଘରର କାନ୍ଥ ଗୁଡିକ ବହୁତ ପୁରୁଣା ଜଣା ପଡୁଥିଲା । ଛାତ ରୁ ଠାଏଠାଏ ପଲସ୍ତରା ଛାଡି ଯାଇଥିଲା । କିନ୍ତୁ ମୋ ଭଳି ଏକୁଟିଆ ଲୋକ ପାଇଁ ବହୁତ ଭଲ ଥିଲା । ଆଉ ଘର ଭଡା ବି ମାତ୍ର ୮୦୦ ଟଙ୍କା । ଏତେ କମ ପଇସାରେ ଘର ଦୁଇବଖରା ଘର ମିଳିବା ଯଦିଓ ମୋତେ ଟିକେ ଆଶ୍ଚର୍ଯ୍ୟ ବୋଧ କରେଇ ଥିଲା କିନ୍ତୁ ବେଶି କିଛି ନ ଭାବି ଘରେ ରହିବା ପାଇଁ ମନସ୍ଥ କରିନେଲି । ଆଖ ପାଖ ସାଇପଡିଶା ମାନଙ୍କ ଠାରୁ ଶୁଣିବାକୁ ପାଇଲି ଯେ ସେଇ ଘରେ କୁଆଡେ ଗୋଟେ ଅତୃପ୍ତ ଆତ୍ମା ଅଛି ଯେଉଁଥି ପାଇଁ ସେ ଘରେ କେହି ରହିବାକୁ ରାଜି ହେଉନାହାଁନ୍ତି । ସେଥିପାଇଁ ଘର ମାଲିକ ଭଡା କମ କରେଇଛନ୍ତି । ମୋର କିନ୍ତୁ ସେ ଭୁତ ପ୍ରେତ ଆଦି ପ୍ରତି କୌଣସି ଭୟ ବା ସଂଶୟ ମନରେ ନଥିଲା । ମୋ ମତରେ ଏ ଗୁଡା ସବୁ ମନ ଭିତରେ ରହିଥିବା ଗୋଟେ ଭ୍ରମ ମାତ୍ର । ମୁଁ ଠିକ୍ କରିନେଲି ଯେ ସେ ଘରେ ରହିବା ପାଇଁ । ଯେହେତୁ ଘରଟି କଲୋନୀ ଅଞ୍ଚଳ ଠାରୁ ଟିକେ ଦୂରରେ ଥିଲା , ମୁଁ ଭାବିଲି ଯେ ମୋ ସହ ଆଉ ଜଣେ କିଏ ରହୁ ବୋଲି । ଆଉ ଯୋଗକୁ ଆମ କମ୍ପାନୀ ର ରମେଶ ମୋତେ ମିଳିଗଲା । ରମେଶ ଯୁକ୍ତ ଦୁଇ ପାସ କରି ସେଇ କମ୍ପାନୀରେ ଏକ ବର୍ଷ ହେଲାଣି ଅଛି । ତା’ର ବି ମୋରି ଭଳି ଆହୁରି କମ ଦରମା ଏବଂ ଘର କମ୍ପାନୀ ଠାରୁ ୩୦ କିଲୋମିଟର ଦୂର । ସେ ବି ଚାହୁଁ ଥିଲା ଯେ ପାଖାପାଖି ଗୋଟେ କେଉଁଠି ରହିବା ପାଇଁ ଆଉ ଯୋଗକୁ ମୁଁ ମିଳିଗଲି । ରନ୍ଧାବଢା କରିବା ପାଇଁ ଜଣେ ମାଉସୀ ସହ ବି କଥାବାର୍ତ୍ତା ହୋଇଗଲୁ । କିନ୍ତୁ ମାଉସୀଙ୍କର କହିବାର ଥିଲା ଯେ ମୁଁ ଏ ଘର କୁ ରାତିରେ ଆସିବି ନାହିଁ ଯାହା ରାନ୍ଧିବାର ଅଛି ମୋତେ ଦିନରୁ ଦିନରୁ କହି ଦେଇଗଲେ ମୁଁ ରାନ୍ଧି କି ଘୋଡେଇ ଦେଇ ଯିବି ତୁମେ ମାନେ ଆସିଲେ ଖାଇବ ତା’ର ସେଇ କଥାରେ ମୁଁ ଆଉ ରମେଶ ଦୁଇ ଜଣ ନାହିଁ ମାମୁ ଠାରୁ କଣା ମାମୁଁ ଭଲ ନ୍ୟାୟ ରେ ରାଜି ହୋଇ ଗଲୁ ।


ମାସର ୧ ତାରିଖ ଦିନ ମୁଁ ଆଉ ରମେଶ ଆମର ଜିନିଷପତ୍ର ଧରି ନୂଆ ଘରେ ହାଜର ହେଇ ଗଲୁ । ଘରଟି ଖୁବ ପୁରୁଣା ଜଣା ପଡୁଥାଏ । ଘର ଚାରି ପଟେ ଭାଙ୍ଗି ଯାଇଥିବା ପାଚେରି । ଅଗଣା ଭିତରେ ବିଭୀର୍ଣ୍ଣ ପ୍ରକାରର ଆମ୍ବ, ନଡିଆ, ପଣସ ଆଦି ଗଛର ସଂଭାର । ଘରର ପଛ ପଟେ ଗୋଟେ ପୋଖରୀ । ପୋଖରୀ ଭିତରେ ଦଳ ଭର୍ତି, ଲାଗୁଥାଏ ଯେମିତି କେଉଁ କାଳୁ ସେ ସଫା ହୋଇନି । ଘରର କିଛି ଦୂରରେ ସେଇ ଅଗଣା ଭିତରେ ଗୋଟେ ନଳକୂପ ଓ ତା ଠାରୁ ଚାରି ହାତ ଛାଡି ପାଇଖାନା । ଆମକୁ ସେଇ ନଳକୂପ ପାଣିରେ ହିଁ ରୋଷେଇ ଓ ପିଇବା ପାଇଁ ବ୍ୟବହାର କରିବାକୁ ପଡିବ । ଘର ଭିତରେ ଦୁଇଟି ବଖରା , ରୋଷେଇ ଘର ଓ ଗୋଟେ ବୈଠକଖାନା । ଆମେ ଦୁଇ ଜଣ ବହୁତ ଭଲ ଭାବରେ ସେ ଘରେ ନିଜକୁ ନିଜେ ଖୁବ୍ ଶୀଘ୍ର ଖାପ ଖୁଆଇନେଲୁ । ସବୁଦିନ ଆମେ ଦୁଇ ଜଣ ଗୋଟିଏ ଘରେ ତଳେ ମସିଣା ପାରି କଥାବାର୍ତା ହୋଇ ରାତିରେ ଶୋଇ ପଡୁ । ଦିନ ଗୁଡିକ ଖୁବ ଭଲ ଭାବରେ କାଟି ଚାଲିଥାଏ ।


ଏଇ ଭିତରେ ଅକ୍ଟୋବର ମାସ ଆସିଗଲା । ଦୂର୍ଗାପୂଜା ପାଇଁ କମ୍ପାନୀ ଚାରି ଦିନ ଛୁଟି । ଛୁଟିରେ ମୁଁ ଆଉ ରମେଶ ଦୁଇ ଜଣ ଯାକ ଘରକୁ ଚାଲି ଆସିଲୁ ମୁଁ ଘରେ ଚାରି ଦିନ ଛୁଟି କାଟି ରବିବାର ବାହାରିଲି କମ୍ପାନୀ ଅଭିମୁଖେ ଭାବିଲି ସାଙ୍ଗରେ ମୋଟର ସାଇକେଲଟା ନେଇ ଗଲେ ସମୟ ଅସମୟେ କାମରେ ଆସିବ । ମୋଟର ସାଇକେଲ ଧରି ଆସିବା ବେଳେ ବାଟରେ ତାରକେଶ୍ଵର ମହାଦେବଙ୍କ ମନ୍ଦିର ପଡେ । ସେହି ଶିବ ମନ୍ଦିରରେ ଜଣେ ସାଧୁ କୈଳାସ ମିଶ୍ର ରୁହନ୍ତି । ତାଙ୍କୁ ମୁଁ ପିଲା ଦିନରୁ ଚିହ୍ନିଛି । ବାବା ଜଣେ ସିଦ୍ଧ ପୁରୁଷ ବୋଲି ଆମ ଗାଁ ରେ ତାଙ୍କର ବଡ ଖ୍ୟାତି । ଆମେ ପିଲାଦିନେ ମନ୍ଦିର ବେଢାରେ ଲୁଚକାଳି ଖେଳୁ ପୂଜା ସରିଲେ ବାବା ଆମକୁ ଠାକୁରଙ୍କ ପାଖେ ଭୋଗ ଲାଗିଥିବା ନଡିଆ, କଦଳୀ ,ଆମ୍ବ ଇତ୍ୟାଦି ଖାଇବାକୁ ଦିଅନ୍ତି । ଦେଖିଲି ବାବା ବାହାରେ ଛିଡା ହେଇଛନ୍ତି ଗାଡି କି ରାସ୍ତାର କଡ କୁ ରଖି ବାବଙ୍କୁ ପ୍ରଣାମ କଲି ବାବା ମୋତେ ପଚାରିଲେ କୁଆଡେ ଯାଉଛୁ “ମୁଁ କହିଲି ମୋର ଏଇ ଆଗ ସହର ପାଖରେ ଗୋଟେ କମ୍ପାନୀରେ ଚାକିରି ହୋଇ ଯାଇଛି । ଛୁଟିରେ ଘରକୁ ଆସିଥିଲି । କାଲି ସୋମବାର ମୋତେ ସକାଳୁ ଯାଇଁ ଅଫିସ ରେ ହାଜିର ହେବାକୁ ପଡିବ ସେଥିପାଇଁ ଚାଲି ଯାଉଛି ଆଜି” । ବାବା କିଛି ସମୟ ନୀରବ ରହି ମୋ ଆଡକୁ ଚାହିଁ କହିଲେ “ଆଦି! ତୁ ଯଦି ଆଜି ନ ଯାଇ କାଲି ସକାଳୁ ଯାଅନ୍ତୁ କଣ ହୁଆନ୍ତା ନାହିଁ” । ମୁଁ ଧୀରେ କହିଲି “ନା ବାବା ନୂଆ ନୂଆ ଚାକିରି କରିଛି ଆଉ କାଲି ଅଫିସରେ ଗୋଟେ ମିଟିଙ୍ଗ୍ ଅଛି । ମୁଁ ଯଦି ଆଜି ଠାରୁ କାଗଜପତ୍ର ପ୍ରସ୍ତୁତ ନ କରି ରଖିବି ତେବେ ମୁଁ ହିଁ କାଲି ହଇରାଣ ହେବି” । ଆଉ ବେଶି କିଛି ନ କହି ବାବାଙ୍କୁ ପ୍ରଣାମ କରି ମୁଁ ବାହାରି ଆସିଲି ।


ଘରେ ପହଞ୍ଚୁ ପହଞ୍ଚୁ ଦିନ ଦୁଇଟା ବାଜି ଯାଇଥାଏ । ବାଟରେ ଗଲା ବେଳକୁ ହୋଟେଲ ରୁ ଖାଇବା କିଣିକରି ନେଇ ଯାଇଥାଏ । ଗାଧୁଆପାଧୁଆ ସାରି ଖାଇ କି କିଛି ସମୟ ଶୋଇ ପଡିଲି । ୫ଟା ବେଳକୁ ଉଠି ମୁହଁ ହାତ ଧୋଇ ଗୋଟେ ପତ୍ରିକା ଧରି ଚେୟାର ପକେଇ ଘର ଆଗରେ ବସି ପଢିବାକୁ ଆରମ୍ଭ କଲାବେଳକୁ ଦେଖିଲି ଆମ ଗାଁ ର ସନିଆ ଦଉଡି ଦଉଡି ଆସି ମୋ ଘର ଆଗରେ ହାଜର । ତା’କୁ ଦେଖି ମୁଁ ଟିକେ ଶଙ୍କା ପାଇଗଲି ଭାବିଲି ଘରେ କ’ଣ କାହାର କିଛି ହୋଇଗଲା ନା କଣ? ମୁଁ ତାକୁ କିଛି କହିବାକୁ ଉଦ୍ୟତ ହୁଅନ୍ତେ ସେ କହିଲା “ସାନବାବୁ ମା ମୋ ହାତରେ ଏଇ ଚିଠି ଆଉ ଗୋଟେ ପୁଡିଆ ପଠେଇଛନ୍ତି ତୁମକୁ ଦେବାକୁ” । ମୁଁ ସନିଆ ଠାରୁ ଚିଠି ଆଉ ପୁଡିଆ ଟି ରଖି ତା ହାତରେ କୋଡିଏ ଟଙ୍କା ଦେଇ ତାକୁ ଗାଁ କୁ ବିଦା କରିଦେଲି । ମୋ ମା ପଠେଇ ଥିବା ଚିଠିକୁ ଖୋଲି ପଢିଲି । ସେଥିରେ ମା ଲେଖିଥିଲା “ଆଦି ଆଜି ତୁ ଗଲା ପରେ କୈଳାସ ବାବା ଆମ ଘରକୁ ଆସିଥିଲେ । ସେ ମୋତେ ଗୋଟେ ତାବିଜ ଦେଇ କହିଲେ ଯେ “ଏଇ ତାବିଜଟିକୁ ଆଦି ପାଖରେ ଆଜି ହିଁ ପହଞ୍ଚି ଯିବା ଦରକାର ତା’କୁ କହିବୁ ସେ ଆଜି ହିଁ ତାବିଜ କୁ ତା’ର ଡାହାଣ ହାତ ବାହୁରେ ୨୧ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ବାନ୍ଧି ଦେବ । ଆଉ କୌଣସି କଥାରେ ହଠାତ ଡରି ଯିବ ନାହିଁ । ଆଉ ଯଦି ଅଧିକ କିଛି କଷ୍ଟ ବା ଭୟ ଲାଗେ ତେବେ ନିରନ୍ତର ଭାବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପାଇଁ ତାକୁ କହିବୁ” । ତୋ ପାଇଁ ମୁଁ ସନିଆ ହାତରେ ତାବିଜଟି ପଠେଇଲି ତୁ ଯେମିତି ହେଲେ ୟାକୁ ଆଜି ହିଁ ହାତରେ ବାନ୍ଧିଦେବୁ । ପୁଡିଆ ଖୋଲି ତାବିଜ ବାହାର କଲା ବେଳକୁ ଦେଖିଲି ରମେଶ ବ୍ୟାଗ ଧରି ଆସୁଛି । ତା’ କୁ କହିଲି ମୋ ହାତରେ ମା ଦେଇ ଥିବା ତାବିଜ କୁ ବାନ୍ଧି ଦେବାକୁ । ମାଉସୀ ଯେହେତୁ ଆସି ନଥିଲା ମୁଁ ରମେଶ କୁ କହିଲି ପାଖ ହୋଟେଲ ରୁ କିଛି ଖାଇବା ନେଇ ଆସିବ ରାତି ପାଇଁ । ମୁଁ ଆଉ ରମେଶ ଖାଇ ଦେଇ ଶୋଇବାକୁ ଗଲୁ । କଥାବାର୍ତ୍ତା ହଉହଉ ଆମକୁ ନିଦ ଚାଲି ଆସିଛି ।


ଆମ ମୁଣ୍ଡ ଉପରେ ଝରକା ଟା ଖୋଲା ଅଛି । ଆକାଶରେ କଳା ବାଦଲ ଢାଙ୍କି ହେଇଯାଇଛି । ମଝିରେ ମଝିରେ ଝିପଝିପ ବର୍ଷା ବି ହେଉଛି । ବେଳେବେଳେ ଜୋରରେ ପବନ ବହିବାରୁ ଆକାଶରୁ ମେଘ ଗୁଡିକ ଘୁଞ୍ଚି ଯାଉଛି ଏବଂ ଏକାଦଶୀର ହାଲକା ଜୋତ୍ସ୍ନା କିରଣ ଆମ ଘର ଭିତରେ ଆସି ପଡୁଛି । ରାତି ପାଖାପାଖି ୨ଟା ହେବ ମୋ ନିଦ ହଠାତ୍ ଭାଙ୍ଗି ଯିବାରୁ ମଳମଳ ନିଦୁଆ ଆଖିରେ ମୁଁ ଦେଖି ପାରୁଛି ଯେ ଆମ ଘରର କବାଟ ପାଖରେ କେହି ଜଣେ ବୟସ୍କ ବୃଦ୍ଧ ବସି ରହିଛି । ଗାଲ ଦୁଇଟା ତାର ଝୁଲି ପଡିଛି । ମାଢିରେ ଦାନ୍ତ ନାହିଁ । ମୁଣ୍ଡରେ ଧଳା ଚୁଟି ଗୁଡା ଅଲରା ହୋଇ ରହିଛି । ଆଖି ଯୋଡିକ କୋରଡ ଭିତରେ ପଶି ଯାଇଛି କିନ୍ତୁ ସେଇ ଆଖିରୁ ଯେପରି କ୍ରୋଧ ଆଉ ଘୃଣା ସ୍ପଷ୍ଟ ବାରି ହୋଇପଡୁଛି । ମୋତେ ଲାଗିଲା ସତେ ଯେପରି ତା’ର ଲମ୍ବା ଲମ୍ବା ବଡ ବଡ ନଖ ଥିବା ହାତ ଦୁଇଟା ମୋର ବେକ ଆଡକୁ ମାଡି ଆସୁଛି । ତା’ କୁ ଦେଖି ମୁଁ ଶିହରି ଉଠିଲି ଆଖି ବନ୍ଦ କରି ଶୋଇ ବାକୁ ଚେଷ୍ଟା କଲି । କିନ୍ତୁ ଶୋଇ ପାରିଲି ନାହିଁ । ଆଖି ଖୋଲି ପୁଣି ଦେଖିଲା ବେଳକୁ ସେଇ ବିଭଶ୍ଚ ଚେହରା ମୋରି ଆଡକୁ ଅନେଇଛି । ପୁଣି ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି କିନ୍ତୁ ପାରିଲି ନାହିଁ । ଏତିକି ବେଳେ ମା ଦେଇଥିବା ତାବିଜ ର କଥା ମନେ ପଡିଗଲା । ମନେମନେ ଭାବିଲି ମୋର କଣ ହବ ମୋ ହାତରେ ତ ତାବିଜ ଅଛି ଏବଂ ମନ ଭିତରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ଲାଗିଲି । ପୁଣି କିଛି ସମୟ ପରେ ଆଖି ଖୋଲି ଦେଖିଲା ବେଳକୁ ସେ ଭୟଙ୍କର ଚେହେରା ଆଉ ମୋ ସାମ୍ନା ରେ ନାହିଁ । ମୁଁ ଶେଯରୁ ଉଠି ପଡିଲି ଲାଇଟ ଲଗେଇଲି । ଘଡି କି ଚାହିଁଲା ବେଳକୁ ସମୟ ଭୋର ୪.୩୦ । ମୁଁ ରମେଶକୁ ଡାକିକି ଉଠେଇଲି ଆଉ ତାକୁ ସବୁ କଥା କହିଲି । ମୋ କଥା ଶୁଣି ସେ ବି ଭୟରେ ଶିହରି ଉଠିଲା । ଆମେ ଦୁଇ ଜଣ ଆଉ ନ ଶୋଇ କଥାବାର୍ତ୍ତା ରେ ହିଁ ଅବଶିଷ୍ଟ ସମୟ କାଟି ଦେଲୁ ।

ଦିନ ୯ ଟା ବେଳକୁ ଆମେ ଅଫିସ ପାଇଁ ବାହାରି ଗଲୁ । ସେଦିନ ମୋତେ ଟିକେ ବିବ୍ରତ ଲାଗୁଥାଏ । ଖାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ମୋତେ ଗୋଟେ ଚିଠି ଦେଇ ଗଲା ଚିଠି ଉପରେ କୈଳାସ ବାବାଙ୍କର ନାଁ ଲେଖା ଥିଲା । ଚିଠି ଖୋଲି କି ପଢିଲି ସେଥିରେ ଲେଖା ଥିଲା “ପ୍ରିୟ ଆଦିତ୍ୟ ଗତ କାଲି ମୋ ସହ ଦେଖା କରି ଯିବା ପରେ ମୁଁ ତୁମ ଘର କୁ ଯାଇ ବାବା ତାରକେଶ୍ଵରଙ୍କର ଗୋଟିଏ ତାବିଜ ତୁମ ପାଇଁ ତୁମ ମା ଙ୍କୁ ଦେଇ ଆସିଛି । ଆଉ କହି ଆସିଛି ଯେ ଯେପରି ତୁମେ ଯେତେ ଶୀଘ୍ର ପାର ତୁମେ ସେ ତାବିଜ ଟିକୁ ତୁମ ହାତରେ ଧାରଣ କରିନିଅ । ଆଉ ତା ପରେ ଯଦି ତୁମ କୁ ଭୟ ଲାଗେ ବା କୌଣସି କଷ୍ଟ ଅନୁଭବ ହୁଏ ତେବେ ତୁମେ ନିରନ୍ତର ଭାବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବ । ଇତି ବାବା କୈଳାସ ନାଥ ।


ଚିଠି ଟି ନେଇ ମୁଁ ରମେଶ କୁ ପଢିବାକୁ ଦେଲି । ସେ ମଧ୍ୟ ଚିଠି ଟି ଖୁବ ଆଶ୍ଚର୍ଯ୍ୟ ହୋଇଗଲା । ସେଦିନ ଆମେ ଦୁଇ ଜଣ ଅଫିସରୁ ହାଫ୍ ଛୁଟି ନେଇ ମୋ ମୋଟର ସାଇକେଲ ରେ ବାହାରି ଗଲୁ ମୋ ଗାଁ କୁ । ବାଟରେ ତାରକେଶ୍ଵର ମନ୍ଦିର ପାଖରେ ଓଲହାଇ ବାବା କୈଳାଶ ନାଥ ଙ୍କୁ ଦେଖା କରିବାକୁ ଗଲୁ । ବାବାଙ୍କୁ ଦେଖା କରି ଅଶେଷ ଧନ୍ୟବାଦ ଦେବା ସହ ମୁଁ ବାବାଙ୍କୁ ପଚାରିଲି “ବାବା ଆପଣ କେମିତି ଜାଣିଲେ ଯେ ମୁଁ ସେଇ ରାତିରେ ସେଇ ଘରେ ଡରିବି ବୋଲି ?” ବାବା ଟିକେ ମୃଦୁ ହସି କହିଲେ “ତୁମେ ଯେତେବେଳେ ସେଦିନ ଆସି ମୋତେ ପ୍ରଣାମ କଲ ସେଦିନ ମୁଁ ଦେଖିଲି ଗୋଟେ ଅତୃପ୍ତ ଆତ୍ମା ତୁମ ପଛରେ ଛିଡା ହୋଇଛି । କୌଣସି କାରଣ ରୁ ସେ ତୁମ ଉପରେ ଭୟଙ୍କର ଭାବେ ରାଗି ଯାଇଛି । ତୁମକୁ ଜୀବନରୁ ମାରି ଦେବା ହିଁ ତାର ଲକ୍ଷ୍ୟ ଥିଲା । କିନ୍ତୁ ଉପଯୁକ୍ତ ସମୟ ନ ପାଇବାରୁ ସେ ସେଥିରେ ସଫଳ ହୋଇ ପାରିନି । ତୁମେ ଯିବା ପରେ ମୁଁ ଗଣନା କରି ଦେଖିଲି ଯେ ସେହି ଆତ୍ମା ଟି ତୁମକୁ ଏକାଦଶୀ ରାତ୍ରି ରେ ହିଁ ମାରିବାକୁ ବସିଥିଲା । ସେଥିପାଇଁ ମୁଁ ଶୀଘ୍ର ଯାଇଁ ତୁମ ମା ଙ୍କୁ ଭେଟି ତାବିଜଟି ଦେଇ ଆସିଲି” । ମୁଁ ପୁଣି ଉତ୍ସାହ ରେ ପଚାରିଲି “ବାବା ମୋ ସଙ୍ଗେ ମୋ ବନ୍ଧୁ ରମେଶ ମଧ୍ୟ ଥିଲା ତାକୁ ତ ସେମିତି କିଛି ଅନୁଭବ ହେଲା ନାହିଁ କାହିଁକି? ସେ ମଧ୍ୟ ସେଦିନ ରାତିରେ ମୋ ସଙ୍ଗେ ଥିଲା” । ବାବା ପୁଣି କହିଲେ “ତୁମ ସାଙ୍ଗରେ ଯେଉଁ ବନ୍ଧୁ ଅଛି ତା’ର ନାଁ କଣ ?ଆଦିତ୍ୟ ରମେଶ କୁ ଚାହିଁ କହିଲା “ୟାଙ୍କ ନାଁ ରମେଶ ଚନ୍ଦ୍ର ମିଶ୍ର । ବାବା କହିଲେ “ସେ ହେଉଛି ବ୍ରାହ୍ମଣ ତାଙ୍କ କାନ୍ଧରେ ପଇତା ଅଛି ସେଥିପାଇଁ ସେ ତାର କିଛି କ୍ଷତି କରିପାରିବ ନାହିଁ । ତୁମେ ହେଉଛ ଶୂଦ୍ର ସେଥି ପାଇଁ ତୁମେ ତାର ଲକ୍ଷ୍ୟରେ ଥିଲ” । ତା’ପରେ ମୁଁ ପୁଣି ପଚାରିଲି “ସେ କଣ ମୋତେ ଏବେ ବି ଲକ୍ଷ୍ୟ ରେ ରଖିଛି”? ବାବା କହିଲେ “ହଁ ସେ ତୁମକୁ ଏବେ ବି ଲକ୍ଷ୍ୟ କରି ରହିଛି। ତୁମେ ଯେତେ ଶୀଘ୍ର ପାର ସେ ଘର ଛାଡି ଦିଅ ଏବଂ ଏହି ତାରକେଶ୍ଵର ତାବିଜ ଟି ତୁମେ ତୁମ ହାତ ରୁ କେବେ ବି ଉତାରିବ ନାହିଁ” । ଆମେ ଦୁଇ ଜଣ ବାବାଙ୍କୁ ପ୍ରଣାମ କରି ଚାଲି ଆସିଲୁ । ପରଦିନ ଆମେ ସେ ଘର ମଧ୍ୟ ଛାଡି ଦେଲୁ ।


ଏହା ପରେ କିଛି ଦିନ ପରେ ମୋତେ ଭୁବନେଶ୍ବରରେ ଗୋଟେ ଭଲ ଚାକିରୀ ମିଳିଗଲା ମୁଁ ସେ କମ୍ପାନୀ ଛାଡି ଭୁବନେଶ୍ଵର ଚାଲି ଆସିଲି । ଏହା ମଧ୍ୟରେ ଦୀର୍ଘ ୧୨ ବର୍ଷ କଟି ଯାଇଥାଏ । ମୋର ବାହାଘର ସରି ମୋର ଗୋଟିଏ ଝିଅ ଓ ପତ୍ନୀ ସହ ମୁଁ ଭୁବନେଶ୍ବର ରେ ରହୁଥାଏ । ମୋ ହାତରେ ସେ ତାବିଜ ସେମିତି ଥାଏ । ଥରେ ଅଫିସ କାମରେ ମୋତେ ସମ୍ବଲପୁର ଯିବାର ଥିଲା ଏମିତି ବି ମୁଁ ସବୁ ଥର ସମ୍ବଲପୁର କି ଅନ୍ୟ କୌଣସି ଟୁର୍ ରେ ଯିବାର ଥିଲେ ମୁଁ ବସ୍ କିମ୍ବା ଟ୍ରେନ୍ ରେ ଯାଏ । କାଇଁ ଏଥର ମନେ ହେଲା ଯେ ମୁଁ ମୋ ନିଜ କାର୍ ରେ ସମ୍ବଲପୁର ଏକା ଚଲେଇକି ଯିବି । ପତ୍ନୀଙ୍କ ବାରଣ ସତ୍ବେ ମୁଁ କାର୍ ଧରି ସନ୍ଧ୍ୟା ୬ ଟାରେ ସମ୍ବଲପୁର ଅଭିମୁଖେ ବାହରିପଡିଲି । ଗାଡି ଚାଲି ଥାଏ ରାତି ଆସି ୨ ଟା ପାଖା ପାଖି ହେବ ମୁଁ ରେଢାଖୋଲ ଜଙ୍ଗଲ ଦେଇ ଯାଉଥାଏ । ହଠାତ୍ ଦେଖିଲି ସେଇ ଜିର୍ଣକାୟ ବୃଦ୍ଧ ମୋ କାର୍ ଆଗରେ ଆସି ଛିଡା ହେଇ ଗଲା । ମୁଁ ହଠାତ୍ ବ୍ରେକ ମାରିବାରୁ ଗାଡିର ଚକା ରାସ୍ତାରେ ଘୋଷାଡ଼ି ହୋଇ ରହିଗଲା । ଦେଖିଲି ସେଇ ବିଭଶ୍ଚ ଚେହେରା । ସେ ମୋ କାର୍ ଉପରକୁ ଧୀରେ ଧୀରେ ଚଢିବାକୁ ଚେଷ୍ଟା କରୁଥାଏ । ମୁଁ ଯେତେ ଚେଷ୍ଟା କଲେ ବି ମୋ କାର ଷ୍ଟାର୍ଟ ହେଉ ନ ଥାଏ । ସେ ଚେହରା ମୋର ଆହୁରି ନିକଟତର ହେଉଥାଏ । ଆଖିରୁ ତା’ର ନିଆଁ ବହରିଲା ଭଳି ମନେ ହଉଥାଏ । ଏକ ବିକଟାଳ ରଡି ସେ କଲା ମୁଁ ଭୟରେ ଆଖି ବୁଜି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିକରି ମୂର୍ଚ୍ଛା ହୋଇଗଲି । ସକାଳୁ ଲୋକ ମାନେ ଆସି ମୋତେ କାର୍ ଭିତରୁ ଉଦ୍ଧାର କଲେ । ମୁଁ ଦେଖିଲି ମୋ କାର୍ ର କାଚ ଉପରେ କିଛି ପାଉଁଶ ଭଳି ଜିନିଷ ପଡି ରହିଛି । କାର୍ କୁ ନେଇ ସ୍ଥାନୀୟଲୋକେ ଗ୍ୟାରେଜ୍ ରେ ଦେଲେ । ମୁଁ ସେଦିନର ସମ୍ବଲପୁର ଯିବାକୁ ବାତିଲ କରି ଭୁବନେଶ୍ଵର ଫେରି ଆସିଲି । ୟା ଭିତରେ ୫ ବର୍ଷ ବିତି ଗଲାଣି ମୁଁ ଆଉ ସେ ବିଭଶ୍ଚ ଚେହରାକୁ କେବେ ବି ଦେଖିବାକୁ ପାଇନି । ମୁଁ ବହୁତ ଥର ମୋ କାର୍ ନେଇ ଡ୍ରାଇଭର ସାଙ୍ଗରେ ସମ୍ବଲପୁର ଯାଇଛି କିନ୍ତୁ କୌଣସି ଥର ବି ଅସୁବିଧାରେ ପଡିନି । ମା କୁ ଆଣି ଭୁବନେଶ୍ଵରରେ ମୋ ପାଖରେ ରଖିଛି । ବାବା କୈଳାସ ନାଥଙ୍କର ଦେହାନ୍ତ ଦୁଇ ବର୍ଷ ହେଲାଣି ହୋଇ ଗଲାଣି , କିନ୍ତୁ ସେ ଦେଇଥିବା ତାବିଜ ମୁଁ ଏ ପର୍ଯ୍ୟନ୍ତ ମୋ ଡାହାଣ ହାତ ବାହୁରେ ବାନ୍ଧିଛି ଓ ସେ ପଠେଇଥବା ଚିଠି ଏବେ ବି ମୋ ପାଖରେ ଅଛି ।




ତାବିଜ ଦରମା ମହା ମୃତ୍ୟୁଞ୍ଜୟ ମନ୍ତ୍ର

Rate the content


Originality
Flow
Language
Cover design

Comments

Post

Some text some message..