Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Abstract Inspirational

2  

Prasant Kumar Senapati

Abstract Inspirational

ପ୍ରେରଣାର ସ୍ରୋତ

ପ୍ରେରଣାର ସ୍ରୋତ

2 mins
7.3K


ଗୋଟିଏ ଅନ୍ଧ ଯୁବକ ଫୁଟପାଥରେ ବସିଥାଏ । ତାର ସାମନାରେ ଏକ ଟୋପି ରଖିଥାଏ ଓ ବାମ ପାଖରେ ଏକ ବୋର୍ଡ ରଖା ଯାଇଥାଏ। ଯେଉଁଥିରେ ଲେଖାଥାଏ "ମୁଁ ଅନ୍ଧ ଅଟେ, ମୋତେ ସାହାର୍ଯ୍ୟ କର ।" ଟୋପିରେ ଅଳ୍ପ କିଛି ଖୁଚୁରା ପଇସା ପଡିଥାଏ । ସେହି ରାସ୍ତା ଦେଇ ଯାଉଥିବା ଜଣେ ଲୋକ ଅନ୍ଧ ଯୁବକକୁ ଦେଖି ଅଟକିଲା ଓ ନିଜ ପର୍ସରୁ କିଛି ପଇସା ଖୋଲି ଟୋପିରେ ପକାଇଲା । ପୁନଶ୍ଚ ସେ ବୋର୍ଡକୁ ଓଲଟାଇ କିଛି ଲେଖିଦେଇ ଚାଲିଗଲା ।ଅଳ୍ପ ସମୟ ଭିତରେ ଟୋପି ଭରିଗଲା । ପ୍ରାୟତଃ ଅନେକ ଲୋକ ଅନ୍ଧ ଯୁବକକୁ କିଛି ନା କିଛି ଦେଇ ଯାଉଥାନ୍ତି । ଦ୍ଵିପ୍ରହରେ ବୋର୍ଡ ବଦଳାଇ ଲେଖି ଯାଇଥିବା ଯୁବକଟି ଫେରି ଦେଖିବାକୁ ଆସିଲା ଯେ ତାର ଶବ୍ଦ ଅନ୍ୟ ମାନଙ୍କ ଉପରେ କିଛି ପ୍ରଭାବ ପକାଇଛି କି ନାହିଁ ।

ଅନ୍ଧଟି ଯୁବକର ପାଦ ଶବ୍ଦ ଶୁଣି ଚିହ୍ନି ପାରିଲା ଓ ପଚାରିଲା ଆପଣ ସକାଳେ ମୋ ବୋର୍ଡ ବଦଳାଇ ଥିଲେ ? ଆପଣ ବୋର୍ଡରେ କଣ ଲେଖିଥିଲେ ? ଉକ୍ତ ଯୁବକଟି କହିଲା ମୁଁ ସତ୍ୟ ଲେଖିଥିଲି । ମୁଁ ତୁମ ଲେଖାକୁ ବଦଳାଇ ଭିନ୍ନ ଏକ ପ୍ରକାର ଲେଖିଥିଲି ଯେ "ଆଜି ଏକ ବହୁତ ସୁନ୍ଦର ଦିନ କିନ୍ତୁ ମୁଁ ଏହାକୁ ଆପଣ ମାନଙ୍କ ପରି ଉପଭୋଗ କରି ପାରୁନି । ଆପଣଙ୍କୁ କଣ ଲାଗୁଛି ? ପୂର୍ବ ଶବ୍ଦ ଓ ପରବର୍ତ୍ତି ଶବ୍ଦ ଉଭୟ ଗୋଟିଏ ଅର୍ଥ ବୁଝାଉଥିଲେ । ଏହା ନିଶ୍ଚିତ ଯେ ଦୁଇଟି ଯାକ ବାକ୍ୟ ଗୋଟିଏ ସଂକେତ ଦେଉଥିଲେ ଯେ ଯୁବକଟି ଅନ୍ଧ । କିନ୍ତୁ ପ୍ରଥମ ବାକ୍ୟ ଏହି ସଂକେତ ଦେଉଥିଲା ଯେ ସେ ଯୁବକଟି ଅନ୍ଧ । ଯେତେବେଳେ ଦ୍ଵିତୀୟ ବାକ୍ୟଟି ସଂକେତ ଦେଉଥିଲା ଯେ ତୁମେ କେତେ ଭାଗ୍ୟଶାଳୀ ଅଟ ଓ ତୁମେମାନେ ମୋ ପରି ଅନ୍ଧ ନୁହଁ । କଣ ପ୍ରକୃତରେ ଦ୍ଵିତୀୟ ବାକ୍ୟଟି ଅଧିକ ପ୍ରଭାବଶାଳୀ ଅଟେ କି ? ଏ କାହାଣୀ ଆମକୁ ଏହି ଶିକ୍ଷା ଦେଉଛି ଯେ ଯାହା ଆମ ପାଖରେ ଅଛି, ସେଥିପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ୍ । ରଚନାତ୍ମକ ରୁହ, ସକରାତ୍ମକ ଭାବନା ରଖ । ଲୋକମାନଙ୍କୁ ସକରାତ୍ମକ ଭାବନା ପ୍ରତି ଆକର୍ଷିତ କରାଅ । ଜୀବନ ଆମକୁ କାନ୍ଦିବା ପାଇଁ ଗୋଟିଏ କାରଣ ଦେଇଥାଏ କିନ୍ତୁ ହସିବା ପାଇଁ ଦଶଟି କାରଣ ଦେଇଥାଏ ।

      ସମାଜର ଦର୍ପଣ

     -:ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Abstract