Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପଲା
ପଲା
★★★★★

© Shaktiprava Mishra

Others

2 Minutes   14.5K    11


Content Ranking

"ସତରେ ସୁଶାନ୍ତ , କିଛିଟା ବର୍ଷ ଭିତରେ ଯୁଗ କେମିତି ବଦଳିଗଲା ଦେଖ ତ ! ଝିଅ ମାନେ ପାଠ ପଢ଼ି ଚାକିରି କରିବାରୁ ଏସବୁ ସମ୍ଭବ ହୋଇପାରିଲା ସିନା। ଏବେ ଆଉ ନିଜ ଇଚ୍ଛାର ଜୀବନଟେ ବଂଚିବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡିବନି ।ନହେଲେ ଆମବେଳେ କେତେ କଣ କାଇଦା କଟକଣା ନଥିଲା କୁହ ତ ! ବାପରେ ବାପ ! ସେ ଦିନଗୁଡା ମନେ ନପଡିବା ଭଲ । ଏଇ ଡରରେ ତ ଝିଅ ଜନ୍ମ ପରେ ମନଭରି ଖୁସି ଟିକେ ହେଇପାରିନଥିଲି ମୁଁ । ହଉ ,ଛାଡ଼ ସେ କଥା ! ତମକୁ ଆଜି ଗୋଟେ ଖୁସି ଖବର ଦେବି । କୁକୁ ଆସୁଛି ଏଇ ଦୀପାବଳିରେ। ପ୍ରତୀକ ଆଉ ପିହୁକୁ ସାଥିରେ ନେଇ ।"

"ପ୍ରତୀକଙ୍କର ଘରେ ପରା ମା'କାଳୀ ଇଷ୍ଟଦେବୀ । ତମ ଝିଅ ଶାଶୁଘରର କାଳୀ ପୂଜାରେ ଉପସ୍ଥିତ ନ ରହି ପୁରା ପରିବାର ସହିତ ଦୀପାବଳି ମନେଇବାକୁ ଅଷ୍ଟ୍ରେଲିଆରୁ ଆସୁଛି ଭୁବନେଶ୍ୱର ? ଏତେ ପାଠପଢି ଏଡେବଡ ଚାକିରି କଲା ଅଥଚ" ........

"କଣ କହିବାକୁ ଚାହୁଁଛ ତୁମେ ? ଝିଅ ଘରକୁ ଆସିବନି ? ତୁମ ମନରେ ତ ମୁଁ ଆଦୌ ଖୁସି ଦେଖୁନାହିଁ । ମନେହେଉଛି ତୁମ ପୌରୁଷକୁ ବାଧୁଛି କଥାଟା । ହବନି କେମିତି ? ସାରା ଜୀବନ ପୁରୁଷର ଗର୍ବରେ ଆମଘର ଆମଘର ରଟି ମୋତେ ଯୋଉ ଭିଡ଼ିନେଉଥିଲ ତୁମ ଗାଁକୁ । ଏବେ ବଦଳିବା ଯୁଗଟା ସେଥିପାଇଁ ପସନ୍ଦ ହେଉନାହିଁ ।"

"ନାଇଁ ସଂଯୁକ୍ତା , ମୋତେ ବୁଝିବାକୁ ଚେଷ୍ଟା କର । ମୋ ଝିଅ ଘରକୁ ଆସିଲେ ମୁଁ ଖୁସି ହେବିନି

କାହିଁକି ? ଝିଅ ତୁମର ଭଲପାଇ ବାହାହେଲା । ଅଥଚ ଏବେ କହୁଛି ଶାଶୁଘରେ ସେ ରହିପାରିବନି ।ବାଧ୍ୟହୋଇ ପ୍ରତୀକ ତା ଖୁସିପାଇଁ ହଁ ମାରିଥିବ । ତାର କଣ ଏକଥା ବୁଝିବା ଉଚିତ ନୁହେଁ ସେ ବର୍ତ୍ତମାନ ପ୍ରତୀକର ପରିବାରର ଗୋଟିଏ ସଦସ୍ୟ ବୋଲି ?କଲିକତାରେ ଆଗ କିଛିଦିନ ରହି ତାପରେ ଭୁବନେଶ୍ୱର ଆସିପାରିଥାନ୍ତା । ମୁଁ ବି ବୁଝିପାରୁନି କେମିତିଆ ମା' ଟେ ହେଇଛ ତୁମେ ? ଝିଅକୁ ଠିକ ଶିକ୍ଷା ଦେବା ପରିବର୍ତ୍ତେ ତାର ତୁମ ପାଖକୁ ଆସିବା ଖୁସିରେ ଏତେ ବିଭୋର ହୋଇଉଠିଛ ଯେ ଆଉ ଗୋଟିଏ ମା'ର ଦୁଃଖ ତୁମକୁ ଦେଖାଯାଉନି ? ତା ଶାଶୁଘର ମଣିଷମାନେ ସମସ୍ତେ ପ୍ରତୀକଙ୍କ ପରି ଶାନ୍ତ ଆଉ ଭଦ୍ର । ତା ସତ୍ତ୍ୱେ....। ତୁମେ କୁହ ତ ସମ୍ବନ୍ଧି ପଚାରିଲେ କଣ ଉତ୍ତର ଦେବି ମୁଁ ?"

"ହେଲା ହେଲା.....ଏତେ ଆଉ ଭାଷଣବାଜି କରନି । ଆଜିକାଲିକା ପିଲା ସେମାନେ । ତାଙ୍କ ନିଷ୍ପତି ସେମାନେ ଠିକ ନେଉଛନ୍ତି । ତମର ଚିନ୍ତା କରିବା ଦରକାର ନାହିଁ । କୁକୁ ମୋର କଣ ବୋକି ହେଇଛି ? ସେଥିପାଇଁ ତ କଲିକତାରେ ନ ଓହ୍ଲେଇ ସେ ଦିଲ୍ଲୀ ଆସୁଛି । ସେଠୁ ଆସିବ ଭୁବନେଶ୍ୱର । ଫେରିବା ବେଳେ ଶାଶୁଘର କଲିକତାରେ ଗୋଟିଏ ଦିନ ରହିବ ସିଏ ।"

"ଶାଶୁଘର ଲୋକେ ପୂଜାରେ କାହିଁକି ଆସିଲୁନି ପଚାରିଲେ କଣ ଉତ୍ତର ଦେବ ?"

ସଂଯୁକ୍ତା ହସିଦେଇ କହିଲେ ,"କହିଦେବ, ଦିଲ୍ଲୀରେ ଗୋଟେ ସେମିନାରରେ ଟକ୍ ଦେବାର ଥିଲା

ପ୍ରତୀକଙ୍କୁ । ଆଉ ବୋଉର ବି ଦେହ ଭଲ ନଥିଲା" ......

ସୁଶାନ୍ତ ଚୁପ ହୋଇଗଲେ । ଭାବୁଥିଲେ ସତରେ ତାଙ୍କ ଆଖି ଆଗରେ କ୍ଷିପ୍ରଗତିରେ ଯୁଗ ବଦଳିଯାଇଛି । ଏବେ ନିକିତିର ଭାରି ପଲାଟି ଆଉ ପୁରୁଷଙ୍କ ହାତରେ ନାହିଁ ।

Sidhvick@gmail.com

ସଂଘର୍ଷ ନିକିତି ପଲା

Rate the content


Originality
Flow
Language
Cover design

Comments

Post

Some text some message..