Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯାଦୂର ଟୋପି
ଯାଦୂର ଟୋପି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Children

2 Minutes   7.5K    21


Content Ranking

ଶ୍ରୀମତୀ ସୁଜାତା ସିହ୍ନା

ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ଧଳା ଜାମୁକୋଳି ଗଛ ଥାଏ l ତାର ଫଳ ଏତେ ମିଠା ଓ ସୁସ୍ଵାଦ ଯେ ତାକୁ ଖାଇବା ପାଇଁ ପ୍ରତିଦିନ ସ୍ଵର୍ଗରୁ ପରିମାନେ ଓହ୍ଲାଇ ଆସନ୍ତି l ସେମାନେ ଦଳବାନଧୀ ସ୍ଵର୍ଗରୁ ଓହ୍ଲାଇବା ପୂର୍ବରୁ ଜଣେ ପରୀ ଏକ ଯାଦୁର ଟୋପି ପିନ୍ଧିଥାଏ l ସେ ଏହାକୁ ପିନ୍ଧିବା ପରେ ତା ସହିତ ଅନ୍ୟ ପରୀମାନେ ମଧ୍ୟ ଅଦୃଶ୍ୟ ହୋଇଯାଆନ୍ତି l ତା’ ପରେ ସେମାନେ ମନଇଛା ଜଙ୍ଗଲରେ ବୁଲନ୍ତି ଓ ଜାମୁ କୋଳି ଖାଇ ଫେରି ଯାଆନ୍ତି l

ଦିନେ ସେମାନଙ୍କର ପୋଖରୀରେ ଗାଧୋଇବା ପାଇଁ ଇଚ୍ଛା ହେଲା l ଭାବିଲେ ଟୋପିଟିକୁ କେଉଁଠି ଲୁଚାଇବେ l ଦେଖିଲେ ଛୋଟିଆ କଳା ପାହାଡ ଟିଏ ଥିଲା ସମତଳ ଭୂମି ଉପରେ ଲମ୍ବି ଯାଇଛି l ପ୍ରକୃତରେ ତାହା ପାହାଡ଼ ନ ଥିଲା l ବିରାଟ ବଡ ରାକ୍ଷାସଟିଏ ସେଠି ଶୋଇ ରହିଥିଲା l ସେମାନେ ରାକ୍ଷାସର କାନକୁ ଏକ ସୁରକ୍ଷିତ ଗୁମ୍ଫା ଭାବି ତା’ ଭିତରେ ଟୋପିଟିକୁ ଲୁଚାଇ ଦେଇ ମନଇଚ୍ଛା ପୋଖରୀରେ ଗାଧୋଇଲେ l

ଏ ସବୁ ରାକ୍ଷାସଟି ଦେଖୁଥାଏ l ସେ ଆଗରୁ ଏ ଟୋପି ବିଷୟରେ ଶୁଣିଥିଲା l କିନ୍ତୁ ତାକୁ ପାଇବା ତା ପକ୍ଷରେ ସମ୍ଭବ ନ ଥିଲା l ଯା ହେଉ ଟୋପିଟି ଆପେ ଆପେ ଆସି ତା’ ପାଖରେ ପହଞ୍ଚି ଯାଇଛି ଭାବି ସେ ଟୋପିଟିକୁ କାନ ଭିତରୁ କାଢି ଆଣି ଯେମିତି ତା’ ମୁଣ୍ଡ ଉପରେ ଥୋଇଛି ସେ ଅଦୃଶ୍ୟ ହୋଇଗଲା l

ପରୀମାନେ ଦେଖିଲେ ହଠାତ୍ ପାହାଡଟି କୁଆଡେ ଉଭାନ ହୋଇଗଲା l ଭାବିଲେ ସେମାନେ ଏବେ କ’ଣ କରିବେ ? ଜଙ୍ଗଲରେ ତ ଆଉ ମନ ଇଚ୍ଛା ବୁଲି ପାରିବେ ନାହିଁ l ଏହି ସମୟରେ ତାଙ୍କ ମୁଣ୍ଡ ଉପର ଦେଇ ଏକ ବାଜ ପକ୍ଷୀ ଉଡିଯାଉଥିଲା l ସେମାନେ ତାକୁ ପାଖକୁ ଡାକି ସବୁକଥା କହିଲେ l ବାଜ ପାକି କହିଲା- ତୁମେ ଯାହାକୁ ପାହାଡ଼ ବୋଲି ଭାବୁଛ ପ୍ରକୃତରେ ତାହା ଏକ ରାକ୍ଷାସ l ତା’ ପାଖରୁ ଟୋପି ଆଣିବା ଅସମ୍ଭବ l ପରୀମାନେ ତାକୁ ବହୁତ କାକୁତି ମିନତି ହୋଇ ଟୋପିଟିକୁ ଆଣିଦେବା ପାଇଁ କହିଲେ l ବାଜପକ୍ଷୀ ତାଙ୍କୁ ସାନ୍ତ୍ଵନା ଦେଇ ଉଡିଗଲା l ସେ ବହୁତ ଚେଷ୍ଟା କଲା ରାକ୍ଷାସକୁ ଖୋଜିବା ପାଇଁ ହେଲେ ପାଇଲା ନାହିଁ l କାରଣ ରାକ୍ଷାଶ ସବୁବେଳେ ଟୋପିଟିକୁ ପିନ୍ଧି ଅଦୃଶ୍ୟ ହୋଇ ରହୁଥିଲା l ବାଜ ପକ୍ଷୀଟି ଉପକାରୀ ପ୍ରକୃତିର ଥିଲା l ବାଜପକ୍ଷୀ ତା ଚେଷ୍ଟା ଜାରି ରଖିଲା l ତେଣୁ ରାକ୍ଷାସ ପଛେ ପଛେ ଉଡି ବୁଲିଲା ଏବଂ ସୁଯୋଗ ଅପେକ୍ଷାରେ ରହିଲା l

ଦିନେ ବାଜପକ୍ଷୀ ଦେଖିଲା ଜଙ୍ଗଲର ଗଛ ସବୁ ମନକୁ ମନ ଉପୁଡ଼ି ଯାଉଛି ଓ ତାହା ଉଡ଼ି ଉଡ଼ି ଯାଇ କିଛି ଦୂରରେ ପଡିଛି l ଭାବିଲା ଏହା ନିଶ୍ଚୟ ସେହି ରାକ୍ଷାସର କାମ ଭାବି ସେ ଏକ ଜାଗାରେ ଲୁଚି ରହିଲା l କିଛି ସମୟ ପରେ ଦେଖିଲା ରାକ୍ଷାସ ଟୋପିଟିକୁ କାଢି ଏକ ପଥର ସନ୍ଧିରେ ଲୁଚାଇ ଗାଧୋଇବାକୁ ଯାଉଛି l ସେ ତା’ର ଅଜାଣତରେ ଟୋପିଟିକୁ ନେଇ ଆସିଲା l ରାକ୍ଷାସର ଯେମିତି ତା’ ଉପରେ ଲକ୍ଷ ପଡିଛି ସେ ସଙ୍ଗେ ସଙ୍ଗେ ତୀର ମାରିଲା l ତୀରଟି ଆସି ତାର ଡେଣାରେ ବାଜିଲା l ଦେହରୁ ଭିଷଣ ରକ୍ତ ସ୍ରାବ ହେଲେ ମଧ୍ୟ ସେ ଆପ୍ରାଣ ଚେଷ୍ଟାର ସହ ଉଡି ଉଡି ଆସି ପରିମାନଙ୍କ ପାଖରେ ପହଞ୍ଚିଲା l ପରୀମାନେ ବାଜପକ୍ଷୀର ଏପରି ନିଃସ୍ଵାର୍ଥପର ସାହାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ତାର କ୍ଷତ ସ୍ଥାନକୁ ନିଜର ଯାଦୁଶକ୍ତି ବଦଳରେ ଭଲ କରିଦେଲେ l ମାତ୍ର ତାର ରକ୍ତ ସେହି ଜାମୁକୋଳି ଗଛ ଉପରେ ପଡିଥିବାରୁ ସେହି ଦିନଠାରୁ ଜାମୁକୋଳିର ରଙ୍ଗ ଲାଲ ହୋଇଗଲା l

ଘଞ୍ଚ ଜାମୁକୋଳି ମିଠା

Rate the content


Originality
Flow
Language
Cover design

Comments

Post

Some text some message..